Posted inଜାତୀୟ

କ୍ଷମତାଶାଳୀ-ସାଧାରଣଙ୍କ ପାଇଁ ଦୁଇ ଭିନ୍ନ ଭିନ୍ନ ଆଇନ ହୋଇ ପାରିବ ନାହିଁ…

ଥିରୁଭାନନ୍ତପୁରମ୍‌, ୨୨।୨ : ଆଇନ ସଭିଙ୍କ ପାଇଁ ସମାନ। ସମାଜରେ କ୍ଷମତାଶାଳୀ ଏବଂ ସାଧାରଣ ଲୋକଙ୍କ ଲାଗି ଦୁଇ ଭିନ୍ନ ଭିନ୍ନ ଆଇନ ହୋଇ ପାରିବ ନାହିଁ ବୋଲି କେରଳ ହାଇକୋର୍ଟ ଏକ ମାମଲାର ବିଚାର କରି ଏଭଳି କହିଛନ୍ତି। ରାଜ୍ୟରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଭିନ୍ନ ଭିନ୍ନ ଅଞ୍ଚଳରେ ବହୁ ବେଆଇନ ପତାକା ସ୍ତମ୍ଭ ନିର୍ମାଣ କରାଯାଇଛି। ଏନେଇ ନିର୍ଦ୍ଦିଷ୍ଟ ନିର୍ଦ୍ଦେଶ ସତ୍ତ୍ୱେ ଏହାର ଅବମାନନା କରାଯାଉଥିବାରୁ କୋର୍ଟ ଉଦ୍‌ବେଗ ପ୍ରକାଶ କରିଛନ୍ତି।

ବିଚାରପତି ଦେଓ୍ବାନ୍‌ ରାମଚନ୍ଦ୍ରନ୍‌ଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ବିନା ଅନୁମତିରେ ଏଭଳି କରାଯିବାକୁ ବାରଣ କରିଛନ୍ତି। କ୍ଷମତାଶାଳୀ ଲୋକଙ୍କୁ ଏଭଳି ନିଜ ଇଛା ଅନୁସାରେ ଏଭଳି ନ କରିବା ଉଚିତ ବୋଲି ଖଣ୍ଡପୀଠ କହିଛନ୍ତିି। ରାଜ୍ୟ ସରକାରଙ୍କ ପକ୍ଷରୁ କୋର୍ଟରେ ଉପସ୍ଥିତ ଥିବା ଆଡଭୋକେଟ୍‌ ଜେନେରାଲ ଅଶୋକ ଏମ୍‌. ଚେରିଆନ୍‌ ଏବଂ ବରିଷ୍ଠ ସରକାରୀ ଆଇନଜୀବୀ ଏସ୍‌.ଖାନ୍ନା କହିଥିଲେ ଯେ,ରାଜ୍ୟ ପ୍ରଶାସନିକ କଳ ପକ୍ଷରୁ ଏନେଇ ପଦକ୍ଷେପ ଆରମ୍ଭ ହୋଇଛି। କୌଣସି ନୂତନ ପତାକା ସ୍ତମ୍ଭ ନିର୍ମାଣ ବିନା ଅନୁମତିରେ ଯେପରି ନ ହୁଏ ସେନେଇ ନୋଟିସ୍‌ ମଧ୍ୟ ଜାରି ହୋଇଛି।

ଏନେଇ ଖଣ୍ଡପୀଠ କହିଛନ୍ତି, ରାଜ୍ୟ ସରକାର ବର୍ତ୍ତମାନ ସୁଦ୍ଧା ନିଶ୍ଚିତ ଆଶ୍ୱାସନା ଦେଇ ନାହାନ୍ତି ଯେ ଭବିଷ୍ୟତରେ ନୂଆ ପତାକା ସ୍ତମ୍ଭ ନିର୍ମାଣ ହେବ ନାହିଁ। ହାଇକୋର୍ଟଙ୍କ ପକ୍ଷରୁ ଏନେଇ ଉଦ୍ୟମ ଆରମ୍ଭ ହୋଇଥିଲେ ମଧ୍ୟ ରାଜ୍ୟ ସରକାର କିଛି କରୁ ନାହାନ୍ତି ବୋଲି ଖଣ୍ଡପୀଠ ଚେତାବନୀ ଦେଇଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟ ବେଆଇନ ଭାବେ ପତାକା ସ୍ତମ୍ଭ ନିର୍ମାଣ ହେଉଥିବା ନେଇ ଆଇନଜୀବୀ ଆର୍‌.ଟି.ପ୍ରଦୀପଙ୍କ ଦ୍ୱାରା ଏକ ସମବାୟ ସମିତି ପକ୍ଷରୁ ହାଇକୋର୍ଟରେ ପିଟିଶନ୍‌ ଦାଖଲ କରିଥିଲେ। ମାର୍ଚ୍ଚ ୨୮ ସୁଦ୍ଧା ଏସମ୍ପର୍କିତ ନୀତି ନିର୍ଦ୍ଧାରଣ କରିବା ଲାଗି ଖଣ୍ଡପୀଠଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସାତଫେରା ନେବା ପୂର୍ବରୁ କନ୍ୟାଙ୍କ ମୃତ୍ୟୁ: ଶାଳୀଙ୍କୁ ବିବାହ କଲେ ବର

ଇଟାଓ୍ବା,୨୭।୫: ଉତ୍ତରପ୍ରଦେଶର ଇଟାଓ୍ବାରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ବେଶ୍‌ ଧୁମ୍‌ଧାମ୍‌ରେ ଚାଲୁଥିବା ବିବାହ ସମାରୋହରେ ଏକ ଦୁଃଖର ପାହାଡ଼ ଭାଙ୍ଗିପଡ଼ିଛି। ବିବାହର ସମସ୍ତ...

୩ ଦିନରେ ଲକ୍ଷାଧିକ ସଂକ୍ରମିତ

ନୂଆଦିଲ୍ଲୀ,୨୦ା୭(ପି.ଟି.): ଭାରତରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ିଚାଲିଛି। ୩ ଦିନ ମଧ୍ୟରେ ଲକ୍ଷାଧିକ ଲୋକ ଏହି ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଛନ୍ତି। ୨୪ ଘଣ୍ଟା...

ବିହାର ମଦ ମୃତ୍ୟୁ ଘଟଣାକୁ ନେଇ ତେଜିଲା ରାଜନୀତି

ପାଟନ,୫ ।୧୧: ବିହାରରେ କେବଳ କାଗଜ ପତ୍ରରେ ମଦ ବିକ୍ରିକୁ ବିରୋଧ କରାଯାଇଛି । ହେଲେ ଏହି ମଦ ଏବେ ପୁଣିଥରେ ମୃତ୍ୟୁର କାରଣ ପାଲଟିଛି...

ଜମ୍ମୁ-କଶ୍ମୀର ପ୍ରସଙ୍ଗ ଉଠାଇଲେ ଇୟୁ ପ୍ରତିନିଧି

ନୂଆଦିଲ୍ଲୀ,୩୦।୪: ୟୁରୋପୀୟ ସଂଘ (ଇୟୁ)ର ମାନବାଧିକାର ସମ୍ପର୍କିତ ସ୍ବତନ୍ତ୍ର ପ୍ରତିନିଧି ଇଏମୋନ୍‌ ଗିଲ୍‌ମୋର ଭାରତରେ ସଂଖ୍ୟାଲଘୁଙ୍କ ସ୍ଥିତି, ସାମ୍ପ୍ରଦାୟିକ ହିଂସା, ଦେଶଦ୍ରୋହ ଏବଂ ଆତଙ୍କବାଦ ନିରୋଧୀ...

ଆରୋଗ୍ୟରେ ଆମେରିକାଠୁ ଭାରତ ଆଗରେ

ନୂଆଦିଲ୍ଲୀ,୨୦।୯(ପି.ଟି.): କୋଭିଡ୍‌-୧୯ ଆରୋଗ୍ୟ ହାର ଦୃଷ୍ଟିରୁ ଭାରତ ଆମେରିକାକୁ ପଛରେ ପକାଇ ଏକ ନମ୍ବର ସ୍ଥାନରେ ପହଞ୍ଚତ୍ଛି। ଗତ ୨୪ଘଣ୍ଟାରେ ଦେଶରେ ରେକର୍ଡ ସଂଖ୍ୟକ ୯୫ହଜାର...

କରୋନା ଭାଇରସ ରୋଗୀ ଚିହ୍ନଟ ପରେ ଗେହଲଟ ଡାକିଲେ ଉଚ୍ଚସ୍ତରୀୟ ବୈଠକ

ଜୟପୁର,୩।୩: ଚାଇନାରେ କାୟା ବିସ୍ତାର କରି ଚାଲିଥିବା କରୋନା ଭାଇରସ ଭାରତରେ ମଧ୍ୟ ତା’ର ଉପସ୍ଥିତି ଜାହିର କରି ସାରିଛି। ସୋମବାର ଭାରତରେ ୩ କରୋନା...

ଜଷ୍ଟିସ୍‌ ରମନାଙ୍କୁ ସୁପ୍ରିମକୋର୍ଟ କ୍ଲିନ୍‌ଚିଟ୍‌

ନୂଆଦିଲ୍ଲୀ,୨୫ା୩: ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍‌ ଏନ୍‌.ଭି. ରମନାଙ୍କ ବିରୋଧରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ୍‌. ଜଗନ୍‌ମୋହନ ରେଡ୍ଡୀ ଆଣିଥିବା ଅଭିଯୋଗକୁ ସର୍ବୋଚ୍ଚ ଅଦାଲତ ଖାରଜ କରିଦେଇଛନ୍ତି। ସୁପ୍ରିମକୋର୍ଟ...

କେମିକାଲ୍‌ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ : ୭ ଗୁରୁତର, ୭୦୦ ଲୋକଙ୍କୁ ସ୍ଥାନାନ୍ତର

ଭଦୋଦରା,୩।୬: ଗୁଜରାଟର ଭଦୋଦରାରେ ଏକ ରାସାୟନିକ କାରଖାନାରେ ଗୁରୁବାର ରାତିରେ ଏକ ବଡ଼ଧରଣର ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ୭ ଜଣ ଶ୍ରମିକ ଗୁରୁତର ଆହତ...

Advertisement
Archives

Model This Week