୧୧ ଦିନ ପାଇଁ ୫୭ ଟ୍ରେନ୍‌ ବାତିଲ

ଭଦ୍ରକ ଅଫିସ,୨୪ା୨:ଦକ୍ଷିଣ-ପୂର୍ବ ରେଳପଥ ଖଡଗପୁର ଡିଭିଜନ ଅଧୀନ ଭଦ୍ରକ ରାଣୀତାଲ ରେଳଷ୍ଟେଶନ ନିକଟରେ ଭଦ୍ରକ-ନାରାୟଣଗଡ଼ ତୃତୀୟ ଲାଇନ ରେଳପଥ ନିର୍ମାଣ ଲାଗି ଆସନ୍ତା ୨୫ ତାରିଖଠାରୁ ମାର୍ଚ୍ଚ ୭ ପର୍ଯ୍ୟନ୍ତ ୧୧ ଦିନ ପାଇଁ ୫୭ଟି ଟ୍ରେନ୍‌ ବାତିଲ କରାଯାଇଛି। ଏଥିସହ ୪ଟି ଟ୍ରେନ୍‌ର ଗତିପଥ ପରିବର୍ତ୍ତନ କରାଯାଇଛି। ଖଡଗପୁର ଏବଂ ଖୋର୍ଦ୍ଧା ମଧ୍ୟରେ ଚଳାଚଳ କରୁଥିବା ଏକ୍ସପ୍ରେସ୍‌, ସୁପରଫାଷ୍ଟ ଏବଂ ପାସେଞ୍ଜର ଟ୍ରେନ୍‌ଗୁଡ଼ିକ ରହିଛି। ଭୁବନେଶ୍ୱର-ନୂଆଦିଲ୍ଲୀ ଏବଂ ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ, ବେଙ୍ଗାଲୁରୁ-ହାଓଡା ଦୁରନ୍ତୋ ଏକ୍ସପ୍ରେସ୍‌ ଆଦି ୪ ଟ୍ରେନ୍‌ର ଗତିପଥ ପରିବର୍ତ୍ତନ କରାଯାଇଛି। ସେହିଭଳି ଖଡଗପୁର-ଭଦ୍ରକ ଏବଂ ଖଡଗପୁର ମେମୁ ସ୍ପେଶାଲ ଟ୍ରେନ୍‌କୁ ମଧ୍ୟ ଅସ୍ଥାୟୀ ଭାବେ ବାତିଲ କରାଯାଇଥିବା ନେଇ ଦକ୍ଷିଣ-ପୂର୍ବ ରେଳପଥ ସିନିୟର ଡିଭିଜନାଲ ଅପରେଶନାଲ ମ୍ୟାନେଜରଙ୍କ କାର୍ଯ୍ୟାଳୟ ପକ୍ଷରୁ ଘୋଷଣା କରାଯାଇଥିବା ଭଦ୍ରକ ଷ୍ଟେଶନ ମ୍ୟାନେଜର ସୁବାସ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩ ମାସ ପରେ ମାଟିତଳୁ କଢ଼ାଗଲା ସ୍ବାମୀଙ୍କ ଶବ: ସ୍ତ୍ରୀ ଆଣିଲେ ହତ୍ୟା ଅଭିଯୋଗ

ବରଗଡ଼ ଅଫିସ୍‌/ପଦ୍ମପୁର,୧୮।୭(ଡି.ଏନ.ଏ) ମୃତ୍ୟୁ ପରେ ପାରମ୍ପରିକ ରୀତିନୀତିରେ ଶବ ସଂସ୍କାର କରାଯାଇଥିଲା । ଶବକୁ ଚାରିକାନ୍ଧ ଦେଇ ଶ୍ମଶାନରେ ମାଟି ଖୋଳି ପୋତି ଯାଇଥିଲା ।...

ଧାନ ଅମଳ ମେଶିନରେ ଚାପିହୋଇ ଜଣେ ମୃତ

ହିଞ୍ଜିଳିକାଟୁ,୧୯।୧(ଡି.ଏନ.ଏ.): ହିଞ୍ଜିଳି ଥାନା ସମରଝୋଳ ଛକରେ ଗୁରୁବାର ଏକ ବିଲରେ ଜଣେ କୃଷି ଶ୍ରମିକଙ୍କୁ ଧାନ ଅମଳ ମେଶିନରେ ଚାପି ହୋଇ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ...

ଲିଙ୍ଗରାଜଙ୍କ ରୁକୁଣା ରଥ ନିର୍ମାଣ ପାଇଁ ପଠାଗଲା କାଠ

ଶରଣକୁଳ,୨୧ା୩(ଡି.ଏନ୍‌.ଏ.):ନୟାଗଡ଼ ଜିଲା ପଞ୍ଚରିଡ଼ା ବନାଞ୍ଚଳ ଅନ୍ତର୍ଗତ ଭିକାରିପଡ଼ା ଗଁାରୁୁ ଲିଙ୍ଗରାଜଙ୍କ ରୁକୁଣା ରଥ ନିର୍ମାଣ ପାଇଁ ୩ଖଣ୍ଡ ଗଣ୍ଡି କାଠ ସଂଗ୍ରହ କରାଯାଇ ଟ୍ରକ ଯୋଗେ...

ସହାୟତା ଦାବି କଲା ପଞ୍ଚତାଳ ଦୁଲଦୁଲି ସଂଘ

ଦେଓଗାଁ,୨୮ା୫(ଡି.ଏନ.ଏ)  ବଲାଙ୍ଗୀର ଜିଲା ଦେଓଗାଁ, ଗୁଡଭେଲା ଓ ସଇଁନ୍ତଲା ବ୍ଲକର ସମସ୍ତ ଦୁଲଦୁଲି ଓ ବ୍ୟାଣ୍ଡବାଜା ପାର୍ଟିକୁ ନେଇ ଗଠିତ ପଞ୍ଚତାଳ ଦୁଲଦୁଲି ସଂଘ ବୁଧବାର...

ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ଇ-ଅଭିଯୋଗ ଦରଖାସ୍ତ: ୭ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଅନିବାର୍ଯ୍ୟ

ଛତ୍ରପୁର,୫ା୧(ଡି.ଏନ.ଏ.)-ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ଇ-ଅଭିଯୋଗ ଦରଖାସ୍ତଗୁଡିକ ତଦାରଖ ପାଇଁ ଗଞ୍ଜାମ ଜିଲାର ବିଭିନ୍ନ ସରକାରୀ କାର୍ଯ୍ୟାଳୟକୁ ଆସିଥାଏ। ସମ୍ପୃକ୍ତ ବିଭାଗଗୁଡିକ ଉକ୍ତ ଅଭିଯୋଗର ଉପଯୁକ୍ତ ତଦନ୍ତ କରି...

ବରଗଡ଼ରେ ୧୩୭ ନୂଆ କରୋନା ପଜିଟିଭ୍‌: ଭେଡେନ୍‌ରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ

ବରଗଡ଼ ଅଫିସ,୨୮।୯: ବରଗଡ଼ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସୋମବାର ଜିଲାରେ ପୁଣି ୧୩୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।...

କଟକରୁ ଆଉ ୨୨ ପଜିଟିଭ୍‌: ରହିଛି ୭ ଲୋକାଲ କେସ୍‌

ଭୁବନେଶ୍ୱର, ୩୧।୭(ବ୍ୟୁରୋ): କଟକ ସହରରୁ ଶୁକ୍ରବାର ୨୨ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୫ଜଣ କ୍ୱାରାଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ...

ଝଡ଼ ଆଳରେ ଶତାଧିକ ଗଛ କାଟିନେଲେ ଗ୍ରାମବାସୀ

ଖଇରା,୨୨।୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ଅର୍ଜୁନପୁର ଗ୍ରାମ ନିଟଟସ୍ଥ ଗୋରୁହାଟ ଚାଲୁଥିବା ଗ୍ରାମ୍ୟ ଜଙ୍ଗଲରୁ ନିକଟସ୍ଥ ଗ୍ରାମବାସୀମାନେ ବୁଧବାର ରାତିରେ ଶହ ଶହ ସଂଖ୍ୟାର...

Advertisement
Archives

Model This Week