ଦାୟିତ୍ୱ ହସ୍ତାନ୍ତର ପାଇଁ ପ୍ରଧାନ ଶିକ୍ଷକଙ୍କୁ ନିର୍ଦ୍ଦେଶ

ବରୀ,୩୧।୩(ଡି.ଏନ.ଏ.): ବରୀ ଶିକ୍ଷା ମଣ୍ଡଳ ଅଧୀନ ଅଲିଆବାଦ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଏସ୍‌କେ ଜାଭିରଉଦ୍ଦିନ ପରୀକ୍ଷା ସମୟରେ ନିଜ କର୍ମଚାରୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ଏହି ସମୟରେ ପରୀକ୍ଷା ଚାଲିଥିବାରୁ କେତେଜଣ ଛାତ୍ରୀଛାତ୍ର ପରୀକ୍ଷା ନ ଦେଇ ଫେରି ଆସିଥିଲେ। ଏ ବିଷୟରେ ଛାତ୍ରୀଛାତ୍ରମାନଙ୍କଠାରୁ ଖବର ପାଇବା ପରେ ଅଭିଭାବକମାନେ ବିଦ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ଖବର ପାଇ ସାଧନକେନ୍ଦ୍ର ସଂଯୋଜକ ତାରାକାନ୍ତ ମଲ୍ଲିକ ପହଞ୍ଚତ୍ ଧାରଣାରତ ଛାତ୍ରୀଛାତ୍ର,ଅଭିଭାବକମାନଙ୍କ ସହ ଆଲୋଚନା କରିଥିଲେ। ଉଭୟ ଛାତ୍ରୀଛାତ୍ର ଓ ଅଭିଭାବକମାନେ ପ୍ରଧାନଶିକ୍ଷକଙ୍କୁ ନିଲମ୍ବନ କରିବାକୁ ଦାବି କରିବା ପରେ ସାଧନକେନ୍ଦ୍ର ସଂଯୋଜକ ମଲିକ ପ୍ରଧାନଶିକ୍ଷକଙ୍କୁ ଛୁଟିରେ ରହିବା ପାଇଁ ପରାମର୍ଶ ଦେଇଥିଲେ। ଏ ସଂକ୍ରାନ୍ତରେ ଧରିତ୍ରୀରେ ୨୭। ୦୨। ୨୦୨୩ରେ ଖବର ପ୍ରକାଶିତ ହେବା ପରେ ଶିକ୍ଷା ବିଭାଗ ତରଫରୁ ଏହାକୁ ଗୁରୁତ୍ୱ ଦିଆଯାଇଥିଲା। ଏହା ସହିତ ସଂଯୋଜକ ମଲ୍ଲିକଙ୍କ ରିପୋର୍ଟକୁ ଭିତ୍ତିକରି ଜିଲା ଶିକ୍ଷାଧିକାରୀ ଅତିରିକ୍ତ ଶିକ୍ଷାଧିକାରୀଙ୍କୁ ଘଟଣାର ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଅତିରିକ୍ତ ଶିକ୍ଷାଧିକାରୀ ତଦନ୍ତ କରିବା ପରେ ରିପୋର୍ଟ ପ୍ରଦାନ କରିଥିଲେ। ଜିଲା ଶିକ୍ଷାଧିକାରୀଙ୍କ ପତ୍ର ସଂଖ୍ୟା ୪୨୧୭ ତା ୨୮। ୦୩। ୨୦୨୩ ରିଖରେ ବିଦ୍ୟାଳୟର ବିବାଦୀୟ ପ୍ରଧାନଶିକ୍ଷକଙ୍କୁ ପତ୍ର ପାଇବାର ୩ ମଧ୍ୟରେ ସହକାରୀ ଶିକ୍ଷକ ଗୁଣନିଧି ଦାସଙ୍କୁ ଦାୟିତ୍ୱ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, ସାମାଜିକ କର୍ମୀ ତରୁଣ କୁମାର ଦାସ, କବିର ଦାସ, ମହେନ୍ଦ୍ର ଜେନାଙ୍କ ନେତୃତ୍ୱରେ ଏହି ଧାରଣା ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମେ ୧୦ରୁ ରବିଧାନ ସଂଗ୍ରହ

ସମ୍ବଲପୁର,୨୫ା୪(ପ୍ରମୋଦ ବହିଦାର)ଆସନ୍ତା ମେ ୧୦ରୁ ସମ୍ବଲପୁର ଜିଲାରେ ଚଳିତବର୍ଷ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ଧାନ ସଂଗ୍ରହ...

‘ହିଞ୍ଜିଳି ଦାଦନଙ୍କ ସମ୍ପର୍କରେ ଶ୍ୱେତପତ୍ର ପ୍ରକାଶ କରନ୍ତୁ’

ଆଠମଲ୍ଲିକ,୨୫ା୪(ଉଦୀପ୍ତ ପୁରୋହିତ)ସମ୍ବଲପୁର ସଂସଦୀୟ କ୍ଷେତ୍ର ଅଧୀନରେ ଆସୁଥିବା ଅନୁଗୋଳ ଜିଲାର ଆଠମଲ୍ଲିକ ବିଧାନସଭା ନିର୍ବାଚନମଣ୍ଡଳୀରେ ବୁଧବାର ନିର୍ବାଚନ ପ୍ରଚାର ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ...

ଗୋଷ୍ଠୀ କନ୍ଦଳରୁ ଫାଇଦା ଉଠାଇବାକୁ ପ୍ରୟାସ

ଖୋର୍ଦ୍ଧା/ବାଲିପାଟଣା,୨୫ା୪(ପ୍ରଭାତ ପାଣିଗ୍ରାହୀ/ଅଭିମନ୍ୟୁ ନାୟକ)ଭୁବନେଶ୍ୱର ଲୋକ ସଭା ସଂସଦୀୟ କ୍ଷେତ୍ରରେ ଜୟଦେବ ନିର୍ବାଚନମଣ୍ଡଳୀ ଅନୁସୂଚିତ ଜାତି (ଏସ୍‌ସି) ପାଇଁ ସଂରକ୍ଷିତ ରହିଛି। ଗତ ୩ଟି ନିର୍ବାଚନରେ ଏହି...

ମୋକିମଙ୍କ ଝିଅ ସୋଫିଆ ଲଢ଼ିପାରନ୍ତି ନିର୍ବାଚନ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ବାରବାଟୀ-କଟକ କଂଗ୍ରେସକୁ ଚିନ୍ତା ଘାରିଛି। ବରିଷ୍ଠ କଂଗ୍ରେସ ନେତା ଇଂ. ମହମ୍ମଦ ମୋକିମଙ୍କ ଜାମିନକୁ ସୁପ୍ରିମକୋର୍ଟ ମଞ୍ଜୁର କରିଛନ୍ତି...

ବ୍ୟାପୁଛି ଜଙ୍ଗଲ ନିଆଁ, ବନ୍ୟଜନ୍ତୁ କଲବଲ

କେନ୍ଦୁଝର,୨୫ା୪(ଦୀପକ ମିଶ୍ର)କେନ୍ଦୁଝର ବନଖଣ୍ଡର ୭ଟି ରେଞ୍ଜ ଅନ୍ତର୍ଗତ ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଛି। ଏଥିରେ ବହୁ ମୂଲ୍ୟବାନ୍‌ ଗଛ ନଷ୍ଟ ହେଉଥିବା ବେଳେ ବନ୍ୟପ୍ରାଣୀ ଉତ୍ତାପରେ...

ଆଉ ସହି ହେବନି,ଏଥର ଭୋଟ ବର୍ଜନ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ)ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟ ପାଦଦେଶ ଯଦୁନାଥପୁର ପଞ୍ଚାୟତବାସୀ ଅବହେଳିତ ଓ ନିଷ୍ପେଷିିତ ଅବସ୍ଥାରେ ଜୀବନଯାପନ କରୁଛନ୍ତି। ଦେଶ ସ୍ବାଧୀନତାର ୭୭ବର୍ଷ ପରେ...

ପାଣି ପାଇଁ ଡହଳବିକଳ

ବଇଣ୍ଡା,୨୫।୪(ପରିକ୍ଷିତ ସାହୁ)ସାରା ରାଜ୍ୟରେ ଲାଗିରହିଛି ଗ୍ରୀଷ୍ମ ପ୍ରବାହ। ଅଧିକାଂଶ ସମୟରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଥିବାବେଳେ ଏବେ ଅନେକ ଅଞ୍ଚଳରେ ପାଣି ସମସ୍ୟା ଦେଖିବାକୁ...

ବର୍ଷା, ଶର୍ମିଷ୍ଠାଙ୍କୁ ସ୍ବାଗତ ପାଇଁ ବିଜେଡିର ପ୍ରସ୍ତୁତି

ବଡ଼ଚଣା/ଛତିଆ,୨୫ା୪(ଦିଲୀପ କୁମାର ମହାନ୍ତି/ ସୌମ୍ୟ ରଞ୍ଜନ ସାହୁ)ଆସନ୍ତା ୨୬ ତାରିଖ ଶୁକ୍ରବାର ବଡ଼ଚଣା ବିଜେଡି ବିଧାୟକ ପ୍ରାର୍ଥିନୀ ବର୍ଷା ପ୍ରିୟଦର୍ଶିନୀ ଓ ଯାଜପୁର ସାଂସଦ ପ୍ରାର୍ଥତ୍ନୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri