ବସ୍ତିରେ ରାତି କାଟିଲେ ମେୟର

କଟକ ଅଫିସ,୨୪ା୨: କଟକ ମହାନଗର ନିଗମ (ସିଏମ୍‌ସି) ପକ୍ଷରୁ ମୋ’ ୱାର୍ଡ ଅଭିଯାନ ଗୁରୁବାରଠାରୁ ଆରମ୍ଭ ହୋଇଛି। ସିଏମ୍‌ସି ମେୟର ସୁବାସ ସିଂ ୧ ନମ୍ବର ୱାର୍ଡରୁ ଏହି ଅଭିଯାନ ଆରମ୍ଭ କରିଛନ୍ତି। ଏହି ଅବସରରେ ଚହଟାସ୍ଥିତ ଗାୟତ୍ରୀ ମନ୍ଦିର ପ୍ରାଙ୍ଗଣରେ ସନ୍ଧ୍ୟାରେ ବରିଷ୍ଠ ନାଗରିକମାନଙ୍କୁ ନେଇ ପ୍ରଥମେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ମେୟର ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଓ୍ବାର୍ଡର ପ୍ରାୟ ୨୦୦ ଜଣ ବରିଷ୍ଠ ନାଗରିକ ଯୋଗଦେଇ ଡ୍ରେନ୍‌ ସମସ୍ୟା, ରାସ୍ତାଘାଟ ମରାମତି, ସ୍ବଚ୍ଛତା, ଡାକ୍ତରଖାନା, ନୂତନ କଲେଜ ପ୍ରତିଷ୍ଠା, ସ୍କୁଲ ଓ ଖେଳପଡିଆ ଆଦିର ଉନ୍ନତୀକରଣ ସମ୍ପର୍କରେ ମତ ଉପସ୍ଥାପନ କରିଥିଲେ। ମେୟର ସମସ୍ତଙ୍କ ମତାମତକୁ ଶୁଣିବା ପରେ ଯଥାଶୀଘ୍ର କାର୍ଯ୍ୟ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସିଏମ୍‌ସି ଡେପୁଟି କମିଶନର ଅଜୟ ମହାନ୍ତି, ସ୍ଥାନୀୟ କର୍ପୋରେଟର ଭାନୁ ସେନାପତି, ଟୁକୁନା ସେନାପତି, ୱାର୍ଡ ସଭାପତି ବୀରେନ ବେହେରା, ଦୁର୍ଗାପୂଜା କମିଟି ସଭାପତି ପଞ୍ଚାନନ ସେନାପତି, ଭଗବାନ ଚାନ୍ଦ, ବିଶ୍ୱନାଥ ଧୀର, ବରିଷ୍ଠ ନାଗରିକ ହେମା ବେହେରା, ବିଚିତ୍ରାନନ୍ଦ ସାମଲ, ନଗେନ ମହାନ୍ତି, ଅବିନାଶ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।
ପରେ ମେୟର ବନ୍ଧତଳ ବସ୍ତି ଏବଂ ବିଡାନାସୀର ବିଭିନ୍ନ ସାହି ବୁଲିଥିଲେ। ଶେଷରେ ସେ ବନ୍ଧତଳ ବସ୍ତିରେ ଭୋଜନ କରିବା ସହ ରାତ୍ରୀଯାପନ କରିଥିଲେ। ଏ ନେଇ ମେୟର ସିଂ କହିଛନ୍ତି, ଲୋକମାନଙ୍କ ସମସ୍ୟା ସମାଧାନ କରିବା ଓ ସହରର ସର୍ବାଙ୍ଗୀନ ଉନ୍ନତି କରିବା ପ୍ରଥମ କର୍ତ୍ତବ୍ୟ। ସେଥିପାଇଁ ଏହି ଅଭିଯାନ ଆରମ୍ଭ କରାଯାଇଛି। ଶୁକ୍ରବାର ସକାଳୁ ୱାର୍ଡ ଅନ୍ୟ ଅଞ୍ଚଳରେ ଚାଲିଥିବା ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରାଯିବା କାର୍ଯ୍ୟକ୍ରମ ରହିଛି। ବିଶେଷକରି ସକାଳ ୬ଟାରୁ ସାଢେ ୮ଟା ମଧ୍ୟରେ ବିଡାନାସୀ ବଉଳଛକରେ ଥିବା ହାଜିରାକୁ ମେୟର ତଦାରଖ କରିବେ। ଏଥିସହ ୱାର୍ଡରେ ପରିମଳ ବ୍ୟବସ୍ଥାର ସ୍ଥିତି ଓ ଅଳିଆ ସଂଗ୍ରହ ଠିକ୍‌ ଭାବେ କରାଯାଉଛି କି ନାହିଁ ତାହା ବୁଲି ଦେଖିବେ। ପୂର୍ବାହ୍ନରୁ ଏହି ପରିକ୍ରମାରେ ସିଏମ୍‌ସି କମିଶନର ନିଖିଲ ପୱନ କଲ୍ୟାଣ ସାମିଲ ହେବେ। ପୂର୍ବାହ୍ନ ୧୦ଟାରୁ ସାଢେ ୧୧ଟା ମଧ୍ୟରେ ବିଡାନାସୀରେ ଡ୍ରେନ ନିର୍ମାଣ କାର୍ଯ୍ୟର ଅଗ୍ରଗତି ସଂକ୍ରାନ୍ତରେ ସମୀକ୍ଷା ହେବ ଏବଂ ୱାର୍ଡରେ ସିଏମ୍‌ସିର ସମସ୍ତ ପ୍ରକଳ୍ପ କାର୍ଯ୍ୟର ଅନୁଧ୍ୟାନ କରିବେ ମେୟର ଓ କମିଶନର। ସେହିପରି ସାଢେ ୧୧ଟାରୁ ସାଢେ ୧ଟା ମଧ୍ୟରେ ୧ ନଂ. ୱାର୍ଡର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ, ଅଙ୍ଗନଓ୍ବାଡି କେନ୍ଦ୍ର ଓ ଡାକ୍ତରଖାନାକୁ ମେୟର ଅନୁଧ୍ୟାନ କରିବାର କାର୍ଯ୍ୟକ୍ରମ ରହିଛି। ୧ ଘଣ୍ଟା ବିଶ୍ରାମ ନେବା ପରେ ଅପରାହ୍ନ ୩ଟାରୁ ସ୍ଥାନୀୟ ଗାୟତ୍ରୀ ମନ୍ଦିରରେ ବିଭିନ୍ନ ପର୍ଯ୍ୟାୟରେ ବୈଠକ ଅନୁଷ୍ଠିତ ହେବ। ସ୍ବଂୟ ସହାୟିକା ଗୋଷ୍ଠୀ, ସ୍ଥାନୀୟ ଯୁବକ ଓ ସ୍ପୋଟର୍‌ସ କ୍ଲବ, ସ୍ବେଚ୍ଛାସେବୀ ସଙ୍ଗଠନର ସଦସ୍ୟମାନଙ୍କୁ ନେଇ ଉକ୍ତ ସ୍ଥାନରେ ପୃଥକଭାବେ ବୈଠକ ହୋଇ ବିଭିନ୍ନ ବିଷୟରେ ଆଲୋଚନା କରାଯିବ। ଏହାପରେ ଶ୍ରମିକକାର୍ଡ ପାଇଥିବା ହିତାଧିକାରୀ, ଉଠାଦୋକାନୀ, ଅଟୋ ଡ୍ରାଇଭରମାନଙ୍କ ସହ ମେୟର ଆଲୋଚନା କରିବେ। ପୁଣି ବସ୍ତିରେ ମେୟର ରାତ୍ରିଯାପନ କରି ୨୫ ତାରିଖରେ ବରିଷ୍ଠ ନାଗରିକଙ୍କ ସହ ପ୍ରୟାତଃ ଭ୍ରମଣ କରିବାର କାର୍ଯ୍ୟକ୍ରମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?