ଯୁବକଙ୍କୁ ମାରି ପୋଖରୀରେ ଫୋପାଡ଼ିଦେଲେ

ରସୁଲପୁର,୩୧ା୩(ଡି.ଏନ.ଏ.): ଯାଜପୁର ଜିଲା କୁଆଖିଆ ଥାନା ଅନ୍ତର୍ଗତ ରାହାମ୍ବା ପଞ୍ଚାୟତ ମିର୍ଜାପୁର ଗ୍ରାମର ବିକାଶ ଲେଙ୍କାଙ୍କ ମୃତଦେହକୁ ପୋଲିସ ଗୁରୁବାର ଏକ ପରିତ୍ୟକ୍ତ ପୋଖରୀରୁ ଜବତ କରିଛି। ଏ ନେଇ ମୃତ ଯୁବକଙ୍କ ଦାଦା ନୀଳମଣି ଲେଙ୍କା ତାଙ୍କ ପୁତୁରାକୁ ମାରି ପୋଖରୀରେ ଫିଙ୍ଗି ଦିଆଯାଇଛି ବୋଲି ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଏକ ମାମଲା (ନଂ.୧୦୫/୨୩) ରୁଜୁ କରି ତଦନ୍ତ କରୁଛି। ବ୍ୟବଚ୍ଛେଦ ପରେ ପୋଲିସ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିଛି। ଜମିବାଡ଼ି ବିବାଦକୁ ନେଇ ଏହି ଘଟଣା ଘଟିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜଣାପଡିଛି।
ସୂଚନା ଅନୁଯାୟୀ, ବୁଧବାର ରାତି ପ୍ରାୟ ୧୦ଟାରେ ବିକାଶ ଲେଙ୍କା ଓ ସାଙ୍ଗ ମୁନା ଜେନାଙ୍କ ସହ ମିର୍ଜାପୁରରୁ ରାହାମ୍ବା ଗ୍ରାମକୁ ଆସିଥିଲେ। ଗୁରୁବାର ସକାଳ ୮ଟାରେ ତାଙ୍କ ମୃତଦେହ ରାହାମ୍ବା ପୋଖରୀରେ ଭାସୁଥିବା ଠାବ କରାଯାଇଥିଲା। ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ପରିବାର ପକ୍ଷରୁ ଅଭିଯୋଗ ହେଉଛି। ତେବେ ଏହି ଘଟଣା ସହ ସମ୍ପର୍କ ଯୋଡୁଥିବା ଅନ୍ୟ କିଛି ଘଟଣା ନେଇ ଏହା ଏକ ହତ୍ୟାକାଣ୍ଡ ବୋଲି ସୂଚାଉଛି। ବୁଧବାର ରାତିରେ ୧୬ନଂ. ଜାତୀୟ ରାଜପଥ ପାର୍ଶ୍ୱ ଏକ ହୋଟେଲରେ ଏ ନେଇ ଯୋଜନା ପ୍ରସ୍ତୁତ ହୋଇଥିଲା। ହରି ବରାଳଙ୍କ ବଡ଼ପୁଅ ଗରୁଡ ଉକ୍ତ ହୋଟେଲରେ ଜଣେ କର୍ମଚାରୀ ଭାବେ କାମ କରନ୍ତି। ସେଦିନ ରାତିରେ ଗରୁଡ଼ ଫୋନ ଯୋଗେ ତାଙ୍କ ସହଯୋଗୀଙ୍କ ସହ କଥା ହୋଇ ହତ୍ୟାର ଯୋଜାନ ପ୍ରସ୍ତୁତି କରିଥିଲେ। ଏହି କଥା ଉକ୍ତ ହୋଟେଲର ଅନ୍ୟ ଜଣେ କର୍ମଚାରୀ ଶୁଣିଥିବା ସୂଚନା ମିଳିଛି। ଘଟଣା ଦିନ ରାତିରେ ଗୁରୁଡ଼ ଫୋନରେ ତାଙ୍କ ସହଯୋଗୀଙ୍କୁ କହୁଥିଲେ ତାକୁ ବାନ୍ଧିକି ରଖିଥାଅ, ସେ ଗଲେ ତାକୁ ମାରିକି ପୋଖରୀରେ ଫୋପାଡି ଦେବ । ଗୁରୁବାର ସକାଳୁ ବିକାଶଙ୍କ ମୃତଦେହ ପୋଖରୀରୁ ମିଳିଥିବାରୁ ଏହା ହତ୍ୟା ଘଟଣା ବୋଲି ଚର୍ଚ୍ଚା ଜୋର ଧରିଛି। ପୋଲିସ ଉକ୍ତ ଘଟଣାରେ ୩ଜଣ ଯୁବକଙ୍କୁ ଥାନାରେ ଅଟକ ରଖି ପଚରା ଉଚୁରା ଜାରି ରଖିଛି।
ସୂଚନାଯୋଗ୍ୟ, ୨୦୧୬ରୁ ଜମିବାଡ଼ି ବିବାଦକୁ ନେଇ କୁଳମଣି ଲେଙ୍କାଙ୍କ ପରିବାର ଓ ହରି ବରାଳ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ସେତେବେଳେ ହରି ବରାଳ ଓ ମୁନା ବରାଳ ମିଶି ବିକାଶଙ୍କ ୨ ହାତକୁ ହାଣି ଦେଇଥିଲେ। ଏହାକୁ ନେଇ କୁଆଖିଆ ଥାନାରେ ମାମଲା ରୁଜୁ ହେବା ସହ ଅଭିଯୁକ୍ତମାନେ ଫେରାର ଅଛନ୍ତି। ଘଟଣା ଦିନ ରାତିରେ ହରି ବରାଳଙ୍କ ବଡପୁଅଙ୍କ ଫୋନ କଲ ଓ ବିକାଶଙ୍କ ମୃତ୍ୟୁ ଘଟିବା ହତ୍ୟାକାଣ୍ଡ ଆଡକୁ ଅଙ୍ଗୁଳି ଦେଖାଉଛି। ଏହାଛଡା ବିକାଶଙ୍କ ସହ ପଡୋଶୀ ଗିରିଧାରୀ ପରିବାର ସହ ବିବାଦ ଦେଖାଦେଇଥିଲା। ପଡୋଶୀ ଗିରିଧାରୀ ବାରିକ ତାକୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ ବୋଲି ମୃତ ଯୁବକଙ୍କ ଦାଦା ଅଭିଯୋଗ କରିଛନ୍ତି। ଏହି ସବୁ ଅଭିଯୋଗ ଓ ଘଟଣାକ୍ରମକୁ ନେଇ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?