Advertisement
Posted inଜାତୀୟ

‘ଭାରତ ଯୋଡୋ ଯାତ୍ରା’ରେ ସାମିଲ ହେଲେ ମହାତ୍ମା ଗାନ୍ଧୀଙ୍କ ଅଣନାତି

ପୁନେ,୧୮।୧୧: ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା କଂଗ୍ରେସର ଭାରତ ଯୋଡୋ ଯାତ୍ରା ଏବେ ମହାରାଷ୍ଟ୍ରରେ ଚାଲିଛି। ଶୁକ୍ରବାର ସକାଳେ ମହାତ୍ମା ଗାନ୍ଧୀଙ୍କ ଅଣନାତି ତଥା ଲେଖକ ତୁଷାର ଗାନ୍ଧୀ ଏହି ଯାତ୍ରାରେ ସାମିଲ ହୋଇଛନ୍ତି। ମହାରାଷ୍ଟ୍ରର ବୁଦ୍ଧାନା ଜିଲାର ଶେଗାଓଁରେ ତୁଷାର ରାହୁଲଙ୍କ ସହ ଯୋଗ ଦେଇଥିଲେ। ତୁଷାରଙ୍କ ଅଂଶଗ୍ରହଣକୁ କଂଗ୍ରେସ ଐତିହାସିକ କ୍ଷଣ ବୋଲି ବର୍ଣ୍ଣନା କରିଛି।
ତୁଷାର ଗାନ୍ଧୀଙ୍କ ବ୍ୟତୀତ କଂଗ୍ରେସର ବରିଷ୍ଠ ନେତା ମୁକୁଲ ୱାସନିକ, ଦିପେନ୍ଦ୍ର ହୁଡା, ମିଲିନ୍ଦ ଦେଓରା, ମାଣିକରାଓ ଠାକରେ, ମୁମ୍ବାଇ କଂଗ୍ରେସ ସଭାପତି ଭାଇ ଜଗତାପ ଏବଂ ଦଳର ରାଜ୍ୟ ୟୁନିଟ ମୁଖ୍ୟ ନାନା ପଟୋଲେ ରାହୁଲ ଗାନ୍ଧୀଙ୍କ ସହ ଯୋଗ ଦେଇଥିଲେ। ରାହୁଲ ଗାନ୍ଧୀ ଆଜି ସରେ ଶେଗାଓଁରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଯାତ୍ରା ନଭେମ୍ବର ୨୦ରେ ମଧ୍ୟପ୍ରଦେଶରେ ପ୍ରବେଶ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଏନ୍‌ଡିଏ ପରୀକ୍ଷା ଦେଇପାରିବେ ଛାତ୍ରୀ..

ନୂଆଦିଲ୍ଲୀ,୧୮।୮: ନ୍ୟାଶନାଲ ଡିଫେନ୍ସ୍‌ ଏକାଡେମୀ(ଏନ୍‌ଡିଏ) ପରୀକ୍ଷା ଛାତ୍ରୀମାନେ ଦେଇପାରିବେ। ଏନେଇ ସୁପ୍ରିମ୍‌କୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। ଏହା ଦ୍ୱାରା ଚଳିତ ବର୍ଷ ସେପ୍ଟେମ୍ବର ୫ରେ...

ଗର୍ଭପାତ ଅଧିକାର ଫେରାଇଦିଅ

ନ୍ୟୁୟର୍କ,୧୦।୧୦: ନଭେମ୍ବର ୮ରେ ଆମେରିକାରେ ମଧ୍ୟବର୍ତ୍ତିକାଳୀନ ନିର୍ବାଚନ ହେବାକୁ ଥିବାବେଳେ ଏହା ପୂର୍ବରୁ ବିକ୍ଷୋଭକାରୀମାନେ ନିଜ ଶରୀର ସମ୍ପର୍କିତ ନିଷ୍ପତ୍ତି ନିଜେ ନେବା ପାଇଁ ସ୍ବର...

ମୂର୍ତ୍ତି ବିସର୍ଜନ ସମୟରେ ଯମୁନାରେ ବୁଡି ୫ ମୃତ

ନୂଆଦିଲ୍ଲୀ,୨୯ ।୮: ଦକ୍ଷିଣ-ପୂର୍ବ ଦିଲ୍ଲୀରେ ରବିବାର ଏକ ଦୁର୍ଘଟଣା ଘଟିଛି । ଡିଏମଡି ପୋଲ ନିକଟରେ ଗ୍ରେଟର ନଏଡାରେ ମୁର୍ତ୍ତି ବିସର୍ଜନ କରିବାକୁ ଆସିଥିବା ୫...

ଗୋଟିଏ ଦିନ ପରେ ଡାକ୍ତରଖାନାରୁ ଡିସ୍‌ଚାର୍ଜ ହେବେ ଗାଙ୍ଗୁଲି

କୋଲକତା,୫।୧: ହୃଦଘାତରେ ପୀଡିତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଆସନ୍ତା ବୁଧବାର ଡାକ୍ତରଖାନାରୁ ଡିସଚାର୍ଜ ହେବେ। ଗାଙ୍ଗୁଲି ଉଡ୍‌ଲାଣ୍ଡ ହସ୍ପିଟାଲରେ...

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ହେବ ଅଧିକ ସଶକ୍ତ: ମୋଦି

ନୂଆଦିଲ୍ଲୀ,୨୫।୫: ଏଣିକି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅଧିକ ସକ୍ରିୟ ଭାବେ କାର୍ଯ୍ୟ କରିବ। ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏନେଇ ସୂଚନା ଦେଇଛନ୍ତି। ମୋଦି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ...

ତୃଣମୂଳ କଂଗ୍ରେସ ନେତାଙ୍କୁ ଲକ୍ଷ୍ନୌରେ ପ୍ରବେଶ କରିବାକୁ ମିଳିିବନି ଅନୁମତି: ଡିଜିପି

ଲକ୍ଷ୍ନୌ,୨୨।୧୨: ତୃଣମୂଳ କଂଗ୍ରେସ ନେତାଙ୍କୁ ଲକ୍ଷ୍ନୌରେ ପ୍ରବେଶ କରିବା ଅନୁମତି ମିଳିବ ନାହିଁ ବୋଲି ତ୍ତରପ୍ରଦେଶ ଡିଜିପି ଓ.ପି. ସିଂ ସୂଚନା ଦେଇଛନ୍ତି। ତୃଣମୂଳ ନେତା...

ମାନହାନି ମାମଲାରେ ରବିଶଙ୍କରଙ୍କୁ ସମନ

ଥିରୁଭାନନ୍ଥପୁରମ୍‌,୧୬ା୨(ପି.ଟି.): ଏକ ମାନହାନି ମାମଲାରେ ହାଜର ହେବା ଲାଗି କେନ୍ଦ୍ର ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କୁ ଶନିବାର କେରଳର ଏକ ଅଦାଲତ ସମନ ଜାରି କରିଛନ୍ତି। କଂଗ୍ରେସ...

ଅକ୍ଟୋବରରେ ଆସିବ ତୃତୀୟ ଲହର!

ନୂଆଦିଲ୍ଲୀ,୨୩।୮: ନିକଟରେ କରୋନା ସଂକ୍ରମଣ ବୃଦ୍ଧି ହେବା ସମ୍ପର୍କରେ ନୀତି ଆୟୋଗ ଚେତାବନୀ ଦେଇଛି। ଏହା ସହିତ ଏବେ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶରେ ଗଠିତ ନ୍ୟାସନାଲ...

Advertisement
Archives

Model This Week