୯୦ ପ୍ରତିଶତ ସଙ୍ଗଠନ ଦୁର୍ବଳ ହୋଇପଡିଛି:ଏସ୍‌.ପି.

ମାଲକାନଗିର,୮ା୮ (ଡି.ଏନ୍‌.ଏ.):ଦଶ ବର୍ଷରୁ ଉର୍ଦ୍ଧ୍ୱ ହେବ ମାଓବାଦୀମାନେ ଜୁଲାଇ ୨୮ ତାରିଖରୁ ଅଗଷ୍ଟ ୩ ପର୍ଯ୍ୟନ୍ତ ସେମାନଙ୍କ ଶହୀଦ ସପ୍ତାହ ପାଳନ କରୁଥିଲେ। ଏହି ଅବସରରେ ସେମାନେ ବିଭିନ୍ନ ସ୍ଥାନରେ ସ୍ତୁପ ନିର୍ମାଣ କରି ଶହୀଦ ହୋଇଥିବା ମାଓବାଦୀମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଥାନ୍ତି। ଏଥିସହ ନାଚଗୀତ କରି ଯୁବଗୋଷ୍ଠୀଙ୍କୁ ପ୍ରବତାଇ ମାଓବାଦୀ ସଙ୍ଗଠନରେ ସାମିଲ କରିବା, ବିଭିନ୍ନ ସ୍ଥାନରେ ଗଛ କାଟି ରାସ୍ତା ଅବରୋଧ କରିବା, ପୋଷ୍ଟର ବ୍ୟାନର ଲଗାଇବା, ଗାଡି ପୋଡିବା, ପୋଲିସ ଉପରେ ଆକ୍ରମଣ କରିବା, ଲ୍ୟାଣ୍ଡମାଇନ ବିସ୍ଫୋରଣ କରିବା ଭଳି ହିଂସା ଘଟାଇଥାନ୍ତି। ତେବେ ଗତ ତିନିବର୍ଷ ହେଲା କୋରାପୁଟ ଓ ମାଲକାନଗିରି ଜିଲାରେ ବିଏସ୍‌ଏଫ୍‌ ଯବାନଙ୍କ କ୍ୟାମ୍ପ ପ୍ରତିଷ୍ଠା ସେମାନଙ୍କ କାର୍ଯ୍ୟରେ ରୋକୋ ଲଗାଇଛି। ସେବେଠାରୁ ମାଓବାଦୀଙ୍କ ପ୍ରଭାବ କମିବାରେ ଲାଗିଛି। ଗତବର୍ଷ ସେମାନେ ଶହୀଦ ସପ୍ତାହରେ ସେପରି କୌଣସି ହିଂସାକାଣ୍ଡ ଘଟାଇ ନ ଥିଲେ ମଧ୍ୟ ବିଭିନ୍ନ ସ୍ଥାନରେ ପୋଷ୍ଟର ବ୍ୟାନର ଲଗାଇବା, ରାସ୍ତା ଅବରୋଧ କରିବା ଭଳି କାର୍ଯ୍ୟ କରିଥିଲେ। ତେବେ ଚଳିତବର୍ଷ କୋରାପୁଟ ଓ ମାଲକାନଗିରି ଜିଲାର କୌଣସି ସ୍ଥାନରେ ମାଓବାଦୀ ପୋଷ୍ଟର, ବ୍ୟାନର ଲଗାଯାଇନାହିଁ କି ଅସ୍ଥାୟୀ ସ୍ତୁପ ମଧ୍ୟ ନିର୍ମାଣ ହୋଇନାହିଁ। କୌଣସି ସ୍ଥାନରେ ଗଛ କାଟି ରାସ୍ତା ଅବରୋଧ ମଧ୍ୟ କରାଯାଇ ନ ଥିବା ଜଣାପଡିଛି। ଅନ୍ୟପକ୍ଷରେ ଗତବର୍ଷ ଶହୀଦ ସପ୍ତାହଠାରୁ ଚଳିତବର୍ଷ ଶହୀଦ ସପ୍ତାହ ମଧ୍ୟରେ ୩ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଛି। ସେମାନେ ହେଲେ ଆନ୍ଧ୍ର ଓଡ଼ିଶା-ବର୍ଡର ଜୋନାଲ କମିଟିର ଆକ୍କିରାଜୁ ହରଗୋପାଲ, ଦେବା ମାଢି ଓ ମୁକା ସୋଡି। ଗତ ୧୪ା୧୦ା୨୦୨୧ରେ ଦେବାଙ୍କ ପୋଲିସ ଗୁଳିରେ ମୃତ୍ୟୁ ଘଟିଥିବା ବେଳେ ବୈପାରିଗୁଡା ଓରିଆ କମିଟି ସମ୍ପାଦକ ଦେବାଙ୍କ ୧୬ା୬ା୨୦୨୧ରେ ଆନ୍ଧ୍ରପ୍ରଦେଶ ବିଶାଖାପାଟଣା ଜିଲାର ତେଗଲମେଟା ଗ୍ରାମରେ ଏନକାଣ୍ଟଟରରେ ମୃତ୍ୟୁ ଘଟିଥିଲା। ସେହିପରି ଗୁମ୍ମା ଏରିଆ କମିଟିର ଏନ୍‌ସିଏମ୍‌ ମୁକାଙ୍କ ୧୨ା୧୦ା୨୦୨୧ରେ ମାଲକାନଗିରି ଜିଲା ତୁଳସୀ ଜଙ୍ଗଲରେ ହୋଇଥିବା ଏନକାଣ୍ଟରରେ ମୃତ୍ୟୁ ହୋଇଥିଲା। ଏମାନଙ୍କ ପାଇଁ ମଧ୍ୟ ଶହୀଦ ସପ୍ତାହରେ କୌଣସି ସ୍ତୁପ ନିର୍ମାଣ ହୋଇନାହିଁ ବୋଲି ଓଡିଶା ପୋଲିସ ପ୍ରଶାସନ ପକ୍ଷରୁ କୁହାଯାଇଛି। ଏଥିରୁ ସଷ୍ଟ ଯେ, କୋରାପୁଟ ଓ ମାଲକାନଗିରି ଜିଲାରେ ମାଓବାଦୀଙ୍କ କାର୍ଯ୍ୟକଳାପ ୯୦ପ୍ରତିଶତ କମିଯାଇଛି ବୋଲି ମାଲକାନଗିରି ଏସ୍‌ପି ନିତେଶ ଓ୍ବାଧଓ୍ବାନୀ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ପ୍ରକାଶ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଏଲପିଜି ସିଲିଣ୍ଡରରେ ଭୋଟର ସଚେତନତା ବାର୍ତ୍ତା

କଟକ,୨୬ା୪ (କାର୍ତ୍ତିକ ସାହୁ) ଆଗାମୀ ସାଧାରଣ ନିର୍ବାଚନରେ ଭୋଟଦାନକୁ ଶତ ପ୍ରତିଶତ କରାଇବାର ଲକ୍ଷ୍ୟ ରଖିଛି କଟକ ଜିଲା ପ୍ରଶାସନ। ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ନିରଞ୍ଜନ

ବନ୍ତ,୨୬।୪(ହରିନାରାୟଣ ମହାନ୍ତି): ବନ୍ତ ବଜାରଠାରେ ଶୁକ୍ରବାର ବ୍ଲକ କଂଗ୍ରେସ ପକ୍ଷରୁ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଆଗାମୀ...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri