ଶୁଷ୍କ ଗୋବରୀ ନଦୀ ଜମି ଜବରଦଖଲ ବଢ଼ୁଛି

ପଟ୍ଟାମୁଣ୍ଡାଇ,୨୦ା୩(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ସହର ପାଖ ଦେଇ ପ୍ରବାହିତ ଗୋବରୀ ନଦୀ ଶୁଷ୍କ ହୋଇଯିବାରୁ ଜବରଦଖଲକାରୀମାନେ ନଦୀ କିସମ ଜମିକୁ ଜବରଦଖଲ କରି ଘରଦ୍ୱାର କରିବାରେ ଲାଗିପଡ଼ିଛନ୍ତି। ଏହି ନଦୀ ୧୫ ଦଶନ୍ଧି ପୂର୍ବରୁ ଚିରସ୍ରୋତା ସହ ନୌକା ଚଳାଚଳ ପାଇଁ ଉଦ୍ଦିଷ୍ଟ ଥିଲା। ମାତ୍ର ବ୍ରାହ୍ମଣୀ ସହ ଗୋବରୀ ନଦୀର ସଂଯୋଗ ପଥ ବନ୍ଦ ହେବାରୁ ଗୋବରୀ ନଦୀ କ୍ରମଶଃ ପୋତିହୋଇ ପଡ଼ିବାରୁ ଜମି ଜବରଦଖଲକାରୀଙ୍କ କବ୍‌ଜାକୁ ଚାଲିଯିବାରେ ଲାଗିଛି। ଫଳରେ ଏହି ନଦୀ ଉପରେ ନିର୍ଭର କରୁଥିବା ଉଭୟପାଶର୍‌ବର ଶତାଧିକ ଗ୍ରାମବାସୀ ହଇରାଣ ହେଉଛନ୍ତି। ଏଥିସହ ପାଣି ଅଭାବ ଯୋଗୁ ହଜାର ହଜାର ଏକର ଉର୍ବର ଚାଷଜମି ପଡ଼ିଆ ପଡୁଛି, ଯାହାଦ୍ୱାରା ଲୋକମାନଙ୍କ ଅର୍ଥନୈତିକ ଓ ସାମାଜିକ ବିକାଶ ଘଟିପାରୁନାହିଁ। ଏ ନେଇ ସାମାଜିକ କର୍ମୀ ଓ ଅଧିବାସୀମାନେ ଆଇନର ଆଶ୍ରୟ ନେଇଛନ୍ତି। ସରକାର ଏହି ନଦୀ ଭିତରେ ଇନ୍‌ଡୋର ଷ୍ଟାଡିୟମ ନିର୍ମାଣକୁ ନେଇ ଚାଷୀ, ଅଧିବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାର ଲାଗିଛି।
ସାମାଜିକ କର୍ମୀ ବିଜୟ ରାଉତ କୁହନ୍ତି, କେନ୍ଦ୍ରାପଡ଼ା ଜିଲାରେ ୭ ନଦୀ, ୨୭ ନାଳରେ ଜଳ ପ୍ରବାହିତ ହେଉଛି। ଧାନ ସହ ମାଛଚାଷ ଜିଲାର ଅର୍ଥନୀତିକୁ ସୁଦୃଢ଼ କରୁଛି। ୫୦ ହଜାର ଚାଷୀଙ୍କ ଜୀବନରେଖା ଗୋବାରୀ ନଦୀ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଅଧିକାଂଶ ସ୍ଥାନରେ ଏହାର ଶଯ୍ୟା ବର୍ଷାଦିନେ ବି ଶୁଷ୍କ ରହୁଛି। ଏହାକୁ ନେଇ କେବଳ ନଦୀ ଅଞ୍ଚଳର ଲୋକେ ଚିନ୍ତା ପ୍ରକଟ କରିଛନ୍ତି। ପରିବେଶବିତ୍‌ ବିଭୂତି ଭୂଷଣ ମହାପାତ୍ର କୁହନ୍ତି, ଗୋବରୀ ନଦୀ ଶୁଷ୍କ ହୋଇପଡୁଥିବାବେଳେ ଛୋଟ ନଦୀ ସବୁର ବର୍ଷାଦିନେ ଅବସ୍ଥା କିଭଳି ଥିବ ତାହା ସହଜରେ ଆକଳନ କରାଯାଇପାରେ। ଏଭଳି ପରିସ୍ଥିତି ହେବା ଚିନ୍ତାଜନକ। କାରଣ ଆମ ପାଇଁ ଯେତିକି ପରିମାଣର ଜଳ ଆବଶ୍ୟକ ତାହାର ୬୫ ପ୍ରତିଶତରୁ ଅଧିକ ନଦୀ ଦ୍ୱାରା ପୂରଣ ହୋଇଥାଏ। ବୁଦ୍ଧିଜୀବୀ ଅନନ୍ତ ଦାଶ କୁହନ୍ତି, ଗୋବରୀ ନଦୀ ରୂପରେ ପଟ୍ଟାମୁଣ୍ଡାଇ ଅଞ୍ଚଳକୁ ଯେଉଁ ପ୍ରକୃତିର ବରଦାନ ମିଳିଛି, ସରକାର ଅନ୍ତତଃ ନଦୀର ଅସ୍ତିତ୍ୱ ପ୍ରତି ସମ୍ବେଦନଶୀଳ ରହିବା ଆବଶ୍ୟକ। କିନ୍ତୁ ଦୁର୍ଭାଗ୍ୟବଶତଃ ବିକାଶରୂପକ ବିପର୍ଯ୍ୟୟ ହିଁ ଆଜି ନଦୀ ପ୍ରତି ଥିବା ଆମ ସମ୍ବେଦନଶୀଳତାକୁ ମାରି ଦେଇଛି। ଆଇନଜୀବୀ ପ୍ରମୋଦ ସାହୁ କୁହନ୍ତି, ସରକାର ଗୋବରୀ ନଦୀକୁ ପୋତି ଏହା ଭିତରେ ଇନ୍‌ଡୋର ଷ୍ଟାଡିୟମ ନିର୍ମାଣ କରୁଛନ୍ତି। ନଦୀ ଭିତରେ ଷ୍ଟାଡିୟମ ନିର୍ମାଣ ହେବା ଫଳରେ ନଦୀ ଜମିକୁ ଜବରଦଖଲ କରିଥିବା ବ୍ୟକ୍ତିଙ୍କ ଜାଗା ସୁରକ୍ଷିତ ହୋଇଗଲା ବୋଲି ଆଲୋଚନା ହେଉଛି। ନଦୀଗୁଡିକୁ ସଂରକ୍ଷଣ କରିବା ପରିବର୍ତ୍ତେ ସରକାରୀ ଅଧିକାରୀମାନଙ୍କ ପ୍ରୋତ୍ସାହନରେ କେତେଜଣ ମୃଷ୍ଟିମେୟ ଲୋକ ନଦୀ ଜମିକୁ ଜବରଦଖଲ କରି ବସତି କରିବା ଆରମ୍ଭ କରିଦେଲେଣି। ସାମାଜିକ କର୍ମୀ ପ୍ରଫୁଲ୍ଲ ଦାଶ କୁହନ୍ତି, ରାଜ୍ୟ ସରକାର ଓ ସ୍ଥାନୀୟ ରାଜନେତା ପଟ୍ଟାମୁଣ୍ଡାଇର ଇତିହାସ, ଭୌଗୋଳିକ ଅବସ୍ଥିତିକୁ ନ ଜାଣି କେବଳ ସ୍ବପ୍ନ ଦେଖିବାରେ ବ୍ୟସ୍ତ ରହୁଛନ୍ତି। ଠିକ୍‌ ଭାବେ ଆକଳନ ନ କରି ଅଞ୍ଚଳବାସୀଙ୍କୁ ମରଣମୁହଁକୁ ଠେଲି ଦେଉଛନ୍ତି। ଦି ଇଣ୍ଡିଆନ୍‌ ଏକ୍ସପ୍ରେସ୍‌ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ବିଶ୍ୱ ତାପମାନ ଓ ଖାଦ୍ୟ ପଦାର୍ଥର ନୂତନ ରିପୋର୍ଟରୁ ଜଣାପଡ଼ିଛି, ଭାରତକୁ ୨୦୫୦ରେ ପାଣି ଅଭାବ, ଭୀଷଣ ଗରମ କାରଣରୁ ଖାଦ୍ୟ ଯୋଗାଣରେ ୧୬ ପ୍ରତିଶତରୁ ଅଧିକ ଅଭାବ ସାମ୍ନା କରିବାକୁ ପଡ଼ିପାରେ। ୨୦୧୯ରେ ଜଳସଙ୍କଟର ସମ୍ମୁଖୀନ ହେଉଥିବା ଦେଶଗୁଡ଼ିକ ତାଲିକାରେ ଭାରତ ବିଶ୍ୱସ୍ତରରେ ୧୩ତମ ସ୍ଥାନରେ ରହିଛି। ଭାରତର ସ୍ଥିତି ଆଗକୁ ଅଧିକ ବିଗିଡ଼ିପାରେ। ଚାଷୀଙ୍କୁ ଜଳସେଚନରେ ଜଳାଭାବ ଦେଖାଦେଇପାରେ। ଜଳସଙ୍କଟ ଯୋଗୁ ଖାଦ୍ୟ ଉତ୍ପାଦନ ଗୁରୁତର ଭାବେ ପ୍ରଭାବିତ ହେବ। ଏଥିଯୋଗୁ ଯୋଗାଣ କମିବା ସହ ରପ୍ତାନି ଜାଗାରେ ଭାରତକୁ ଖାଦ୍ୟ ଆମଦାନୀ କରିବାକୁ ପଡ଼ିପାରେ ବୋଲି ଉଲ୍ଲେଖ ରହିଛି। ବୁଦ୍ଧିଜୀବୀ ଚିତ୍ତରଞ୍ଜନ ମଲ୍ଲିକ କୁହନ୍ତି, ଶୁଷ୍କ ନଦୀର ପୁନରୁଦ୍ଧାର ପାଇଁ ତ୍ୱରିତ ପଦକ୍ଷେପ ନେବାକୁ ୨୦୨୨ ଏପ୍ରିଲ ୧ରେ ବିଧାନସଭାର ପ୍ରଶ୍ନକାଳରେ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଦାବି କରିଥିଲେ। ତତ୍କାଳୀନ ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ କହିଥିଲେ, ଆମ ବିଭାଗ ସଜାଗ ରହିଛି। ସେଥିପାଇଁ ବିଭିନ୍ନ ସମୟରେ ବଜେଟରେ ପ୍ରାବଧାନ ରଖାଯାଉଛି। ଯେଉଁଠି ନଦୀ ଶୁଖିଯାଇଛି, ସେଠାକୁ କିପରି ନିରନ୍ତର ଜଳ ପ୍ରବାହିତ ହୋଇପାରିବ ସେଥିପାଇଁ ୟୁନିସେଫ୍‌ ସହ ଜଳସମ୍ପଦ ବିଭାଗ କରିଥିବା ଏମ୍‌ଓୟୁରେ ଆବଶ୍ୟକ ବ୍ୟବସ୍ଥା ରଖାଯାଇଛି। ଏ ସମ୍ପର୍କରେ ପଟ୍ଟାମୁଣ୍ଡାଇ ତହସିଲଦାର ଦିଲୀପ ସେଠୀଙ୍କୁ ପଚାରିବାରେ ଇନ୍‌ଡୋର ଷ୍ଟାଡିୟମ ହେଉଥିବା ସ୍ଥାନ ୧୦ବର୍ଷ ତଳୁ ନଦୀ କିସମରୁ କନ୍‌ଭର୍ସନ ହୋଇ ରଖିତ କିସମ ହୋଇସାରିଛି। ସେଥିଲାଗି ଷ୍ଟାଡିୟମ ନିର୍ମାଣ ହେଉଛି। ନଦୀ ଜମିକୁ ଜବରଦଖଲ ନେଇ କୌଣସି ଅଭିଯୋଗ ହୋଇନାହିଁ। ଅଭିଯୋଗ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେଠୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?