Home

ଅନିଲ ଅମ୍ବାନୀଙ୍କୁ ମିଳିଲା ଆଶ୍ୱସ୍ତି

ମୁମ୍ବାଇ,୨୬।୯: ୪୨୦ କୋଟି ଟଙ୍କା ଟିକସ ଛାଡ ମାମଲାରେ ବ୍ୟବସାୟୀ ଅନିଲ ଅମ୍ବାନୀଙ୍କୁ ବମ୍ବେ ହାଇକୋର୍ଟ ଏକ ବଡ଼ ଆଶ୍ୱସ୍ତି ଦେଇଛନ୍ତି। ନଭେମ୍ବର ୧୭ ପର୍ଯ୍ୟନ୍ତ ଅନିଲ ଅମ୍ବାନୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ ଆୟକର ବିଭାଗକୁ ନିର୍ଦ୍ଦେଶ…

ଗାନ୍ଧୀ ପରିବାର ସମର୍ଥନ ମୋ ସହ ଅଛି: ଶଶୀ ଥରୁର

ନୂଆଦିଲ୍ଲୀ,୨୬।୯: ରାଜସ୍ଥାନ କଂଗ୍ରେସରେ ସୃଷ୍ଟି ହୋଇଥିବା ସଙ୍କଟ ଚାଲିଥିବାବେଳେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନକୁ ନେଇ ଲୋକ ସଭା ସଦସ୍ୟ ଶଶୀ ଥରୁରଙ୍କ ଆତ୍ମବିଶ୍ୱାସ ବୃଦ୍ଧି ପାଇଛି। ଅଧ୍ୟକ୍ଷ ନିର୍ବାଚନ ପାଇଁ ଗାନ୍ଧୀ ପରିବାରର ସମର୍ଥନ ରହିଛି ବୋଲି ଥରୁର ଦାବି କରିଛନ୍ତି।…

ଭୂସ୍ଖଳନରେ ୪ ଶିଶୁଙ୍କ ସମେତ ୫ ଜୀବନ ଗଲା

ଶିମଲା,୨୬।୯: ହିମାଚଳ ପ୍ରଦେଶର ସିରମୌର ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଏରାସ୍ତ ପଞ୍ଚାୟତର ରାକ୍ସୋଡି ଗ୍ରାମରେ ଭୂସ୍ଖଳନ ଯୋଗୁ ଏକ ଘର ଭୁଶୁଡ଼ି ପଡ଼ିଥିଲା। ଫଳରେ ୪ ଜଣ ଶିଶୁଙ୍କ ସମେତ ୫ ଜଣଙ୍କର ମୃତ୍ୟୁ ଘଟିଛି। ପରିବାରର ସମସ୍ତ…

ଅଭିଯୋଗ ସତ୍ତ୍ୱେ ଜବରଦଖଲ ଉଚ୍ଛେଦ ହେଉନି

ଲୋଇସିଂହା,୨୬।୯(ଡି.ଏନ.ଏ): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ରୁଗୁଡିଖାଲରେ ସରକାରୀ ଜମି ଜବରଦଖଲ ବଢିବାରେ ଲାଗିଛି। ଜବରଦଖଲ ଉଚ୍ଛେଦ ଲାଗି ବୁଢୀପଦର ଗ୍ରାମବାସୀ ରାଜସ୍ବ ବିଭାଗ ଓ ଜିଲା ପ୍ରଶାସନକୁ ଲିଖିତ ଜଣାଇଥିଲେ ମଧ୍ୟ ଜବରଦଖଲକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। ଏହାର ପ୍ରତିବାଦରେ…

ସ୍କୁଲରେ ଗୁଳିବର୍ଷା: ଚାଳିଗଲା ୬ ଜୀବନ, ୨୦ ଆହତ

ମସ୍କୋ,୨୬।୯: ରୁଷିଆର ଇଜେଭସ୍କର ଏକ ବିଦ୍ୟାଳୟରେ ଗୁଳିମାଡ ଘଟିଛି। ଏଥିରେ ୬ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨୦ ଜଣ ଆହତ ହୋଇଛନ୍ତି। ଇଜେଭସ୍କର ୮୮ ନମ୍ବର ସ୍କୁଲରେ ଏହି ଗୁଳିକାଣ୍ଡ ଘଟିଛି। ଆକ୍ରମଣକାରୀ କାହିଁକି ଗୁଳି ଚଳାଇଲେ ତାହା ଏପର୍ଯ୍ୟନ୍ତ ଜଣା…

ଧାନ ଫସଲରେ ରୋଗ, ଚିନ୍ତାରେ ଚାଷୀ

ଲୋଇସିଂହା,୨୬।୯(ଡି.ଏନ.ଏ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକରେ ଖରିଫ ଧାନଚାଷରେ ରୋଗପୋକ ପ୍ରାଦୁର୍ଭାବ ଦେଖାଦେଇଛି। ଏଭଳି ସମୟରେ ଗ୍ରାମ୍ୟ କୃଷି କର୍ମଚାରୀମାନେ କ୍ଷେତ୍ର ପରିଦର୍ଶନ କରୁ ନ ଥିବା ଅଭିଯୋଗ ହୋଇଛି। ଫଳରେ ଚାଷୀମାନେ ରୋଗ ଚିହ୍ନଟ କରି ନ ପାରି ସମସ୍ୟାରେ…

ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ହେଲା ଝୁଲାପୋଲ

ରାୟଗଡ଼ା ଅଫିସ,୨୬ା୯: ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରହିଛି ରାୟଗଡ଼ାର ନାଗାବଳୀ ନଦୀରେ ନିର୍ମିତ ଝୁଲାପୋଲ। ସ୍ଥାନୀୟ ତଥା ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ରବିବାର ତହସିଲଦାର ସୁନୀଲ ଖରା ଏବଂ ପୋଲିସ ଅନ୍ୟମାନଙ୍କ ଉପସ୍ଥିତିରେ ଏହାକୁ ବନ୍ଦ…

ସୂର୍ଯ୍ୟକୁମାର ବଡ଼ ରେକର୍ଡ

ହାଇଦ୍ରାବାଦ,୨୬।୯: ଭାରତୀୟ ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବ ଚଳିତ ବର୍ଷ ଟି-୨୦ କ୍ରିକେଟରେ ସର୍ବାଧିକ ରନ ସ୍କୋର କରିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଶେଷ ତଥା ନିର୍ଣ୍ଣାୟକ ମ୍ୟାଚରେ ୬୯ ରନ୍‌ର ଇନିଂସ ତାଙ୍କୁ ଏହି ସ୍ଥାନକୁ…

୧୮ତମ ପ୍ରତିଷ୍ଠା ଦିବସ ପାଳନ କଲେ ମାଓବାଦୀ, ନାଚଗୀତରେ ଝୁମିଲେ

ମାଲକାନଗିରି,୨୬ା୯(ଡି.ଏନ୍‌.ଏ.): ମାଲକାନଗିରି ସୀମାନ୍ତ ବିଜାପୁର ଜିଲାରେ ଏକଜୁଟ୍‌ ହୋଇ ୧୮ତମ ପ୍ରତିଷ୍ଠା ଦିବସ ପାଳନ କରିଛନ୍ତି ମାଓବାଦୀ। ପ୍ରତିବର୍ଷ ସେପ୍ଟେମ୍ବର ୨୧ରୁ ୨୭ ପର୍ଯ୍ୟନ୍ତ ମାଓବାଦୀମାନେ ଏହି ଦିବସ ପାଳନ କରିଥାନ୍ତି। ଏହି ପ୍ରତିଷ୍ଠା ଦିବସରେ ଶହ ଶହ ମାଓବାଦୀଙ୍କ ସହିତ…

ମର୍ମନ୍ତୁଦ ଦୁର୍ଘଟଣା: ଚାଲିଗଲା ୧୦ ଜୀବନ

ଲକ୍ଷ୍ନୌ,୨୬।୯: ଲକ୍ଷ୍ନୌର ଇଟାଉଞ୍ଜାଠାରେ ଏକ ଅଭାବନୀୟ ଘଟଣା ଘଟିଛି। ଦ୍ରୁତ ଗତିରେ ଆସୁଥିବା ଟ୍ରକ୍‌ ଏକ ଟ୍ରାକ୍ଟରକୁ ଟକ୍କର ଦେଇଛି। ଫଳରେ ଏକ ପୋଖରୀରେ ଟ୍ରାକ୍ଟର-ଟ୍ରଲି ଖସି ପଡିଛି। ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ସ୍ଥାନୀୟ ଲୋକଙ୍କ ସହାୟତାରେ…

ଛତୁ ଚାଷ କରି ସ୍ବାବଲମ୍ବୀ ହୋଇଛନ୍ତି ପରମେଶ୍ବର

ଭବାନୀପାଟଣା,୨୬।୯(ସ୍ବ.ପ୍ର.): ବିଏସସି ପାସ କରିବା ପରେ ନିଜ ଅଞ୍ଚଳରେ ଚାକିରିଟିଏ କରିବା ପାଇଁ ବହୁତ ଚେଷ୍ଟା କରିଥିଲେ। ହେଲେ ଚାକିରିଟିଏ ନ ମିଳିବାର ନିରାଶ ହୋଇ ପେଟପାଟଣା ପାଇଁ ଗୁଜରାଟ ଚାଲିଯାଇଥିଲେ। ସେଠାରେ ୧୫ବର୍ଷ ସେଠାକାର ଏକ ଘରୋଇ ଇଂଲିଶ ମିଡିୟମ…

୨ ମାସ ହେଲା ଭତ୍ତା ପାଇ ନାହାନ୍ତି ବୃଦ୍ଧାବୃଦ୍ଧ, ଭିନ୍ନକ୍ଷମ

ସିନାପାଲି,୨୬।୯(ଡି.ଏନ.ଏ.): ନୂଆପଡା ଜିଲା ସିନାପାଲି ବ୍ଲକର ବିଭିନ୍ନ ପଞ୍ଚାୟତରେ କିଛି ମାସ ହେବ ବ୍ୟାଙ୍କ ଜମାଖାତା ଜରିଆରେ ବୃଦ୍ଧାବୃଦ୍ଧ ଓ ଭିନ୍ନକ୍ଷମମାନଙ୍କୁ ଭତ୍ତା ପ୍ରଦାନ କରାଯାଉଛି। ଫଳରେ ଏହି ଅଞ୍ଚଳର ୮୦ ବର୍ଷରୁ ଊର୍ଦ୍ଧ୍ୱ ବୃଦ୍ଧାବୃଦ୍ଧ ଓ ଭିନ୍ନକ୍ଷମମାନେ ଭତ୍ତା ପାଇବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?