ମାଳ ମାଳ ଅଭିଯୋଗ, ଲୋକଙ୍କୁ ମିଳୁନି ନ୍ୟାୟ

ପଟ୍ଟାମୁଣ୍ଡାଇ,୮ା୮(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ତହସିଲକୁ ମାଳ ମାଳ ଅଭିଯୋଗ ଆସୁଛି, ହେଲେ ସମାଧାନ ହେଉନି। ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି ସ୍ଥାନୀୟ ଜନସାଧାରଣ। ଏମିତି କି ବରିଷ୍ଠ ନାଗରିକମାନଙ୍କ କଥା ବିଭାଗୀୟ ଅଧିକାରୀମାନେ ଶୁଣୁନାହାନ୍ତି। ନ୍ୟାୟ ପାଇଁ ତହସିଲକୁ ଦୌଡି ଦୌଡି ସେମାନେ ନୟାନ୍ତ ହେଉଛନ୍ତି ବୋଲି ଅଭିଯୋଗ ହୋଇଛି।
ଆଇନଜୀବୀ ପ୍ରମୋଦ ସାହୁ କହିଛନ୍ତି, ପଟ୍ଟାମୁଣ୍ଡାଇ ତହସିଲ କାର୍ଯ୍ୟାଳୟର କାର୍ଯ୍ୟକାରିତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ତହସିଲ ଚାଲିଛି ଆଜି ଆସ-କାଲି ଆସରେ। ଜନସାଧାରଣ ସୁବିଧାରେ ଜମିବାଡି ସଂକ୍ରାନ୍ତୀୟ କାଗଜପତ୍ର ଓ ବିଭିନ୍ନ କାର୍ଯ୍ୟ କରିବାର ଅତ୍ୟାବଶ୍ୟକ ସରକାରୀ କାର୍ଯ୍ୟାଳୟ ହେଉଛି ତହସିଲ। ଦୂର ଦୂରାନ୍ତରୁ ଲୋକମାନେ ବିଭିନ୍ନ ସାର୍ଟିଫିକେଟ ଆଉ ଜମିବାଡି ସଂକ୍ରାନ୍ତୀୟ କାର୍ଯ୍ୟ ପାଇଁ ଏଠାରେ ପହଞ୍ଚତ୍ଥାନ୍ତି। ଦୁର୍ଭାଗ୍ୟ ତଥା ପରିତାପର ବିଷୟ ଏଠାରେ କର୍ମଚାରୀମାନଙ୍କ ଅସହଯୋଗ, ଡାଟା ଏଣ୍ଟ୍ରି ଅପରେଟରଙ୍କ ମନମାନିକୁ ନେଇ ସାଧାରଣ ଲୋକଙ୍କୁ ବହୁ ଅସୁବିଧାରେ ସମ୍ମୁଖୀନ ହେବାକୁ ପଡୁଛି। ବାରମ୍ବାର ତହସିଲକୁ ଆସିବା ସତ୍ତ୍ୱେ ଠିକ୍‌ ଭାବେ ଜନସାଧାରଣଙ୍କ କାର୍ଯ୍ୟ କରାଯାଉନାହିଁ। କିଛିଦିନ ତଳେ ପୋଖରିଆପଡା ଗାଁର ଜଣେ ଯୁବକ ଗ୍ରାମର ଗୋଚର ଜମିକୁ ଜବରଦସ୍ତ ଅକ୍ତିଆର କରି ଘର କାର୍ଯ୍ୟ ଆରମ୍ଭ କରିଥିଲେ। ଏ ବବାଦରେ ପୋଖରିଆପଡା ଯୁବକମାନେ ତହସିଲଦାରଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ। ମାତ୍ର ତହସିଲଦାର ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ କିମ୍ବା ଘଟଣାସ୍ଥଳରେ ନ ପହଞ୍ଚତ୍ବାରୁ ଏହାର ସୁଯୋଗ ନେଇ ଉକ୍ତ ଜାଗାରେ ଘର କାର୍ଯ୍ୟ ଶେଷ ହେବାକୁ ବସିଲାଣି। କର୍ମୀ ପ୍ରତାପ ପାଢୀ କହିଛନ୍ତି, ପଟ୍ଟାମୁଣ୍ଡାଇ ତହସିଲ ଅଞ୍ଚଳର ବିଭିନ୍ନ ସ୍ଥାନରେ ସରକାରୀ ଗୋଚର, ଅନାବାଦୀ, ଜଙ୍ଗଲ ଓ ଶ୍ମଶାନ ଜମିକୁ କେତେଜଣ ମୁଷ୍ଟିମେୟ ଲୋକ ଜବରଦଖଲ କରିଚାଲିଛନ୍ତି। ଅନେକ ସ୍ଥାନରେ ମଧ୍ୟ ବେଆଇନ ଭାବେ ସ୍ଥାୟୀ ପକ୍କାଘର କରିବା ସହ ସରକାରୀ ଜମିକୁ ଚଞ୍ଚକତା କରି ନିଜ ନାମରେ ପଟ୍ଟା କରିନେବା ଆଦି ଘଟଣା ସାମ୍ନାକୁ ଆସିଛି। ଏହାର କାରଣ ଜାଣିବାକୁ ଚାହିଁଲେ ଆଗ ତହସିଲଦାର ଓ କର୍ମଚାରୀଙ୍କ ସମୟରେ କ’ଣ ହୋଇଥିଲା ଆମେ କହିପାରିବୁ ନାହିଁ ବୋଲି କୁହାଯାଉଛି। ଅପରପକ୍ଷେ ବର୍ତ୍ତମାନ ଥିବା ଅଧିକାରୀ ଓ କର୍ମଚାରୀମାନଙ୍କ ମଧ୍ୟରେ ଜନସାଧାରଣଙ୍କୁ ସୁବିଧାରେ ସେବା ଯୋଗାଇ ଦେବାର ମନୋବୃତ୍ତି ବା ଇଚ୍ଛାଶକ୍ତିର ଅଭାବ ଲୋକମାନଙ୍କୁ ଖର୍ଚ୍ଚାନ୍ତ କରାଇବା ସହ ବିଭିନ୍ନ ଅସୁବିଧାରେ ପକାଉଛନ୍ତି। ଏଠାକୁ ଆସି କାମ ହେଉ ନ ଥିବା ଲୋକମାନେ ଅଭିଯୋଗ କରୁଛନ୍ତି। ସାମାଜିକ କର୍ମୀ କ୍ଷୀରୋଦ ମଲିକ କହିଛନ୍ତି, ମଙ୍ଗଳବାର କିଛି ଲୋକ ଏ ସମ୍ପର୍କରେ ଅସନ୍ତୋଷ ପ୍ରକାଶ କରିବା ସହ ଅଭିଯୋଗ ଆଣିଛନ୍ତି। ତହସିଲ ଅଫିସ ଆସିଥିବା ଜଣେ ମହିଳା କହିଛନ୍ତି, ଜମିର ପଟ୍ଟା ଅଛି ଖଜଣା ଦିଆହେଉଛି କିନ୍ତୁ ରେସିଡେନ୍ସିଆଲ ସାର୍ଟିଫିକେଟ ପାଇଁ ଦୁଇ ଦୁଇ ଥର ଆସିଥିଲେ ମଧ୍ୟ ଡାଟାଏଣ୍ଟ୍ରିରେ ତ୍ରୁଟି ଲାଗି ପାଇପାରୁ ନାହାନ୍ତି। ଏହି କାରଣରୁ ନିରାଶ ହୋଇ ଫେରିବାକୁ ପଡୁଛି। ଲୋକମାନଙ୍କ ଏହି ସମସ୍ୟାର ସମାଧାନ ପାଇଁ କର୍ମଚାରୀମାନଙ୍କ ଆଗ୍ରହ ନାହିଁ କିମ୍ବା ପର୍ଯ୍ୟାପ୍ତ କର୍ମଚାରୀ ନାହାନ୍ତି ଏହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏଥିରୁ ତହସିଲ କାର୍ଯ୍ୟାଳୟ ଜନସାଧାରଣଙ୍କୁ କେମିତି ସେବା ଯୋଗାଇ ପାରୁଛି ତାହା ସହଜରେ ଅନୁମେୟ। ଏ ସମ୍ପର୍କରେ ତହସିଲଦାର ଦିଲୀପ ସେଠୀଙ୍କୁ ପଚାରିିବାରେ ବର୍ତ୍ତମାନ ଥିବା ଅଧିକାରୀ ଓ କର୍ମଚାରୀମାନେ ଜନସାଧାରଣଙ୍କୁ ସୁବିଧାରେ ସେବା ଯୋଗାଇ ଦେବାକୁ ଚେତାଇ ଦିଆଯାଇଛି। ଅନ୍ୟପକ୍ଷରେ ପୋଖରିଆପଡା ଗାଁର ଜଣେ ବ୍ୟକ୍ତି ଯଦି ସରକାରୀ ଜାଗାରେ ଘର କରିଥିବେ ତା’ହେଲେ ଆଇନ ଅନୁସାରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ୩ ବଡ଼ ଗୁଣ ଥିବା ସ୍ତ୍ରୀ ମିଳିଗଲେ ଘର ହୋଇଯାଏ ସ୍ବର୍ଗ, ଚାଣକ୍ୟ କୁହନ୍ତି…

ପ୍ରାଚୀନ ଭାରତର ଆଚାର୍ଯ୍ୟ ଚାଣକ୍ୟ କେବଳ ଜଣେ କୂଟନୀତିଜ୍ଞ ନ ଥିଲେ, ବରଂ ମାନବ ସମାଜ ଓ ସଂସାରର ନିୟମ ସମ୍ପର୍କରେ ଗଭୀର ଜ୍ଞାନ ରଖୁଥିଲେ। ତାଙ୍କ…

ଫାଇନାଲରେ ବର୍ଷା ଭୟ: ଭାରତ-ପାକିସ୍ତାନ ମ୍ୟାଚ ବାତିଲ ହେଲେ କାହାକୁ ମିଳିବ ସ୍ବର୍ଣ୍ଣ ପଦକ, ଜାଣନ୍ତୁ ନୂଆ ନିୟମ

ନୂଆଦିଲ୍ଲୀ, ୨।୧0୦: ଏସିଆନ ଗେମ୍ସ ୨୦୨୬ର ପୁରୁଷ କ୍ରିକେଟରେ ଯେଉଁ ମହାମୁକାବିଲାକୁ ଫ୍ୟାନ୍ସ ଅପେକ୍ଷା କରିଥିଲେ, ଶେଷରେ ସେହି ମ୍ୟାଚ ପାଇଁ ମଞ୍ଚ ପ୍ରସ୍ତୁତ। ଶନିବାର ସ୍ବର୍ଣ୍ଣ…

ଭାରତ-ପାକିସ୍ତାନ ମ୍ୟାଚ୍‌: ପୁଣି ଚର୍ଚ୍ଚାରେ ହ୍ୟାଣ୍ଡଶେକ ବିବାଦ

ନାଗୋୟା,୨ା୧୦: ଶନିବାର ଏସିଆନ ଗେମ୍ସ ପୁରୁଷ କ୍ରିକେଟ ପ୍ରତିଯୋଗିତାର ଫାଇନାଲରେ ଭାରତ ଓ ପାକିସ୍ତାନ ପରସ୍ପରକୁ ଭେଟିବେ। ଏହି ମ୍ୟାଚ୍‌ ପୂର୍ବରୁ ପୁଣି ଥରେ ହ୍ୟାଣ୍ଡଶେକ୍‌ ବିବାଦ…

ବିରାଟ-ରୋହିତଙ୍କୁ ପଛରେ ପକାଇଲେ ଗିଲ୍‌: ଜାଣନ୍ତୁ ODI ରନ୍‌ ତାଲିକାରେ କିଏ କେଉଁ ସ୍ଥାନରେ…

ନୂଆଦିଲ୍ଲୀ, ୨।୧୦: ୨୦୨୬ରେ ଦିନିକିଆ କ୍ରିକେଟରେ ଭାରତୀୟ ବ୍ୟାଟର୍ସଙ୍କ ଦବଦବା ଜାରି ରହିଛି। ଚଳିତ ବର୍ଷ ସର୍ବାଧିକ ODI ରନ କରିଥିବା ଟପ-୫ ବ୍ୟାଟର୍ସଙ୍କ ତାଲିକାରେ ଭାରତର…

ଶନିଙ୍କ ରାଶିରେ ରାହୁ ଗୋଚର, ୩ ରାଶିଙ୍କୁ ଲାଭ ହିଁ ଲାଭ; ହୁ ହୁ ହୋଇ ବଢିବ ଧନ!

ଜ୍ୟୋତିଷ ଶାସ୍ତ୍ରରେ, ରାହୁକୁ ଏକ ରହସ୍ୟମୟ ଏବଂ ଛାୟାମୟ ଗ୍ରହ ଭାବରେ ବିବେଚନା କରାଯାଏ । ଏହାଛଡା ରାହୁଙ୍କ ଗତି ପ୍ରାୟତଃ ହଠାତ୍ ପରିବର୍ତ୍ତନ, ମହତ୍ତ୍ୱାକାଂକ୍ଷା, ନୂତନ…

8th Pay Commission ପୂର୍ବରୁ ସରକାରଙ୍କ ବଡ଼ ଉପହାର! ୫% ବଢିଲା DA

ନୂଆଦିଲ୍‌ଲୀ,୨।୧୦: ଯଦି ଆପଣ ଜଣେ ସରକାରୀ କର୍ମଚାରୀ କିମ୍ୱା ପେନସନଭୋଗୀ (Pensioner), ତେବେ ଆପଣଙ୍କ ପାଇଁ ଏକ ବହୁତ ଖୁସି ଖବର ରହିଛି। ଗୋଟିଏ ପଟେ ସାରା…

ଆବର୍ଜନା ସଫା କଲେ ଉପବାଚସ୍ପତି, ସମସ୍ତଙ୍କୁ ପରାମର୍ଶ ଦେଇ କହିଲେ…

ବଡ଼ଗାଁ,୨ା୧୦(ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁଠାରେ ଶୁକ୍ରବାର ପୂର୍ବାହ୍ନରେ ଭାଜପା ପକ୍ଷରୁ ‘ସେବା ପକ୍ଷ’ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଧାନସଭା ଉପବାଚସ୍ପତି ଭବାନୀ ଶଙ୍କର ଭୋଇ,…

Video: କାପଟେନ ସ୍ମିତ୍‌ଙ୍କ ନୂଆ ଭିଡ଼ିଓ ଦେଖିଲେ ଛାତି ଥରି ଉଠିବ, ଏବେ କହିଲେ ‘ହନୁମାନ’ ମୋତେ ବଞ୍ଚାଇଦେଲେ

ନୂଆଦିଲ୍ଲୀ,୨।୧୦: ଫ୍ଲାଏ-ଦୁବାଇ (Flydubai) ବିମାନ ଘଟଣା ପରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ପାଇଲଟ କ୍ୟାପଟେନ ସ୍ମିତ୍‌ ମଚ୍ଛାରଙ୍କ ସହ ଫୋନରେ କଥା ହୋଇଥିଲେ। ଶୁକ୍ରବାର (ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?