Posted inଜାତୀୟ

ମନରେଗା ନେଇ ରାଜ୍ୟକୁ ଚେତାବନୀ ଦେଲେ ଗିରିରାଜ ସିଂ…

ନୂଆଦିଲ୍ଲୀ,୮।୮ : ମନରେଗା ନେଇ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଗିରିରାଜ ସିଂ ଦେଶର ରାଜ୍ୟକୁ ଚେତାବନୀ ଦେଇଛନ୍ତି। ରାଜ୍ୟମାନଙ୍କୁ ଏକ ଚିଠି ଲେଖି ସେ କହିଛନ୍ତି ଯେ ମନରେଗା କାର୍ଯ୍ୟକାରୀ କରିବାରେ ସ୍ବଚ୍ଛତା ଏବଂ ଉତ୍ତରଦାୟିତ୍ୱ ନିଶ୍ଚିତ କରାଯିବା ଉଚିତ, ନଚେତ୍‌ ଏନେଇ ରାଜ୍ୟ ସରକାର ଦାୟୀ ରହିବେ।

କଂଗ୍ରେସ ସରକାର ସମୟରେ ମନରେଗାରେ ବହୁ ଦୁର୍ନୀତି ହୋଇଥିବାବେଳେ ପ୍ରଧାନନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରରେ ମନରେଗାର ବଜେଟ ବୃଦ୍ଧି ସହିତ ସ୍ବଚ୍ଛତା ବଢ଼ିଛି।
ମନରେଗା ଅଧୀନରେ ଦିଆଯାଉଥିବା ପାଣ୍ଠିର ବ୍ୟବହାର ତଥା ଏହି ସମ୍ପୂର୍ଣ୍ଣ ଯୋଜନା କାର୍ଯ୍ୟକାରୀ କରିବା ଯେପରି ଠିକ ଭାବେ ହେବ ସେ ନେଇ ସେ ଗୁରୁତ୍ୱାରୋପ କରିଛନ୍ତି।

ଇକୋନୋମିକ ଟାଇମ୍ସ ସହିତ ଏକ ବାର୍ତ୍ତାଳାପରେ ସେ କହିଛନ୍ତି ଯେ ଏହା ରାଜ୍ୟମାନଙ୍କ ପାଇଁ ଶେଷ ଚେତାବନୀ । ଯଦି ସେମାନେ ତଥାପି ପ୍ରକ୍ରିୟା ଅନୁସରଣ କରୁନାହାଁନ୍ତି, ତେବେ ଅକ୍ଟୋବରରେ ଆମେ ସେମାନଙ୍କର ଶ୍ରମ ବଜେଟ ସହିତ ମନରେଗା ବଜେଟ ସଂଯୋଗ କରିବାକୁ ବାଧ୍ୟ ହେବୁ ।

ରିପୋର୍ଟ ଅନୁଯାୟୀ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ସମସ୍ତ ରାଜ୍ୟକୁ ଚିଠି ଲେଖି ମନରେଗାର କାର୍ଯ୍ୟାନ୍ବୟନରେ ସ୍ବଚ୍ଛତା ଏବଂ ଉତ୍ତରଦାୟିତ୍ୱ ସୁନିଶ୍ଚିତ କରିବାକୁ ଏବଂ ପ୍ରକ୍ରିୟା ଅନୁସରଣ କରିବାକୁ ଅନୁରୋଧ କରିଛି। କାର୍ଯ୍ୟର ସାମାଜିକ ଅଡିଟ ପାଇଁ ମନରେଗାରେ କୌଣସି ତୃତୀୟ ପକ୍ଷ କିମ୍ବା ସାମାଜିକ ଅଡିଟ ୟୁନିଟ ର ସ୍ବାଧୀନ ନିର୍ଦ୍ଦେଶକ ଦ୍ୱାରା କରାଯିବାକୁ ଏକ ବ୍ୟବସ୍ଥା ଅଛି। ଜଣେ ସ୍ବାଧୀନ ନିର୍ଦ୍ଦେଶକ ନିଯୁକ୍ତ କରିବାକୁ ଏବଂ ସମସ୍ତ ଗ୍ରାମ ପଞ୍ଚାୟତ ପାଇଁ ସାମାଜିକ ଅଡିଟ କରିବାକୁ ମନ୍ତ୍ରଣାଳୟ ରାଜ୍ୟମାନଙ୍କୁ ଅନୁରୋଧ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ପ୍ରକଳ୍ପରେ ସିନ୍ଧୁ ଜଳ ଚୁକ୍ତି ପାଳନ କରାଯାଉଛି, ପାକିସ୍ତାନକୁ ଭାରତର ଉତ୍ତର…

ନୂଆଦିଲ୍ଲୀ, ୧।୬ : ସ୍ଥାୟୀ ସିନ୍ଧୁ ଆୟୋଗର ଦୁଇ ଦିନିଆ ବୈଠକର ଶେଷ ଦିନରେ ଭାରତ ସ୍ପଷ୍ଟ ଭାବରେ ପାକିସ୍ତାନକୁ କହିଛି ଯେ ଏହାର ପ୍ରକଳ୍ପରେ...

ଆଇନଜୀବୀ ନିର୍ଭୟ ହୋଇ କାମ କରିବା ଆବଶ୍ୟକ…

ବେଙ୍ଗାଲୁରୁ,୧୫।୧୧: ଲୋକଙ୍କୁ ନ୍ୟାୟିକ ସହାୟତା ପ୍ରଦାନ କ୍ଷେତ୍ରରେ ଆଇନଜୀବୀ ନିର୍ଭୟ ହୋଇ କାମ କରିବା ଆବଶ୍ୟକ। ଜଣେ କଷ୍ଟମ ଅଧିକାରୀଙ୍କ ପକ୍ଷରୁ ଆଇନଜୀବୀଙ୍କ ବିରୋଧରେ ଦାଖଲ...

ଜାନୁୟାରୀ ୩ରୁ ଦେଶରେ ପିଲାଙ୍କୁ ଟିକା

ନୂଆଦିଲ୍ଲୀ,୨୫।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ରାତିରେ ଦେଶବାସୀଙ୍କୁ ଉଦ୍‌ବୋଧନ ଦେଇ ବଡ଼ ଘୋଷଣା କରିଛନ୍ତି। ଜାନୁୟାରୀ ୩ ତାରିଖରୁ ଦେଶରେ ୧୫ରୁ ୧୮ ବର୍ଷ...

ଚନ୍ଦ୍ରାୟନ-୨: ସହଜ ନୁହେଁ ଯାତ୍ରା; ରହିଛି ୭ ସମସ୍ୟା

ନୂଆଦିଲ୍ଲୀ, ୪।୬: ଆଗାମୀ ଦିନରେ ଇସ୍ରୋ ପକ୍ଷରୁ ଚନ୍ଦ୍ରାୟନ-୨ ମହାକାଶକୁ ଉତ୍‌କ୍ଷେପଣ କରାଯିବାର ଯୋଜନା ରହିଛି। ତେବେ ଏହାର ସଫଳତା ବାଟରେ ୭ ସମସ୍ୟା ରହିଥିବା...

୨୪ ଘଣ୍ଟାରେ ୭୯୬ ନୂଆ କରୋନା ରୋଗୀ, ୩୫ ମୃତ

ନୂଆଦିଲ୍ଲୀ,୧୩।୪: ଭାରତରେ କରୋନା ଭାଇରସ୍‌ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ କରୋନା ଭାଇରସ୍‌ର ୭୯୬ ନୂଆ ମାମଲା ସାମ୍ନାକୁ...

୨୦୨୪ ନିର୍ବାଚନ ପାଇଁ ଭାଜପାର ନୂଆ ଭୋଟ ବ୍ୟାଙ୍କ…

ନୂଆଦିଲ୍ଲୀ, ୧୨।୩ : ଦେଶର ପାଞ୍ଚଟି ରାଜ୍ୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଭାଜପା ପୁଣି ୪ ଟି ରାଜ୍ୟରେ କ୍ଷମତାକୁ ଫେରିଛି। ଚଳିତ ନିର୍ବାଚନରେ ମୁଦ୍ରାସ୍ଫୀତି,...

ମୁକ୍ତ ଓ ସ୍ଥିର ଇଣ୍ଡୋ-ପାସିଫିକ୍‌କୁ ଗୁରୁତ୍ୱ

ହିରୋଶିମା,୨୧ା୫: ଜାପାନର ହିରୋଶିମାରେ ଶନିବାର କ୍ୱାଡ୍‌ ରାଷ୍ଟ୍ରଗୋଷ୍ଠୀର ନେତାମାନଙ୍କ ବୈଠକରେ ଚାଇନାକୁ ଦୃଢ଼ ବିରୋଧ କରାଯାଇଛି। ସେମାନେ ଚାଇନାର ନାଁ ନେଇ ନ ଥିଲେ ମଧ୍ୟ...

ଅନନ୍ତନାଗ ଏନ୍‌କାଉଣ୍ଟର: ଆଖି ବୁଜିଲେ ଆଉଜଣେ ଆହତ ଯବାନ

ନୂଆଦିଲ୍ଲୀ,୧୫ା୯: ଜମ୍ମୁ-କଶ୍ମୀରର ଅନନ୍ତନାଗ ଜିଲାରେ ବୁଧବାର ସୁରକ୍ଷା ବଳ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ଜଣେ ସେନା କଲୋନେଲ, ଜଣେ ମେଜର ଏବଂ...

Advertisement
Archives

Model This Week