‘ସାହସିକତା, ବୀରତ୍ୱ, ତ୍ୟାଗର ଜ୍ୱଳନ୍ତ ଉଦାହରଣ ନୟାଗଡ଼’
ନୟାଗଡ଼ ଅଫିସ,୨୬ା୧: ନୟାଗଡ଼ ଜିଲା ସଦର ମହକୁମାସ୍ଥିତ ପିଟିଏସ୍ ପଡ଼ିଆରେ ଜିଲାସ୍ତରୀୟ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏଥିରେ ୪୭ଟି ପରେଡ୍ ଟିମ୍ ଭାଗ ନେଇଥିଲେ। ନୟାଗଡ ଜିଲାପାଳ ରବୀନ୍ଦ୍ର ନାଥ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ…
ଡୁଙ୍ଗଡୁଙ୍ଗା ବାଦ୍ୟ ବଜାଇ ଜାତୀୟ ସଙ୍ଗୀତ ଗାନ କଲେ ଆନନ୍ଦ
ନବରଙ୍ଗପୁର,୨୬ା୧(ବି.ପ୍ର.): ଅବିଭକ୍ତ କୋରାପୁଟ ଜିଲାର ଆଦିବାସୀମାନଙ୍କ ସର୍ବପୁରାତନ ପାରମ୍ପାରିକ ବାଦ୍ୟଯନ୍ତ୍ର (ଡୁଙ୍ଗଡୁଙ୍ଗା) ବଜାଇ ଭାରତର କୋଟି କୋଟି ଜନତାଙ୍କ ହୃଦୟରେ ଥିବା ଜାତୀୟ ସଙ୍ଗୀତ ଗାନ କରି ବର୍ତ୍ତମାନ ଚର୍ଚ୍ଚା ପାଲଟିଛନ୍ତି ନବରଙ୍ଗପୁର ସହରର ଆନନ୍ଦ କୁମାର ଦାଶ। ତାଙ୍କର ଏଭଳି…
ଗଣତନ୍ତ୍ର ଦିବସ ପାଇଁ ରାଷ୍ଟ୍ରପତି ବାଛିଲେ ଓଡ଼ିଶା ରେଶମ ଶାଢ଼ି
ନୂଆଦିଲ୍ଲୀ,୨୬।୧: ଦେଶ ଆଜି ୭୪ତମ ଗଣତନ୍ତ୍ର ଦିବସ ପାଳନ କରୁଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପଗଡ଼ି ହୃଦୟ ଜିତିଥିବା ବେଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଶାଢ଼ି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି। ସେ ପ୍ରାୟତଃ ରେଶମରୁ ନିର୍ମିତ ଶାଢ଼ି…
ପ୍ରତିଶ୍ରୁତି ଦେଇ ପାଳନ କରୁନାହାନ୍ତି କେନ୍ଦ୍ର ସରକାର: ରାସ୍ତାକୁ ଓହ୍ଲାଇଲା ସଂଯୁକ୍ତ କିଷାନ ମୋର୍ଚ୍ଚା
ଭଦ୍ରକ ଅଫିସ,୨୬ା୧: ସଂଯୁକ୍ତ କିଷାନ ମୋର୍ଚ୍ଚା ଭଦ୍ରକ ଶାଖା ପକ୍ଷରୁ ଗୁରୁବାର ଗଣ ପ୍ରତିବାଦ କରାଯାଇଛି। ୨୦୨୧ ଡିସେମ୍ବର ୧୧ରେ କେନ୍ଦ୍ର ସରକାର ଦେଇଥିବା ପ୍ରତିଶ୍ରୁତି ପାଳନ କରି ନ ଥିବାରୁ ଏହାର ପ୍ରତିବାଦ କରାଯାଇଛି। ସ୍ବାମୀନାଥନ କମିଶନଙ୍କ ସୁପାରିସ ଅନୁଯାୟୀ…
ଭାରତ ପାଇଁ ପ୍ରେମ: ସ୍ବତନ୍ତ୍ର ଢଙ୍ଗରେ ଗଣତନ୍ତ୍ର ଦିବସର ଅଭିନନ୍ଦନ ଜଣାଇଲା ଇସ୍ରାଏଲ ଦୂତାବାସ
ନୂଆଦିଲ୍ଲୀ,୨୬।୧: ୭୪ତମ ଗଣତନ୍ତ୍ର ଦିବସକୁ ଗୁରୁବାର ବେଶ ଧୁମ୍ଧାମ୍ରେ ପାଳନ କରୁଛି ଭାରତ। ଦିଲ୍ଲୀର କର୍ତ୍ତବ୍ୟ ପଥରେ ଦେଶର ଗର୍ବ ଏବଂ ଗୌରବର ଝଲକ ଝଲକ ଦେଖିବାକୁ ମିଳିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଏକ ବିଶେଷ ଉତ୍ସବ ବୋଲି…
ସ୍ବାଭିମାନ ଅଞ୍ଚଳରେ ଉଡ଼ିଲା ତ୍ରିରଙ୍ଗା
ଚିତ୍ରକୋଣ୍ଡା,୨୬ା୧(ଡି.ଏନ୍.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରେ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଯୋଡ଼ାଆମ୍ବ ଥାନାରେ ପତାକା ଉତ୍ତୋଳନ କରିଛନ୍ତି ୪ ବରିଷ୍ଠ ପୋଲିସ ଅଧିକାରୀ। ଏହି ପୋଲିସ ଅଧିକାରୀ ହେଲେ ଇଣ୍ଟେଲିଜେଣ୍ଟ ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା,ଏଡିଜି ଅପରେଶନ ଅମିତାଭ ଠାକୁର, ଡିଜି…
ରାୟଗଡ଼ାରେ ପତାକା ଉତ୍ତୋଳନ କଲେ ଜିଲାପାଳ
ରାୟଗଡ଼ା,୨୬ା୧(ସ୍ବ.ପ୍ର.): ରାୟଗଡ଼ା ସଦର ମହକୁମା ଜିସିଡି ପଡ଼ିଆଠାରେ ୭୪ତମ ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲାପାଳ ସଧା ଦେବ ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ପରେ ପରେଡରେ ଅଭିବାଦନ…
ଏବେ ଆଇବିଏମ୍ କରିବ ଛଟେଇ: ୩,୯୦୦ କର୍ମଚାରୀ ହରାଇବେ ଚାକିରି
ନୂଆଦିଲ୍ଲୀ,୨୬।୧: ମାଇକ୍ରୋସଫ୍ଟ, ଗୁଗଲ୍, ଆମାଜନ, ସ୍ବିଗି ଭଳି ଏବେ ଆଇବିଏମ୍ ମଧ୍ୟ କର୍ମଚାରୀଙ୍କ ଛଟେଇ କରିବାକୁ ନିଷ୍ପତ୍ତି ନେଇଛି। କମ୍ପାନୀ ଏହାର ୩,୯୦୦ କର୍ମଚାରୀଙ୍କୁ ହଟାଇବ। ତେବେ ବାର୍ଷିକ ନଗଦ ଲକ୍ଷ୍ୟ ହାସଲ କରିବାରେ ବିଫଳ ହେବା ପରେ ଏହି ନିଷ୍ପତ୍ତି…
ମାତ୍ର ୩ ମିନିଟ୍ର ଆଇଟମ୍ ଗୀତ ପାଇଁ ଉର୍ବଶୀ ନେଲେ ଏତିକି ଟଙ୍କା
ବଲିଉଡ ଅଭିନେତ୍ରୀ ଉର୍ବଶୀ ରଉତେଲା କେବଳ ବ୍ୟକ୍ତିଗତ ଜୀବନକୁ ନେଇ ନୁହେଁ, ତାଙ୍କ ଗ୍ଲାମର ଏବଂ ଷ୍ଟାଇଲ ପାଇଁ ପ୍ରଶଂସକଙ୍କ ମଧ୍ୟରେ ସର୍ବଦା ଚର୍ଚ୍ଚାରେ ରହିଥା’ନ୍ତି। କିନ୍ତୁ ଏଥର ନିଜ ଫି’ ପାଇଁ ଆଲୋଚନାକୁ ଆସିଛନ୍ତି। ଉର୍ବଶୀ ମାତ୍ର ତିନି ମିନିଟର…
ନବରଙ୍ଗପୁରରେ ୭୪ତମ ସାଧାରଣତନ୍ତ୍ର ଦିବସ
ନବରଙ୍ଗପୁର ଅଫିସ,୨୬ା୧(ବି.ପ୍ର.): ନବରଙ୍ଗପୁରଠାରେ ଜିଲାସ୍ତରୀୟ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବିଜୁ ପଟ୍ଟନାୟକ ଷ୍ଟାଡିୟମଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥଭାବେ ଯୋଗ ଦେଇ ନବରଙ୍ଗପୁର ଜିଲାପାଳ କମଳ ଲୋଚନ ମିଶ୍ର ପତାକା ଉତ୍ତୋଳନ କରିବା ସହିତ ସମ୍ମିଳିତ…
ଢେଙ୍କାନାଳରେ ପତାକା ଉତ୍ତୋଳନ କଲେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ
ଢେଙ୍କାନାଳ ଅଫିସ,୨୬ା୧: ଢେଙ୍କାନାଳ ସଦର ମହକୁମାରେ ୭୪ତମ ଜିଲାସ୍ତରୀୟ ସାଧାରଣତନ୍ତ୍ର ଉତ୍ସବ ଗୁରୁବାର ପାଳିତ ହୋଇଯାଇଛି। ସ୍ଥାନୀୟ ଷ୍ଟାଡିୟମଠାରେ ସକାଳେ ସାଢ଼େ ୮ ଟାରେ ପରେଡ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ଓ ସମବାୟ…
ପରେଡ ବେଳେ ଅସୁସ୍ଥ ହୋଇପଡ଼ିଲେ ଛାତ୍ରୀ
ନୟାଗଡ଼ ଅଫିସ,୨୬ା୧: ନୟାଗଡ଼ ଜିଲା ଦଶପଲ୍ଲାର ଗାନ୍ଧି ମଇଦାନରେ ବ୍ଲକସ୍ତରୀୟ ପରେଡ ଅନୁଷ୍ଠିତ ହେଉଥିଲା। ପରେଡ ସମୟରେ ଜଣେ ଛାତ୍ରୀ ହଠାତ୍ ଅସୁସ୍ଥ ହୋଇ ପଡ଼ିଥିଲେ। ଅସୁସ୍ଥ ଛାତ୍ରୀଙ୍କୁ ଦଶପଲ୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି।
Archives


