ଭାରତକୁ ୬୦ ବଳକା ଜଳହସ୍ତୀ ପଠାଉଛି କଲମ୍ବିଆ

କଲମ୍ବିଆ, ୩୧।୩:ନାମିବ୍ୟା ଏବଂ ଦକ୍ଷିଣ ଆଫ୍ରିକାରୁ ଚିତାବାଘ ଆସିବା ପରେ ଏବେ କଲମ୍ବିଆରୁ ଜଳହସ୍ତୀ ଭାରତ ଆସିବେ। କଲମ୍ବିଆ ଅଭୟାରଣ୍ୟରେ ଜଳହସ୍ତୀଙ୍କ ସଂଖ୍ୟା ଦ୍ରୁତ ବେଗରେ ବୃଦ୍ଧି ପାଇବା ଯୋଗୁ ସଂଖ୍ୟା ନିୟନ୍ତ୍ରଣ ପାଇଁ ସ୍ଥାନୀୟ ସରକାର ଏକ ଅଭିଯାନ ଆରମ୍ଭ କରିଛନ୍ତି। ପ୍ରାୟ ୭୦ ଜଳହସ୍ତୀଙ୍କୁ କଲମ୍ବିଆ ବିଦେଶ ପଠାଇବାକୁ ଯାଉଛି। ଏଥିରୁ ପାଖାପାଖି ୬୦ଟି ଜଳହସ୍ତୀ ଭାରତକୁ ପଠାଇବ।
୧୯୮୦ ଦଶକରେ କୋକେନ୍‌ ବ୍ୟବସାୟୀ ପାବଲୋ ଇସ୍କୋବାର ଆଫ୍ରିକାରୁ ଏକାଧିକ ଜଳହସ୍ତୀ କଲମ୍ବିଆ ଆଣିିଥିଲେ। ୧୯୯୩ରେ ପାବଲୋଙ୍କ ମୃତ୍ୟୁ ଘଟିଥିଲା। ଏହାପରେ ଜଳହସ୍ତୀଗୁଡ଼ିକ ଚାରଣ ଭୂମିରେ ଅବାଧରେ ରହିବା ସହ ବଂଶ ବିସ୍ତାର କରିଥିଲେ। ଜଳହସ୍ତୀଙ୍କ ସଂଖ୍ୟା ବୃଦ୍ଧିକୁ ନେଇ ସ୍ଥାନୀୟ ଏନଭାଇରନ୍‌ମେଣ୍ଟ ଅଥରିଟି ଉପାୟହୀନ ହୋଇଯାଇଥିବା କହିଛନ୍ତି। ବର୍ତ୍ତମାନ ସମୟରେ ପାବଲୋ ଆଣିଥିବା ଆଫ୍ରିକୀୟ ଜଳହସ୍ତୀଙ୍କ ସଂଖ୍ୟା ୧୫୦ରେ ପହଞ୍ଚତ୍ଛି। ଆସନ୍ତା ମାସରେ କଲମ୍ବିଆ ପାଖାପାଖି ୧୦ ଜଳହସ୍ତୀଙ୍କୁ ନର୍ଦ୍ଦର୍ନ ମେକ୍ସିକୋରେ ଥିବା ଓଷ୍ଟୋକ୍‌ ଅଭୟାରଣ୍ୟକୁ ଏବଂ ୬୦ ଜଳହସ୍ତୀଙ୍କୁ ଭାରତ ପଠାଇବ। ଅନ୍ୟପକ୍ଷେ ଭାରତର କେଉଁ ଅଭୟାରଣ୍ୟରେ ଏହି ଜଳହସ୍ତୀଙ୍କୁ ରଖାଯିବ ସେ ନେଇ କୌଣସି ନିର୍ଦ୍ଦିଷ୍ଟ ସୂଚନା ମିଳିପାରି ନାହିଁ। ତେବେ ଏହି ଅଭିଯାନରେ ମୋଟ ୩.୫ ମିଲିୟନ୍‌ ଡଲାର ଖର୍ଚ୍ଚ ହେବ ବୋଲି ଓଷ୍ଟକ ଅଭୟାରଣ୍ୟ ମାଲିକ ଇର୍ନେଷ୍ଟୋ ଜାଜୁଏଟା କହିଛନ୍ତି।
ଜଳହସ୍ତୀଙ୍କ ସଂଖ୍ୟା ନିୟମନ୍ତ୍ରଣକୁ ଆଣିବା ପାଇଁ କଲମ୍ବିଆ ସରକାର ବନ୍ଧ୍ୟାକରଣ ଉପାୟ ଅବଲମ୍ବନ କରି ବିଫଳ ହେବାପରେ ସେମାନଙ୍କୁ ମାରିବା ଲାଗି ମଧ୍ୟ ଯୋଜନା ପ୍ରସ୍ତୁତ କରିଥିଲେ। ଦେଶରେ ଜଳହସ୍ତୀଙ୍କ ସଂଖ୍ୟା ଦ୍ରୁତ ବେଗରେ ବଢ଼ିଚାଲିଥିବା ଗତବର୍ଷ କଲମ୍ବିଆ ପରିବେଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା। ବହୁ ବିଫଳତା ପରେ ଜଳହସ୍ତୀଙ୍କ ସଂଖ୍ୟା କମାଇବା ପାଇଁ ସେମାନଙ୍କୁ ସ୍ଥାନାନ୍ତର କରାଯିବା ସବୁଠାରୁ ନିରାପଦ ଏବଂ ସୁରକ୍ଷିତ ପଦକ୍ଷେପ ବୋଲି ସରକାର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି – କହିଲେ ‘ଦେଶକୁ ଏକ ନୂତନ ଦିଗଦର୍ଶନ ଦେଇଥିଲେ’

ନୂଆଦିଲ୍ଲୀ,୧୬।୮: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଅଷ୍ଟମ ଶ୍ରାଦ୍ଧ ବାର୍ଷିକୀରେ ଦେଶ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି…

ଭଦ୍ରକରେ ପୁଣି ବନ୍ୟା: ବିପଦ ସଙ୍କେତ ଟପିଲା ବୈତରଣୀ, ସଙ୍କେତ ଛୁଇଁବ ସାଳନ୍ଦୀ

ଭଦ୍ରକ, ୧୬/୮ (ସନାତନ ରାଉତ): ଭଦ୍ରକ ଜିଲାକୁ ବନ୍ୟାରେ ପ୍ରଭାବିତ କରୁଥିବା ଦୁଇ ପ୍ରମୁଖ ନଦୀ ବୈତରଣୀ ଓ ସାଳନ୍ଦୀରେ ରବିବାର ପୁଣି ବନ୍ୟା ପରିସ୍ଥିତି ସୃଷ୍ଟି…

ସରକାରୀ କାର୍ଯ୍ୟାଳୟରେ ଯନ୍ତ୍ରୀ ଉଡ଼ାଇଲେ ଓଲଟା ଜାତୀୟ ପତାକା: ପ୍ରଶାସନ ପଦକ୍ଷେପକୁ ଅପେକ୍ଷା

ମହାକାଳପଡ଼ା, ୧୬।୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ଥିବା ମହାକାଳପଡ଼ା ଗ୍ରାମ୍ୟ ଉନ୍ନୟନ ଉପଖଣ୍ଡ ସ୍ତରୀୟ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ…

ରେଳବାଇରେ ସରକାରୀ ଚାକିରି ସୁଯୋଗ: ୩୯୯୩ JE ପଦବୀ ପାଇଁ ଆବେଦନ ଆରମ୍ଭ

ନୂଆଦିଲ୍ଲୀ,୧୬।୮: ରେଳବାଇରେ ସରକାରୀ ଚାକିରି ପାଇବାର ସ୍ୱପ୍ନ ଦେଖୁଥିବା ପରୀକ୍ଷାର୍ଥୀଙ୍କ ପାଇଁ ଖୁସିଖବର। ଆରଆରବି (RRB)ର ଜୁନିୟର ଇଞ୍ଜିନିୟର (JE) ନିଯୁକ୍ତି ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା…

ଭଗବାନଙ୍କ ଭରସାରେ ପରିବାର: ୩୦ ବର୍ଷ ବିତିଗଲା, ପଲିଥିନ ତଳେ ବିତୁଛି ଜୀବନ, ପ୍ରଶାସନ ନିଦାବିଷ୍ଣୁ

କେସିଙ୍ଗା, ୧୬।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମ ପଞ୍ଚାୟତ ଅଧୀନସ୍ଥ କୁର୍ଲୁପଡ଼ା ଗ୍ରାମ ନିକଟରେ ଥିବା କଲେକ୍ଟରପଡ଼ାରେ ବସବାସ କରୁଥିବା ରାମେଶ୍ୱର…

ଅପହୃତ ବ୍ୟବସାୟୀ ଉଦ୍ଧାର, ଅଭିଯୁକ୍ତ ଅଟକ: ମୁହାଁମୁହିଁ ଜେରା …

ବଲାଙ୍ଗୀର, ୧୬।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରୁ ଅପହୃତ ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ୍‌ ଗୁଣ୍ଡାଙ୍କୁ ବଲାଙ୍ଗୀର ପୋଲିସର ସ୍ୱତନ୍ତ୍ର ଟିମ୍‌ ଭୁବନେଶ୍ୱରରୁ ସୁରକ୍ଷିତ ଭାବେ ଉଦ୍ଧାର…

ପୂର୍ବତନ ଡେପୁଟି ସ୍ପିକରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଖେଳିଗଲା ଚାଞ୍ଚଲ୍ୟ!

କୋଲକାତା,୧୬।୮: ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାର ରାମପୁରହାଟରେ ତୃଣମୂଳ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଆଶିଷ ବାନାର୍ଜୀଙ୍କ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି। ରବିବାର (୧୬…

ଇରାନ ସହ ଯୁଦ୍ଧ ଭିତରେ ଟ୍ରମ୍ପ ନେଲେ ବଡ଼ ନିଷ୍ପତ୍ତି, ଖୁସି ହୋଇଗଲା ଚାଇନା!

ଓ୍ବାଶିଂଟନ,୧୬/୮: ମଧ୍ୟପ୍ରାଚ୍ୟରେ ଇରାନ ସହିତ ‘ମହାଯୁଦ୍ଧ’ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସେ ପ୍ରଶାନ୍ତ ମହାସାଗରରେ ମୁତୟନ ଥିବା ନିଜର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri