୨ ବର୍ଷରେ ୬୫୦ ପିଲାଙ୍କ ପୋଷାକ କାଢ଼ି ତଲାସୀ ନେଇଛି ଲଣ୍ଡନ ପୋଲିସ…

ଲଣ୍ଡନ, ୮।୮ : ଦେଶରେ ନିଶା କାରବାର ରୋକିବା ଲାଗି ଲଣ୍ଡନ ପୋଲିସ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଗତ ୨ ବର୍ଷରେ ୬୦୦ରୁ ଅଧିକ ପିଲାଙ୍କ ପୋଷାକ କାଢ଼ି ଯାଞ୍ଚ୍‌ କରିଛି। ବିଭିନ୍ନ ସାମାଜିକ ସଂଗଠନ ପୋଲିସର ଏଭଳି କାର୍ଯ୍ୟକୁ ବିରୋଧ କରିଛନ୍ତି। ଯାଞ୍ଚ୍‌ କରାଯାଇଥିବା ପିଲାଙ୍କ ମଧ୍ୟରୁ ଅଧିକାଂଶ କୃଷ୍ଣାଙ୍ଗ ଥିଲେ ବୋଲି କୁହାଯାଉଛି। ଇଂଲଣ୍ଡର ଶିଶୁ କମିଶନର ରାହେଲ ଡି ସୁଜା କହିଛନ୍ତି ଯେ ମହାନଗର ନିଗମ ପୋଲିସରୁ ମିଳିଥିବା ଆକଳନ ତାଙ୍କୁ ସ୍ତବ୍ଧ କରିଛି। ମାର୍ଚ୍ଚରେ ବ୍ରିଟେନର ସର୍ବବୃହତ ପୋଲିସ ଫୋର୍ସ ପିଲାମାନଙ୍କ ସହ ଜଡିତ ମାମଲା ପରିଚାଳନା ପାଇଁ କ୍ଷମା ମାଗିବାକୁ ବାଧ୍ୟ ହୋଇଥିଲେ। ଅନିୟମିତତା ଅଭିଯୋଗ ପରେ ଚାରି ଜଣ ପୋଲିସ କର୍ମଚାରୀଙ୍କ ବିରୋଧରେ ତଦନ୍ତ ଆରମ୍ଭ ହୋଇଥିଲା।

ଏକ ଖବର ଅନୁଯାୟୀ, ଯେତେବେଳେ ଇଂଲଣ୍ଡର ଶିଶୁ କମିଶନର ରାହେଲ ଲଣ୍ଡନ ପୋଲିସକୁ ଏହା ସହ ଜଡିତ ତଥ୍ୟ ପ୍ରଦାନ କରିବାକୁ ଅନୁରୋଧ କରିଥିଲେ ସେତେବେଳେ ଏହି ଆକଳନ ସାମ୍ନାକୁ ଆସିଥିଲା। ଗୋଟିଏ ଘଟଣାରେ, ଜଣେ ୧୫ ବର୍ଷ ବୟସ୍କା କୃଷ୍ଣାଙ୍ଗ ଛାତ୍ରୀଙ୍କର ଯାଞ୍ଚ୍‌ ୨୦୨୦ ରେ ମହିଳା ଅଧିକାରୀମାନେ କରିଥିଲେ। ସେତେବେଳେ ଛାତ୍ରୀ ଜଣଙ୍କର ଋତୁସ୍ରାବ ହୋଇଥିଲା। ସେ ମନା କରିବ ସତ୍ତ୍ୱେ ଜେର ଜବରଦସ୍ତ ତାଙ୍କ ରପୋଷାକ କଢ଼ା ଯାଇଥିଲା। ନାବାଳିକା ଜଣକ ଗଞ୍ଜେଇ ନେଇଥିବାର ପୋଲିସ ସନ୍ଦେହ କରିଥିଲା। କୌଣସି ଉପଯୁକ୍ତ ବୟସ୍କଙ୍କ ଉପସ୍ଥିତି ବିନା ପୋଲିସ ତାଙ୍କର ତଲାସୀ ନେଇଥିଲା।

ରାହେଲ କହିଛନ୍ତି ଯେ ୨୩ ପ୍ରତିଶତ ସଲାମୀରେ କୌଣସି ବୟସ୍କ ବ୍ୟକ୍ତି ଉପସ୍ଥିତ ନ ଥିଲେ। ୨୦୧୮ରୁ ୨୦୨୦ ମଧ୍ୟରେ ପୋଲିସ କର୍ମଚାରୀମାନେ ୧୦ରୁ ୧୭ ବର୍ଷ ବୟସ୍କ ମୋଟ ୬୫୦ ପିଲାଙ୍କର ଷ୍ଟ୍ରିପ-ସର୍ଚ୍ଚ କରିଥିଲେ। ଏଥିମଧ୍ୟରୁ ୯୫ ପ୍ରତିଶତରୁ ଅଧିକ ବାଳକ ଏବଂ ୫୮ ପ୍ରତିଶତ କୃଷ୍ଣାଙ୍ଗ ଥିଲେ। ସେ କହିଛନ୍ତି ଯେ ଏହି ସଂଖ୍ୟା ବର୍ଷକୁ ବର୍ଷ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ସେ କହିଛନ୍ତି ଯେ ପ୍ରତିବର୍ଷ ବହୁ ସଂଖ୍ୟକ ପିଲା ଏଭଳି ଅସଦାଚରଣର ଶିକାର ହେଉଛନ୍ତି।

ଲଣ୍ଡନ ପୋଲିସ ସ୍ବୀକାର କରିଛି ଯେ କିଛି ପିଲା ନିଜେ ଗ୍ୟାଙ୍ଗଷ୍ଟର ତଥା ଡ୍ରଗ ଅପରାଧୀଙ୍କ ଦ୍ୱାରା ଶୋଷଣର ଶିକାର ହେଉଛନ୍ତି। ଲଣ୍ଡନ ମେୟର ସାଦିକ ଖାନ ମଧ୍ୟ ପିଲାମାନଙ୍କ ସହିତ ଏଭଳି ବ୍ୟବହାର ପାଇଁ ପୋଲିସକୁ ସମାଲୋଚନା କରିଥିଲେ। ଖାନଙ୍କ ମୁଖପାତ୍ର କହିଛନ୍ତି ଯେ ବୟସ୍କଙ୍କ ଉପସ୍ଥିତି ବିନା ପିଲାମାନଙ୍କୁ ଏହି ଉପାୟରେ ତଲାସୀ କରାଯିବା ଚିନ୍ତାଜନକ ।


Enter your email to get our daily news in your inbox.

All Right Reserved By Dharitri.Com

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?