ସାଧାରଣତନ୍ତ୍ର ପରେଡ୍ର ଅତିଥି ହେବେ ଶ୍ରମିକ, ରିକ୍ସାବାଲା
ନୂଆଦିଲ୍ଲୀ,୨୩।୧: ଚଳିତବର୍ଷ ସାଧାରଣତନ୍ତ୍ର ଦିବସ ପରେଡ୍ କର୍ତ୍ତବ୍ୟପଥରେ ହେବାକୁ ଥିବା ବେଳେ ଏଥିରେ ସାମିଲ ହେବା ଲାଗି ବହୁ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି। କାର୍ଯ୍ୟକ୍ରମରେ ସାମିଲ ହେବା ଲାଗି ୧୦୦୦ ସ୍ବତନ୍ତ୍ର ସାଧାରଣ ଲୋକଙ୍କୁ ନିମନ୍ତ୍ରଣ ପତ୍ର ପ୍ରଦାନ କରାଯାଇଛି। ଯେଉଁଥିରେ…
‘ବିଚାରପତି ନିର୍ବାଚନର ସମ୍ମୁଖୀନ ହୁଅନ୍ତି ନାହିଁ’
ନୂଆଦିଲ୍ଲୀ,୨୩।୧: ବିଚାରପତିମାନଙ୍କୁ ନିର୍ବାଚନ କିମ୍ବା ଜନସାଧାରଣଙ୍କ ଯାଞ୍ଚର ସମ୍ମୁଖୀନ ହେବାକୁ ପଡ଼ି ନ ଥାଏ ବୋଲି କେନ୍ଦ୍ର ଆଇନମନ୍ତ୍ରୀ କିରେନ୍ ରିଜିଜୁ କହିଛନ୍ତି। ତଥାପି ସେମାନେ ସେମାନଙ୍କ କାର୍ଯ୍ୟ ପାଇଁ ଜନସାଧାରଣଙ୍କ ନଜରରେ ରହିଥାନ୍ତି। ଜନସାଧାରଣ ଆପଣଙ୍କୁ ଦେଖୁଛନ୍ତି ଓ ଆପଣମାନେ…
କାର୍-ଟ୍ରକ୍ ମୁହାଁମୁହିଁ: ଦୁର୍ଘଟଣାରେ ଚାଲିଗଲା ୫ଇସ୍ରୋ କର୍ମଚାରୀଙ୍କ ଜୀବନ
ଥିରୁଭାନ୍ତମପୁରମ୍,୨୩।୧: କେରଳରେ ଅଲପ୍ପୁଜାରେ ରବିବାର ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଇସ୍ରୋର ୫ଜଣ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନା ମୁତାବକ, ରବିବାର ବିଳମ୍ବିତ ରାତିରେ ଇସ୍ରୋର ୫ଜଣ କର୍ମଚାରୀ ଏକ କାର୍ରେ ଥିରୁଭାନ୍ତମପୁରମ ଯାଉଥିବା ବେଳେ…
ରାଜ୍ୟପାଳଙ୍କ ବୈଠକ ସମୟରେ ରାଜଭବନରେ ଲାଗିଲା ନିଆଁ
କୋଲକାତା,୨୩।୧: କୋଲକାତାର ରାଜଭବନର ତୃତୀୟ ମହଲାରେ ସୋମବାର ଅଗ୍ନିକାଣ୍ଡ ଘଟିଛି। ରାଜ୍ୟପାଳ ସିବି ଆନନ୍ଦ ବୋସ୍ଙ୍କ ବୈଠକ ସମୟରେ ରାଜଭବନରେ ହଠାତ୍ ନିଆଁ ଲାଗିଯାଇଥିଲା। ଖବରପାଇ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର ୨ଟି ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଟ୍ୟୁବଲାଇଟ୍ରେ ଶର୍ଟସର୍କିଟ…
ସର୍ଜିକାଲ ଷ୍ଟ୍ରାଇକ୍ ଉପରେ ପ୍ରଶ୍ନ ଉଠାଇଲେ ଦିଗ୍ବିଜୟ
ନୂଆଦିଲ୍ଲୀ,୨୩।୧: କଂଗ୍ରେସର ଭାରତ ଯୋଡୋ ଯାତ୍ରା ବର୍ତ୍ତମାନ ଜମ୍ମୁ-କଶ୍ମୀରରେ ଜାରି ରହିଛି। ଇତିମଧ୍ୟରେ ଜମ୍ମୁ-କଶ୍ମୀରର ଉରି ସେକ୍ଟରରେ ଆତଙ୍କବାଦୀ ଆକ୍ରମଣ ପରେ ୨୦୧୬ରେ ଭାରତ ପାକିସ୍ତାନ ବିରୋଧରେ ହୋଇଥିବା ସର୍କିକାଲ ଷ୍ଟ୍ରାଇକ୍ ଉପରେ ପ୍ରଶ୍ନ ଉଠାଇଛନ୍ତି ବରିଷ୍ଠ କଂଗ୍ରେସ ନେତା ଦିଗ୍ବିଜୟ…
ସ୍ପାଇସ୍ଜେଟ୍ ବିମାନରେ କ୍ୟାବିନ କ୍ର୍ୟୁଙ୍କ ସହ ଅସଦାଚରଣ: କାର୍ଯ୍ୟାନୁଷ୍ଠାନ ନେଲା ଏୟାରଲାଇନ୍ସ
ନୂଆଦିଲ୍ଲୀ,୨୩।୧: ସ୍ପାଇସଜେଟ ବିମାନରେ ଜଣେ ଯାତ୍ରୀ କ୍ୟାବିନ କ୍ର୍ୟୁଙ୍କ ସହ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଏହାପରେ ଅଭିଯୁକ୍ତ ଯାତ୍ରୀ ଏବଂ ତାଙ୍କ ସହ-ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇ ଦିଆଯିବା ସହ ସୁରକ୍ଷା ଦଳକୁ ହସ୍ତାନ୍ତର କରାଯାଇଥିଲା। ଏହି ଘଟଣା ସୋମବାର କହିଛି…
କାଞ୍ଝାଓ୍ବାଲା ମାମଲା: ବଢ଼ିଲା ଅଭିଯୁକ୍ତଙ୍କ ୧୪ଦିନିଆ ନ୍ୟାୟିକ ହେପାଜତ ମିଆଦ
ନୂଆଦିଲ୍ଲୀ,୨୩।୧: ଦିଲ୍ଲୀର କାଞ୍ଝାଓ୍ବାଲା ମାମଲାରେ ୫ଜଣ ଅଭିଯୁକ୍ତଙ୍କ ନ୍ୟାୟିକ ହେପାଜତ ବଢ଼ିଛି। ସୋମବାର ଦିଲ୍ଲୀର ରୋହିଣୀ କୋର୍ଟ ସମସ୍ତ ଅଭିଯୁକ୍ତଙ୍କ ୧୪ଦିନିଆ ନ୍ୟାୟିକ ହେପାଜତ ମିଆଦକୁ ବୃଦ୍ଧି କରିଛନ୍ତି। ସୁରକ୍ଷା କାରଣରୁ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯାଇ ନ ଥିଲା। ତେଣୁ…
‘ୟୁକ୍ରେନକୁ ଲିଓପାର୍ଡ ଟ୍ୟାଙ୍କ ପଠାଇବ ପୋଲାଣ୍ଡ’
ଓ୍ବାର୍ସୋ,୨୩ା୧: ରୁଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ବର୍ଷେ ହେବାକୁ ଯାଉଛି। ଏହି ସମୟରେ ରୁଷିଆ ସହିତ ଲଢ଼େଇ କରିବାକୁ ଆମେରିକା ସମେତ ଅନେକ ପାଶ୍ଚାତ୍ୟ ଦେଶ ୟୁକ୍ରେନକୁ ଯୁଦ୍ଧ ଟ୍ୟାଙ୍କ ଏବଂ ଅସ୍ତ୍ରଶସ୍ତ୍ର ସମେତ ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି। ସୋମବାର…
ଯୋଗୀଙ୍କୁ ଆଶ୍ୱସ୍ତି
ନୂଆଦିଲ୍ଲୀ,୨୩ା୧: ସୁପ୍ରିମକୋର୍ଟରୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ଯୋଗୀଙ୍କ ବିରୋଧରେ ମାମଲା ରୁଜୁ ପାଇଁ ଦାଖଲ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି। ସୁପ୍ରିମକୋର୍ଟ ଆଜି ଅର୍ଥାତ୍ ସୋମବାର ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ମାମଲା ରୁଜୁ…
ମଦ ଦୋକାନ ମ୍ୟାନେଜରଙ୍କ ଘରୁ ଦୁର୍ବୃତ୍ତ ଲୁଟିନେଲେ ନଗଦ ସାଢ଼େ ୪ ଲକ୍ଷ ଟଙ୍କା
ଦେବଗଡ଼,୨୩ା୧(ଡି.ଏନ୍.ଏ.): ଦେବଗଡ଼ ପୌର କାର୍ଯ୍ୟାଳୟ ପାଖ ଏକ ଘରୁ କେତେକ ଦୁର୍ବୃତ୍ତ ଜଣେ ବିଦେଶୀ ମଦ ଦୋକାନ ମ୍ୟାନେଜରଙ୍କ ଘର କବାଟ ତାଡ଼ି ଆଲମିରାରୁ ଦୋକାନର ବିକ୍ରି ହୋଇଥିବା ପ୍ରାୟ ସାଢ଼େ ୪ ଲକ୍ଷ ଟଙ୍କା ଲୁଟି ନେଇଥିବା ଜଣାପଡ଼ିଛି। ସହରରେ…
ବଲିଉଡ୍ର ପ୍ରଥମ ‘ଗ୍ଲାମର ଗର୍ଲ’
ମୁମ୍ବାଇ: ଆଜିର ସମୟରେ, ବଲିଉଡ୍ ଅଭିନେତ୍ରୀମାନଙ୍କ ପାଇଁ ବୋଲ୍ଡ ଫଟୋଶୁଟ୍ ଏକ ସାଧାରଣ କଥା। ଇଣ୍ଟରନେଟ୍ ଯୁଗରେ ନିଜ ନିଜର ସୋସିଆଲ ମିଡିଆରେ ସାଇଟ୍ରେ ବୋଲ୍ଡ ଫଟୋ ଶେୟାର କରୁଥିବା ଦେଖିବାକୁ ମିଳୁଛି। ଆଜି ଏହି ସବୁ ଜିନିଷ ଅତି ସାଧାରଣ…
ଶିବଶକ୍ତି-ଭୀମଶକ୍ତି ମିଳିତ: ଆମ୍ବେଡ଼କରଙ୍କ ନାତିଙ୍କ ଦଳ ସହ ମେଣ୍ଟ କଲେ ଉଦ୍ଧବ…
ମୁମ୍ବାଇ,୨୩।୧ : ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସୋମବାର ଭୀମରାଓ ଆମ୍ବେଡ଼ରକଙ୍କ ନାତି ପ୍ରକାଶ ଆମ୍ବେଡକରଙ୍କ ବଞ୍ଚିତ ବହୁଜନ ଅଘାଡି (ଭିବିଏ) ସହିତ ଏକ ମେଣ୍ଟ ଘୋଷଣା କରିଛନ୍ତି। ଆସନ୍ତା ବିଏମସି ନିର୍ବାଚନକୁ ଦୃଷ୍ଟିରେ ରଖି ଶିବଶକ୍ତି-ଭୀମଶକ୍ତି ମିଳିତ ହୋଇ…
Archives


