ସହାୟତା ଅପେକ୍ଷାରେ ରିୟାନ୍‌ସି

ଖଡ଼ିଆଳ, ୧୨।୫(ଡି.ଏନ୍‌.ଏ.): କଡ୍‌ନୀ ରୋଗରେ ପୀଡ଼ିତ ହୋଇ ୨୦୨୦ରେ ସ୍ବାମୀ ଜିତେନ୍ଦ୍ର ଆରପାରିକୁ ଚାଲିଗଲେ। ସ୍ବାମୀଙ୍କ ବିୟୋଗକୁ ଭୁଲିବାକୁ ଚେଷ୍ଟା କରୁଥିବା ବେଳେ ଝିଅ ରିୟାନଂସି ଏବେ ସିକଲିନ ରୋଗରେ ପୀଡ଼ିତ। ଆୟର କୌଣସି ପନ୍ଥା ନାହିଁ। ଯାହା ଥିଲା ସ୍ବାମୀଙ୍କ ଚିକିତ୍ସାରେ ସବୁ ଖର୍ଚ୍ଚ କରିଦେଇଛନ୍ତି। ତାଙ୍କୁ କୌଣସି ସରକାରୀ ସହଯୋଗ ମିଳିପାରୁନାହିଁ। ଏଭଳି ସମସ୍ୟା ଦେଇ ଗତି କରୁଛନ୍ତି ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ ସରଗାଦି ଗ୍ରାମର ସଙ୍ଗୀତା ବାଗ। ୨ବର୍ଷ ତଳେ ଝିଅର ଗୋଡ଼ ହାତ ଦରଜ ହେବା ସହିତ ଜ୍ୱରରେ ପୀଡ଼ିତ ହୋଇଥିଲା। ଚିକିତ୍ସା ପରେ ଝିଅକୁ ସିକଲିନ ହୋଇଥିବା ଜଣା ପଡ଼ିଥିଲା। ସିକଲିନ ରୋଗ ଯୋଗୁ ଦେହରୁ ରକ୍ତ କମି ଯାଉଥିବାରୁ ପ୍ରତିମାସରେ ରକ୍ତ ଭରିବାକୁ ପଡ଼େ। ହେଲେ ଖଡ଼ିଆଳ ଉପଖଣ୍ଡ ଚିକିତ୍ସାଳୟରେ ରକ୍ତ ଦେବାର ବ୍ୟବସ୍ଥା ନ ଥିବାରୁ ସଙ୍ଗୀତା ଝିଅକୁ ପ୍ରତିମାସରେ ନୂଆପଡ଼ା ମୁଖ୍ୟ ଚିକିତ୍ସାଳୟକୁ ନିଅନ୍ତି। ପ୍ରତିଥର ଦୁଇ ପ୍ୟାକେଟ (ଦୁଇ ପଏଣ୍ଟ) ରକ୍ତ ଦେବାକୁ ପଡ଼ିଥାଏ। ପ୍ରତି ପ୍ୟାକେଟକୁ ୨ ହଜାର ଟଙ୍କା ଓ ଔଷଧପତ୍ର ସହ ଯିବାଆସିବା ଖର୍ଚ୍ଚ ମିଶାଇଲେ ପ୍ରତି ମାସରେ ୫ ହଜାର ଟଙ୍କା ଖର୍ଚ୍ଚ ହେଉଥିବା ସେ କହିଛନ୍ତି। ଏପରିକି ପ୍ରଥମ ଥର ପାଇଁ ୪ଟି ଇଞ୍ଜେକ୍ସନ ଦେବାକୁ ପଡ଼ିଥିଲା। ସେଥିପାଇଁ ୨୦ ହଜାର ଖର୍ଚ୍ଚ ହୋଇଥିଲା। ପ୍ରତି ମାସରେ ରିୟାନସି ଜ୍ବରରେ ପଡ଼ିବା ସହ କଥାବାର୍ତ୍ତା କରିପାରେ ନାହିଁ ଓ ତାର ଦେହ ଦରଜ ହୁଏ। ରକ୍ତ ଦେଲାପରେ ସ୍ବାଭାବିକ ଅବସ୍ଥାକୁ ଫେରିଆସେ। ତାଙ୍କ ପରିବାରରେ କୌଣସି ପୁରୁଷ ଲୋକ ନ ଥିବାରୁ ସବୁଥର ମା’ ଝିଅ ହିଁ ଡାକ୍ତରଖାନା ଯାଆନ୍ତି। ବିଧବା ସଙ୍ଗୀତାଙ୍କ କୌଣସି ଆୟର ପନ୍ଥା ନ ଥିବାରୁ ଏତେ ଟଙ୍କା ଖର୍ଚ୍ଚ କରିବା ସମ୍ଭବ ହେଉନାହିଁ । ଧାର କରଜ କରି କେତେ ଦିନ ଝିଅର ଚିକିତ୍ସା କରିବେ ବୋଲି ସେ କହିଛନ୍ତି। ତେଣୁ ସରକାରୀ ସହାୟତା ପାଇଁ ସେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?