ବସ୍ତିରେ ରାତି କାଟିଲେ ମେୟର

କଟକ ଅଫିସ,୨୪ା୨: କଟକ ମହାନଗର ନିଗମ (ସିଏମ୍‌ସି) ପକ୍ଷରୁ ମୋ’ ୱାର୍ଡ ଅଭିଯାନ ଗୁରୁବାରଠାରୁ ଆରମ୍ଭ ହୋଇଛି। ସିଏମ୍‌ସି ମେୟର ସୁବାସ ସିଂ ୧ ନମ୍ବର ୱାର୍ଡରୁ ଏହି ଅଭିଯାନ ଆରମ୍ଭ କରିଛନ୍ତି। ଏହି ଅବସରରେ ଚହଟାସ୍ଥିତ ଗାୟତ୍ରୀ ମନ୍ଦିର ପ୍ରାଙ୍ଗଣରେ ସନ୍ଧ୍ୟାରେ ବରିଷ୍ଠ ନାଗରିକମାନଙ୍କୁ ନେଇ ପ୍ରଥମେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ମେୟର ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଓ୍ବାର୍ଡର ପ୍ରାୟ ୨୦୦ ଜଣ ବରିଷ୍ଠ ନାଗରିକ ଯୋଗଦେଇ ଡ୍ରେନ୍‌ ସମସ୍ୟା, ରାସ୍ତାଘାଟ ମରାମତି, ସ୍ବଚ୍ଛତା, ଡାକ୍ତରଖାନା, ନୂତନ କଲେଜ ପ୍ରତିଷ୍ଠା, ସ୍କୁଲ ଓ ଖେଳପଡିଆ ଆଦିର ଉନ୍ନତୀକରଣ ସମ୍ପର୍କରେ ମତ ଉପସ୍ଥାପନ କରିଥିଲେ। ମେୟର ସମସ୍ତଙ୍କ ମତାମତକୁ ଶୁଣିବା ପରେ ଯଥାଶୀଘ୍ର କାର୍ଯ୍ୟ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସିଏମ୍‌ସି ଡେପୁଟି କମିଶନର ଅଜୟ ମହାନ୍ତି, ସ୍ଥାନୀୟ କର୍ପୋରେଟର ଭାନୁ ସେନାପତି, ଟୁକୁନା ସେନାପତି, ୱାର୍ଡ ସଭାପତି ବୀରେନ ବେହେରା, ଦୁର୍ଗାପୂଜା କମିଟି ସଭାପତି ପଞ୍ଚାନନ ସେନାପତି, ଭଗବାନ ଚାନ୍ଦ, ବିଶ୍ୱନାଥ ଧୀର, ବରିଷ୍ଠ ନାଗରିକ ହେମା ବେହେରା, ବିଚିତ୍ରାନନ୍ଦ ସାମଲ, ନଗେନ ମହାନ୍ତି, ଅବିନାଶ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।
ପରେ ମେୟର ବନ୍ଧତଳ ବସ୍ତି ଏବଂ ବିଡାନାସୀର ବିଭିନ୍ନ ସାହି ବୁଲିଥିଲେ। ଶେଷରେ ସେ ବନ୍ଧତଳ ବସ୍ତିରେ ଭୋଜନ କରିବା ସହ ରାତ୍ରୀଯାପନ କରିଥିଲେ। ଏ ନେଇ ମେୟର ସିଂ କହିଛନ୍ତି, ଲୋକମାନଙ୍କ ସମସ୍ୟା ସମାଧାନ କରିବା ଓ ସହରର ସର୍ବାଙ୍ଗୀନ ଉନ୍ନତି କରିବା ପ୍ରଥମ କର୍ତ୍ତବ୍ୟ। ସେଥିପାଇଁ ଏହି ଅଭିଯାନ ଆରମ୍ଭ କରାଯାଇଛି। ଶୁକ୍ରବାର ସକାଳୁ ୱାର୍ଡ ଅନ୍ୟ ଅଞ୍ଚଳରେ ଚାଲିଥିବା ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରାଯିବା କାର୍ଯ୍ୟକ୍ରମ ରହିଛି। ବିଶେଷକରି ସକାଳ ୬ଟାରୁ ସାଢେ ୮ଟା ମଧ୍ୟରେ ବିଡାନାସୀ ବଉଳଛକରେ ଥିବା ହାଜିରାକୁ ମେୟର ତଦାରଖ କରିବେ। ଏଥିସହ ୱାର୍ଡରେ ପରିମଳ ବ୍ୟବସ୍ଥାର ସ୍ଥିତି ଓ ଅଳିଆ ସଂଗ୍ରହ ଠିକ୍‌ ଭାବେ କରାଯାଉଛି କି ନାହିଁ ତାହା ବୁଲି ଦେଖିବେ। ପୂର୍ବାହ୍ନରୁ ଏହି ପରିକ୍ରମାରେ ସିଏମ୍‌ସି କମିଶନର ନିଖିଲ ପୱନ କଲ୍ୟାଣ ସାମିଲ ହେବେ। ପୂର୍ବାହ୍ନ ୧୦ଟାରୁ ସାଢେ ୧୧ଟା ମଧ୍ୟରେ ବିଡାନାସୀରେ ଡ୍ରେନ ନିର୍ମାଣ କାର୍ଯ୍ୟର ଅଗ୍ରଗତି ସଂକ୍ରାନ୍ତରେ ସମୀକ୍ଷା ହେବ ଏବଂ ୱାର୍ଡରେ ସିଏମ୍‌ସିର ସମସ୍ତ ପ୍ରକଳ୍ପ କାର୍ଯ୍ୟର ଅନୁଧ୍ୟାନ କରିବେ ମେୟର ଓ କମିଶନର। ସେହିପରି ସାଢେ ୧୧ଟାରୁ ସାଢେ ୧ଟା ମଧ୍ୟରେ ୧ ନଂ. ୱାର୍ଡର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ, ଅଙ୍ଗନଓ୍ବାଡି କେନ୍ଦ୍ର ଓ ଡାକ୍ତରଖାନାକୁ ମେୟର ଅନୁଧ୍ୟାନ କରିବାର କାର୍ଯ୍ୟକ୍ରମ ରହିଛି। ୧ ଘଣ୍ଟା ବିଶ୍ରାମ ନେବା ପରେ ଅପରାହ୍ନ ୩ଟାରୁ ସ୍ଥାନୀୟ ଗାୟତ୍ରୀ ମନ୍ଦିରରେ ବିଭିନ୍ନ ପର୍ଯ୍ୟାୟରେ ବୈଠକ ଅନୁଷ୍ଠିତ ହେବ। ସ୍ବଂୟ ସହାୟିକା ଗୋଷ୍ଠୀ, ସ୍ଥାନୀୟ ଯୁବକ ଓ ସ୍ପୋଟର୍‌ସ କ୍ଲବ, ସ୍ବେଚ୍ଛାସେବୀ ସଙ୍ଗଠନର ସଦସ୍ୟମାନଙ୍କୁ ନେଇ ଉକ୍ତ ସ୍ଥାନରେ ପୃଥକଭାବେ ବୈଠକ ହୋଇ ବିଭିନ୍ନ ବିଷୟରେ ଆଲୋଚନା କରାଯିବ। ଏହାପରେ ଶ୍ରମିକକାର୍ଡ ପାଇଥିବା ହିତାଧିକାରୀ, ଉଠାଦୋକାନୀ, ଅଟୋ ଡ୍ରାଇଭରମାନଙ୍କ ସହ ମେୟର ଆଲୋଚନା କରିବେ। ପୁଣି ବସ୍ତିରେ ମେୟର ରାତ୍ରିଯାପନ କରି ୨୫ ତାରିଖରେ ବରିଷ୍ଠ ନାଗରିକଙ୍କ ସହ ପ୍ରୟାତଃ ଭ୍ରମଣ କରିବାର କାର୍ଯ୍ୟକ୍ରମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ମାଟିରେ ଇତିହାସ ରଚିଲା DRDO: LRGRର ସଫଳ ପରୀକ୍ଷଣ, ୬୦ କିମି ଦୂର ଲକ୍ଷ୍ୟକୁ…

ନୂଆଦିଲ୍ଲୀ/ବାଲେଶ୍ୱର, ୮।୭: ଭାରତ ସ୍ୱଦେଶୀ ପ୍ରତିରକ୍ଷା ଜ୍ଞାନକୌଶଳ କ୍ଷେତ୍ରରେ ଆଉ ଏକ ବଡ଼ ସଫଳତା ହାସଲ କରିଛି। ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ବୁଧବାର…

ବରଗଡ଼ ଗସ୍ତରେ କମିଶନର ରାମଚନ୍ଦ୍ର ଯାଦବ: କୁରୁଆଁ ବିହନ ପ୍ରକ୍ରିୟାକରଣ ପ୍ଲାଣ୍ଟ କଲେ ପରିଦର୍ଶନ

ବରଗଡ଼,୮।୭(ପ୍ରେମାନନ୍ଦ ଖମାରୀ)- ଓଡ଼ିଶା କୃଷି ଓ କୃଷକ ସଶକ୍ତିକରଣ ବିଭାଗର କମିଶନର ତଥା ସଚିବ ସଚିନ ରାମଚନ୍ଦ୍ର ଯାଦବ ବୁଧବାର ବରଗଡ଼ ଜିଲା ଗସ୍ତରେ ଆସିଥିଲେ ।…

ବରଗଡ଼ର ଗୌରବ: ଆନ୍ତର୍ଜାତୀୟ ଚେସ୍ ‘ଫିଡେ ରେଟିଂ’ ହାସଲ କଲେ ରୋନକ୍ କୁମାର

ବରଗଡ,୮।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ପାଇଁ ଗର୍ବ ଓ ଗୌରବ ଆଣିଦେଇଛନ୍ତି ଜଣେ କୁନି ଚେସ୍ ଖେଳାଳି। ବରଗଡ଼ ଚେସ୍ ଆସୋସିଏସନ ତରଫରୁ ପରିଚାଳିତ ପ୍ରଶିକ୍ଷଣ କେନ୍ଦ୍ର…

ଭଞ୍ଜନଗର ଏଏସପିଙ୍କ ମହାନତା: ରାସ୍ତା କଡ଼ରେ ପଡ଼ିଥିବା ଆହତ ଯୁବକଙ୍କୁ ଉଦ୍ଧାର କରି ଚିକିତ୍ସା କରାଇଲେ

ଭଞ୍ଜନଗର,୮।୭(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଅତିରିକ୍ତ ଏସପି ରଞ୍ଜନ କୁମାର ଦେ ଜଣେ ଆହତ ଯୁବକଙ୍କୁ ଉଦ୍ଧାର କରି ଚିକିତ୍ସା ବ୍ୟବସ୍ଥା କରାଇଛନ୍ତି। ଏଏସପିଙ୍କ ଏହିଭଳି…

ସିଙ୍ଗଡ଼ା କିଣିବା ପାଇଁ ଟ୍ରେନ୍‌ ଅଟକାଇଲେ ଲୋକୋ ପାଇଲଟ୍‌, ଭାଇରାଲ ହେଉଛି ଭିଡିଓ

ଇନ୍ଦୋର,୮ା୭: ମଧ୍ୟପ୍ରଦେଶର ଇନ୍ଦୋରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ଲୋକୋ ପାଇଲଟ୍‌ ଟ୍ରେନ୍‌ ଅଟକାଇ ରାସ୍ତାପାର୍ଶ୍ୱ ଦୋକାନରୁ ସିଙ୍ଗଡ଼ା କିଣୁଥିବାର ଭିଡିଓ ସୋସିଆଲ…

ପାଠ ପଢ଼ିବା ପାଇଁ ଜିଦ୍: ପରିବାରଲୋକେ ବିବାହ ପାଇଁ ବାଧ୍ୟ କରିବାରୁ ଘର ଛାଡ଼ିଥିଲେ ଯୁକ୍ତ ଦୁଇ ଛାତ୍ରୀ, ୨ ବର୍ଷ ପରେ…

 ଦିଗପହଣ୍ଡି,୮।୭( ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଞ୍ଚଳରୁ ଦୀର୍ଘ ୨ ବର୍ଷ ହେଲା ନିଖୋଜ ଥିବା ଜଣେ ୨୨ ବର୍ଷୀୟା ଛାତ୍ରୀଙ୍କୁ ପାଟପୁର…

ଅନ୍ୟମାନଙ୍କ ପାଇଁ ଦୃଷ୍ଟାନ୍ତ: ମାଁ ଶ୍ୟାମାକାଳୀ ମନ୍ଦିରରେ ବିବାହ ବନ୍ଧନରେ ବାନ୍ଧିହେଲେ ୨ ଦିବ୍ୟାଙ୍ଗ ଯୋଡ଼ି

ବରଗଡ଼,୮।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହରରେ ଅବସ୍ଥିତ ମାଁ ଶ୍ୟାମାକାଳୀ ମନ୍ଦିର ସର୍ବେଶ୍ୱର କଲ୍ୟାଣ ମଣ୍ଡପରେ ବୁଧବାର ଆଦର୍ଶ ବିବାହ ହୋଇଥିଲା। ପାୱାର ଅଫ୍‌ ଦିବ୍ୟାଙ୍ଗ ଅନୁଷ୍ଠାନ ତତ୍ତ୍ୱାବଧାନରେ…

ହାବସପୁରରେ ଭାଜପାର ମିଶ୍ରଣ ପର୍ବ, ଏମପିଙ୍କ ନିର୍ଦ୍ଦେଶରେ ସାମିଲ ହେଲେ….

ଜୁନାଗଡ଼,୮।୭(ଅଂଶୁମାନ ଯୋଶୀ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଳକ ହାବସପୁର ଠାରେ ବୁଧବାର ଭାଜପାର ମିଶ୍ରଣ ପର୍ବ ଓ ଆମ୍ବୁଲାନ୍ସ ସେବା ଲୋକାର୍ପିତ ହୋଇ ଯାଇଛି । ସ୍ଥାନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri