୫୦ ଲକ୍ଷ କ୍ଷତିପୂରଣ ଦେବେ ରାଜ୍ୟ ସରକାର

କଟକ ଅଫିସ,୨୪ା୨:ଜଗତସିଂହପୁର ଜିଲା ଚକ୍ରଧରପୁର ଫାଣ୍ଡିରେ ୨୦୦୫ରେ ଘଟିଥିବା ଗୁଳିକାଣ୍ଡରେ ମୃତ ଯୁବକଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ହାଇକୋର୍ଟ ରାୟ ପ୍ରଦାନ କରିଛନ୍ତି। ବିଚାରପତି ବିଶ୍ୱନାଥ ରଥଙ୍କ ଖଣ୍ଡପୀଠ ଏହି ମାମଲାର ରାୟ ପ୍ରଦାନ କରି ୭ ଦିନ ମଧ୍ୟରେ ଉକ୍ତ ରାଶି ମୃତକ ସୟଦ ମମତାଜ ଅଲିଙ୍କ ମାଆଙ୍କୁ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ସରକାର ୧ ଲକ୍ଷ ଟଙ୍କା କ୍ଷତିପୂରଣ ଦେଇଥିବାରୁ ଅବଶିଷ୍ଟ ୪୯ ଲକ୍ଷ ଟଙ୍କା ଡ୍ରାଫ୍ଟ ଆକାରରେ ମୃତକଙ୍କ ମାଆ ନିଗର ବେଗମଙ୍କୁ ପ୍ରଦାନ କରିବା ପାଇଁ ସ୍ପଷ୍ଟ କରିଛନ୍ତି।
ଆବେଦନକାରିଣୀ ନିଗର ବେଗମଙ୍କ ବଡ଼ପୁଅ ସୟଦ ମମତାଜ ଅଲି ଜଣେ ସୁପରଭାଇଜର ଭାବେ ଚଣ୍ଡିଖୋଲ-ପାରାଦୀପ ପୋର୍ଟ ଟ୍ରଷ୍ଟ ରୋଡ୍‌ ପ୍ରୋଜେକ୍ଟରେ କାମ କରୁଥିଲେ। ସେ ଜଣେ ଡିପ୍ଲୋମା ମେକାନିକାଲ ଇଞ୍ଜିନିୟର ଡିଗ୍ରୀଧାରୀ ହୋଇଥିବାବେଳେ ମାତ୍ର ୫୦୯୫ ଟଙ୍କା ମାସିକ ଦରମାରେ ୨୦୦୪ରୁ କାମ କରିଆସୁଥିଲେ। ହିନ୍ଦୁସ୍ତାନ କନ୍‌ଷ୍ଟ୍ରକଶନ୍‌ କମ୍ପାନୀରେ କାମ କରୁଥିବା ଜୟନ୍ତ ଦାସଙ୍କୁ କୌଣସି କାରଣରୁ ୨୦୦୫ ନଭେମ୍ବର ୨୮ ତାରିଖ ରାତିରେ ତତ୍କାଳୀନ ପୋଲିସ ଏଏସ୍‌ଆଇ ମୁରଲୀଧର ସାହୁ ଉଠାଇ ଆଣିଥିଲେ। ସେ ଚକ୍ରଧରପୁର ଫାଣ୍ଡିର ଇନ୍‌ଚାର୍ଜ ଥିଲେ। ଏ ବାବଦରେ ଜାଣିବା ପରେ ମୃତକଙ୍କ ସମେତ ଅନ୍ୟମାନେ ଫାଣ୍ଡିରେ ପହଞ୍ଚି ଜୟନ୍ତଙ୍କୁ ଉଠାଇ ଆଣିବାର କାରଣ ଜାଣିବାକୁ ଚାହିଁଥିଲେ। ସାମାନ୍ୟ ବଚସାରୁ ଉତ୍ତ୍ୟକ୍ତ ହୋଇ ଏଏସ୍‌ଆଇ ମୁରଲୀଧର ନିଜ ରିଭଲଭର ଉଠାଇ ଗୁଳି କରିଥିଲେ। ସୟଦ ମମତାଜଙ୍କ ଛାତିରେ ଗୁଳି ବାଜିବାରୁ ସେ ଘଟଣାସ୍ଥଳରେ ଟଳିପଡ଼ିଥିଲେ। ଅନ୍ୟ ଜଣେ ସାମାନ୍ୟ ଆହତ ହୋଇଥିଲେ। ଏହି ଘଟଣାରେ ସମ୍ପୃକ୍ତ ପୋଲିସ ଏଏସ୍‌ଆଇଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଏହି ଘଟଣାର ଆରଡିସି ସ୍ତରୀୟ ତଦନ୍ତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅସମ୍ଭାଳ ତାତି, ଅଂଶୁଘାତରେ ୨୮ ଆକ୍ରାନ୍ତ ଡାକ୍ତଖାନାରେ ଭର୍ତ୍ତି

ସୁନ୍ଦରଗଡ,୨୦।୪: ଅସମ୍ଭାଳ ହେଲାଣି ତାତି। ଆଉ ବଢ଼ିବାରେ ଲାଗିଛି ରାଜ୍ୟରେ ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା। ସୁନ୍ଦରଗଡରେ ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା ୨୮ରେ ପହଞ୍ଚିଛି। ପିଏଚସିରୁ ଜିଲା...

କାମ ସାରି ଘରକୁ ଫେରୁଥିବା ବେଳେ ପଛପଟୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌

ବାଲେଶର ଅଫିସ,୨୦।୪( ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ଛୋଟକାନପୁର ଗ୍ରାମର ଲକ୍ଷ୍ମୀଧର ଜେନା ( ୫୬) ଶନିବାର...

ମହାନଦୀରେ ଡଙ୍ଗାବୁଡି ଘଟଣା: ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡ଼ି ଘଟଣାରେ ଆଉ ୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ପୋଲିସ ଓ ଅଗ୍ନିଶମ ବାହିନୀ ଗତକାଲି ଠାରୁ ଉଦ୍ଧାର କାର୍ଯ୍ୟ ଜାରି...

ମହାନଦୀ ଡଙ୍ଗାବୁଡି ଘଟଣା: ମିଳିଲା ଆଉ ୩ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀରେ ଡଙ୍ଗାବୁଡି ଘଟଣାରେ ଆଉ ୩ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡ ମହାନଦୀରେ ଗତକାଲି ଅର୍ଥାତ୍‌ ଶୁକ୍ରବାର ଏଭଳି ଅଭାବନୀୟ ଘଟଣା...

ମିଥ୍ୟା ବିଲ୍‌ କରି ଅନୁଦାନ ହଡ଼ପ

ଲୋଇସିଂହା,୨୦।୪(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ରେଞ୍ଜ ସାଲେଭାଟ ସେକ୍ସନ ଅନ୍ତର୍ଗତ ବଙ୍ଗାବାହାଲରେ କାମ୍ପ ଯୋଜନାରେ ହୋଇଥିବା ବନୀକରଣରେ ଅନିୟମିତତା ହୋଇଛି। ଏହିଭଳି ଅଭିଯୋଗ କରିଥିଲା ଗ୍ରାମ୍ୟ...

ମହୁଲଫୁଲ ସଂଗ୍ରହକାରୀ ଶୋଷଣର ଶିକାର

ବରଗଡ଼,୨୦।୪(ପ୍ରେମାନନ୍ଦ ଖମାରୀ)ମହୁଲ ଫୁଲ ଏକ ଲଘୁ ବନଜାତ ଦ୍ରବ୍ୟ। ବରଗଡ଼ ଜିଲାର ଅଣଜଳସେଚିତ ପଦ୍ମପୁର ଉପଖଣ୍ଡ ସମେତ ବରଗଡ଼ ଉପଖଣ୍ଡର ଅମ୍ବାଭୋନା ଆଦି ଅଞ୍ଚଳର ଆଦିବାସୀ...

ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବଘିଅପଡା,୨୦।୪ ( ଶ୍ରୀକାନ୍ତ ସାହୁ): ଶନିବାର ସକାଳ ୮ ଘଣ୍ଟା ସମୟରେ ବୌଦ୍ଧ ଥାନା ବଘିଆପଡ଼ା ଫାଣ୍ଡି ଅନ୍ତର୍ଗତ ଗୌଡଦଇ ନିକଟରେ ଏକଯୁବକଙ୍କ ରକ୍ତାକ୍ତ ମୃତଦେହ...

ରୂପାନ୍ତରଣ କାମ ସମସ୍ତଙ୍କ ଆଖି ସାମ୍ନାରେ: ପ୍ରଣବ

ସମ୍ବଲପୁର/ରେଙ୍ଗାଲି,୨୦ା୪(ବି.ଶଙ୍କର/ଦେବବ୍ରତ ପଣ୍ଡା)ସମ୍ବଲପୁର ମାଟି ମା’ ସମଲେଶ୍ୱରୀ, ବୀର ସୁରେନ୍ଦ୍ର ସାଏଙ୍କ ମାଟି ା ଏହି ମାଟି ମା’ର ସେବା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri