୫ ମାସ ପରେ ମିଳିଲା ସନାତନଙ୍କ କଙ୍କାଳ

ପରଜଙ୍ଗ, ୩୧।୩(ଡି.ଏନ.ଏ.):ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସାଆନ୍ଦା ବାଲିପଶି ଗ୍ରାମର ନିଖୋଜ ସନାତନ ବେହେରା (୪୫)ଙ୍କ କଙ୍କାଳ ୫ ମାସ ପରେ ସ୍ଥାନୀୟ ଜଙ୍ଗଲରୁ ଠାବ କରାଯାଇଛି। ଶିକାରୀଙ୍କ ବାର୍‌ହା ଫାଶରେ ପଡ଼ି ତାଙ୍କର ମୃତ୍ୟୁ ଘଟିଥିଲା। ଅଭିଯୁକ୍ତମାନେ ଅପରାଧ ଲୁଚାଇବାକୁ ଯାଇ ମୃତଦେହ ପୋତି ଦେଇଥିଲେ। ତେବେ ଶିକାରୀଙ୍କ ସର୍ଦ୍ଦାର ତଥା କେନ୍ଦୁପଶି ଗ୍ରାମର ସଞ୍ଜୟ ଦେହୁରୀ ନିଶାସକ୍ତ ଅବସ୍ଥାରେ ମୃତକଙ୍କ ସ୍ତ୍ରୀଙ୍କ ସମ୍ମୁଖରେ ସତ ବଖାଣିଦେବା ପରେ ଏହାର ରହସ୍ୟ ଉନ୍ମୋଚିତ ହୋଇଛି। ଏହି ଘଟଣାରେ ଗୁରୁବାର ସଞ୍ଜୟ ଏବଂ ବାଲିପଶି ଗ୍ରାମର ପିଲୁ ସେଠୀଙ୍କୁ ପୋଲିସ ଗିରଫ କରିଥିବାବେଳେ ଅନ୍ୟ ଜଣେ ଫେରାର ଅଛନ୍ତି।
ପୋଲିସ ସୂଚନା ଅନୁଯାୟୀ, ଗତ ନଭେମ୍ବରରୁ ସନାତନ ନିଖୋଜ ହୋଇଯାଇଥିଲେ। ତାଙ୍କ ସ୍ତ୍ରୀ ରୀନା ସାଆନ୍ଦା ଫାଣ୍ଡିର ଦ୍ୱାରସ୍ଥ ହୋଇଥିଲେ। ଏଥିସହ ଦୁଇ ପୁଅଙ୍କୁ ଧରି ନିଜ ଉଦ୍ୟମରେ ବିଭିନ୍ନ ସ୍ଥାନରେ ଖୋଜାଖୋଜି ଜାରି ରଖିଥିଲେ। ଗତ ମାର୍ଚ୍ଚ ୧୧ରେ ବାଲିପଶି ଗ୍ରାମରେ ଦୋଳଯାତ୍ରା ଅନୁଷ୍ଠିତ ହୋଇଥିଲା। ଅଭିଯୁକ୍ତ ସଞ୍ଜୟ ନିଶାସକ୍ତ ଅବସ୍ଥାରେ ସନାତନଙ୍କ ଘରେ ପହଞ୍ଚତ୍ ରୀନାଙ୍କୁ କାହିଁକି ଆଉ ଶଙ୍ଖା ସିନ୍ଦୂର ପିନ୍ଧିଛ ବୋଲି କହିଥିଲେ। ଏହା ତାଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। ସେ କୌଶଳକ୍ରମେ ଅଭିଯୁକ୍ତଙ୍କଠାରୁ ସତ ଆଦାୟ କରିନେଇଥିଲେ ଏବଂ ଏହାପରେ ସାଆନ୍ଦା ଫାଣ୍ଡିର ଦ୍ୱାରସ୍ଥ ହୋଇ ଅଭିଯୋଗ କରିଥିଲେ। ରୀନାଙ୍କ ଅଭିଯୋଗ ଆଧାରରେ ପୋଲିସ ସଞ୍ଜୟ ଏବଂ ପିଲୁଙ୍କୁ ଗିରଫ କରିଛି। ଜେରା ବେଳେ ଅଭିଯୁକ୍ତ ଅପରାଧ ସ୍ବୀକାର କରିଥିବା ପୋଲିସ କହିଛି। ଅଭିଯୁକ୍ତଙ୍କ ବୟାନ ଆଧାରରେ ଜଙ୍ଗଲରୁ ମୃତ ସନାତନଙ୍କ କଙ୍କାଳ ଠାବ କରାଯାଇଥିଲା। ମାଜିଷ୍ଟ୍ରେଟ୍‌ ଭାବେ ପରଜଙ୍ଗ ତହସିଲଦାର ସିରିୟାଲ ଶୁଭ୍ର ପଟେଲ, ଏସ୍‌ଡିପିଓ ରଞ୍ଜନ କୁମାର ଦେ ଉପସ୍ଥିତ ଥିଲେ। ଜିଲା ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ତଦନ୍ତ କରିଛନ୍ତି।

ଅଭିଯୁକ୍ତ ସଞ୍ଜୟ ପେସାଦାର ଶିକାରୀ

ସନାତନ ବେହେରା ମୃତ୍ୟୁ ଘଟଣାରେ ଗିରଫ ହୋଇଥିବା ସଞ୍ଜୟ ଦେହୁରୀ ଜଣେ ପେସାଦାର ଶିକାରୀ। ସେ ବାଲିପଶି ହରିଡ଼ାଯୋଡ଼ି ନିକଟରେ ୧୧ କେଭି ଖୁଣ୍ଟିରୁ ବିଦ୍ୟୁତ୍‌ ତାର ବିଛାଇ ବନ୍ୟପ୍ରାଣୀ ଶିକାର କରୁଥିଲେ। ମୃତ ବନ୍ୟପ୍ରାଣୀଙ୍କ ମାଂସ ବିକ୍ରିକରି ହଜାର ହଜାର ଟଙ୍କା କମାଉଥିଲେ। ଏହି କାର୍ଯ୍ୟରେ ତାଙ୍କୁ ଅନ୍ୟ କେତେଜଣ ସହଯୋଗ କରୁଥିଲେ। ହେଲେ ମାଂସଲୋଭୀ ଶିକାରୀଙ୍କ ଫାଶରେ ପଡ଼ି ଏକ ନିରୀହ ଜୀବନ ଚାଲିଯିବା ଆଲୋଡ଼ନ ସୃଷ୍ଟି କରିଛି। ଅନ୍ୟପଟେ ଅଞ୍ଚଳରେ ବନ୍ୟପ୍ରାଣୀ ଶିକାରରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିବା ଲାଗି ପୋଲିସ ତାଲିକା ପ୍ରସ୍ତୁତ କରୁଛି। ଖୁବ୍‌ଶୀଘ୍ର ଧରପଗଡ଼ ଆରମ୍ଭ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?