Posted inଖେଳ

ପୁରୁଷ ହକି ବିଶ୍ବକପ: ଭାରତ-ଇଂଲଣ୍ଡ ମ୍ୟାଚ୍‌ ଡ୍ର

ରାଉରକେଲା,୧୫।୧: ହକି ପୁରୁଷ ବିଶ୍ୱକପ୍‌ ୨୦୨୩ରେ ରବିବାର ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ଏକ ମ୍ୟାଚ୍‌ ଡ୍ର ହୋଇଛି। ଏହି ମ୍ୟାଚ୍‌ରେ ଉଭୟ ଦଳ ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିଳିଥିଲା। ପ୍ରଥମ କ୍ୱାର୍ଟରରେ ଇଂଲଣ୍ଡ ଅଧିକ ସୁଯୋଗ ପାଇଥିଲା। କିନ୍ତୁ କୌଣସି ଗୋଲ ସ୍କୋର କରିପାରି ନ ଥିଲା। ଦ୍ୱିତୀୟ କ୍ୱାର୍ଟରରେ ଭାରତ ଭଲ ପ୍ରଦର୍ଶନ ସତ୍ତ୍ୱେ ଅନେକ ସୁଯୋଗ ହାତଛଡ଼ା କରିଥିଲା। ତୃତୀୟ କ୍ୱାର୍ଟରରେ ଭାରତ ଆହୁରି ଉନ୍ନତ ଖେଳିଥିଲା କିନ୍ତୁ ଗୋଟିଏ ଗୋଟିଏ ଗୋଲ କରିବାରେ ସମର୍ଥ ହୋଇ ନ ଥିଲା। ମ୍ୟାଚ୍‌ର ଶେଷ ମୂହୁର୍ତ୍ତରେ ଇଂଲଣ୍ଡକୁ ଏକ ପେନାଲଟି ମିଳିଥିଲେ ମଧ୍ୟ ଗୋଲ ହୋଇପାରି ନ ଥିଲା। ନିର୍ଦ୍ଧାରିତ ସମୟ ଭିତରେ କେହି କାହାରିକୁ ଗୋଲ ଦେଇ ନ ପାରିବାରୁ ମ୍ୟାଚ୍‌ ଡ୍ର ହୋଇଥିଲା। ଫଳରେ ଉଭୟ ଦଳକୁ ଗୋଟିଏ ଲେଖାଏ ପଏଣ୍ଟ ମିଳିଛି। ଆୟୋଜକ ଭାରତ ଓପନିଂ ମ୍ୟାଚରେ ସ୍ପେନକୁ ୨-୦ ଗୋଲରେ ପରାସ୍ତ କରିଥିବାବେଳେ ଇଂଲଣ୍ଡ ଓ୍ବେଲ୍ସକୁ ୫-୦ ଗୋଲ୍‌ରେ ପରାସ୍ତ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କାଜୁଗଛରେ ଡେରା ଜମାଇଥିଲା ୧୨ ଫୁଟର ଅହିରାଜ, ବନ କର୍ମଚାରୀଙ୍କ କଠିନ ଉଦ୍ୟମ ପରେ…

ପାଟଣା, ୧।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ସାହାରପଡ଼ା ସେକ୍ସନ ଅଧୀନ କୁମୁଳାବାହାଳି ଗାଁ ନିକଟସ୍ଥ ଏକ କାଜୁଗଛରୁ ମଙ୍ଗଳବାର ପ୍ରାୟ ୧୨…

ଇସ୍ତଫା ଦେଲେ ମିଶ୍‌ବା-ଉଲ-ହକ୍‌, କାହିକି ଜାଣନ୍ତୁ…

କରାଚି,୧ା୯: ଇଂଲଣ୍ଡ ଟୁର୍‌ରେ ପ୍ରଥମ ଦୁଇ ଟେଷ୍ଟରେ ଶୋଚନୀୟ ପରାଜୟ ପରେ ପାକିସ୍ତାନ କ୍ରିକେଟ୍‌ରେ ଆମୂଳଚୂଳ ପରିବର୍ତ୍ତନ ଜାରି ରହିଛି। ଦଳର ୭ ଖେଳାଳିଙ୍କୁ ସ୍ବଦେଶ ପଠାଇ…

ଜେଲରୁ ମୁକୁଳିଲେ ଗଞ୍ଜାମ ଜିଲା ବିଜେଡି ସଭାପତି ବିକ୍ରମ ପଣ୍ଡା: ଶତାଧିକ ସମର୍ଥକଙ୍କ ଗହଣରେ ବିଶାଳ ଶୋଭାଯାତ୍ରା

ବ୍ରହ୍ମପୁର,୧।୯(ସୁବାସ ଚନ୍ଦ୍ର ପାଢ଼ୀ): ବହୁ ଚର୍ଚ୍ଚିତ ଆଇନଜୀବୀ ତଥା ଭାଜପା ନେତା ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲାରେ ଗିରଫ ହୋଇଥିବା ଗଞ୍ଜାମ ଜିଲା ବିଜେଡି ସଭାପତି ତଥା…

ସାହାଣୀ କପ୍‌ ଫୁଟ୍‌ବଲ୍‌: ୩ରେ ହେବ ଖେଳାଳି ଚୟନ, କେମିତି କରିବେ ଆବେଦନ ଜାଣନ୍ତୁ…

କେନ୍ଦୁଝର,୧।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା କ୍ରୀଡ଼ା ସଂସ୍ଥା ଆନୁକୂଲ୍ୟରେ ସାହାଣୀ କପ୍‌ ସିନିଅର ପୁରୁଷ ଆନ୍ତଃ ଜିଲା ଫୁଟ୍‌ବଲ୍‌ ଟୁର୍ନାମେଣ୍ଟ ପାଇଁ ଆସନ୍ତା ଗୁରୁବାର ଷ୍ଟାଡିୟମ୍‌…

ଘୁମୁସର ବନଖଣ୍ଡରେ ୯୪ ହାତୀ: ଧାନ ଫସଲ ନଷ୍ଟ କରୁଛନ୍ତି ହାତୀପଲ, ଚିନ୍ତାରେ ଚାଷୀ

ଭଞ୍ଜନଗର,୧।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର ଘୁମୁସର ଉତ୍ତର ଓ ଘୁମୁସର ଦକ୍ଷିଣ ବନଖଣ୍ଡରେ ହାତୀ ଉପଦ୍ରବ ବଢ଼ିବାରେ ଲାଗିଛି। ସୋମବାର ସୁଦ୍ଧା ଦୁଇ ବନଖଣ୍ଡର ବିଭିନ୍ନ…

ଆଶ୍ଚର୍ଯ୍ୟ ହେଲେ ବି ସତ: ଗୋଟିଏ ମ୍ୟାଚ୍‌ରେ ଦୁଇଥର ଭାଙ୍ଗିଲା ଗୋଟିଏ ବିଶ୍ୱରେକର୍ଡ, ଅନ୍ତର୍ଜାତୀୟ T20ରେ ଘଟିଲା…

ନୂଆଦିଲ୍ଲୀ,୧।୯: ୨୦୨୭ ଦିନିକିଆ ବିଶ୍ୱକପର ତିନି ସହ ଆୟୋଜକ ନାମ୍ବିଆ, ଜିମ୍ବାୱେ ଏବଂ ଦକ୍ଷିଣ ଆଫ୍ରିକା। ବର୍ତ୍ତମାନ ପରସ୍ପର ବିପକ୍ଷରେ ଏକ T20 ସିରିଜରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।…

ଚମତ୍କାର ବିଜୟ ସହ ଫାଇନାଲରେ ସିଧା ପହଞ୍ଚିଲା ବୈଭବଙ୍କ ଦଳ, ଦମ୍‌ଦାର ବ୍ୟାଟିଂ ସହିତ ଟିମ୍‌କୁ ଜିତାଇଲେ…

ନୂଆଦିଲ୍ଲୀ,୧।୯: ଦୁଲୀପ ଟ୍ରଫିର ପ୍ରଥମ ସେମିଫାଇନାଲରେ ଇଷ୍ଟ ଜୋନ ଚମତ୍କାର ବିଜୟ ହାସଲ କରିଛି। ଅଗଷ୍ଟ ୩୦ରୁ ସେପ୍ଟେମ୍ବର ୧ ମଧ୍ୟରେ ବିସିସିଆଇ ସେଣ୍ଟର ଅଫ ଏକ୍ସିଲେନ୍ସରେ…

ଗୋଟିଏ T20 ମ୍ୟାଚ୍‌ରେ ଦୁଇଟି ଶତକ! CPLରେ ଇତିହାସ ସୃଷ୍ଟି କଲେ ଏହି କ୍ରିକେଟର୍‌, ଜାଣନ୍ତୁ ରୋଚକ ଘଟଣା

ନୂଆଦିଲ୍ଲୀ,୧।୯: କାରିବିଆନ ପ୍ରିମିୟର ଲିଗ (CPL) ରେ ଅନେକ ବ୍ୟାଟସମ୍ୟାନ ଶତକ ମାରିଛନ୍ତି। ଏହି ୱେଷ୍ଟଇଣ୍ଡିଜ ଟି-୨୦ ଲିଗରେ ଏପର୍ଯ୍ୟନ୍ତ ମୋଟ ୩୬ ଶତକ ମାରିଛନ୍ତି। କିନ୍ତୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri