ଜଣଙ୍କୁ ଦଳିଦେଲା ହାତୀ
ବାଲେଶ୍ୱର,୩ା୩(ଡି.ଏନ୍.ଏ.): ବସ୍ତା ବ୍ଲକ ଅନ୍ତର୍ଗତ କରଞ୍ଜିଆ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ମିଳିଥିବା ସୂଚନାନୁସାରେ, ଗୁରୁବାର ବିଳମ୍ବିତ ରାତିରେ ୫-୬ ଟି ହାତୀ ଥିବା ଏକ ହାତୀପଲ ପଡ଼ୋଶୀ ମୟୂରଭଞ୍ଜ ଜିଲାର ବେତନାସିଆ ଜଙ୍ଗଲରୁ ବାହାରି…
୫-ଟି ସଚିବଙ୍କ ଗସ୍ତର ଦ୍ୱିତୀୟ ଦିନ, ବିଭିନ୍ନ ପ୍ରକଳ୍ପର କଲେ ସମୀକ୍ଷା
ବାରିପଦା ଅଫିସ,୩ା୩: ଶୁକ୍ରବାର ରାଜ୍ୟ ସରକାରଙ୍କ ୫-ଟି ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନ ଦ୍ବିତୀୟ ଦିନ ଗସ୍ତରେ ଆସି ବାରିପଦାରେ ପହଞ୍ଚିଛନ୍ତି। ରାଇରଙ୍ଗପୁର ସଡ଼କ ପଥରେ ବାହାରି ଦୁଆରଶୁଣି ଘାଟିର ପ୍ରସ୍ତାବିତ ବିକଳ୍ପ ରାସ୍ତା ନିର୍ମାଣ ସମୀକ୍ଷା ପରେ ବାଙ୍ଗରିପୋଷି ନିକଟ ଚନ୍ଦନପୁରର…
ଭାରତକୁ ୯ ଉଇକେଟ୍ରେ ପରାସ୍ତ କଲା ଅଷ୍ଟ୍ରେଲିଆ
ଇନ୍ଦୋର,୩।୩: ଚାରି ଟେଷ୍ଟ ସିରିଜର ତୃତୀୟ ମ୍ୟାଚ୍ରେ ଅଷ୍ଟ୍ରେଲିଆ ଟିମ ଇଣ୍ଡିଆକୁ ୯ ଉଇକେଟ୍ରେ ପରାସ୍ତ କରିଛି। ଏହି ବିଜୟ ସହିତ ଅଷ୍ଟ୍ରେଲିଆ ସିରିଜରେ ପ୍ରତ୍ୟାବର୍ତ୍ତନ କରିଛି। ପ୍ରଥମ ଦୁଇଟି ଟେଷ୍ଟ ଜିତିବା ପରେ ସିରିଜ୍ରେ ଭାରତ ୨-୧ରେ ଆଗୁଆ ରହିଛି।…
୩ ଥାନା ଅଞ୍ଚଳରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା
ଅନୁଗୋଳ ଅଫିସ, ୩ା୩: ଅନୁଗୋଳ ଜିଲାରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଯାଇଛି। ଜିଲାରେ ନୂତନ ଏସ୍ପି ଭାବେ ସୁଧାଂଶୁ ଶେଖର ମିଶ୍ର ଯୋଗଦେବା ପରେ ଏକ ବଡ଼ ଧରଣର ପଦକ୍ଷେପ ଗ୍ରହଣ କରାଯାଇଛି। ଟ୍ରାଫିକ ବ୍ୟବସ୍ଥାରେ ସୁଧାର ଆଣିବା ସହ ଆଇନ ଶୃଙ୍ଖଳା…
ହସ୍ପିଟାଲରେ ଲାଗିବ ବାୟୋମେଟ୍ରିକ ମେଶିନ
ଭୁବନେଶ୍ୱର, ୩।୩(ବ୍ୟୁରୋ):ସ୍ବାସ୍ଥ୍ୟସେବା କ୍ଷେତ୍ରକୁ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ଏବେ ହସ୍ପିଟାଲରେ ବାୟୋମେଟ୍ରିକ ଆଟେଣ୍ଡାନ୍ସ ବ୍ୟବସ୍ଥା ଲାଗୁ କରିବାକୁ ଯାଉଛନ୍ତି। ୨୦୨୩-୨୪ ଆର୍ଥତ୍କ ବର୍ଷରୁ ଏହା ଲାଗୁ ହୋଇଯିବ ବୋଲି ଗୁରୁବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ପ୍ରମୁଖ ଶାସନ…
ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ବିଇଓଙ୍କ ଜିମାଦେଲେ ଗ୍ରାମବାସୀ
ଫୁଲବାଣୀ ଅଫିସ/ଫିରିଙ୍ଗିଆ,୩ା୩: ଫିରିଙ୍ଗିଆ ବ୍ଲକ ସାଡିଙ୍ଗିଆ ପଞ୍ଚାୟତ ଲେଣ୍ଡ୍ରିଗାଁ ସ୍କୁଲରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ କାର୍ଯ୍ୟକଳାପରେ ଅତିଷ୍ଠ ଗ୍ରାମବାସୀ ଗୁରୁବାର ଚରମ ପଦକ୍ଷେପ ନେଇଛନ୍ତି। ପ୍ରଶାସନ ଦେଇଥିବା ପ୍ରତିଶ୍ରୁତି ଅନୁସାରେ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ବଦଳି କରା ନ ଯିବାରୁ ଗ୍ରାମବାସୀ ଉତ୍ତ୍ୟକ୍ତ ହୋଇ…
୪୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବାବେଳେ ଭାଜପା ବିଧାୟକଙ୍କ ପୁଅ ଗିରଫ
ବେଙ୍ଗାଲୁରୁ,୩।୩: କର୍ନାଟକ ଲୋକାୟୁକ୍ତ ଦୁର୍ନୀତି ନିବାରଣ ୱିଙ୍ଗ ୪୦ ଲକ୍ଷ ଟଙ୍କା ଲାଞ୍ଚ ଗ୍ରହଣ କରୁଥିବାବେଳେ ଭାଜପା ବିଧାୟକ ବିରୁପକ୍ଷପ୍ପା ମାଡାଲଙ୍କ ପୁଅକୁ ଗିରଫ କରିଛି। ବିଧାୟକଙ୍କ ପୁଅ ପ୍ରଶାନ୍ତ ମାଡାଲ ତାଙ୍କ କାର୍ଯ୍ୟାଳୟରୁ ଲାଞ୍ଚ ନେଉଥିବା ବେଳେ ଲୋକାୟୁକ୍ତ ଅଧିକାରୀମାନେ…
କାମାକ୍ଷାନଗରରେ ଜିଲାର ପ୍ରଥମ ମାଣ୍ଡିଆ ମଣ୍ଡି
ଢେଙ୍କାନାଳ ଅଫିସ/କାମାକ୍ଷାନଗର (ଡି.ଏନ୍.ଏ.)୩।୩: ଢେଙ୍କାନାଳ ଜିଲା କାମାକ୍ଷାନଗର ପ୍ରାଥମିକ କୃଷି ସେବା ସମବାୟ ସମିତି ପରିସରରେ ଜିଲାର ପ୍ରଥମ ମାଣ୍ଡିଆ ମଣ୍ଡି ଗୁରୁବାରଠାରୁ ଆରମ୍ଭ ହୋଇଛି। ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଏହାକୁ ଉଦ୍ଘାଟନ କରି କହିଲେ,…
ସୁରକ୍ଷା ମିଳିଲେ ସମୃଦ୍ଧ ହେବେ
ଢେଙ୍କାନାଳ ଅଫିସ,୩।୩(ରତନ ନାୟାର): ଜୈବ ବିବିଧତାରେ ଭରପୂର ଢେଙ୍କାନାଳ ବନଖଣ୍ଡକୁ ସମୃଦ୍ଧ କରିଛନ୍ତି ବିଭିନ୍ନ ପ୍ରଜାତିର ବନ୍ୟପ୍ରାଣୀ। ହାତୀ, ହରିଣ, ଶମ୍ବର, ବାର୍ହା, କୁଟୁରା, ଗୟଳ, କଲରାପତରିଆ, ଅହିରାଜ, ଅଜଗର ସମେତ ବିଭିନ୍ନ ପ୍ରଜାତିର ପକ୍ଷୀଙ୍କ ପାଇଁ ଜିଲାର ପ୍ରାକୃତିକ ପରିବେଶ…
ଏମ୍ଏନ୍ଏସ୍ ନେତାଙ୍କ ଉପରେ ଆକ୍ରମଣ
ମୁମ୍ବାଇ,୩।୩: ମହାରାଷ୍ଟ୍ର ନବନିର୍ମାଶ ସେନା (ଏମ୍ଏନ୍ଏସ୍) ନେତା ତଥା ପୂର୍ବତନ କାଉନସିଲର ସନ୍ଦୀପ ଦେଶପାଣ୍ଡେଙ୍କୁ ଶୁକ୍ରବାର ସକାଳେ ଏଠାରେ ସାଂଘାତିକ ଆକ୍ରମଣ କରାଯାଇଥିଲା। ତାଙ୍କୁ ଚାରି ଜଣ ଅଜ୍ଞାତ ଆକ୍ରମଣକାରୀ ଆକ୍ରମଣ କରିଥିଲେ। ସନ୍ଦୀପଙ୍କୁ ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।…
ଟ୍ରମ୍ପଙ୍କ ବିରୋଧରେ ମାମଲା ରୁଜୁ କରିବ ପୋଲିସ
ଓ୍ବାଶିଂଟନ,୩ା୩: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଆମେରିକାର ସଂସଦ (କ୍ୟାପିଟାଲ ହିଲ୍) ଦଙ୍ଗା ମାମଲାରେ ଅସୁବିଧା ବଢ଼ିପାରେ। ଆମେରିକା ସଂସଦରେ ଟ୍ରମ୍ପଙ୍କ ସମର୍ଥକଙ୍କ ଆକ୍ରମଣରେ ପୋଲିସ ଏବଂ ଅନ୍ୟମାନେ ଆହତ ହୋଇଥିବା ପୋଲିସ ବିଭାଗ କୋର୍ଟକୁ କହିଛି, ପୂର୍ବତନ…
କୋରାପୁଟରେ ମୃଦୁ ଭୂକମ୍ପ
କୋରାପୁଟ,୩ା୩(ସ୍ବ.ପ୍ର.): କୋରାପୁଟ ଜିଲାର ବିଭିନ୍ନ ସ୍ଥାନରେ ଶୁକ୍ରବାର ମୃଦୁ ଭୂକମ୍ପ ହୋଇଥିବା ଜଣାଯାଇଛି। ଆଜି ଭୋର୍ ୫ଟା ୫ରେ ଏହି ଭୂକମ୍ପ ହୋଇଥିବାବେଳେ ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା ୩.୮ ଥିଲା ଜିଲା ଜରୁରୀ ଅଧିକାରୀ ଜ୍ଞାନଜିତ ତ୍ରିପାଠୀ ସୂଚନା ଦେଇଛନ୍ତି।…
Archives


