ବିନିକା ବିଡିଓଙ୍କୁ ଲୋକାୟୁକ୍ତଙ୍କ ନୋଟିସ

ସୋନପୁର,୧୮।୧୧(ନି.ପ୍ର.): ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ଚରଦା ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ(ପିଏମ୍‌ଏଓ୍ବାଇ-ଜି)ରେ ଦୁର୍ନୀତି ହୋଇଥିବା ପ୍ରମାଣ ମିଳିଛି। ଫୁଲମୁଠି ଗ୍ରାମରେ ଆବାସ ଯୋଜନାରେ ହିତାଧିକାରୀ ଚୟନରେ ଦୁର୍ନୀତି ହୋଇଥିବା କମିଟିର ତଦନ୍ତ ରିପୋର୍ଟରୁ ଜଣାପଡିଛି। ସମ୍ବଲପୁରରେ ରହୁଥିବା ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ଫୁଲମୁଠି ଗାଁର ଯୁବକ ବୃନ୍ଦାବନ ମିଶ୍ର ଏନେଇ ଲୋକାୟୁକ୍ତଙ୍କ ନିକଟରେ ଗତ ଅଗଷ୍ଟ ମାସରେ ଲିଖିତ ଅଭିଯୋଗ କରିଥିଲେ। ଲୋକାୟୁକ୍ତ ଏ ସମ୍ପର୍କରେ ୧୬ ତାରିଖ ବୁଧବାର ବିନିକା ବିଡିଓ, ଫୁଲମୁଠି ଗ୍ରାମର ଆବାସ ଯୋଜନାର ହିତାଧିକାରୀ ଉଗ୍ରସେନ ମିଶ୍ର ଓ ହାଡୁ ମିଶ୍ରଙ୍କୁ ନୋଟିସ ଜାରି କରିଛନ୍ତି। ଆସନ୍ତା ୬ ସପ୍ତାହ ମଧ୍ୟରେ ସମ୍ପୃକ୍ତ ୩ ଜଣ ନଜର ପକ୍ଷ ରଖିବାକୁ ନିର୍ଦ୍ଦେଶ ରହିଛି। ଅନ୍ୟପକ୍ଷେ ଆସନ୍ତା ଡିସେମ୍ବର ୨୭ ତାରିଖରେ ଏହି ଅଭିଯୋଗର ପରବର୍ତ୍ତୀ ଶୁଣାଣି ହେବ ବୋଲି ଲୋକାୟୁକ୍ତ ନିର୍ଦ୍ଦେଶ ଦେଇଛନ୍ତି।
ଆବାସ ଦୁର୍ନୀତିରେ ବିନିକା ବ୍ଲକର ସରକାରୀ କର୍ମଚାରୀ ସାମିଲ ଅଛନ୍ତି। ପଞ୍ଚାୟତ ଦାୟିତ୍ୱରେ ଥିବା ସରକାରୀ କର୍ମଚାରୀଙ୍କ ସହାୟତାରେ କୋଠା ଘର ଥିବା ଓ ମାସିକ ପରିବାର ପେନସନ ପାଉଥିବା ଧନୀ ବ୍ୟକ୍ତିଙ୍କୁ ୨୦୨୦-୨୧ ଆର୍ଥତ୍କ ବର୍ଷରେ ଆବାସ ଯୋଜନାରେ ଘର ମିଳିଛି । ମାତ୍ର ପ୍ରକୃତ ଗରିବ ଲୋକ ଯୋଜନାରୁ ବଞ୍ଚତ୍ତ ହୋଇଛନ୍ତି। ସମ୍ପୃକ୍ତ ଦୋଷୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଥିଲେ ମଧ୍ୟ ପ୍ରଶାସନ ଅଭିଯୁକ୍ତଙ୍କୁ ଘଣ୍ଟ ଘୋଡାଉ ଥିବା ଅଭିଯୋଗ ହେଉଛି। ଚରଦା ପଞ୍ଚାୟତ ଫୁଲମୁଠି ଗାଁର ଯୁବକ ବୃନ୍ଦାବନ ମିଶ୍ର ପ୍ରଧାନମନ୍ତ୍ରୀ ଆବାସ ପ୍ରଦାନରେ ଦୁର୍ନୀତି ହୋଇଥିବା ନେଇ ଅନେକ ଥର ସୁବର୍ଣ୍ଣପୁର ଜିଲାପାଳ ଓ ସମ୍ବଲପୁର ଭିଜିଲାନ୍ସ ବିଭାଗକୁ ଚିଠି ଲେଖିଥିଲେ। ପୋଲିସ ଓ ବ୍ଲକ ପ୍ରଶାସନର ତଦନ୍ତ ପରେ ରିପୋର୍ଟରେ ଅଧିକାରୀମାନେ ଆବାସ ପ୍ରଦାନରେ ଫୁଲମୁଠି ଗାଁରେ କୌଣସି ଦୁର୍ନୀତି ହୋଇ ନଥିବା ଦର୍ଶାଇଥିଲେ। ନ୍ୟାୟ ନ ମିଳିବାରୁ ବୃନ୍ଦାବନ ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ ସମ୍ବଲପୁରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ ସୁବର୍ଣ୍ଣପୁର ଜିଲାପାଳଙ୍କୁ ଚିଠି ଲେଖି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ଜିଲାପାଳ ଅବୋଲି ସୁନିଲ ନରଓ୍ବଣେ ଘଟଣାର ପୁନଃ ତଦନ୍ତ ପାଇଁ ଜିଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ସୁବର୍ଣ୍ଣପୁରଙ୍କୁ ସ୍ବାଧୀନ ତଦନ୍ତର ନିର୍ଦ୍ଦେଶ ଦେଇଥିଲେ। ସୋନପୁର ବିଡିଓ ସୌମ୍ୟରଞ୍ଜନ ସ୍ବାଇଁ, ବିନିକା ତହସିଲଦାର ମୁକ୍ତେଶ୍ୱର ପାଣିଗ୍ରାହୀ ଓ ଡିଆରଡିଏ ଏପିଡି ଆଲୋକ ରଶ୍ମି ମିଶ୍ରଙ୍କୁ ନେଇ ଗଠିତ ଟିମ୍‌ ତଦନ୍ତ କରିଥିଲେ। ଏହି ଟିମ୍‌ କ୍ଷେତ୍ରୀୟ ତଦନ୍ତ କରି ସରକାରୀ ନିୟମର ଉଲ୍ଲଂଘନ କରି ଯୋଗ୍ୟତା ନ ଥିବା ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଦିଆ ଯାଇଥିବା ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ଆବାସ ଦିଆଯିବା ପୂର୍ବରୁ ହିତାଧିକାରୀଙ୍କର ପକ୍କା ଘର ଥିଲା ବୋଲି ଅଧିକାରୀମାନେ ଦର୍ଶାଇଛନ୍ତି। ସେହିଭଳି ପରିବାରର ଜଣେ ମହିଳା ମାସିକ ୧୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ମାସିକ ପରିବାର ପେନସନ ପାଉଛନ୍ତି। ଏହି ରିପୋର୍ଟ ଜିଲା ପ୍ରଶାସନର ମୁଣ୍ଡବ୍ୟଥା ବଢାଇଛି। ଅନ୍ୟପକ୍ଷେ ପକ୍କା ଘର ପୂର୍ବରୁ ଥିଲା କି ନାହିଁ ଯାଞ୍ଚ କରିବାକୁ ସୁବର୍ଣ୍ଣପୁର ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କୁ କୁହା ଯାଇଥିବା ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ନିହାର ରଞ୍ଜନ କହଁର ପୂର୍ବରୁ ସୂଚନା ଦେଇଥିଲେ। ଅନ୍ୟପକ୍ଷେ ଏହି ଦୁର୍ନୀତି ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ରାଜସ୍ବ ବିଭାଗ ପକ୍ଷରୁ ମଧ୍ୟ ଜିଲାପାଳଙ୍କୁ ପୂର୍ବରୁ ଚିଠି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri