‘ବିଶ୍ୱସ୍ତରୀୟ ହେବ କଟକ ରେଳଷ୍ଟେଶନ’

କଟକ ଅଫିସ,୩୧ା୩?:କଟକ ରେଳ ଷ୍ଟେଶନକୁ ବିଶ୍ୱସ୍ତରୀୟ ଷ୍ଟେଶନ ଭାବେ ବିକଶିତ କରାଯିବ। କଟକ ଷ୍ଟେଶନର ପୁନଃ ନିର୍ମାଣ ପାଇଁ ୩୦୩ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଶ୍ରୀରାମ ନବମୀ ଅବସରରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗୁରୁବାର କଟକ ରେଳଷ୍ଟେଶନଠାରେ ଭଦ୍ରକ-ନୟାଗଡ଼ ଟାଉନ୍‌ ମେମୁ ଟ୍ରେନ୍‌ ଚଳାଚଳର ଶୁଭାରମ୍ଭ କରି ଏହି ସୂଚନା ଦେଇଛନ୍ତି। ଏଥିସହ ସେ ଆହୁରି କହିଛନ୍ତି, ଚଳିତବର୍ଷ ରେଲଓ୍ବେ ରାଜ୍ୟରେ ୪୦୦ କିଲୋମିଟର ରେଳ୍‌ ଲାଇନ ନିର୍ମାଣ କରିଛି, ଯାହା ଏକ ରେକର୍ଡ। ଏହାପୂର୍ବରୁ ଅର୍ଥାତ୍‌ ୨୦୦୯ରୁ ୨୦୧୪ ମଧ୍ୟରେ କେବଳ ୫୦ କିଲୋମିଟର ରେଳପଥ ରାଜ୍ୟରେ ନିର୍ମାଣ କରାଯାଇଛି। ଭଦ୍ରକ-ନୟାଗଡ଼ ଟାଉନ୍‌ ମେମୁ ଟ୍ରେନ୍‌ ଚଳାଚଳ ପାଇଁ ଦୀର୍ଘ ଦିନର ଦାବି ଥିଲା। ଏହାଦ୍ୱାରା ରେଳଯାତ୍ରୀଙ୍କୁ ଉନ୍ନତ ସେବା ମିଳିବ। ଖୋର୍ଦ୍ଧା ରୋଡ୍‌, ଭୁବନେଶ୍ୱର ଓ କଟକ ଭଳି ଗୁରୁତ୍ୱପୂର୍ଣ୍ଣ ସହର ଦେଇ ଭଦ୍ରକ ଏବଂ ନୟାଗଡ଼ ଜିଲା ମଧ୍ୟରେ ସିଧାସଳଖ ଏହି ଟ୍ରେନ ରାଜ୍ୟର ୫ଟି ଜିଲାକୁ ସଂଯୋଗ କରୁଛି। ଏହା ଲୋକମାନଙ୍କର ବହୁଦିନର ଆକାଂକ୍ଷା ପୂରଣ କରିବ। ଭୁବନେଶ୍ୱର ରେଳ ଷ୍ଟେଶନ ପୁନଃ ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବରେ ଭଦ୍ରକରୁ ଭୁବନେଶ୍ୱର ଅଭିମୁଖେ ଏକ ନୂତନ ଟ୍ରେନ ଚଳାଚଳ ପାଇଁ ଘୋଷଣା କରାଯାଇଥିଲା, ଯାହାକି ବର୍ତ୍ତମାନ ପୂରଣ ହୋଇଛି ବୋଲି କେନ୍ଦ୍ରମନ୍ତ୍ରୀ ବୈଷ୍ଣବ କହିଛନ୍ତି।
ସେହିପରି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ, ମୋଦି ସରକାରରେ ଓଡ଼ିଶାକୁ ରେଳ ଅନୁଦାନ ବଢିଛି। ମୋଦି ସରକାରରେ ଓଡ଼ିଶାରେ ପ୍ରଗତିର ରଥ ଗତିଶୀଳ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯାହା କୁହନ୍ତି ତାହା ପୂରଣ କରନ୍ତି। ଓଡ଼ିଶାର ବିକାଶ ପାଇଁ ପ୍ରତିବଦ୍ଧତା ଦେଖାଇଥିବାରୁ ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛି। ରାଜ୍ୟରେ ଯାତ୍ରୀଙ୍କ ସୁବିଧା ପ୍ରତି ଗୁରୁତ୍ୱ ଦିଆଯାଉଛି। ପ୍ରଥମ ଥର ପାଇଁ ଓଡ଼ିଶାର ୫୭ଟି ରେଳଷ୍ଟେଶନର ନବୀକରଣ ହେବ। କଟକ, ଭୁବନେଶ୍ୱର, ପୁରୀ, ରାଉରକେଲା, ସମ୍ବଲପୁର, ବାଲେଶ୍ୱର ଷ୍ଟେଶନ ଜାତୀୟ ସ୍ତରର ଷ୍ଟେଶନ କରାଯାଉଛି। ଖୁବ୍‌ଶୀଘ୍ର ଓଡ଼ିଶାରେ ବନ୍ଦେ ଭାରତ ଟ୍ରେନ୍‌ ଚଳାଚଳ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱ ଓ ରେଳମନ୍ତ୍ରୀ ବୈଷ୍ଣବଙ୍କ ପରାମର୍ଶରେ ଦେଶର ଅର୍ଥନୀତିରେ ଓଡ଼ିଶାର ବହୁତ ବଡ଼ ଯୋଗଦାନ ରହିବ ବୋଲି ପ୍ରଧାନ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ବାରବାଟୀ-କଟକ ବିଧାୟକ ଇଂ. ମହମ୍ମଦ ମୋକିମ, ଧାମନଗରର ବିଧାୟକ ସୁରଜ ସୂର୍ଯ୍ୟବଂଶୀଙ୍କ ସମେତ ରେଳ ବିଭାଗର ବହୁ ଉଚ୍ଚପଦସ୍ଥ ଅଧିକାରୀ ଓ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।
ଏହି ଟ୍ରେନ କଟକ ଷ୍ଟେଶନରୁ ଭଦ୍ରକ ଅଭିମୁଖେ ଯାତ୍ରାରମ୍ଭ କରିଥିଲା। ଟ୍ରେନ୍‌ଟି ପ୍ରତିଦିନ ଭଦ୍ରକ ଷ୍ଟେଶନରୁ ସକାଳ ୫.୪୫ରେ ଛାଡ଼ିବା ସହ ନୟାଗଡ଼ ଟାଉନ୍‌ରେ ପୂର୍ବାହ୍ନ ୧୧.୪୫ରେ ପହଞ୍ଚତ୍ବ। ସେହିପରି ନୟାଗଡ଼ ଟାଉନ୍‌ରୁ ଅପରାହ୍ନ ୫.୦୫ରେ ଛାଡ଼ି ଭଦ୍ରକରେ ରାତି ୧୦.୪୫ରେ ପହଞ୍ଚତ୍ବ ବୋଲି ରେଲଓ୍ବେ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?