କେବେ ନିଜ ମାତାପିତାଙ୍କୁ ଭେଟି ନ ଥିଲେ ଆଣ୍ଡ୍ର୍ୟୁ ସାଇମଣ୍ଡସ
କାନବେରା,୧୬।୫:ବିଶ୍ୱର ସର୍ବଶ୍ରେଷ୍ଠ ଅଲରାଉଣ୍ଡର ଆଣ୍ଡ୍ର୍ୟୁ ସାଇମଣ୍ଡସ ଏକ କାର ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି। ତାଙ୍କୁ ମାତ୍ର ୪୬ ବର୍ଷ ବୟସ ହୋଇଥିଲା। ତାଙ୍କ ମୃତ୍ୟୁକୁ ନେଇ ଜଗତରେ ଶୋକର ଛାୟା ଖେଳିଯାଇଛି। କ୍ରିକେଟ୍ରେ ସାଇମଣ୍ଡସ ଅନେକ ବଡ଼ ସଫଳତା ହାସଲ କରିଥିଲେ।…
ନିଜ ଘର ଛାଡ଼ି କଶ୍ମୀରୀ ପଣ୍ଡିତ ଯିବେ ନାହିଁ, ଏଠି ତାଙ୍କର ସମାନ ଅଧିକାର…
ଶ୍ରୀନଗର, ୧୬।୫ : ଜମ୍ମୁ-କଶ୍ମୀର କଶ୍ମୀରୀ ପଣ୍ଡିତମାନଙ୍କର ଘର। ସେମାନେ ଏହାକୁ ଛାଡ଼ି ଯିବେ ନାହିଁ। ଏଡି ତାଙ୍କର ଅନ୍ୟ ସମ୍ପ୍ରଦାୟଙ୍କ ଭଳି ସମାନ ଅଧିକାର ରହିଛି ବୋଲି ପିପୁଲସ୍ ଆଲାଏନ୍ସ ଫର୍ ଗୁପକାର ଡିକ୍ଲାରେଶନ (ପିଏଜିଡି)ର ମୁଖପାତ୍ର ଏମ୍.ଓ୍ବାଇ. ତାରିଗାମି…
ସୁରକ୍ଷିତ ଜିଲାରେ କଶ୍ମୀରୀ ପଣ୍ଡିତଙ୍କ ପୋଷ୍ଟିଂ ହେବ, ଉପରାଜ୍ୟପାଳଙ୍କ ନିଷ୍ପତ୍ତି…
ଶ୍ରୀନଗର, ୧୬।୫ : ଜମ୍ମୁ-କଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା କାଶ୍ମୀରୀ ପଣ୍ଡିତ ସରକାରୀ କର୍ମଚାରୀଙ୍କ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ୟାକେଜ ଅନୁଯାୟୀ ରାଜ୍ୟର ସରକାରୀ ବିଭାଗରେ ନିଯୁକ୍ତ କାଶ୍ମୀରୀ ପଣ୍ଡିତମାନଙ୍କୁ ସୁରକ୍ଷିତ ଜିଲାରେ ପୋଷ୍ଟିଂ…
ଶ୍ରୀମନ୍ଦିର ପ୍ରଶାସନିକ କାର୍ଯ୍ୟାଳୟ ନିର୍ମାଣ ପ୍ରସଙ୍ଗ: ପରିବର୍ତ୍ତିତ ପ୍ରସ୍ତାବ ପଠାଇବାକୁ ତାଗିଦ୍
ପୁରୀ ଅଫିସ,୧୬।୫: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅଧୀନରେ ନିଷିଦ୍ଧାଞ୍ଚଳ ଭଳି ନିୟନ୍ତ୍ରିତ ଅଞ୍ଚଳରେ ହେଉଥିବା ନିର୍ମାଣ କାର୍ଯ୍ୟ ପାଇଁ ମଧ୍ୟ ଅନୁମୋଦନ ନାହିଁ। ନିୟନ୍ତ୍ରିତ ଅଞ୍ଚଳରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ନିର୍ମାଣ କାର୍ଯ୍ୟକୁ ଜାତୀୟ ସ୍ମାରକୀ ପ୍ରାଧିକରଣ (ଏନ୍ଏମ୍ଏ) ଅନୁମୋଦନ ନ ଥିବା…
ଇଞ୍ଜିନିୟର୍ରୁ ବଲିଉଡ୍ର ଜଣେ ସଫଳ ଅଭିନେତା
ବଲିଉଡ୍ ଅଭିନେତା ବିକି କୌଶଲ ଆଜି ୩୪ ବର୍ଷରେ ପଦାର୍ପଣ କରିଛନ୍ତି। ଏଥର ତାଙ୍କ ଜନ୍ମଦିନ ସ୍ବତନ୍ତ୍ର ହେବାକୁ ଯାଉଛି। ବିବାହ ପରେ ସେ ସ୍ତ୍ରୀ କ୍ୟାଟ୍ରିନା କୈଫ୍ଙ୍କ ସହ ପ୍ରଥମ ଥର ପାଇଁ ପାଳନ କରିବାକୁ ଯାଉଛନ୍ତି। ଦୁହେଁ ଏବେ…
ମଉଳିଯାଉଛି ସ୍ବପ୍ନାରାଣୀଙ୍କ ସ୍ବପ୍ନ
ପୁରୀ ଅଫିସ,୧୬।୫: ପୁରୀ ସହରର ପ୍ରତିଷ୍ଠିତ ସାମନ୍ତ ଚନ୍ଦ୍ରଶେଖର ସ୍ବୟଂଶାସିତ ମହାବିଦ୍ୟାଳୟରେ ପଢ଼ି ଉଜ୍ଜ୍ୱଳ ଭବିଷ୍ୟତ ଗଢିବାର ସ୍ବପ୍ନ ନେଇ ଜଣେ ଆଦିବାସୀ ଛାତ୍ରୀ ନବରଙ୍ଗପୁରରୁ ଏଠାକୁ ଧାଇଁ ଆସିଥିଲେ। ପାଠ ପଢି ପରୀକ୍ଷା ମଧ୍ୟ ଦେଇଥିଲେ। ହେଲେ ଏବେ ତାଙ୍କୁ…
ଛାଇ ଖୋଜୁଛନ୍ତି ରାଜଧାନୀବାସୀ
ଭୁବନେଶ୍ୱର,୧୬।୫(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱର ଏବେ ରାଜ୍ୟର ଅନ୍ୟତମ ପ୍ରମୁଖ ଉତ୍ତପ୍ତ ସହର ଭାବେ ପରିଗଣିତ ହେଲାଣି। ଦିନେ ଯେଉଁ ସହର ସବୁଜ ବନାନୀରେ ଆଚ୍ଛାଦିତ ଥିଲା ଆଜି ତାହା କଂକ୍ରିଟ ସହର ପାଲଟିଲାଣି। ଏହି ସ୍ମାର୍ଟସିଟିର ଜନସଂଖ୍ୟା ଏବେ ପ୍ରାୟ ୧୨ଲକ୍ଷ…
ପ୍ରତିମୂର୍ତ୍ତି ସ୍ଥାନାନ୍ତର କଥା ଭୁଲିଗଲେ କର୍ତ୍ତୃପକ୍ଷ
ଭୁବନେଶ୍ୱର,୧୬।୫ (ବ୍ୟୁରୋ): ରାଜଧାନୀରେ ସବୁଆଡ଼େ ଚାଲିଛି ସୌନ୍ଦର୍ଯ୍ୟକରଣ। କିନ୍ତୁ ରାଜଧାନୀର ପ୍ରମୁଖ ସ୍ଥାନ ମାଷ୍ଟରକ୍ୟାଣ୍ଟିନ୍ ଛକ ସ୍ଥିତ ୨ ବିଶିଷ୍ଟ ବ୍ୟକ୍ତିଙ୍କ ପ୍ରତିର୍ମୂିସ୍ଥଳ ଅବହେଳିତ ହୋଇ ପଡ଼ିଛି। ଏହି ସ୍ଥାନରେ ରାଜନେତା ଲୋକନାୟକ ଜୟପ୍ରକାଶ ନାରାୟଣ ପାର୍କ ଓ ଦେଶର ପ୍ରଥମ…
ଚର୍ଚ୍ଚରେ ଗୁଳିମାଡ଼, ବାଇଡେନ୍ ସରକାରଙ୍କ ଚିନ୍ତା ବଢ଼ିଲା…
ଓ୍ବାଶିଂଟନ, ୧୬।୫ : ଆମେରିକାରେ ପ୍ରତିଦିନ ଗୁଳିମାଡ଼ ଘଟଣା ସାମ୍ନାକୁ ଆସୁଛି। ସଦ୍ୟତମ ମାମଲା ଆମେରିକାର କାଲିଫର୍ନିଆ ଘଟିଛି। ସେଠାରେ ଏକ ଚର୍ଚ୍ଚରେ ଗୁଳିମାଡ଼ ହୋଇଛି। ଏହି ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୪ ଜଣ ଆହତ ହୋଇଛନ୍ତି। ସନ୍ଦିଗ୍ଧ ଆକ୍ରମଣକାରୀଙ୍କୁ…
ଖୋଲିପାରୁନି ୟୁନିଟ୍-୨ ଫଳ ବଜାର
ଭୁବନେଶ୍ୱର,୧୬।୫ (ବ୍ୟୁରୋ): ରାସ୍ତାରେ ଠେଲାଗାଡ଼ିର ଲମ୍ବା ଧାଡ଼ି। ବିଶେଷକରି ୟୁନିଟ-୧, ଯୁନିଟ-୨, ରାଜମହଲ ଛକ ଆଦି ସ୍ଥାନରେ ବ୍ୟବସାୟୀମାନେ ଠେଲାଗାଡ଼ିରେ ବେପାର ଜମାଉଛନ୍ତି। ସେମାନଙ୍କ ମଧ୍ୟରେ ପ୍ରାୟ ୯୦ ପ୍ରତିଶତ ଫଳ ବ୍ୟବସାୟୀ ରହିଛନ୍ତି। କେବଳ ଏହି ଛକ ନୁହେଁ, ସହରର…
ଝିଅ ପାଇଁ ୩୬ ବର୍ଷ ହେବ ପୁରୁଷ ବେଶରେ ରହିଆସୁଛନ୍ତି ମା’
ଚେନ୍ନାଇ,୧୬।୫:ତାମିଲନାଡୁ ଥୁତୁକୁଡି ଜିଲାର ଜଣେ ମହିଳା ନିଜ ଝିଅକୁ ପାଳିପୋଷି ବଡ କରିବା ପାଇଁ ୩୬ ବର୍ଷ ଧରି ପୁରୁଷ ବେଶରେ ରହିଆସୁଛନ୍ତି। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଥୁତୁକୁଡି ଜିଲା କାଟୁନାୟକ୍କାନପତ୍ତି ଗାଁର ୫୭ ବର୍ଷୀୟା ପେଚିୟାମ୍ମଲ ମାତ୍ର…
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଲେ ସୌମ୍ୟରଞ୍ଜନ
ରାଜନଗର,୧୬ା୫(ଡି.ଏନ୍.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ଶ୍ରୀଶ୍ରୀଜଗନ୍ନାଥ ମହାବିଦ୍ୟାଳୟର ଛାତ୍ର ସୌମ୍ୟରଞ୍ଜନ ବଳ ପାଟିରେ କଲମ ମାଧ୍ୟମରେ ଭାରତ ମାନଚିତ୍ର ଆଙ୍କି ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି। ମାତ୍ର ୧ ମିନିଟ୍ ୩୩ ସେକେଣ୍ଡ ମଧ୍ୟରେ ଭାରତ ମାନଚିତ୍ର ଆଙ୍କି ଇଣ୍ଡିଆ…
Archives


