Home

ଆସନ୍ତା ୨୦ରେ ଆଉ ଏକ ଲଘୁଚାପ

ଭୁବନେଶ୍ୱର,୧୩ା୯(ବ୍ୟୁରୋ)-ଆସନ୍ତା ୨୦ ତାରିଖ ବେଳକୁ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୨୦ରୁ ୨୩ ତାରିଖ ଯାଏ ଦକ୍ଷିଣ ଏବଂ ଉପକୂଳ ଓଡ଼ିଶାରେ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।…

ବସ୍ତା ବିଧାୟକଙ୍କୁ ହତ୍ୟା ଧମକ

ବସ୍ତା,୧୩।୯(ଡି.ଏନ.ଏ.): ବାଲେଶ୍ୱର ଜିଲା ବସ୍ତା ନିର୍ବାଚନମଣ୍ଡଳୀ ବିଧାୟକ ନିତ୍ୟାନନ୍ଦ ସାହୁଙ୍କୁ ହତ୍ୟା ଧମକ ମିଳିଛି। ଏହି ଖବର ପ୍ରଚାରିତ ହେବା ପରେ ସାରା ଜିଲାରେ ଏହା ଚର୍ଚ୍ଚା ବିଷୟ ପାଲଟିଛି। ଏ ସଂକ୍ରାନ୍ତରେ ବିଧାୟକ ସାହୁ ଏସ୍‌ପି ସୁଧାଂଶୁ ମିଶ୍ରଙ୍କୁ ଅବଗତ…

୩ ଦିନିଆ ମୁମ୍ବାଇ ଗସ୍ତରେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୩ା୯(ବ୍ୟୁରୋ)-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାରଠାରୁ ୩ ଦିନିଆ ମୁମ୍ବାଇ ଗସ୍ତରେ ଯାଇଛନ୍ତି। ବୁଧବାର ମୁମ୍ବାଇରେ ଆୟୋଜିତ ଓଡ଼ିଶା ଇନ୍‌ଭେଷ୍ଟର୍ସ ମିଟ୍‌ରେ ଯୋଗଦେବେ । ଦେଶର ଖ୍ୟାତନାମା ଶିଳ୍ପପତିଙ୍କୁ ସେଠାକୁ ଆମନ୍ତ୍ରିତ କରାଯାଇଛି । ଏହାପରେ ସେଠାରେ ଏକ ରୋଡ୍‌ ଶୋ’ କାର୍ଯ୍ୟକ୍ରମ…

ପଶ୍ଚିମବଙ୍ଗ ରାଜରାସ୍ତାରେ ସଂଗ୍ରାମ, ମିଶନ ୨୦୨୪ ପାଇଁ ଭାଜପାର ପ୍ରସ୍ତୁତି…

କୋଲକାତା, ୧୩।୯ : ଗତ ବର୍ଷ ପଶ୍ଚିମବଙ୍ଗରେ ହୋଇଥିବା ବିଧାନସଭା ନିର୍ବାଚନରେ ଭାଜପା ଜିତିପାରିନଥିଲେ ମଧ୍ୟ ଏହା ୭୭ଟି ସିଟ ହାସଲ କରି ମୁଖ୍ୟ ବିରୋଧୀ ଦଳ ହୋଇପାରିଥିଲା। କିନ୍ତୁ ଆଶା କରାଯାଉଥିବା ପ୍ରଦର୍ଶନ ଅଭାବରୁ ଲୋକସଭା ନିର୍ବାଚନରେ ଏହାର ଆଶା…

ଜାନୁୟାରୀ ୨୬ ପରେଡରେ ସ୍ବାଧୀନତାର ୭୫ ବର୍ଷ-ନାରୀଶକ୍ତି ଆଧାରିତ ପ୍ରଜ୍ଞାପନ ମେଢ଼ ପାଇଁ ପ୍ରସ୍ତାବ ଜାରି କଲେ କେନ୍ଦ୍ର ସରକାର…

ନୂଆଦିଲ୍ଲୀ, ୧୩।୯ : ଆସନ୍ତା ବର୍ଷ ୨୦୨୩ ଜାନୁୟାରୀ ୨୬ ପରେଡରେ କେନ୍ଦ୍ର ସରକାର ତିନୋଟି ସ୍ବତନ୍ତ୍ର ଥିମ ଆଧାରିତ ପ୍ରଜ୍ଞାପନ ମେଢ଼ ପାଇଁ ପ୍ରସ୍ତାବ ଦେଇଛନ୍ତି। ପରେଡରେ ସ୍ବାଧୀନତାର ୭୫ ବର୍ଷ, ନାରୀଶକ୍ତି ଏବଂ ଅନ୍ତର୍ଜାତୀୟ ଜୋୱାର୍‌ ବାଜରା ବର୍ଷ…

୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ସେମିଫାଇନାଲ ପାଇଁ ଅଣ୍ଟା ଭିଡ଼ିଲା ଭାଜପା…

ନୂଆଦିଲ୍ଲୀ, ୧୩।୯ : ଆସନ୍ତା ୨୦୨୪ ରେ ହେବାକୁ ଥିବା ଲୋକସଭା ନିର୍ବାଚନ ପୂର୍ବରୁ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ପ୍ରସ୍ତୁତି ହୋଇଛି। ମଙ୍ଗଳବାର ଅନୁଷ୍ଠିତ ବିଜେପିର ବରିଷ୍ଠ ନେତାଙ୍କ ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ ଆସନ୍ତା…

ରାଜନୈତିକ ସ୍ବାର୍ଥ ପାଇଁ ଭାରତ ଯୋଡ ଯାତ୍ରାରେ ଛୋଟପିଲା ସାମିଲ, ଏନସିପିସିଆର ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଦାବି…

ନୂଆଦିଲ୍ଲୀ, ୧୩।୯ : ଜାତୀୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ (ଏନସିପିସିଆର) ପକ୍ଷରୁ ନିର୍ବାଚନ ଆୟୋଗଙ୍କ ନକଟରେ କଂଗ୍ରେସ ଏବଂ ରାହୁଲ ଗାନ୍ଧୀଙ୍କ ବିରୋଧରେ ଅଭିଯୋଗ କରିଛି। କଂଗ୍ରେସର ଭାରତ ଯୋଡ ଯାତ୍ରା ସମୟରେ ପିଲାମାନଙ୍କୁ ରାଜନୈତିକ ସ୍ବାର୍ଥ ପାଇଁ ବ୍ୟବହାର…

୨୫୩ ପଞ୍ଜୀକୃତ ଅଣ-ମାନ୍ୟତା ରାଜନୈତିକ ଦଳ ନିଷ୍କ୍ରିୟ…

ନୂଆଦିଲ୍ଲୀ, ୧୩।୯ : ପଞ୍ଜୀକୃତ ଅଣ-ମାନ୍ୟତା ପ୍ରାପ୍ତ ରାଜନୈତିକ ଦଳ ବିରୋଧରେ ମେ ୨୫ ରେ ଆରମ୍ଭ ହୋଇଥିବା କାର୍ଯ୍ୟକୁ ଜାରି ରଖି ମଙ୍ଗଳବାର ଭାରତର ନିର୍ବାଚନ ଆୟୋଗ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ନିର୍ବାଚନ ଆୟୋଗ ୮୬ ଟି…

ଭାରତ ବନାମ ପାକିସ୍ତାନ ମ୍ୟାଚ୍‌ରେ ମୋ’ ଝିଅ ହାତରେ ତ୍ରିରଙ୍ଗା ଧରିଥିଲା: ଆଫ୍ରିଦି

ଲାହୋର,୧୩।୯: ଭାରତ ବନାମ ପାକିସ୍ତାନ ମ୍ୟାଚ୍‌ରେ ହାତରେ ତ୍ରିରଙ୍ଗା ଧରିଥିଲେ ଶାହିଦ ଆଫ୍ରିଦିଙ୍କ ଝିଅ। ଏନେଇ ଏହି ପାକିସ୍ତାନର ପୂର୍ବତନ ଅଧିନାୟକ ଲାଇଭ୍‌ ଟିଭିରେ କହିଛନ୍ତି। ଏସିଆ କପ୍‌ ୨୦୨୨ର ସୁପର-୪ ମୁକାବିଲାରେ ଭାରତକୁ ପରାସ୍ତ କରିଥିଲା ପାକିସ୍ତାନ। ତେବେ ଏହି…

ବନ୍ଦେ ଭାରତ ଟ୍ରେନ୍‌ରେ କରୋନାରୁ ଯାତ୍ରୀଙ୍କୁ ରଖାଯିବ ସୁରକ୍ଷିତ, ରହିଛି ଏସବୁ ବ୍ୟବସ୍ଥା…

ନୂଆଦିଲ୍ଲୀ, ୧୩।୯ : ଖୁବ ଶୀଘ୍ର ଟ୍ରାକରେ ଚାଲିବାକୁ ଯାଉଥିବା ବନ୍ଦେ ଭାରତ ଟ୍ରେନରେ କେତେକ ପରିବର୍ତ୍ତନ କରାଯାଇଛି। ଏହି ନୂତନ ବନ୍ଦେ ଭାରତ-୨ ଟ୍ରେନରେ ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି କରୋନା ସଂକ୍ରମଣ ନହେବା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି।…

ଏକଛତ୍ରବାଦୀ ଶାସନଠାରୁ ବଂଶବାଦ ଶାସନ ଭଲ, ଭାଜପାକୁ ଶିବସେନାର ଟାର୍ଗେଟ…

ମୁମ୍ବାଇ, ୧୩।୯ :  ଉଦ୍ଧବ ଠାକରେଙ୍କ ନେତୃତ୍ୱରେ ଶିବସେନା ପୁଣି ଥରେ କେନ୍ଦ୍ରର ଭାଜପା ନେତୃତ୍ୱାଧିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଟାର୍ଗେଟ କରିଛି। ମଙ୍ଗଳବାର ଶିବସେନା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ଯାତ୍ରାକୁ ପ୍ରଶଂସା କରିବା ସହ ଭାଜପା ସରକାରଙ୍କ…

ଦେଶଦ୍ରୋହୀ ଆଖ୍ୟା ପାଇବାକୁ ନେଇ ଭାବବିହ୍ବଳ ହେଲେ ଜୁବିନ୍‌; ଡିପ୍ରେସନକୁ ଚାଲିଯାଇଛନ୍ତି ମା’

ବମ୍ବେ: ଲୋକଙ୍କ ହୃଦୟରେ ସ୍ଥାନଟିଏ ପାଇବାକୁ କଳାକାରକୁ ଅନେକ ପରିଶ୍ରମ କରିବାକୁ ପଡେ। ହେଲେ ଛୋଟିଆ ଭୁଲ ଲାଗି ସବୁକିଛି ମାଟିରେ ମିଶିଯାଏ। କିଛି ସେଭଳି ଏବେ ଘଟିଛି ଲୋକପ୍ରିୟ ବଲିଉଡ ଗାୟକ ଜୁବିନ୍‌ ନୌଟିଆଲଙ୍କ କ୍ଷେତ୍ରରେ। ଏକ କନ୍‌ସର୍ଟକୁ ନେଇ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri