କଲରଙ୍ଗୀ କ୍ରୋମାଇଟ ମାଇନ୍ସ ଖୋଲିବାକୁ ଦାବି

ଯାଜପୁର ଅଫିସ,୨୦ା୩ : ଶିଳ୍ପପତି, କର୍ପୋରେଟ ହାଉସ, ଖଣି ମାଲିକ, ଠିକାଦାର, ମନ୍ତ୍ରୀ, ବିଧାୟକଙ୍କଠୁ ଆରମ୍ଭକରି ବଡ଼ ଅଫିସର ପର୍ଯ୍ୟନ୍ତ ବିଭିନ୍ନ ଖଣିରୁ ବିପୁଳ ଟଙ୍କା ହଡପ କଲେଣି। ଶାହା କମିଶନ ସୁପାରିଶକୁ ମଧ୍ୟ ଅଣଦେଖା କରାଯାଇଛି। ଏପରି କି ହାଇକୋର୍ଟ, ଜଙ୍ଗଲ ଓ ପର୍ଯ୍ୟାବରଣ କେନ୍ଦ୍ରୀୟ ବିଭାଗକୁ କାହାରି ଖାତିର ନାହିଁ ବୋଲି ଶ୍ରମିକ ନେତା ମାୟାଧର ନାୟକ ପ୍ରକାଶ କରିଛନ୍ତି। ଏକ ପ୍ରେସ୍‌ ଇସ୍ତାହାରରେ ସେ ଆହୁରି ଦର୍ଶାଇଛନ୍ତି, ବିଧାନସଭାରେ ଖଣିମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି, ଖଣି ନିଗମ ବେଆଇନ ଖନନ ପାଇଁ ୩୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଜରିମାନା ଦେଇଛି। କିନ୍ତୁ ଖଣି ଶ୍ରମିକ ଓ କର୍ମଚାରୀଙ୍କ କେହି ଆଡ ଆଖିରେ ଚାହଁୁ ନାହଁାନ୍ତି କି ଆଦୌ ଖାତିର କରୁନାହଁାନ୍ତି। ୨୨ ବର୍ଷ ହେଲା କଲରଙ୍ଗୀ କ୍ରେମାଇଟ ମାଇନ୍ସକୁ ମିଛଟାରେ ଚକ୍ରାନ୍ତକାରୀ ଜଣେ ନେତା ଓ ଜଣେ ନିଶାସକ୍ତ ଖଣିନିଗମ ଅଫିସରଙ୍କୁ ଧରି କେନ୍ଦ୍ରକୁ ରିପୋର୍ଟ ପଠାଇଦେଲେ। ଫଳରେ ବନ୍ୟଜନ୍ତୁ ସଂରକ୍ଷଣ ଆଇନରେ କଲରଙ୍ଗୀ ଖଣି ଖନନକୁ ବନ୍ଦ କରିଦେଲେ। ଶ୍ରମିକମାନଙ୍କ ଦୃଢ ପ୍ରତିବାଦରେ ଖଣି ନିଗମ ବାଧ୍ୟ ହୋଇ ୩ ବର୍ଷ ଦରମା, ବୋନସ ଓ ଅନ୍ୟାନ ସୁବିଧା ଦେଇ ଚାଲିଲେ। ପୁଣି ରାଜ୍ୟ ସରକାରଙ୍କ ଜଣେ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଖଣିନିଗମ ହଠାତ ଶ୍ରମିକଙ୍କ ପାଉଥିବା ପ୍ରାପ୍ୟକୁ ବନ୍ଦ କରିଦେଲେ। ଶ୍ରମିକମାନଙ୍କୁ ଯୋଡା ଖଣି ଜୋନକୁ ବଦଳି କଲେ। ଏ ନେଇ ସୁକିନ୍ଦା ଉପତ୍ୟକା ମାଇନ୍ସ ୱାର୍କର୍ସ ୟୁନିୟନ ସାଧାରଣ ସମ୍ପାଦକ ହାଇକୋର୍ଟର ଦ୍ୱାରସ୍ଥ ହେଲେ। ହାଇକୋର୍ଟଙ୍କ ପକ୍ଷରୁ ଖଣି ଶ୍ରମିକମାନେ କେବଳ ପାଖାପାଖି ୮ କିଲୋମିଟର ଦୂର ପର୍ଯ୍ୟନ୍ତ ବଦଳି ହୋଇପାରିବେ ବୋଲି ରାୟ ଶୁଣାଇଲେ। ହାଇକୋର୍ଟଙ୍କ ଆଦେଶକୁ ଖଣିନିଗମ ଭ୍ରୂକ୍ଷେପ କଲେନାହିଁ। ବାଧ୍ୟ ହୋଇ କେତେଜଣ ଶ୍ରମିକ ଯୋଡା-ବଡବିଲ ଯାଇ ଅସ୍ବାସ୍ଥ୍ୟକର ପରିବେଶରେ ରୋଗାକ୍ରାନ୍ତ ହୋଇ ଫେରିଆସିଲେ। ପୁନଃଶ୍ଚ ୟୁନିୟନ ପକ୍ଷରୁ କେନ୍ଦ୍ରୀୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କୁ ନିବେଦନ କରାଗଲା। ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟର ମୁଖ୍ୟ ସଚିବ ୬ ମାସରେ ଖଣି ଖୋଲି ଶ୍ରମିକମାନଙ୍କୁ କାମ ଦେବା ପାଇଁ ନିର୍ଦ୍ଦେଶ ଦେଲେ। ଏ ନିର୍ଦ୍ଦେଶନାମାକୁ ଓଏମ୍‌ସି ମଧ୍ୟ ଖାତିର କଲାନାହିଁ। ସେଇ ୨୦୦୧ରୁ ଆଜି ପର୍ଯ୍ୟନ୍ତ ଯେତେ ନେହୁରା, କାକୁତିମିନତି କଲେ ବି କଲରଙ୍ଗୀ ଖଣି ଶ୍ରମିକମାନଙ୍କ ଦୁଃଖକୁ କେହି ବୁଝୁନାହଁାନ୍ତି। କଲରଙ୍ଗୀ ଖଣିକୁ କ୍ଲୋଜର ନୋଟିସ ଦିଆଯାଇନାହିଁ। ତେଣୁ ପୂର୍ବରୁ ୩ ବର୍ଷ ଦେଇଆସୁଥିବା ମାସିକ ପ୍ରାପ୍ୟ ଭଳି ୨୨ ବର୍ଷର ପ୍ରାପ୍ୟ ପ୍ରାୟ ୫୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଖଣିଆଇନ ଅନୁଯାୟୀ ଶ୍ରମିକଙ୍କ ଦେବା କଥା। କିନ୍ତୁ ଏହି ଆଇନକୁ ମଧ୍ୟ ଦବେଇ ଦିଆଯାଇଛି। ଖଣି ଶ୍ରମିକମାନେ କ୍ରୋଧରେ ଜଳୁଛନ୍ତି। ଏବେ କଲରଙ୍ଗୀ କ୍ରୋମାଇଟ ଖଣି ଶ୍ରମିକମାନେ ମରି ମରି ବଞ୍ଚିଛନ୍ତି। ତେଣୁ ଉକ୍ତ ଖଣି ଖନନ ପୁଣି ଆରମ୍ଭ କରିବା ସହ ସମ୍ପୃକ୍ତ ଶ୍ରମିକମାନଙ୍କ ବକେୟା ପ୍ରାପ୍ୟ ପ୍ରଦାନ ଏବଂ ମୃତ ଶ୍ରମିକଙ୍କ ପରିବାରରୁ ଜଣଙ୍କୁ ନିଯୁକ୍ତି ଦେବାକୁ ରାଷ୍ଟ୍ରପତିଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ବୋଲି ଶ୍ରମିକ ନେତା ନାୟକ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଯାହାଙ୍କ ପାଖରେ ଆଧାରକାର୍ଡ ଅଛି, ତାଙ୍କୁ ମିଳିବ ସୁନା’, ଘୋଷଣା କଲେ PM ମୋଦି? ଜାଣନ୍ତୁ ଭାଇରାଲ ଦାବି ପଛର ସତ୍ୟ

ନୂଆଦିଲ୍ଲୀ, ୧୭।୮: ସୋସିଆଲ ମିଡିଆରେ ପ୍ରତିଦିନ ସରକାରଙ୍କ ସହ ଜଡ଼ିତ ଅନେକ ଯୋଜନା ବିଷୟରେ ସୂଚନା ଦିଆଯାଉଛି। କେତେବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଡିଓ ଭାଇରାଲ ହେଉଛି, ତ…

ବୃହସ୍ପତି-ଶନିଙ୍କ ମଧ୍ୟରେ ହେବାକୁ ଯାଉଛି ଅଦ୍ଭୁତ ଯୋଗ: ପୂରା ସେପ୍ଟେମ୍ବରରେ ମାସରେ ଏହି ୫ ରାଶିଙ୍କର ବଲ୍ଲେ-ବଲ୍ଲେ

ସେପ୍ଟେମ୍ବର ୨୦୨୬ ମାସର ଆରମ୍ଭ ଏକ ଶୁଭ ଯୋଗରୁ ହେବାକୁ ଯାଉଛି। ଦ୍ରିକ ପଞ୍ଚାଙ୍ଗ ଅନୁଯାୟୀ, ସେପ୍ଟେମ୍ବର ୧ ତାରିଖରେ ଦେବଗୁରୁ ବୃହସ୍ପତି ଏବଂ ନ୍ୟାୟର ଦେବତା…

ସୁରଟରୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ, ଗାଁରେ ଶୋକାକୁଳ ପରିବେଶ

ହିଞ୍ଜିଳିକାଟୁ,୧୭।୮(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଅଞ୍ଚଳରୁ ଏକ ଦୁଖଃଦ ଘଟଣା ସାମ୍ନାକୁ ଆସିଛି। ଦାଦନ ଖଟିବାକୁ ଯାଇଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ମୃତଦେହ ସୋମବାର…

ଚୋର-ପୋଲିସ୍‌ର ଖେଳ ସୋସିଆଲ୍‌ ମିଡିଆରେ ଭାଇରାଲ୍‌: ଚାରି ଥାନାର ପୋଲିସ୍‌କୁ ପାଣି ପିଆଇ…

ପୁରୁଷୋତ୍ତମପୁର, ୧୭।୮ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଘଟିଥିବା ଚୋର-ପୋଲିସ୍‌ ଲଢ଼େଇ ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି। ଗତ ଶୁକ୍ରବାର…

ସ୍ତ୍ରୀଙ୍କୁ ହତ୍ୟା କରି ହୋଇଥିଲେ ଫେରାର, ୪ ବର୍ଷ ପରେ ମିଳିଲା ଦଣ୍ଡ

ପାରଳାଖେମୁଣ୍ଡି,୧୭।୮(ଗିରିଧାରୀ ପରିଛା) : ଝିଅର ଚିକିତ୍ସାକୁ ନେଇ ପତ୍ନୀଙ୍କ ସହ ବଚସାରୁ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି । ଗଜପତି ଜିଲା…

ଭାଜପାର ନୂଆ ଟିମ୍‌ରେ ଓଡ଼ିଶାର ଏହି ୨ ନେତା ସାମିଲ: ଜାଣନ୍ତୁ କିଏ କିଏ

ଭୁବନେଶ୍ୱର,୧୭।୮: ଭାଜପାର ନୂତନ ସଭାପତି ନୀତିନ ନବୀନଙ୍କ ନେତୃତ୍ୱରେ ନୂତନ ଜାତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ବ୍ୟାପୀ…

୨୨ ଅଗଷ୍ଟରୁ ତ୍ରିଗ୍ରହୀ ଯୋଗର ପ୍ରଭାବ: ଏହି ୪ ରାଶି ଲୋକଙ୍କ ଭାଗ୍ୟରେ ନୂଆ ମୋଡ଼, ଜାଣନ୍ତୁ କ’ଣ ଘଟିବ…

ଜ୍ୟୋତିଷୀୟ ଗଣନା ଅନୁଯାୟୀ, ଅଗଷ୍ଟ ୨୦୨୬ରେ ସିଂହ ରାଶିରେ ୩ଟି ଗ୍ରହର ଯୁତି ଗଠିତ ହେବାକୁ ଯାଉଛି। ପ୍ରଥମେ କେତୁ ସିଂହ ରାଶିରେ ଅବସ୍ଥିତ ରହିବେ। ଏହାପରେ…

ନୀତିନ ନବୀନଙ୍କ ନୂଆ ଟିମ୍‌ରେ କେଉଁ ରାଜ୍ୟରୁ କାହାକୁ ମିଳିଲା ଦାୟିତ୍ୱ: ଜାଣନ୍ତୁ

ନୂଆଦିଲ୍ଲୀ,୧୭।୮: ଭାଜପାର ନୂତନ ସଭାପତି ନୀତିନ ନବୀନଙ୍କ ନେତୃତ୍ୱରେ ନୂତନ ଜାତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ବ୍ୟାପୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri