କଲରଙ୍ଗୀ କ୍ରୋମାଇଟ ମାଇନ୍ସ ଖୋଲିବାକୁ ଦାବି
ଯାଜପୁର ଅଫିସ,୨୦ା୩ : ଶିଳ୍ପପତି, କର୍ପୋରେଟ ହାଉସ, ଖଣି ମାଲିକ, ଠିକାଦାର, ମନ୍ତ୍ରୀ, ବିଧାୟକଙ୍କଠୁ ଆରମ୍ଭକରି ବଡ଼ ଅଫିସର ପର୍ଯ୍ୟନ୍ତ ବିଭିନ୍ନ ଖଣିରୁ ବିପୁଳ ଟଙ୍କା ହଡପ କଲେଣି। ଶାହା କମିଶନ ସୁପାରିଶକୁ ମଧ୍ୟ ଅଣଦେଖା କରାଯାଇଛି। ଏପରି କି ହାଇକୋର୍ଟ,…
ଗୁଗଲ ମୁଖ୍ୟଙ୍କୁ ଚିଠି ଲେଖିଲେ କର୍ମଚାରୀ…
ୱାଶିଂଟନ,୨୦ ।୩: ଗୁଗଲର ପ୍ୟାରେଣ୍ଟ କମ୍ପାନୀ ଅଲଫାବେଟର ସିଇଓ ସୁନ୍ଦର ପିଚାଇଙ୍କୁ କମ୍ପାନୀର ୧,୪୦୦ କର୍ମଚାରୀ ଖୋଲା ପତ୍ର ଲେଖିଛନ୍ତି । ଏଥିରେ ସେମାନେ ଲେଖିଛନ୍ତି, ‘ଖରାପ ହୁଅନ୍ତୁ ନାହିଁ’ । ଏହି କର୍ମଚାରୀମାନେ କମ୍ପାନୀରୁ ସେମାନଙ୍କ ସହଯୋଗୀଙ୍କ ଛଟେଇକୁ ନେଇ…
ମିଲେଟ ମ୍ୟାନ୍ ପି.ଭି. ସତୀଶଙ୍କ ପରଲୋକ
ହାଇଦ୍ରାବାଦ, ୨୦ା୩: ମାଣ୍ଡିଆକୁ ଏକ ବିକଳ୍ପ, ପରିବେଶ ଅନୁକୂଳ କୃଷି ଉତ୍ପାଦ ଭାବେ ପ୍ରଦର୍ଶିତ କରିବାରେ ପ୍ରମୁଖ ଭୂମିକା ନେଇ ‘ମିଲେଟ୍ ମ୍ୟାନ୍’ର ପରିଚୟ ହାସଲ କରିଥିବା ପି.ଭି. ସତୀଶଙ୍କର ରବିବାର ସକାଳେ ହାଇଦ୍ରାବାଦରେ ପରଲୋକ ହୋଇଯାଇଛି। ତାଙ୍କୁ ୭୭ ବର୍ଷ…
ଫାଷ୍ଟ ଫୁଡ୍ ଦୋକାନ ଆଳରେ ବନ୍ୟପ୍ରାଣୀଙ୍କ ଚମଡ଼ା ବିକ୍ରି
ଭୁବନେଶ୍ୱର,(ବ୍ୟୁରୋ)/ବୌଦ୍ଧ,୨୦ା୩(ସ୍ବ.ପ୍ର.):ଫାଷ୍ଟଫୁଡ୍ ଦୋକାନ ଆଳରେ ଚଳାଇଥିଲେ ବନ୍ୟପ୍ରାଣୀଙ୍କ ଚମଡ଼ା ବିକ୍ରି କାରବାର। ଖବର ପାଇ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ (ଏସ୍ଟିଏଫ୍)ରବିବାର ରାତିରେ ବୌଦ୍ଧ ଜିଲା ହରଭଙ୍ଗା ଥାନା ଅଞ୍ଚଳରେ ଚଢାଉ କରି ଜଣଙ୍କୁ ଗିରଫ କରିଛି। ସେ ହେଲେ ଉକ୍ତ ଅଞ୍ଚଳର…
ଅମ୍ରିତପାଲ୍ଙ୍କୁ ବଳ ଦେଇଛି ଆଇଏସ୍ଆଇ
ନୂଆଦିଲ୍ଲୀ, ୨୦ା୩(ପି.ଟି.) : ଦୁବାଇରେ ଏକଦା ଟ୍ରକ୍ ଚଳାଉଥିବା ଅମ୍ରିତପାଲ୍ ସିଂ ଏବେ ଖଲିସ୍ତାନୀ ନେତା ତଥା ଦ୍ୱିତୀୟ ଭିନ୍ଦ୍ରନ୍ଓ୍ବାଲେର ପରିଚୟ ହାସଲ କରିଛନ୍ତି। ଓ୍ବାରିସ୍ ପଞ୍ଜାବ ଡେ’ ସଂଗଠନର ନେତୃତ୍ୱ ନେଉଥିବା ଅମ୍ରିତ୍ପାଲ ଏବେ ପଞ୍ଜାବ ସରକାରଙ୍କ ପାଇଁ ମୁଣ୍ଡବ୍ୟଥାର…
କିଡ୍ନୀ ରୋଗ କବଳରେ ୧୦ରୁ ଊର୍ଦ୍ଧ୍ୱ ଗାଁ
ଯାଜପୁର ଅଫିସ/କଳିଙ୍ଗନଗର (ଡି.ଏନ.ଏ.),୨୦ା୩ : ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳର ୧୦ରୁ ଊର୍ଦ୍ଧ୍ୱ ଗାଁ ଲୋକଙ୍କ ଜୀବନ କିଡ୍ନୀ ରୋଗ ପାଇଁ ଦୁର୍ବିସହ ହୋଇପଡିଛି। ୪୦ ବର୍ଷ ଟପିଲେ ବହୁ ଲୋକଙ୍କ ଜୀବନ ସଙ୍କଟାପନ୍ନ ହେଉଛି। ଅତି ପ୍ରଦୂଷିତ ୬ଟି କ୍ରୋମାଇଟ…
ବିଭିନ୍ନ କାର୍ଯ୍ୟର ସମୀକ୍ଷା ସହ ଲୋକଙ୍କ ସହିତ ମତ ବିନିମୟ କଲେ ୫-ଟି ସଚିବ
ଭୁବନେଶ୍ବର, ୨୦ା୩(ବ୍ୟୁରୋ):ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ(୫-ଟି) ଭି.କେ. ପାଣ୍ଡିଆନ ଦୁଇଦିନିଆ ନବରଙ୍ଗପୁର ଜିଲା ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନ ପ୍ରକଳ୍ପର କ୍ଷେତ୍ରସ୍ତରୀୟ ସମୀକ୍ଷା କରି ଫେରିଛନ୍ତି। ଏହାସହ ବିଭିନ୍ନ ବ୍ଲକରେ ଚାଲିଥିବା ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବା ଲାଗି ସେ ଜିଲା ପ୍ରଶାସନକୁ…
ଶୁଷ୍କ ଗୋବରୀ ନଦୀ ଜମି ଜବରଦଖଲ ବଢ଼ୁଛି
ପଟ୍ଟାମୁଣ୍ଡାଇ,୨୦ା୩(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ସହର ପାଖ ଦେଇ ପ୍ରବାହିତ ଗୋବରୀ ନଦୀ ଶୁଷ୍କ ହୋଇଯିବାରୁ ଜବରଦଖଲକାରୀମାନେ ନଦୀ କିସମ ଜମିକୁ ଜବରଦଖଲ କରି ଘରଦ୍ୱାର କରିବାରେ ଲାଗିପଡ଼ିଛନ୍ତି। ଏହି ନଦୀ ୧୫ ଦଶନ୍ଧି ପୂର୍ବରୁ ଚିରସ୍ରୋତା ସହ ନୌକା ଚଳାଚଳ…
ପଦ୍ମଶ୍ରୀ ଶ୍ରୀନିବାସ ଉଦ୍ଗାତା ପାଇଲେ ସାହିତ୍ୟ ଭାରତୀ ସମ୍ମାନ
କଟକ ଅଫିସ,୨୦ା୩:ସାହିତ୍ୟ ସବୁବେଳେ ବେଦନାର ଭାଷାକୁ ରୂପାୟିତ କରିଥାଏ। ମଣିଷ ଯେତେବେଳେ ସଭ୍ୟ ହେଲା ସେତେବେଳେ ସାହିତ୍ୟକୁ ଚିହ୍ନିଲା। ସାହିତ୍ୟ ଏକ ଆଧ୍ୟାତ୍ମିକ ଶକ୍ତି। ଏହା ମାନବତାକୁ ଉତ୍ତରଣକୁ ନେଇଯାଏ। ମଣିଷର ବ୍ୟଥା ଓ ବେଦନାରୁ ସାହିତ୍ୟ ସୃଷ୍ଟି ହୋଇଥାଏ ବୋଲି…
‘ଏବେ ଛୁଟି ମିଳିବ, ଧନ୍ୟବାଦ ଭଗବାନ’
ବାରିପଦା ଅଫିସ,୨୦।୩:ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟ ଜଳୁଥିଲା। ନିଅଁାରେ ଜୀବଜନ୍ତୁ ଅତିଷ୍ଠ ହୋଇପଡ଼ିଥିବା ବେଳେ ଲିଭେଇବାକୁ ବନ ବିଭାଗ ନାକେଦମ୍ ହୋଇଥିଲା। ପଶ୍ଚିମା ଝଡ଼ ପ୍ରଭାବରେ ଗତ ଦୁଇଦିନ ଧରି ବର୍ଷା ଫଳରେ ଏହି ଅଭୟାରଣ୍ୟ ନିଅଁାରୁ ମୁକ୍ତି ପାଇଛି। ବନ୍ୟଜନ୍ତୁଙ୍କ…
୧୦୦ କୋଟିର ମାଲିକ, ସାମାନ୍ୟ ଭୁଲ୍ ପାଇଁ ହୋଇଗଲେ କାଙ୍ଗାଳ
ମଣିଷର ଭାଗ୍ୟ କେତେବେଳେ କ’ଣ ପରିବର୍ତ୍ତନ ହେବ ତାହା କହିହେବ ନାହିଁ। କେତେବେଳେ ଭଲ ସମୟ ଆସେ ତ ଆଉ କେତେବେଳେ ଦୁର୍ଭାଗ୍ୟ। ସାମାନ୍ୟ ଭୁଲ୍ ପାଇଁ ମଣିଷ ଗୋଟିଏ ରାତିରେ କାଙ୍ଗାଳ ହୋଇଯାଏ। ଏମିତି ଜଣେ ବ୍ୟକ୍ତିଙ୍କ କ୍ଷେତ୍ରରେ ଘଟିଛି।…
ଆଜି ଶ୍ରୀମନ୍ଦିରରେ ୫ଘଣ୍ଟା ଦର୍ଶନ ବନ୍ଦ
ପୁରୀ ଅଫିସ, ୨୦ା୩:ଚୈତ୍ର ମାସ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ତିଥି ଅବସରରେ ସୋମବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ନୀତି ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ଶ୍ରୀଅଙ୍ଗଲାଗି ସେବକ ଦଇତାପତିମାନେ ଏହି ନୀତି ସମ୍ପାଦନ କରିବେ। ଏହା ଏକ ଗୁପ୍ତନୀତି। ଦ୍ୱିତୀୟ ଭୋଗମଣ୍ଡପ ପରେ…

