ଫାଷ୍ଟ ଫୁଡ୍‌ ଦୋକାନ ଆଳରେ ବନ୍ୟପ୍ରାଣୀଙ୍କ ଚମଡ଼ା ବିକ୍ରି

ଭୁବନେଶ୍ୱର,(ବ୍ୟୁରୋ)/ବୌଦ୍ଧ,୨୦ା୩(ସ୍ବ.ପ୍ର.):ଫାଷ୍ଟଫୁଡ୍‌ ଦୋକାନ ଆଳରେ ଚଳାଇଥିଲେ ବନ୍ୟପ୍ରାଣୀଙ୍କ ଚମଡ଼ା ବିକ୍ରି କାରବାର। ଖବର ପାଇ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ (ଏସ୍‌ଟିଏଫ୍‌)ରବିବାର ରାତିରେ ବୌଦ୍ଧ ଜିଲା ହରଭଙ୍ଗା ଥାନା ଅଞ୍ଚଳରେ ଚଢାଉ କରି ଜଣଙ୍କୁ ଗିରଫ କରିଛି। ସେ ହେଲେ ଉକ୍ତ ଅଞ୍ଚଳର ଗିରିଶ୍‌ କୁମାର ସାହୁ। ତାଙ୍କଠାରୁ ଏସ୍‌ଟିଏଫ୍‌ ଗୋଟିଏ କଲରାପତରିଆ ବାଘ ଛାଲ ଓ ଦୁଇଟି ହରିଣ ଛାଲ ଜବତ କରିଛି। ଏନେଇ ଏକ ମାମଲା (ନଂ.୫/୨୩ ) ରୁଜୁ ସହ ସୋମବାର ଗିରିଶ୍‌ଙ୍କୁ ସ୍ଥାନୀୟ କୋର୍ଟରେ ହାଜର କରାଯାଇଛି। ଜବତ ଛାଲ ୫ ଲକ୍ଷ ଟଙ୍କାରେ ବିକ୍ରି ପାଇଁ ଡିଲ୍‌ ହୋଇଥିବା ତଦନ୍ତ ବେଳେ ଜଣାପଡ଼ିଛି। ଜବତ ଛାଲକୁ ପରୀକ୍ଷା ପାଇଁ ଡେରାଡୁନ୍‌ସ୍ଥିତ ୱାଇଲ୍ଡ ଲାଇଫ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆକୁ ପଠାଯିବ। କାରବାରରେ ସମ୍ପୃକ୍ତ ଅନ୍ୟମାନଙ୍କୁ ଗିରଫ ପାଇଁ ଉଦ୍ୟମ ଆରମ୍ଭ ହୋଇଥିବା ଏସ୍‌ଟିଏଫ୍‌ ପକ୍ଷରୁ କୁହାଯାଇଛି। ଏହି ଚଢ଼ାଉରେ ସ୍ଥାନୀୟ ବନ ବିଭାଗର କର୍ମଚାରୀ ସହଯୋଗ କରିଥିଲେ।
ସୂଚନା ମୁତାବକ, ଛତରଙ୍ଗ-ହରଭଙ୍ଗା ରାସ୍ତାରେ ଅଭିଯୁକ୍ତଙ୍କର ଏକ ଫାଷ୍ଟଫୁଡ୍‌ ଦୋକାନ ରହିଛି। ସେଠାରେ ସେ ବନ୍ୟପ୍ରାଣୀଙ୍କ ଚମଡ଼ା ବିକ୍ରି କରୁଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇ ଏସ୍‌ଟିଏଫ୍‌ ଟିମ୍‌ ଶନିବାର ସେଠାରେ ପହଞ୍ଚତ୍ଥିଲା। ଦିନରେ ଦୋକାନ ବନ୍ଦ ଥିବାରୁ ରାତିରେ ଚଢାଉ କରାଯାଇଥିଲା। ଅପରପକ୍ଷରେ ୨୦୨୧ରେ ଏସ୍‌ଟିଏଫ କର୍ମଚାରୀ ମନମୁଣ୍ଡା ଓ ବାଉଁଶୁଣୀ ଅଞ୍ଚଳରୁ ଗୋଟିଏ ଲେଖାଏ ବାଘଛାଲ ଜବତ କରିଥିବା ବେଳେ ଚଳିତବର୍ଷ ଜାନୁୟାରୀ ୪ରେ ବୌଦ୍ଧ ସହରର ସାଲୁଙ୍କୀ ନଦୀ ପୋଲ ନିକଟରେ ଚଢାଉ କରି ଗୋଟିଏ ମହାବଳ ବାଘ ଓ ଗୋଟିଏ କଲରାପତରିଆ ଛାଲ ଜବତ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଲଢ଼େଇରେ ନୂଆ ବନାମ ଅଭିଜ୍ଞ

ରାଜକନିକା,୨୬ା୪(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଶେଷ ସୀମା ହେଉଛି ଆଳି ନିର୍ବାଚନମଣ୍ଡଳୀ। ରାଜକନିକାର ୨୯ଟି ପଞ୍ଚାୟତ ଓ ଆଳିର ୩୪ଟି ପଞ୍ଚାୟତକୁ ମିଶାଇ ଆଳି...

‘ପାଣ୍ଡିଆନ୍‌ଙ୍କୁ ଜେଡ୍‌ କାଟେଗୋରି ସୁରକ୍ଷା କାହିଁକି ମିଳୁଛି’

ଭୁବନେଶ୍ୱର, ୨୬।୪(ସୁନିତ୍‌ ମିଶ୍ର):କୌଣସି ସାମ୍ବିଧାନିକ ପଦପଦବୀରେ ନାହାନ୍ତି। ସେ ଏମ୍‌ପି କି ବିଧାୟକ କିମ୍ବା କୌଣସି ଦଳୀୟ ନେତା ବି ନୁହନ୍ତି। ସେ ଜଣେ ବିଜେଡିର...

ସରକାରୀ ହସ୍ପିଟାଲ ପରିସରରେ ଥିବା ଘରୋଇ ଔଷଧ ଦୋକାନ ହେବ ବନ୍ଦ

ଭୁବନେଶ୍ୱର, ୨୬।୪(ବନ୍ଦନା ସେଠୀ):ରାଜ୍ୟର ସରକାରୀ ଡାକ୍ତରଖାନା ପରିସରରେ ରହିଥିବା ଘରୋଇ ଔଷଧ ଷ୍ଟୋର୍‌ ବନ୍ଦ ହେବ। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏପରି କଡ଼ା...

ଘରେ ପଶି ମା’- ଦେଢ଼ ବର୍ଷର ପୁଅଙ୍କୁ ବୀଭତ୍ସ ହତ୍ୟା

ସମ୍ବଲପୁର,୨୬ା୪: ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା ଦଲକିବାହାଲ ଗାଁରେ ଗୁରୁବାର ବିଳମ୍ବିତ ରାତିରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଘରେ ପଶି ମା’-ପୁଅଙ୍କୁ ହତ୍ୟା କରିଛନ୍ତି...

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ନାମାଙ୍କନ ଶେଷ

ଭୁବନେଶ୍ୱର,୨୬ା୪(ଅନିଲ ଦାସ): ରାଜ୍ୟର ପ୍ରଥମ ପର୍ଯ୍ୟାୟ(ଦେଶର ଚତୁର୍ଥ ପର୍ଯ୍ୟାୟ) ନିର୍ବାଚନ ପାଇଁ ଗୁରୁବାର ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଛି। ଏପ୍ରିଲ ୧୮ରୁ ୨୪ ତାରିଖ...

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri