ମାଳ ମାଳ ଅଭିଯୋଗ, ଲୋକଙ୍କୁ ମିଳୁନି ନ୍ୟାୟ

ପଟ୍ଟାମୁଣ୍ଡାଇ,୮ା୮(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ତହସିଲକୁ ମାଳ ମାଳ ଅଭିଯୋଗ ଆସୁଛି, ହେଲେ ସମାଧାନ ହେଉନି। ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି ସ୍ଥାନୀୟ ଜନସାଧାରଣ। ଏମିତି କି ବରିଷ୍ଠ ନାଗରିକମାନଙ୍କ କଥା ବିଭାଗୀୟ ଅଧିକାରୀମାନେ ଶୁଣୁନାହାନ୍ତି। ନ୍ୟାୟ ପାଇଁ ତହସିଲକୁ ଦୌଡି ଦୌଡି ସେମାନେ ନୟାନ୍ତ ହେଉଛନ୍ତି ବୋଲି ଅଭିଯୋଗ ହୋଇଛି।
ଆଇନଜୀବୀ ପ୍ରମୋଦ ସାହୁ କହିଛନ୍ତି, ପଟ୍ଟାମୁଣ୍ଡାଇ ତହସିଲ କାର୍ଯ୍ୟାଳୟର କାର୍ଯ୍ୟକାରିତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ତହସିଲ ଚାଲିଛି ଆଜି ଆସ-କାଲି ଆସରେ। ଜନସାଧାରଣ ସୁବିଧାରେ ଜମିବାଡି ସଂକ୍ରାନ୍ତୀୟ କାଗଜପତ୍ର ଓ ବିଭିନ୍ନ କାର୍ଯ୍ୟ କରିବାର ଅତ୍ୟାବଶ୍ୟକ ସରକାରୀ କାର୍ଯ୍ୟାଳୟ ହେଉଛି ତହସିଲ। ଦୂର ଦୂରାନ୍ତରୁ ଲୋକମାନେ ବିଭିନ୍ନ ସାର୍ଟିଫିକେଟ ଆଉ ଜମିବାଡି ସଂକ୍ରାନ୍ତୀୟ କାର୍ଯ୍ୟ ପାଇଁ ଏଠାରେ ପହଞ୍ଚତ୍ଥାନ୍ତି। ଦୁର୍ଭାଗ୍ୟ ତଥା ପରିତାପର ବିଷୟ ଏଠାରେ କର୍ମଚାରୀମାନଙ୍କ ଅସହଯୋଗ, ଡାଟା ଏଣ୍ଟ୍ରି ଅପରେଟରଙ୍କ ମନମାନିକୁ ନେଇ ସାଧାରଣ ଲୋକଙ୍କୁ ବହୁ ଅସୁବିଧାରେ ସମ୍ମୁଖୀନ ହେବାକୁ ପଡୁଛି। ବାରମ୍ବାର ତହସିଲକୁ ଆସିବା ସତ୍ତ୍ୱେ ଠିକ୍‌ ଭାବେ ଜନସାଧାରଣଙ୍କ କାର୍ଯ୍ୟ କରାଯାଉନାହିଁ। କିଛିଦିନ ତଳେ ପୋଖରିଆପଡା ଗାଁର ଜଣେ ଯୁବକ ଗ୍ରାମର ଗୋଚର ଜମିକୁ ଜବରଦସ୍ତ ଅକ୍ତିଆର କରି ଘର କାର୍ଯ୍ୟ ଆରମ୍ଭ କରିଥିଲେ। ଏ ବବାଦରେ ପୋଖରିଆପଡା ଯୁବକମାନେ ତହସିଲଦାରଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ। ମାତ୍ର ତହସିଲଦାର ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ କିମ୍ବା ଘଟଣାସ୍ଥଳରେ ନ ପହଞ୍ଚତ୍ବାରୁ ଏହାର ସୁଯୋଗ ନେଇ ଉକ୍ତ ଜାଗାରେ ଘର କାର୍ଯ୍ୟ ଶେଷ ହେବାକୁ ବସିଲାଣି। କର୍ମୀ ପ୍ରତାପ ପାଢୀ କହିଛନ୍ତି, ପଟ୍ଟାମୁଣ୍ଡାଇ ତହସିଲ ଅଞ୍ଚଳର ବିଭିନ୍ନ ସ୍ଥାନରେ ସରକାରୀ ଗୋଚର, ଅନାବାଦୀ, ଜଙ୍ଗଲ ଓ ଶ୍ମଶାନ ଜମିକୁ କେତେଜଣ ମୁଷ୍ଟିମେୟ ଲୋକ ଜବରଦଖଲ କରିଚାଲିଛନ୍ତି। ଅନେକ ସ୍ଥାନରେ ମଧ୍ୟ ବେଆଇନ ଭାବେ ସ୍ଥାୟୀ ପକ୍କାଘର କରିବା ସହ ସରକାରୀ ଜମିକୁ ଚଞ୍ଚକତା କରି ନିଜ ନାମରେ ପଟ୍ଟା କରିନେବା ଆଦି ଘଟଣା ସାମ୍ନାକୁ ଆସିଛି। ଏହାର କାରଣ ଜାଣିବାକୁ ଚାହିଁଲେ ଆଗ ତହସିଲଦାର ଓ କର୍ମଚାରୀଙ୍କ ସମୟରେ କ’ଣ ହୋଇଥିଲା ଆମେ କହିପାରିବୁ ନାହିଁ ବୋଲି କୁହାଯାଉଛି। ଅପରପକ୍ଷେ ବର୍ତ୍ତମାନ ଥିବା ଅଧିକାରୀ ଓ କର୍ମଚାରୀମାନଙ୍କ ମଧ୍ୟରେ ଜନସାଧାରଣଙ୍କୁ ସୁବିଧାରେ ସେବା ଯୋଗାଇ ଦେବାର ମନୋବୃତ୍ତି ବା ଇଚ୍ଛାଶକ୍ତିର ଅଭାବ ଲୋକମାନଙ୍କୁ ଖର୍ଚ୍ଚାନ୍ତ କରାଇବା ସହ ବିଭିନ୍ନ ଅସୁବିଧାରେ ପକାଉଛନ୍ତି। ଏଠାକୁ ଆସି କାମ ହେଉ ନ ଥିବା ଲୋକମାନେ ଅଭିଯୋଗ କରୁଛନ୍ତି। ସାମାଜିକ କର୍ମୀ କ୍ଷୀରୋଦ ମଲିକ କହିଛନ୍ତି, ମଙ୍ଗଳବାର କିଛି ଲୋକ ଏ ସମ୍ପର୍କରେ ଅସନ୍ତୋଷ ପ୍ରକାଶ କରିବା ସହ ଅଭିଯୋଗ ଆଣିଛନ୍ତି। ତହସିଲ ଅଫିସ ଆସିଥିବା ଜଣେ ମହିଳା କହିଛନ୍ତି, ଜମିର ପଟ୍ଟା ଅଛି ଖଜଣା ଦିଆହେଉଛି କିନ୍ତୁ ରେସିଡେନ୍ସିଆଲ ସାର୍ଟିଫିକେଟ ପାଇଁ ଦୁଇ ଦୁଇ ଥର ଆସିଥିଲେ ମଧ୍ୟ ଡାଟାଏଣ୍ଟ୍ରିରେ ତ୍ରୁଟି ଲାଗି ପାଇପାରୁ ନାହାନ୍ତି। ଏହି କାରଣରୁ ନିରାଶ ହୋଇ ଫେରିବାକୁ ପଡୁଛି। ଲୋକମାନଙ୍କ ଏହି ସମସ୍ୟାର ସମାଧାନ ପାଇଁ କର୍ମଚାରୀମାନଙ୍କ ଆଗ୍ରହ ନାହିଁ କିମ୍ବା ପର୍ଯ୍ୟାପ୍ତ କର୍ମଚାରୀ ନାହାନ୍ତି ଏହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏଥିରୁ ତହସିଲ କାର୍ଯ୍ୟାଳୟ ଜନସାଧାରଣଙ୍କୁ କେମିତି ସେବା ଯୋଗାଇ ପାରୁଛି ତାହା ସହଜରେ ଅନୁମେୟ। ଏ ସମ୍ପର୍କରେ ତହସିଲଦାର ଦିଲୀପ ସେଠୀଙ୍କୁ ପଚାରିିବାରେ ବର୍ତ୍ତମାନ ଥିବା ଅଧିକାରୀ ଓ କର୍ମଚାରୀମାନେ ଜନସାଧାରଣଙ୍କୁ ସୁବିଧାରେ ସେବା ଯୋଗାଇ ଦେବାକୁ ଚେତାଇ ଦିଆଯାଇଛି। ଅନ୍ୟପକ୍ଷରେ ପୋଖରିଆପଡା ଗାଁର ଜଣେ ବ୍ୟକ୍ତି ଯଦି ସରକାରୀ ଜାଗାରେ ଘର କରିଥିବେ ତା’ହେଲେ ଆଇନ ଅନୁସାରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri