ଏନ୍ଓସି ବିନା ଚାଲିଛି ବେସରକାରୀ ସ୍କୁଲ
ରାଉରକେଲା ଅଫିସ,୧୨।୫: ରାଉରକେଲା ଶିକ୍ଷା ଜିଲାରେ ବେସରକାରୀ ସ୍କୁଲ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଉକ୍ତ ସ୍କୁଲ ପରିଚାଳନା ପାଇଁ ସରକାରଙ୍କ ନିର୍ଦ୍ଧାରିତ ୫୧ଟି ମାନଦଣ୍ଡ ରହିଛି। ତେବେ ଏହି ମାନଦଣ୍ଡ ଅଭାବରୁ ଅନେକ ସ୍କୁଲକୁ ଗତ ଦୁଇବର୍ଷ ହେଲା…
ଆଇପିଏଲର ୫୭ ତମ ମ୍ୟାଚ: ଆଜି ଜିଟି-ଏମ୍ଆଇ ଲଢେଇ
ମୁମ୍ବାଇ,୧୨।୫: ଆଇପିଏଲ ୨୦୨୩ର ୫୭ ତମ ମ୍ୟାଚରେ ଶୁକ୍ରବାର ମୁମ୍ବାଇ ଇଣ୍ଡିଆନ୍ସ (ଏମ୍ଆଇ)ଏବଂ ଗୁଜୁରାଟ ଟାଇଟାନ୍ସ(ଜିଟି) ମୁହାଁମୁହିଁ ହେବେ। ଏହି ଦୁଇ ଦଳ ମଧ୍ୟରେ ମ୍ୟାଚ ମୁମ୍ବାଇର ୱାଖେଡେ ଷ୍ଟାଡିୟମରେ ସନ୍ଧ୍ୟା ୭.୩୦ରେ ଖେଳାଯିବ। ଏହି ମ୍ୟାଚ ଜିତି ଗୁଜୁରାଟ ଦଳ…
୫ ବର୍ଷ ହେଲା ଶେଷ ହେଉନି ପୋଲ କାମ
କେସିଙ୍ଗା, ୧୨।୫(ଡି.ଏନ.ଏ.): କଳାହାଣ୍ଡି ଜିଲା କେସିଙ୍ଗା ଗ୍ରାମ୍ୟ ଉନ୍ନୟନ ଡିଭିଜନ ଅନ୍ତର୍ଗତ ମଶାଣିବନ୍ଧ ଓ ଭମରମାଲ ସଂଯୋଗ କରୁଥିବା ଦେହେରେନ୍ ଯୋର ଆଜକୁ ୫ବର୍ଷ ହେଲା ଅର୍ଦ୍ଧନିର୍ମିତ ଅବସ୍ଥାରେ ପଡିରହିଛି। ଏ ନେଇ ଅଞ୍ଚଳବାସୀ ବହୁବାର ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି।…
ସହାୟତା ଅପେକ୍ଷାରେ ରିୟାନ୍ସି
ଖଡ଼ିଆଳ, ୧୨।୫(ଡି.ଏନ୍.ଏ.): କଡ୍ନୀ ରୋଗରେ ପୀଡ଼ିତ ହୋଇ ୨୦୨୦ରେ ସ୍ବାମୀ ଜିତେନ୍ଦ୍ର ଆରପାରିକୁ ଚାଲିଗଲେ। ସ୍ବାମୀଙ୍କ ବିୟୋଗକୁ ଭୁଲିବାକୁ ଚେଷ୍ଟା କରୁଥିବା ବେଳେ ଝିଅ ରିୟାନଂସି ଏବେ ସିକଲିନ ରୋଗରେ ପୀଡ଼ିତ। ଆୟର କୌଣସି ପନ୍ଥା ନାହିଁ। ଯାହା ଥିଲା ସ୍ବାମୀଙ୍କ…
କନଷ୍ଟେବଳଙ୍କ ସନ୍ଦେହଜନକ ମୃତ୍ୟୁ
ନିଶ୍ଚିନ୍ତକୋଇଲି,୧୨ା୫(ସ୍ବ.ପ୍ର.): ଡ୍ୟୁଟି କରିବାକୁ ଆସି ପୋଲିସ କର୍ମଚାରୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ପରିବାର ଲୋକେ ତଦନ୍ତ ଦାବି କରିଛନ୍ତି। ଏପରି ଘଟଣା ଘଟିଛି କଟକ ଜିଲା ନିଶ୍ଚିନ୍ତକୋଇଲିର ଜିଗ୍ନିପୁର ଠାରେ। କଟକ ପୋଲିସ ହେଡ କ୍ବାର୍ଟର୍ସରେ କନଷ୍ଟେବଳ ଭାବେ ଶ୍ରୀନିବାସ ରାଉତ…
ପ୍ରକାଶ ପାଇଲା ସିବିଏସ୍ଇ ଦଶମ ରେଜଲ୍ଟ
ନୂଆଦିଲ୍ଲୀ/ଭୁବନେଶ୍ୱର,୧୨ା୫(ବ୍ୟୁରୋ): ସେଣ୍ଟ୍ରାଲ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେଶନ (ସିବିଏସ୍ଇ) ଦଶମ ଶ୍ରେଣୀ ପରୀକ୍ଷା ଫଳ ଶୁକ୍ରବାର ଅପରାହ୍ନରେ ପ୍ରକାଶ ପାଇଛି। ମୋଟ୍ ପାସ୍ ହାର ୯୩.୧୨ ପ୍ରତିଶତ ରହିଥିବା ବେଳେ ଗତଥର ଅପେକ୍ଷା ଏଥର ପାସ୍ ହାର ୧.୨୮ ପ୍ରତିଶତ କମ୍…
ଶେଷ ପର୍ଯ୍ୟାୟରେ ମହାପ୍ରଭୁଙ୍କ ପାଟବସ୍ତ୍ର ପ୍ରସ୍ତୁତି
ଖୋର୍ଦ୍ଧା ଅଫିସ,୧୨ା୫: ଜୁନ୍ ୨୦ରେ ଘୋଷଯାତ୍ରା। ଏଥିଲାଗି ଶ୍ରୀକ୍ଷେତ୍ର ଚଳଚଞ୍ଚଳ। ଶ୍ରୀନଅର ସମ୍ମୁଖ ଅସ୍ଥାୟୀ ରଥଖଳାରେ ଚାଲିଛି ରଥ ନିର୍ମାଣ। ଏପଟେ ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ରାଉତପଡ଼ାର ବୁଣାକାର ପରିବାର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଲାଗି ପାଟବସ୍ତ୍ର ଓ ସୂତାଲୁଗା ପ୍ରସ୍ତୁତିରେ…
ସୁଧାକର ପଣ୍ଡା ପାଇବେ ‘ବିଜୁ ପଟ୍ଟନାୟକ ପୁରସ୍କାର’
ଭୁବନେଶ୍ୱର,୧୨।୫(ବ୍ୟୁରୋ): ରାଜ୍ୟ ସରକାରଙ୍କ ବିଜ୍ଞାନ ଓ ବୈଷୟିକ ବିଭାଗର ଅନୁମୋଦନକ୍ରମେ ଓଡ଼ିଶା ବିଜ୍ଞାନ ଏକାଡେମୀ ପକ୍ଷରୁ ୨୦୨୦ ମସିହା ପାଇଁ ପୁରସ୍କାର ଘୋଷଣା କରାଯାଇଛି। ବୈଜ୍ଞାନିକ ଉତ୍କର୍ଷ ପାଇଁ ଜଟଣୀସ୍ଥିତ ‘ନାଇଜର’ର ନିର୍ଦ୍ଦେଶକ ପ୍ରଫେସର ସୁଧାକର ପଣ୍ଡା ପାଇବେ ‘ବିଜୁ ପଟ୍ଟନାୟକ…
ଲିଗାଲ ଟେକ୍ନୋଲୋଜିରେ ନୂତନ ବିବର୍ତ୍ତନ
ଏକ ଦଶନ୍ଧିରୁ ଅଧିକ ସମୟର ସଂଘର୍ଷରତ ଯାତ୍ରା ପରେ ରାକେଶ ଶତପଥୀ ଜଣେ ଦକ୍ଷ ଡିରେକ୍ଟର ତଥା କମ୍ପ୍ୟୁଟର ଇଞ୍ଜିନିୟର ଭାବେ ଏପିକ୍ ଗ୍ଲୋବାଲ ୟୁଏସ୍ ବେସ୍ଡ କମ୍ପାନୀରେ କାର୍ଯ୍ୟରତ। ଦୃଢ଼ନିଷ୍ଠା, କର୍ତ୍ତବ୍ୟପରାୟଣତା ଏବଂ ଉଚ୍ଚ ଚିନ୍ତାଧାରାକୁ ଆଧାର କରି ଆଜି…
ବନ୍ଦର ଉପାଧ୍ୟକ୍ଷ ଦାୟିତ୍ୱ ନେଲେ ନୀଳଭ୍ର ଦାସଗୁପ୍ତା
ପାରାଦୀପ ୧୨।୫(ସ୍ବ.ପ୍ର.): ପାରାଦୀପ ବନ୍ଦର ପ୍ରାଧିକରଣ (ପିପିଏ)ର ନୂତନ ଉପାଧ୍ୟକ୍ଷ ଭାବେ ନୀଳଭ୍ର ଦାସଗୁପ୍ତା ଦାୟିତ୍ୱ ନେଇଛନ୍ତି। ପୂର୍ବରୁ ଉପାଧ୍ୟକ୍ଷ ଥିବା ଏ କେ.ବୋଷ ଗତ ମାର୍ଚ୍ଚ ୩୧ରେ ଅବସର ଗ୍ରହଣ କରିଥିଲେ। ସେବେଠାରୁ ଉକ୍ତ ପଦବୀ ଖାଲି ଥିଲା। ଦାସଗୁପ୍ତା…
ଦିଲ୍ଲୀରେ ଅଧିକାରୀଙ୍କ ସ୍ଥାନାନ୍ତର-ପୋଷ୍ଟିଂ ମାମଲାରେ ପୁଣି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ କେଜ୍ରିଓ୍ବାଲ
ନୂଆଦିଲ୍ଲୀ,୧୨।୫: ଦିଲ୍ଲୀରେ ଅଧିକାରୀଙ୍କ ସ୍ଥାନାନ୍ତର ଏବଂ ପୋଷ୍ଟିଂ ପ୍ରସଙ୍ଗରେ ସମ୍ବିଧାନ ବେଞ୍ଚର ନିଷ୍ପତ୍ତିର ପରଦିନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଶୁକ୍ରବାର ପୁଣି ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି। ଏହି ସମୟରେ କେଜ୍ରିଓ୍ବାଲ ସେବା ସଚିବଙ୍କ ସ୍ଥାନାନ୍ତର ପ୍ରସଙ୍ଗ ସୁପ୍ରିମକୋର୍ଟରେ ଉଠାଇଛନ୍ତି ଏବଂ କହିଛନ୍ତି…
ଖସିପଡ଼ିଥିବା ଡ୍ରୋନ୍କୁ ନେଇ ଆତଙ୍କ
ଢେଙ୍କାନାଳ ଅଫିସ, ୧୨।୫: ଢେଙ୍କାନାଳ ସଦର ଥାନା ଇନ୍ଦିପୁର ଗ୍ରାମ କେନାଲ ବନ୍ଧ ଉପରେ ଗୁରୁବାର ଅପରାହ୍ନରେ ଖସିପଡ଼ିଥିବା ଏକ ଡ୍ରୋନ୍କୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା କଥା, ଅପରାହ୍ନ ପ୍ରାୟ ୫ଟା ୪୦ରେ…

