Posted inଜାତୀୟ

୩୧ ମୃତବ୍ୟକ୍ତିଙ୍କ ନାଁରେ ୮୭ ବୀମା ପଲିସି

ରାଜକୋଟ, ୩୧ା୩:ଗୁଜରାଟର ଆମ୍ରେଲି ଜିଲାରୁ ଜାଲ୍‌ ଆଧାର କାର୍ଡ ଜରିଆରେ ଜୀବନ ବୀମା କରୁଥିବା ଏକ ର଼୍ୟାକେଟର ପର୍ଦ୍ଦାଫାସ ହୋଇଛି। ୩୧ଟି ଘରୋଇ ଓ ସରକାରୀ ବୀମା କମ୍ପାନୀରୁ ପାଖାପାଖି ୧୪ କୋଟି ଟଙ୍କା ଠକିଥିବା ଅଭିଯୋଗରେ ୪ ଜଣଙ୍କୁ ଗିରଫ କରାଯାଇଛି। ନିର୍ଦ୍ଦିଷ୍ଟ ସୂଚନା ଆଧାରରେ ରାଜୁଲା ପୋଲିସ ତଦନ୍ତ ଚଳାଇ ଉପରୋକ୍ତ ଦୁର୍ନୀତିକୁ ପଦାକୁ ଆଣିଛି। ଏକ କାର୍‌କୁ ଅଟକାଇ ଯାଞ୍ଚ କରିବା ପରେ ସେଥିରୁ ଜାଲ୍‌ ଆଧାର କାର୍ଡ ଓ କେତେକ ଇନ୍‌ସ୍ୟୁରାନ୍ସ ପଲିସି ମିଳିଥିଲା। ପୋଲିସ ବୀମା ଏଜେଣ୍ଟ ହନୁ ପାର୍ମାର, ବନରାଜ ବଲ୍‌ଦାନିୟା, ଉଦୟସିଂ ରାଠୋଡ୍‌ ଏବଂ ଜିତେନ୍ଦ୍ର ପାର୍ମାରଙ୍କୁ ଗିରଫ କରିଛି। ଏମାନେ ୩୧ ମୃତବ୍ୟକ୍ତିଙ୍କ ନାମରେ ୮୭ଟି ଜାଲ୍‌ ପଲିସି କରି ବୀମା କମ୍ପାନୀଠାରୁ କ୍ଲେମ୍‌ ଟଙ୍କା ଉଠାଇଥିଲେ।
ଅଭିଯୁକ୍ତମାନେ ମୃତବ୍ୟକ୍ତିଙ୍କ ପରିବାର ସହ ଯୋଗାଯୋଗ କରି ୫୦ ହଜାରରୁ ଲକ୍ଷେ ଟଙ୍କା ସରକାରୀ ସହାୟତା କରାଇଦେବେ ବୋଲି ପ୍ରତିଶ୍ରୁତି ଦେଉଥିଲେ। ଏଥିପାଇଁ ସେମାନେ ମୃତବ୍ୟକ୍ତିଙ୍କ ଆଧାର କାର୍ଡ ନେଇଯାଇ, ସେଥିରେ ଲାଗିଥିବା ଫଟୋକୁ ବଦଳାଇ ଦେଉଥିଲେ। ସେମାନେ ଉକ୍ତ ଜାଲ୍‌ ଆଧାର କାର୍ଡ ସହାୟତାରେ ପାନ୍‌ କାର୍ଡ ବାହାର କରି ବ୍ୟାଙ୍କ ଆକାଉଣ୍ଟ ଖୋଲିବା ସହ ବୀମା ପଲିସି କରାଉଥିଲେ। ପ୍ରଥମେ ସେମାନେ ନିଜେ ବୀମା ପ୍ରିମିୟମ ଭରୁଥିଲେ ଓ ପରେ ବୀମାଧାରୀଙ୍କ ମୃତ୍ୟୁ ସାର୍ଟିଫିକେଟ ବୀମା କମ୍ପାନୀରେ ଦାଖଲ କରି ବୀମା ରାଶି କ୍ଲେମ୍‌ କରୁଥିଲେ ବୋଲି ଆମ୍ରେଲି ଏସ୍‌ପି ହିମ୍‌କାର ସିଂ କହିଛନ୍ତି। ଏକ ଘରୋଇ ସଂସ୍ଥାର କର୍ମଚାରୀ ଭାବଦୀପ ବସିୟା ଆଧାର କାର୍ଡଗୁଡ଼ିକର ତଥ୍ୟରେ ପରିବର୍ତ୍ତନ କରାଉଥିଲେ। ତାଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇ ନାହିଁ। ଏହି ର଼୍ୟାକେଟରେ ଜାଲ୍‌ ଆଧାର ପ୍ରସ୍ତୁତି ଲାଗି ଫଟୋ ଦେଇଥିବା ବ୍ୟକ୍ତି, ବୀମା କମ୍ପାନୀ ଏଜେଣ୍ଟ ଓ କର୍ମଚାରୀ ଓ କେତେଜଣ ସରକାରୀ କର୍ମଚାରୀ ସମ୍ପୃକ୍ତ। ସେମାନଙ୍କୁ ୧୦ରୁ ୧୫ ପ୍ରତିଶତ କମିଶନ ମିଳିବା ପ୍ରତିଶ୍ରୁତି ଦିଆଯାଇଥିଲା। ୪ ଅଭିଯୁକ୍ତଙ୍କଠାରୁ ପୋଲିସ ୫ଟି ଦାମୀ କାର, ୯ ବାଇକ୍‌ ଓ ନଗଦ ୫୨ ଲକ୍ଷ ଟଙ୍କା ଜବତ କରିଛି। ଏପରିକି ୫.୧୦ କୋଟି ଟଙ୍କାର କ୍ଲେମ୍‌ ଖାରଜ ହୋଇଯିବା ପରେ ସେମାନେ ସମ୍ପୃକ୍ତ ବୀମା କମ୍ପାନୀ ନାମରେ ମାମଲା ଦାଏର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଉପରୁ କଟକଣା ହଟାଇଲା ଆମେରିକା: ଭାରତକୁ ମିଳି ନ ପାରେ ବିଶେଷ ଲାଭ

ଦୁବାଇ,୨୪ା୬: ନୂଆ ଶାନ୍ତି ଚୁକ୍ତିର ପ୍ରଥମ ପର୍ଯ୍ୟାୟ ଆଲୋଚନା ପରେ ଆମେରିକା ଇରାନ ଉପରୁ ସମସ୍ତ ପ୍ରତିବନ୍ଧକ ୬୦ ଦିନ ପାଇଁ ହଟାଇ ଦେଇଛି। ତେବେ ଯଦି…

ତୁଟିନି ଧାନବିକ୍ରି ସମସ୍ୟା, ତାତି ଉଠିଲେ ଚାଷୀ: ଦାବି ପୂରଣ ନହେଲେ…

ବରଗଡ଼,୨୪।୬(ପ୍ରେମାନନ୍ଦ ଖମାରୀ):ଖରିଫ ଚାଷ କାର୍ଯ୍ୟ ସମୟ ଆସି ଯାଇଛି। କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଚାଷୀମାନେ ରବିରେ ଅମଳ ଧାନକୁ ବିକ୍ରି କରି ପାରି ନାହାନ୍ତି। ଟୋକନ…

ବିବାହ ପାଇଁ କଥା ଦେଇଥିବା ପ୍ରେମିକା ରଚିଲେ ହତ୍ୟା ଷଡ଼ଯନ୍ତ୍ର: ଭାବି ସ୍ବାମୀଙ୍କୁ…ପୂରା ଘଟଣା ଜାଣିଲେ ଥରିଉଠିବ ଛାତି

ପୁଣେ,୨୪ା୬: ପୁଣେର ଲୋହାଗଡ଼ ଦୁର୍ଗରେ ଗତ ୧୮ ତାରିଖରେ ୨୫ ବର୍ଷୀୟ ରିୟଲ ଇଷ୍ଟେଟ୍‌ ବ୍ୟବସାୟୀ କେତନ ବିଶାଲ ଅଗ୍ରଓ୍ବାଲଙ୍କର ମୃତ୍ୟୁ ଦୁର୍ଘଟଣାବଶତଃ ଖସିପଡ଼ି ହୋଇଥିଲା ବୋଲି…

୧ରେ ରାଜ୍ୟ କ୍ୟାବିନେଟ୍‌: ୭ରୁ ଊର୍ଦ୍ଧ୍ୱ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମିଳିବ ଅନୁମୋଦନ

ଭୁବନେଶ୍ୱର,୨୪ା୬(ରବିନାରାୟଣ ଜେନା): ରାଜ୍ୟର ବିକାଶକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଜୁଲାଇ ପହିଲାରେ ରାଜ୍ୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ। ଲୋକସେବାଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ…

ଝାରପଡ଼ା ଜେଲରେ ନିଶାର ଜାଲ! ଅତ୍ୟଧିକ ଡ୍ରଗ୍ସ ଖାଇ ୫ କଏଦୀ ଗୁରତର, ୩ ଆଇସିୟୁରେ

ଭୁବନେଶ୍ୱର, ୨୩।୬(ତ୍ରିନାଥ ମହାନ୍ତି): ରାଜଧାନୀର ଝାରପଡ଼ା ସ୍ୱତନ୍ତ୍ର କାରାଗାର ପୁଣିଥରେ ନିଶା କାରବାରକୁ ନେଇ ଚର୍ଚ୍ଚାକୁ ଆସିଛି। ଜେଲ ଭିତରେ ଅତ୍ୟଧିକ ପରିମାଣର ଡ୍ରଗ୍ସ ସେବନ କରିଥିବା…

ରାଜଧାନୀରେ ଲଜ୍ଜା: ଏକ୍ସଟ୍ରା କ୍ଲାସ ବାହାନାରେ ଦଶମଶ୍ରେଣୀ ଛାତ୍ରୀଙ୍କୁ କୋଚିଂ ସେଣ୍ଟରରେ ବଳାତ୍କାର, ଶିକ୍ଷକଙ୍କୁ ବାନ୍ଧିଲା…

ଭୁବନେଶ୍ୱର,୨୩।୬(ତ୍ରିନାଥ ମହାନ୍ତି): ରାଜଧାନୀ ଭୁବନେଶ୍ୱରରେ ଜଣେ ନାବାଳିକା ଛାତ୍ରୀଙ୍କୁ ଟ୍ୟୁସନ୍ କେନ୍ଦ୍ରରେ ବଳାତ୍କାର କରାଯାଇଥିବା ଅଭିଯୋଗ ନେଇ ମହିଳା ଥାନାରେ ମାମଲା ରୁଜୁ ହୋଇଛି। ପୋଲିସ ଏହି…

ଟୋକନ ତାଲିକାରେ ଚଞ୍ଚକତା,ପଛ ଚାଷୀଙ୍କୁ ଆଗକୁ ଆଣି ଧାନ ବିକ୍ରି! ତାତିଲେ ଚାଷୀ, ଉପଜିଲାପାଳଙ୍କ…

ଭବାନୀପାଟଣା, ୨୩।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚିଚୈଗୁଡା ପ୍ୟାକ୍ସ ଅଧୀନ ନୂଆଗୁଡା ମଣ୍ଡିରେ ଧାନ କ୍ରୟକୁ ନେଇ ସାମ୍ନାକୁ ଆସିଛି ସଙ୍ଗିନ…

ବିଜୟଙ୍କ ସହ ବ୍ରେକଅପ୍ ଗୁଜବ ଉପରେ ତ୍ରିଶାଙ୍କ ବଡ଼ ଧମାକା! ସୋସିଆଲ ମିଡିଆରେ ଫଟୋ ସେୟାର କରି…

ମୁମ୍ୱାଇ: ଅଭିନେତ୍ରୀ ତ୍ରିଶା କୃଷ୍ଣନ, ବିଜୟଙ୍କ ସହ ତାଙ୍କର ବିଚ୍ଛେଦ ହେବା ନେଇ ଚାଲିଥିବା ଗୁଜବ ଉପରେ ପୂର୍ଣ୍ଣଛେଦ ପକାଇଛନ୍ତି। ତ୍ରିଶା ଏମିତି ଏକ ପୋଷ୍ଟ ସେୟାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri