Home

ବାତିଲ ହୋଇପାରେ ଟୁଇଟର ଡିଲ୍‌!

ଓ୍ବାଶିଂଟନ୍‌, ୬ା୬: ଜାଲ୍‌ ଟୁଇଟର ଆକାଉଣ୍ଟ ଏବଂ ସ୍ପାମ୍‌ ଉପରେ ଡାଟା ନ ମିଳିଲେ ଏହି ସୋସିଆଲ ମିଡିଆ ପ୍ଲାଟଫର୍ମ ପାଇଁ ହୋଇଥିବା ୪୪ ବିଲିୟନ ଡଲାର ଡିଲ୍‌କୁ ବାତିଲ କରିଦେବେ ବୋଲି ଟେସ୍‌ଲା ମାଲିକ ଏଲନ୍‌ ମସ୍କ କହିଛନ୍ତି। ସୋମବାର…

ସବୁ ଜିଲାରେ ସ୍ଥାପନ ହେବ ବୃଦ୍ଧାଶ୍ରମ

ନୂଆଦିଲ୍ଲୀ,୬।୬: ଦେଶର ପ୍ରତି ଜିଲାରେ ବୃଦ୍ଧାଶ୍ରମ ସ୍ଥାପନ କରିବା ଲାଗି କେନ୍ଦ୍ର ସରକାର ଯୋଜନା କରୁଛନ୍ତି। ସ୍ଥାନୀୟ ଏନ୍‌ଜିଓଗୁଡ଼ିକୁ ସାଙ୍ଗରେ ନେଇ ଜରା ନିବାସ ନିର୍ମାଣ ନିମନ୍ତେ ୨୫୦ଟି ଜିଲା ଚିହ୍ନଟ ହୋଇଥିବା ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟ ପକ୍ଷରୁ…

ଜେଲ୍‌ ଭାଙ୍ଗି ଫେରାର ହେବାକୁ ଉଦ୍ୟମ କରୁଛନ୍ତି ଆତଙ୍କବାଦୀ: ଆଲର୍ଟ ଜାରି କଲା ଗୁଇନ୍ଦା ବିଭାଗ

ଚଣ୍ଡିଗଡ଼,୬।୬: ଗତ ମାସରେ ପଞ୍ଜାବର ଗୋଇନ୍ଦା ବିଭାଗର କାର୍ଯ୍ୟାଳୟରେ ଆକ୍ରମଣ ପରେ ପଞ୍ଜାବ ଜେଲ୍‌ରେ ଏବେ ଆତଙ୍କବାଦୀ ଆକ୍ରମଣର ଭୟ ରହିଛି। ଏସମ୍ପର୍କରେ ପଞ୍ଜାବ ପୋଲିସକୁ ଗୋଇନ୍ଦା ଏଜେନ୍ସିମାନେ ସତର୍କ କରାଇଛନ୍ତି। ଏଜେନ୍ସି ପକ୍ଷରୁ କରାଯାଇଥିବା ଆଲର୍ଟରେ କୁହାଯାଇଛି ଯେ, ରାଜ୍ୟର…

ମମତାଙ୍କ କ୍ୟାବିନେଟରେ ଲାଗିଲା ମୋହର: ବିଶ୍ୱବିଦ୍ୟାଳୟର କୁଳାଧିପତି ହେବେ ମୁଖ୍ୟମନ୍ତ୍ରୀ

କୋଲକାତା,୬।୬: ପଶ୍ଚିମବଙ୍ଗରେ ସୋମବାର ଏକ ବଡ଼ ପରିବର୍ତ୍ତନ ହୋଇଛି। ଯାହାକୁ ମମତାଙ୍କ କ୍ୟାବିନେଟ ମଧ୍ୟ ମୋହର ଲଗାଇଥିବା ଜଣାପଡ଼ିଛି। ରାଜ୍ୟପାଳ ଜଗଦୀପ ଧନଖରଙ୍କ ବଦଳରେ ଏବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ହେବେ ବିଶ୍ୱବିଦ୍ୟାଳୟର କୁଳାଧିପତି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ରାଜ୍ୟର ସମସ୍ତ…

କେଜ୍ରିଓ୍ବାଲଙ୍କ ଟାର୍ଗେଟରେ ଗୁଜରାଟ

ଗାନ୍ଧୀନଗର,୬।୬: ଆମ ଆଦମୀ ପାର୍ଟି(ଏଏପି) ଟାର୍ଗେଟରେ ଏବେ ଗୁଜରାଟ। ଗୁଜରାଟରେ ନିଜର କ୍ଷମତା ବଢ଼ାଇବା ସହ ଜନତାଙ୍କୁ ଆକୃଷ୍ଟ କରିବାକୁ ଜୋରସୋରରେ ଲାଗିପଡ଼ିଛି ଏଏପି। ଇତିମଧ୍ୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଏଏପି ମୁଖ୍ୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ସୋମବାର ଗୁଜୁରାଟର ମେହସଣାଠାରେ…

ପୁଣି କେରଳ ବଢ଼ାଉଛି ଚିନ୍ତା

ଥିରୁଭାନ୍ତମପୁରମ,୬।୬: ଦେଶରେ ବ୍ୟାପିଥିବା କରୋନା ସଙ୍କଟ ମଧ୍ୟରେ କେରଳରେ ଏବେ ନୋରୋଭାଇରସ ମାମଲା ପୁଣି ଥରେ ଚିନ୍ତା ବଢ଼ାଇଛି। ଚଳିତ ମାସ କେରଳର ଭିଜିଞ୍ଜାମରେ ୨ଜଣ ଶିଶୁ ନୋରୋଭାଇରସ୍‌ରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଭିଜିଞ୍ଜାମ କେରଳର ରାଜଧାନୀ ଥିରୁଭାନ୍ତପୁରମରେ ଅବସ୍ଥିତ। ତେବେ…

ସଲମାନଙ୍କ ବୟାନ ରେକର୍ଡ କରିବ ମୁମ୍ବାଇ ପୋଲିସ

ମୁମ୍ବାଇ,୬।୬: ବଲିଉଡ୍‌ ଅଭିନେତା ସଲମାନ ଖାନଙ୍କୁ ହତ୍ୟା ଧମକ ମିଳିବା ଘଟଣା ପରେ ମୁମ୍ବାଇ ପୋଲିସ ବର୍ତ୍ତମାନ ଆକ୍ସନ ମୁଡରେ ଆସିଯାଇଛି। ଖୁବ୍‌ଶୀଘ୍ର ମୁମ୍ବାଇ ପୋଲିସ ଅଭିନେତାଙ୍କ ବୟାନ ରେକର୍ଡ କରିବ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ଜୁନ ୫ ଅର୍ଥାତ୍‌ ରବିବାର…

ବାରାଣସୀ ବିସ୍ଫୋରଣ ଘଟଣାର ୧୬ବର୍ଷ ପରେ ଆସିଲା ରାୟ: ବଲିଉଲ୍ଲାହଙ୍କୁ ଫାଶୀ

ବାରାଣସୀ,୬।୬: ୨୦୦୬ରେ ଉତ୍ତରପ୍ରଦେଶ ବାରାଣସୀରେ ସିରିଏଲ୍‌ ବ୍ଲାଷ୍ଟ ମାମଲାର ସୋମବାର ରାୟ ପ୍ରକାଶ ପାଇଛି। ଦୀର୍ଘ ୧୬ବର୍ଷ ପରେ ଗାଜିଆବାଦ ଜିଲା ସ୍ବତନ୍ତ୍ର କୋର୍ଟ ଏହି ମାମଲାର ବିଚାର କରି ଦୋଷୀଙ୍କ ବିରୋଧରେ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି। ବାରାଣସୀ ବିସ୍ଫୋରଣ ଘଟଣାର…

କ୍ରିକେଟ୍‌ ଇତିହାସରେ ଏମିତି ରେକର୍ଡ, ଯାହା ଆଜି ବି ଅତୁଟ

କିମ୍ବଦନ୍ତୀ କ୍ରିକେଟର ବ୍ରାଏନ ଚାଲର୍‌ସ ଲାରା କ୍ରିକେଟ ପଡ଼ିଆରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ। ରେକର୍ଡ କରିବା ସହିତ ସେ ଅନେକ ମହାନ କ୍ରିକେଟରଙ୍କ ରେକର୍ଡ ମଧ୍ୟ ଭାଙ୍ଗିଥିଲେ। ଜୁନ ୬ ଲାରା ପାଇଁ ଏକ ବିଶେଷ ଦିନ। ୧୯୯୪ରେ ଏହି…

ଚାଷୀଙ୍କ କାର୍ଯ୍ୟକୁ ଆହୁରି ସହଜ କରିବେ ଧୋନୀ

ଚେନ୍ନାଇ,୬।୬:ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଡ୍ରୋନ କମ୍ପାନୀ ଗରୁଡର ଅଂଶଧନ କିଣିଛନ୍ତି। ଏହି କମ୍ପାନୀ ଡ୍ରୋନ ତିଆରି କରେ ଏବଂ ଦେଶରେ କୃଷି ସମ୍ବନ୍ଧୀୟ ପ୍ରଣାଳୀରେ ଉନ୍ନତି ଆଣେ। ଗରୁଡ କମ୍ପାନୀ ଡ୍ରୋନ ମାଧ୍ୟମରେ ଚାଷୀଙ୍କ କାର୍ଯ୍ୟକୁ ସହଜ…

୧୫୦ କୋଟି କ୍ଲବ୍‌ରେ ‘ବିକ୍ରମ’

ଅଭିନେତା କମଲ ହାସନଙ୍କ ଫିଲ୍ମ ‘ବିକ୍ରମ’ ବକ୍ସ ଅଫିସରେ ସାବ୍ୟସ୍ତ ହୋଇଛି। ଏହି ଫିଲ୍ମ ୧୦୦ କୋଟି କ୍ଲବରେ ପ୍ରବେଶ କରିଛି। କମଲ ହାସନଙ୍କ ଫିଲ୍ମ ସହିତ ଅକ୍ଷୟ କୁମାରଙ୍କ ‘ସମ୍ରାଟ ପୃ୍‌ଥ୍ବୀରାଜ’ ଜୁନ୍‌ ୩ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା। କିନ୍ତୁ…

୨୨,୮୫୦ ଫୁଟ ଉଚ୍ଚତାରେ ଯୋଗ କଲେ ଆଇଟିବିପି ଯବାନ

ନୂଆଦିଲ୍ଲୀ,୬।୫: ଇଣ୍ଡୋ-ତିବ୍ଦତୀୟ ସୀମା ପୋଲିସ (ଆଇଟିବିପି) ପୁଣି ଥରେ ଏକ ବିରଳ ସଫଳତା ହାସଲ କରିଛନ୍ତି। ୮ମ ଅନ୍ତର୍ଜାତୀୟ ଯୋଗ ଦିବସ ପୂର୍ବରୁ ଉତ୍ତରାଖଣ୍ଡ ହିମାଳୟର ୨୨,୮୫୦ ଫୁଟ ଉଚ୍ଚତାରେ ଯୋଗ କରି ଆଇଟିବିପି ଯବାନମାନେ ରେକର୍ଡ ସୃଷ୍ଟି କରିଛନ୍ତି। ଗତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri