‘ବିଶ୍ୱସ୍ତରୀୟ ହେବ କଟକ ରେଳଷ୍ଟେଶନ’

କଟକ ଅଫିସ,୩୧ା୩?:କଟକ ରେଳ ଷ୍ଟେଶନକୁ ବିଶ୍ୱସ୍ତରୀୟ ଷ୍ଟେଶନ ଭାବେ ବିକଶିତ କରାଯିବ। କଟକ ଷ୍ଟେଶନର ପୁନଃ ନିର୍ମାଣ ପାଇଁ ୩୦୩ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଶ୍ରୀରାମ ନବମୀ ଅବସରରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗୁରୁବାର କଟକ ରେଳଷ୍ଟେଶନଠାରେ ଭଦ୍ରକ-ନୟାଗଡ଼ ଟାଉନ୍‌ ମେମୁ ଟ୍ରେନ୍‌ ଚଳାଚଳର ଶୁଭାରମ୍ଭ କରି ଏହି ସୂଚନା ଦେଇଛନ୍ତି। ଏଥିସହ ସେ ଆହୁରି କହିଛନ୍ତି, ଚଳିତବର୍ଷ ରେଲଓ୍ବେ ରାଜ୍ୟରେ ୪୦୦ କିଲୋମିଟର ରେଳ୍‌ ଲାଇନ ନିର୍ମାଣ କରିଛି, ଯାହା ଏକ ରେକର୍ଡ। ଏହାପୂର୍ବରୁ ଅର୍ଥାତ୍‌ ୨୦୦୯ରୁ ୨୦୧୪ ମଧ୍ୟରେ କେବଳ ୫୦ କିଲୋମିଟର ରେଳପଥ ରାଜ୍ୟରେ ନିର୍ମାଣ କରାଯାଇଛି। ଭଦ୍ରକ-ନୟାଗଡ଼ ଟାଉନ୍‌ ମେମୁ ଟ୍ରେନ୍‌ ଚଳାଚଳ ପାଇଁ ଦୀର୍ଘ ଦିନର ଦାବି ଥିଲା। ଏହାଦ୍ୱାରା ରେଳଯାତ୍ରୀଙ୍କୁ ଉନ୍ନତ ସେବା ମିଳିବ। ଖୋର୍ଦ୍ଧା ରୋଡ୍‌, ଭୁବନେଶ୍ୱର ଓ କଟକ ଭଳି ଗୁରୁତ୍ୱପୂର୍ଣ୍ଣ ସହର ଦେଇ ଭଦ୍ରକ ଏବଂ ନୟାଗଡ଼ ଜିଲା ମଧ୍ୟରେ ସିଧାସଳଖ ଏହି ଟ୍ରେନ ରାଜ୍ୟର ୫ଟି ଜିଲାକୁ ସଂଯୋଗ କରୁଛି। ଏହା ଲୋକମାନଙ୍କର ବହୁଦିନର ଆକାଂକ୍ଷା ପୂରଣ କରିବ। ଭୁବନେଶ୍ୱର ରେଳ ଷ୍ଟେଶନ ପୁନଃ ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବରେ ଭଦ୍ରକରୁ ଭୁବନେଶ୍ୱର ଅଭିମୁଖେ ଏକ ନୂତନ ଟ୍ରେନ ଚଳାଚଳ ପାଇଁ ଘୋଷଣା କରାଯାଇଥିଲା, ଯାହାକି ବର୍ତ୍ତମାନ ପୂରଣ ହୋଇଛି ବୋଲି କେନ୍ଦ୍ରମନ୍ତ୍ରୀ ବୈଷ୍ଣବ କହିଛନ୍ତି।
ସେହିପରି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ, ମୋଦି ସରକାରରେ ଓଡ଼ିଶାକୁ ରେଳ ଅନୁଦାନ ବଢିଛି। ମୋଦି ସରକାରରେ ଓଡ଼ିଶାରେ ପ୍ରଗତିର ରଥ ଗତିଶୀଳ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯାହା କୁହନ୍ତି ତାହା ପୂରଣ କରନ୍ତି। ଓଡ଼ିଶାର ବିକାଶ ପାଇଁ ପ୍ରତିବଦ୍ଧତା ଦେଖାଇଥିବାରୁ ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛି। ରାଜ୍ୟରେ ଯାତ୍ରୀଙ୍କ ସୁବିଧା ପ୍ରତି ଗୁରୁତ୍ୱ ଦିଆଯାଉଛି। ପ୍ରଥମ ଥର ପାଇଁ ଓଡ଼ିଶାର ୫୭ଟି ରେଳଷ୍ଟେଶନର ନବୀକରଣ ହେବ। କଟକ, ଭୁବନେଶ୍ୱର, ପୁରୀ, ରାଉରକେଲା, ସମ୍ବଲପୁର, ବାଲେଶ୍ୱର ଷ୍ଟେଶନ ଜାତୀୟ ସ୍ତରର ଷ୍ଟେଶନ କରାଯାଉଛି। ଖୁବ୍‌ଶୀଘ୍ର ଓଡ଼ିଶାରେ ବନ୍ଦେ ଭାରତ ଟ୍ରେନ୍‌ ଚଳାଚଳ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱ ଓ ରେଳମନ୍ତ୍ରୀ ବୈଷ୍ଣବଙ୍କ ପରାମର୍ଶରେ ଦେଶର ଅର୍ଥନୀତିରେ ଓଡ଼ିଶାର ବହୁତ ବଡ଼ ଯୋଗଦାନ ରହିବ ବୋଲି ପ୍ରଧାନ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ବାରବାଟୀ-କଟକ ବିଧାୟକ ଇଂ. ମହମ୍ମଦ ମୋକିମ, ଧାମନଗରର ବିଧାୟକ ସୁରଜ ସୂର୍ଯ୍ୟବଂଶୀଙ୍କ ସମେତ ରେଳ ବିଭାଗର ବହୁ ଉଚ୍ଚପଦସ୍ଥ ଅଧିକାରୀ ଓ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।
ଏହି ଟ୍ରେନ କଟକ ଷ୍ଟେଶନରୁ ଭଦ୍ରକ ଅଭିମୁଖେ ଯାତ୍ରାରମ୍ଭ କରିଥିଲା। ଟ୍ରେନ୍‌ଟି ପ୍ରତିଦିନ ଭଦ୍ରକ ଷ୍ଟେଶନରୁ ସକାଳ ୫.୪୫ରେ ଛାଡ଼ିବା ସହ ନୟାଗଡ଼ ଟାଉନ୍‌ରେ ପୂର୍ବାହ୍ନ ୧୧.୪୫ରେ ପହଞ୍ଚତ୍ବ। ସେହିପରି ନୟାଗଡ଼ ଟାଉନ୍‌ରୁ ଅପରାହ୍ନ ୫.୦୫ରେ ଛାଡ଼ି ଭଦ୍ରକରେ ରାତି ୧୦.୪୫ରେ ପହଞ୍ଚତ୍ବ ବୋଲି ରେଲଓ୍ବେ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଉପରେ ଆମେରିକାର ଜୋରଦାର ଆକ୍ରମଣ: ଚାରିଆଡ଼େ ଧୂଆଁଧୂଆଁ

ଓ୍ବାଶିଂଟନ୍‌,୯।୭: ପଶ୍ଚିମ ଏସିଆରେ ଉତ୍ତେଜନା ପୁଣି ଥରେ ବିପଜ୍ଜନକ ସ୍ତରରେ ପହଞ୍ଚିଛି। ଆମେରିକା ଇରାନ ଉପରେ ଘନ ଘନ ଆକ୍ରମଣ କରୁଛି। ଦକ୍ଷିଣପୂର୍ବ ଇରାନର ଇରାନଶାହରରେ ଅବସ୍ଥିତ…

ଏସ.ଆଇ.ଆର୍‌ ନେଇ ସଚେତନ ହେବା ଜରୁରୀ: ଛାତ୍ରୀଛାତ୍ରଙ୍କ ମଧ୍ୟରେ କୁଇଜ-ଚିତ୍ରାଙ୍କନ ପ୍ରତିଯୋଗିତା

ଭଞ୍ଜନଗର,୯।୭(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ଏସ.ଆଇ.ଆର୍‌ ୨୦୨୬ ଉପରେ ଅଧିକରୁ ଅଧିକ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ଏହାଦ୍ୱାରା ଲୋକେ ଭୋଟର ତାଲିକା ଉପରେ…

ପଥର ଚିପ୍ସ ବୋଝେଇ ହାଇୱା ଉପରକୁ ଗୁଳିମାଡ଼: ଜୀବନ ରକ୍ଷା ଭୟରେ ଡ୍ରାଇଭର୍‌…

କୁତ୍ରା,୯।୭(ଦେବାଶିଷ ସାହୁ): ସୁନ୍ଦରଗଡ ଜିଲା କୁତ୍ରା ଥାନା ଅନ୍ତର୍ଗତ ଲିଟିବେଡ଼ା ଜଙ୍ଗଲ ନିକଟରେ ଆଜି ଭୋର ପ୍ରାୟ ୩ ଟା ୨୦ ମିନିଟ ସମୟରେ ଗୁଳିମାଡ଼ ହୋଇଥିବା…

ବର୍ଷା ସହ ବିଜୁଳି-ଘଡ଼ଘଡ଼ି ସମ୍ଭାବନା: ୩୦ରୁ ୪୦ କିମି ବେଗରେ ବହିବ ପଦନ: ୟେଲୋ ୱାର୍ନିଂ ଜାରି

ଭୁବନେଶ୍ୱର,୯ା୭(ସୌମ୍ୟରଞ୍ଜନ ରାଉତ):ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ହୋଇଥିବା ଅବପାତ ଦୁର୍ବଳ ହୋଇ ସଦୃଶ ଲଘୁଚାପରେ ପରିଣତ ହୋଇଛି। ବର୍ତ୍ତମାନ ସଦୃଶ ଲଘୁଚାପ…

ଠିକା କର୍ମଚାରୀ ହେବେ ନିୟମିତ: ସରକାରଙ୍କ ବଡ଼ ଘୋଷଣା

ଭୁବନେଶ୍ୱର, ୯ା୭ (ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଦୀର୍ଘବର୍ଷ ଧରି କାର୍ଯ୍ୟରତ ଠିକା କର୍ମଚାରୀଙ୍କୁ ନିୟମିତ କରିବା ପାଇଁ ଦାବିହୋଇ ଆସୁଥିବାବେଳେ ଏହାକୁ ସରକାର ଗୁରୁତ୍ୱର…

ସକାଳୁ ସକାଳୁ ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ: କୋଲକାତାର ଯୁବକଙ୍କୁ ଅଟକ ରଖିଲା ପୋଲିସ

ପୁରୀ, ୯।୭(ଅଜିତ୍‌ କୁମାର ମହାନ୍ତି): ପୁଣି ଶ୍ରୀମନ୍ଦିରେ ଉପରେ ଉଡିଲା ଡ୍ରୋନ। ଗୁରୁବାର ସକାଳ ପ୍ରାୟ ୫:୩୦ ମିନିଟ ସମୟରେ ଶ୍ରୀମନ୍ଦିର ପରିସରରେ ଏକ ଡ୍ରୋନ ଉଡ଼ୁଥିବା…

ପୁଣି ଚର୍ଚ୍ଚାରେ ଜଳ ସମ୍ପଦ ବିଭାଗ: ଚାଷ ଆରମ୍ଭରୁ ଧସିଗଲା କେନାଲ ପାର୍ଶ୍ୱକାନ୍ଥ

ବରଗଡ଼,୯।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଜଳସମ୍ପଦ ବିଭାଗର ବିବାଦ ପିଛା ଛାଡୁନାହିଁ। ଏହି ବିଭାଗ ଅଧୀନରେ ଜିଲାର ଅନେକ ସ୍ଥାନରେ ବିଭିନ୍ନ ପ୍ରକଳ୍ପ, କେନାଲ ଉନ୍ନତୀକରଣ ଓ ମରାମତି…

ବଦଳିଲା ଦେଶ ବିଭାଜନ ଇତିହାସ, ବାଦ୍‌ ପଡ଼ିଲେ ହିଟ୍‌ଲର

ନୂଆଦିଲ୍ଲୀ,୯ା୭ (ପି.ଟି.):ପୁରୁଣା ବହିରେ ଉଲ୍ଲେଖ ଥିଲା ଯେ ମହାତ୍ମା ଗାନ୍ଧୀ ଏବଂ କଂଗ୍ରେସ ନେତାମାନେ ବିଭାଜନକୁ ବିରୋଧ କରୁଥିଲେ ମଧ୍ୟ ଶେଷରେ ଏହାକୁ ଏକମାତ୍ର ବିକଳ୍ପ ଭାବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri