ଚିଲିକା ବିଧାୟକଙ୍କ ମାମଲା ଖୋର୍ଦ୍ଧା କୋର୍ଟକୁ ସ୍ଥାନାନ୍ତର

ଖୋର୍ଦ୍ଧା ଅଫିସ,୩୦ା୯: ଖୋର୍ଦ୍ଧା ଜିଲା ବାଣପୁର ବ୍ଲକ ସମ୍ମୁଖରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ସାଧାରଣ ଲୋକ ଓ ପୋଲିସ ଉପରକୁ ଗାଡ଼ି ମଡ଼ାଇଦେବା ମାମଲା ବାଣପୁର ଜେଏମ୍‌ଏଫ୍‌ସି କୋର୍ଟରେ ବିଚାରାଧୀନ ରହିଥିବା ବେଳେ ଗୁରୁବାର ଏହାର ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି। ପୂର୍ବାହ୍ନରେ ବିଧାୟକ ଜଗଦ୍ଦେବ କୋର୍ଟରେ ହାଜର ହୋଇଥିଲେ। ସିଆର୍‌ପିସି ଧାରା ୨୦୯ ପ୍ରକାରେ ତାଙ୍କ ମାମଲା ଜନିତ ସମସ୍ତ କାଗଜପତ୍ର ଖୋର୍ଦ୍ଧା ଅତିରିକ୍ତ ଜିଲା ଦୌରାଜଜ୍‌-୧ଙ୍କ କୋର୍ଟକୁ ହସ୍ତାନ୍ତର କରାଯାଇଥିବା ସରକାରୀ ଓକିଲ ପ୍ରାଚୀପ୍ରଭା ନନ୍ଦ ସୂଚନା ଦେଇଛନ୍ତି। ଆସନ୍ତା ଅକ୍ଟୋବର ୧୪ ରେ ବିଧାୟକ ଜଗଦ୍ଦେବ ଖୋର୍ଦ୍ଧା ଏଡିଜେ-୧ଙ୍କ କୋର୍ଟରେ ହାଜର ଲାଗି ନିର୍ଦ୍ଦେଶ ରହିଛି। ପରେ ଏହି ମାମଲା ଖୋର୍ଦ୍ଧାରୁ ଭୁବନେଶ୍ୱର ଏମ୍‌ପି, ଏମ୍‌ଏଲ୍‌ଏ ସ୍ବତନ୍ତ୍ର କୋର୍ଟକୁ ହସ୍ତାନ୍ତର ପରେ ବିଚାର ହେବ।
ସୂଚନାଯୋଗ୍ୟ, ଗତ ମାର୍ଚ୍ଚ ୧୨ ତାରିଖରେ ବାଣପୁର ବ୍ଲକ ଚେୟାରମ୍ୟାନ ନିର୍ବାଚନ ହେଉଥିବା ବେଳେ ପଲଟନ ପଡିଆ ପଟୁ ଏକ ଶୋଭାଯାତ୍ରା ଆସୁଥିଲା। ଏହି ସମୟରେ ବିଧାୟକ ଜଗଦ୍ଦେବ ଏକ ଲ୍ୟାଣ୍ଡ ରେଭର ରେଞ୍ଜର (ଡିସ୍‌କଭରି) ଗାଡ଼ିରେ ଆସି ଧସେଇ ପଶିବା ବେଳେ ସେଠାରେ ଡ୍ୟୁଟିରେ ଥିବା ପୋଲିସ ତାଙ୍କୁ ଅଟକାଇଥିଲେ। ତେବେ ବିଧାୟକ ଜବରଦସ୍ତି ପଶିବା ସହ ସାଧାରଣ ଲୋକ ଓ ପୋଲିସ ଉପରକୁ ଗାଡ଼ି ମଡ଼ାଇ ଦେଇଥିଲେ। ଏଥରେ ଦୁଇ ପୋଲିସ ସମେତ ୨୦ଜଣ ଆହତ ହୋଇଥିଲେ। ଫଳରେ ଉପସ୍ଥିତ ଲୋକେ ଉତ୍‌କ୍ଷିପ୍ତ ହୋଇ ବିଧାୟକଙ୍କୁ ଗାଡ଼ିରୁ ଟାଣି ଆଣି ନିସ୍ତୁକ ମାଡ଼ ମାରିବା ସହ ତାଙ୍କ ଗାଡ଼ି ଭଙ୍ଗାରୁଜା କରିଥିଲେ। ଲହୁଲୁହାଣ ଅବସ୍ଥାରେ ପୋଲିସ ତାଙ୍କୁ ଉଦ୍ଧାର କରି ବାଣପୁର ମେଡିକାଲରେ ଭର୍ତ୍ତି କରିଥିଲା। ସେଠାରୁ ଭୁବନେଶ୍ୱରର ଏକ ଘରୋଇ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେ ସୁସ୍ଥ ହେବା ପରେ ବାଣପୁର ଥାନା ଏସ୍‌ଆଇ ଦେବାସ୍ମିତା ବେହେରାଙ୍କ ଅଭିଯୋଗକ୍ରମେ ପୋଲିସ ଏକ ମାମଲା ରୁଜୁ କରି ତାଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ପରେ ସେ ସ୍ବାସ୍ଥ୍ୟଗତ କାରଣରୁ ହାଇକୋର୍ଟରୁ ଦୁଇଥର ଅନ୍ତରୀଣ ଜାମିନ ପାଇଥିଲେ। ହାଇକୋର୍ଟରେ ତାଙ୍କ ନିୟମିତ ଜାମିନ ଖାରଜ ହେବା ପରେ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସୁପ୍ରିମକୋର୍ଟ ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ। ବର୍ଷେ ପର୍ଯ୍ୟନ୍ତ ବିଧାୟକ ଜଗଦ୍ଦେବ ଚିିଲିକା ନିର୍ବାଚନ ମଣ୍ଡଳୀକୁ ଯାଇପାରିବେ ନାହିଁ। ୫ଜଣରୁ ଊର୍ଦ୍ଧ୍ୱ ଲୋକଙ୍କୁ ନେଇ ସଭାସମିତି କରିପାରିବେ ନାହିଁ। ଏପରିକି ନିର୍ବାଚନ ମଣ୍ଡଳୀ ଗସ୍ତ କରିବାକୁ ହେଲେ ଜିଲାପାଳଙ୍କ ଅନୁମତି ନେବାକୁ ପଡିବ ବୋଲି ନିର୍ଦ୍ଦେଶ ରହିଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ବିଧାୟକ ଜଗଦ୍ଦେବ ବାଣପୁର କୋର୍ଟରେ ହାଜାର ହୋଇ ଜାମିନ ଆବେଦନ କରିଥିଲେ। ବାଣପୁର କୋର୍ଟରେ ଓକିଲଙ୍କ ଧର୍ମଘଟ ଯୋଗୁ ନିୟମିତ ଜାମିନ ବଦଳରେ ପିଆର ବଣ୍ଡରେ ଜାମିନ ପାଇଥିଲେ। ପରେ ଗତ ଅଗଷ୍ଟ ୪ ରେ ବାଣପୁର ଜେଏମଏଫସିଙ୍କ କୋର୍ଟରେ ହାଜର ହୋଇ ନିୟମିତ ଜାମିନ ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୦ଟଙ୍କା ଲାଞ୍ଚ ପାଇଁ ୩୦ ବର୍ଷର ଆଇନଗତ ଲଢ଼େଇ

ନୂଆଦିଲ୍ଲୀ, ୨୦।୮: ମାତ୍ର ୨୦ଟଙ୍କା ଲାଞ୍ଚ ମାମଲାରେ ୩ ଦଶନ୍ଧି ଧରି ଚାଳିଥିବା ଆଇନଗତ ଲଢ଼େଇର ଅନ୍ତ ଘଟିଛି। ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଉଜ୍ଜଳ ଭୂୟାଁ ଏବଂ…

୨୮ରେ ରାଜ୍ୟ କ୍ୟାବିନେଟ୍‌: ୭ ପ୍ରସ୍ତାବକୁ ମିଳିପାରେ ଅନୁମୋଦନ

ଭୁବନେଶ୍ୱର,୨୦।୮(ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ଅଗଷ୍ଟ ୨୮ତାରିଖରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବାକୁ ରହିଛି। ଏ ସଂକ୍ରାନ୍ତରେ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ…

ଆଉ ଏକ ଲଘୁଚାପ: ୨୨ରୁ ପୁଣି ବର୍ଷା, ୧୫ ଜିଲାକୁ ୟେଲୋ ୱାର୍ନିଂ

ଭୁବନେଶ୍ୱର,୧୯ା୮(ସୌମ୍ୟରଞ୍ଜନ ରାଉତ) – ପଛକୁ ପଛ ଲଘୁଚାପ ଯୋଗୁ ପ୍ରବଳ ବର୍ଷା ହେବାରୁ ରାଜ୍ୟରେ ବନ୍ୟା ଦୁର୍ଦ୍ଦଶା ବଢ଼ି ଚାଲିଛି। ଏପରି ସ୍ଥିତିରେ ଆସୁଛି ଆଉ ଏକ…

ଜାତୀୟ ରାଜପଥରେ ପିକ୍‌ଅପ୍‌ ଭ୍ୟାନ୍‌ ଅଟକାଇ ଲୁଟ୍‌ ଘଟଣାର ପର୍ଦ୍ଦାଫାଶ: ଜେଲ ଗଲେ ୩ ଅଭିଯୁକ୍ତ,୪ ନାବାଳକ…

ଦିଗପହଣ୍ଡି,୧୯।୮(ଅଶେଷ ନାଥ ମିଶ୍ର): ପାଟପୁର ପୋଲିସ ଏକ ବଡ଼ଧରଣର ଡକାୟତି ଘଟଣାର ପର୍ଦ୍ଦାଫାସ କରିଛି। ବ୍ରହ୍ମପୁର-ରାୟଗଡ଼ା ୩୨୬ ନଂ ଜାତୀୟ ରାଜପଥର ମାର୍ଥାପୁର ନିକଟରେ ପିକ୍‌ଅପ୍‌ ଭ୍ୟାନ୍‌…

ରାଜ୍ୟର ଅଧିକାର ଛଡ଼ାଇ ନେବ ଏମ୍‌ଏମ୍‌ଡିଆର୍‌ ବିଲ୍‌: ଚେତାଇଲେ ନବୀନ, BJPକୁ ଟାର୍ଗେଟ୍ କରି…

ଭୁବନେଶ୍ୱର,୧୯।୮(ସୁନିତ୍‌ ମିଶ୍ର): ୨୦୦୦ ମସିହାରେ ଯେତେବେଳେ ବିଜେଡି ଶାସନ କ୍ଷମତାକୁ ଆସିଲା, ସେତେବେଳକୁ ଓଡ଼ିଶାର ଅର୍ଥନୀତି ବହୁ ଖରାପ ଅବସ୍ଥାରେ ଥିଲା। ସରକାର ଓଭରଡ୍ରାଫ୍ଟ ଉପରେ ନିର୍ଭର…

Facebookରେ ଲାଇଭ୍‌ ଆସିଲେ,ବେକରେ ରଶି ଲଗାଇ ଝୁଲି ପଡ଼ିଲେ…ସ୍ତ୍ରୀଙ୍କ ସହ ବିବାଦ ପରେ…

ବରେଲୀ,୧୯।୮: ଉତ୍ତରପ୍ରଦେଶର ବରେଲୀ ଜିଲାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ପାରିବାରିକ ବିବାଦକୁ କେନ୍ଦ୍ର କରି ଜଣେ ଯୁବକ ଫେସବୁକ୍‌ରେ ଲାଇଭ୍ ଆସି ଆତ୍ମହତ୍ୟା…

କେବେ ବାନ୍ଧିବେ ରାକ୍ଷୀ? ୨୭ ନା ୨୮, ଜାଣନ୍ତୁ ତାରିଖ

ରାକ୍ଷୀ ପୂର୍ଣ୍ଣିମା ଏକ ଲୋକପ୍ରିୟ ପାରମ୍ପରିକ ହିନ୍ଦୁ ପର୍ବ । ଏହି ପର୍ବ ଭାଇ ଓ ଭଉଣୀଙ୍କ ମଧ୍ୟରେ ବନ୍ଧୁତ୍ୱକୁ ଦୃଢ଼ କରିଥାଏ । ଏହି ଦିନ…

ଦୁଇ ଭାରତୀୟ ଡାକ୍ତରଙ୍କୁ ସମ୍ମାନିତ କରିବ ପାକିସ୍ତାନ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଇସଲାମାବାଦ,୧୯।୮: ପାକିସ୍ତାନ ସରକାର ମହମ୍ମଦ ଅଲୀ ଜିନ୍ନାଙ୍କ ଗୁରୁତର ଅସୁସ୍ଥତାକୁ ଗୋପନ ରଖିବା ଏବଂ ତାଙ୍କର ଚିକିତ୍ସା କରିଥିବା ଦୁଇ ଭାରତୀୟ ଡାକ୍ତରଙ୍କୁ ସମ୍ମାନ ଦେବାକୁ ଘୋଷଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri