Home

ଗଡକରୀଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତିଙ୍କ ମିଳିଲା ପରିଚୟ

ନାଗପୁର,୧୫।୧: କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତିଙ୍କ ପରଚୟ ମିଳିଛି। କର୍ନାଟକର ବେଲାଗାଭିରେ କାରାଗାରରେ ଥିବା ଜଣେ ଗ୍ୟାଙ୍ଗଷ୍ଟର ଗଡକରୀଙ୍କୁ ହତ୍ୟା ଧମକ ଦେଇଥିବା ନାଗପୁର ପୋଲିସ କମିଶନର ଅମିତେଶ କୁମାର ସୂଚନା…

ପୁରୁଷ ହକି ବିଶ୍ବକପ: ଭାରତ-ଇଂଲଣ୍ଡ ମ୍ୟାଚ୍‌ ଡ୍ର

ରାଉରକେଲା,୧୫।୧: ହକି ପୁରୁଷ ବିଶ୍ୱକପ୍‌ ୨୦୨୩ରେ ରବିବାର ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ଏକ ମ୍ୟାଚ୍‌ ଡ୍ର ହୋଇଛି। ଏହି ମ୍ୟାଚ୍‌ରେ ଉଭୟ ଦଳ ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିଳିଥିଲା। ପ୍ରଥମ କ୍ୱାର୍ଟରରେ ଇଂଲଣ୍ଡ ଅଧିକ ସୁଯୋଗ ପାଇଥିଲା।…

ନୀରବ ଶାହା ହେଲେ ଆମେରିକା ସିଡିସି ଉପନିର୍ଦ୍ଦେଶକ

ଓ୍ବାଶିଂଟନ,୧୫।୧: ଭାରତୀୟ ବଂଶୋଦ୍ଭବ ଡାକ୍ତର ନୀରବ ଡି. ଶାହା ଆମେରିକାର ସେଣ୍ଟର ଫର୍‌ ଡିଜିଜ୍‌ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନ୍‌ଶନ (ସିଡିସି)ର ପ୍ରମୁଖ ଉପନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଛନ୍ତି। ଜାତୀୟ ଜନସ୍ବାସ୍ଥ୍ୟ ସଂସ୍ଥାରେ ଏହା ଦ୍ୱିତୀୟ ସର୍ବୋଚ୍ଚ ପଦବୀ। ମହାମାରୀ ବିଶେଷଜ୍ଞ ଶାହା…

ଏମ୍‌ପିଙ୍କ ଶାଢ଼ିରେ ଲାଗିଗଲା ନିଆଁ

ପୁଣେ,୧୫।୧: ମହାରାଷ୍ଟ୍ରର ପୁଣେଠାରେ ରବିବାର ଏକ କାର୍ଯ୍ୟକ୍ରମରେ ନ୍ୟାଶନାଲିଷ୍ଟ କଂଗ୍ରେସ ପାର୍ଟି (ଏନ୍‌ସିପି) ଏମ୍‌ପି ସୁପ୍ରିୟା ସୁଲେ ଯୋଗଦେଇଥିବାବେଳେ ତାଙ୍କ ଶାଢ଼ିରେ ନିଆଁ ଲାଗିଯାଇଥିଲା। ତେବେ ସେ ସୁରକ୍ଷିତ ରହିଥିବାରୁ ଚିନ୍ତା କରିବାର କୌଣସି କାରଣ ନାହିଁ ବୋଲି ବାରାମତୀ ଏମ୍‌ପି…

ମୁଁ ବି ମଧ୍ୟବିତ୍ତ ଶ୍ରେଣୀର, ଚାପ ବୁଝିପାରୁଛି: କେନ୍ଦ୍ର ଅର୍ଥମନ୍ତ୍ରୀ

ନୂଆଦିଲ୍ଳୀ,୧୫।୧: ଆସନ୍ତା ଫେବୃଆରୀ ୧ରେ ଦେଶର ବଜେଟ ଉପସ୍ଥାପିତ ହେବ। ଏହାପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳାଳା ସୀତାରମଣ ନିଜ ପ୍ରତିକ୍ରିୟା ରଖିଛନ୍ତି। ଏଥର ବଜେଟ୍‌ଷର ସେ ସାଧାରଣ ଜନତା, ରାଜ୍ୟ ସରକାର ଏବଂ ଆର୍ଥିକ ପ୍ରତିଷ୍ଠାନଗୁଡିକର ଆଶା ପୂରଣ କରିବାକୁ ଚେଷ୍ଟା କରିବେ…

ପୁରୁଷ ହକି ବିଶ୍ବକପ: ୱେଲ୍ସକୁ ୫-୧ ଗୋଲ୍‌ରେ ପରାସ୍ତ କଲା ସ୍ପେନ

ରାଉରକେଲା,୧୫।୧: ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଖେଳାଯାଉଥିବା ପୁରୁଷ ହକି ବିଶ୍ବକପର ଏକ ମ୍ୟାଚ୍‌ରେ ସ୍ପେନ ୫-୧ ଗୋଲ୍‌ରେ ୱେଲ୍ସକୁ ପରାସ୍ତ କରିଛି। ପ୍ରଥମ କ୍ବାର୍ଟରରେ ଉଭୟ ସ୍ପେନ ଓ ୱେଲ୍ସ ମଧ୍ୟରେ କଡ଼ା ମୁକାବିଲା ହୋଇଥିଲା। କିନ୍ତୁ ଦ୍ବିତୀୟ…

ଇତିହାସ ରଚିଲା ଟିମ୍‌ ଇଣ୍ଡିଆ

ଥିରୁଭାନନ୍ତପୁରମ୍‌,୧୫।୧: ଥିରୁଭାନନ୍ତପୁରମ୍‌ରେ ଖେଳାଯାଇଥିବା ତୃତୀୟ ଦିନିକିଆରେ ଟିମ ଇଣ୍ଡିଆ ଇତିହାସ ସୃଷ୍ଟି କରିଛି। ଏହି ମ୍ୟାଚ୍‌ରେ ଟିମ ଇଣ୍ଡିଆ ୩୧୭ ରନରେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ଏହା ସହ ଭାରତର ଦିନିକିଆ କ୍ରିକେଟ ଇତିହାସରେ ସବୁଠାରୁ ବଡ ବିଜୟ ହାସଲ କରିବାର…

କେନ୍ଦ୍ର ସରକାର ନ୍ୟାୟପାଳିକାକୁ କାବୁ କରିବାକୁ ଚେଷ୍ଟା କରୁଛନ୍ତି: ସିବଲ

ନୂଆଦିଲ୍ଲୀ,୧୫।୧: ରାଜ୍ୟ ସଭା ଏମ୍‌ପି ତଥା ପୂର୍ବତନ କେନ୍ଦ୍ର ଆଇନ ମନ୍ତ୍ରୀ କପିଲ ସିବଲ ରବିବାର କେନ୍ଦ୍ର ସରକାରଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ସରକାର ନ୍ୟାୟପାଳିକାକୁ କାବୁ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ସିବଲ କହିଛନ୍ତି। ସେ କହିଛନ୍ତି, ଏପରି…

ପରମାଣୁ ଶକ୍ତିସମ୍ପନ୍ନ ଦେଶ ଭିକ ମାଗିବା ଲଜ୍ଜାଜନକ: ପାକିସ୍ତାନ ପ୍ରଧାନମନ୍ତ୍ରୀ

ଇସ୍‌ଲାମାବାଦ୍‌,୧୫।୧: ପରମାଣୁ ଶକ୍ତିସମ୍ପନ୍ନ ଦେଶ ଦୁର୍ବଳ ଅର୍ଥନୀତି ପାଇଁ ଅନ୍ୟ ଦେଶକୁ ଭିକ ମାଗିବା ଲଜ୍ଜାଜନକ ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ କହିଛନ୍ତି। ସେ କହିଛନ୍ତି, ପାକିସ୍ତାନର ଅର୍ଥନୈତିକ ଆହ୍ବାନର ସମାଧାନ ପାଇଁ ବିଦେଶୀ ଋଣ ଖୋଜିବା ଠିକ ଉପାୟ…

ନେପାଳ ବିମାନ ଦୁର୍ଘଟଣା: ଏପର୍ଯ୍ୟନ୍ତ ୬୮ ଯାତ୍ରୀଙ୍କ ମୃତଦେହ ଉଦ୍ଧାର

କାଠମାଣ୍ଡୁ,୧୫।୧: ପାଞ୍ଚ ଜଣ ଭାରତୀୟଙ୍କ ସମେତ ୭୨ ଜଣଙ୍କୁ ନେଇ ଯାଉଥିବା ନେପାଳର ଏକ ଯାତ୍ରୀବାହୀ ବିମାନ ରବିବାର ଅବତରଣ କରିବା ସମୟରେ ନଦୀ ଉପତ୍ୟକାକୁ ଖସିପଡିଛି। ବିମାନରେ ୬୮ ଜଣ ଯାତ୍ରୀ ଏବଂ ଚାରିଜଣ କ୍ରୁ ସଦସ୍ୟ ଥିଲେ। ଏପର୍ଯ୍ୟନ୍ତ…

ଶ୍ରୀଲଙ୍କାକୁ ବିଶାଳ ଟାର୍ଗେଟ୍‌ ଦେଲା ଭାରତ

ଥିରୁଭାନନ୍ତପୁରମ୍‌,୧୫।୧: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ତୃତୀୟ ତଥା ଶେଷ ଦିନିକିଆ ଥିରୁଭାନନ୍ତପୁରମ୍‌ରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ୩୯୧ ରନ୍‌ର ବିଶାଳ ଟାର୍ଗେଟ୍‌ ଦେଇଛି ଭାରତ। ଟସ ଜିତି ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ନିର୍ଦ୍ଧାରିତ ଓଭରରେ…

ଗାଈକୁ ବଞ୍ଚାଇବାକୁ ଯାଇ ଓଲଟି ପଡ଼ିଲା ଚିତ୍ରାଳୟ ଗାଡ଼ି: ୫ ଆହତ

ଛତ୍ରପୁର,୧୫ା୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ଓଭରବ୍ରିଜ୍‌ ନିକଟ ଜାତୀୟ ରାଜପଥଠାରେ ଏକ ଚିତ୍ରାଳୟ ଗାଡ଼ି ଓଲଟି ୫ ଜଣ କର୍ମଚାରୀ ଆହତ ହୋଇଛନ୍ତି। ଆହତମାନେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ସୂଚନାଯୋଗ୍ୟ, ରବିବାର ଓଆର୍‌ ୦୨ ଏବି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?