ଲିଗାଲ ଟେକ୍‌ନୋଲୋଜିରେ ନୂତନ ବିବର୍ତ୍ତନ

ଏକ ଦଶନ୍ଧିରୁ ଅଧିକ ସମୟର ସଂଘର୍ଷରତ ଯାତ୍ରା ପରେ ରାକେଶ ଶତପଥୀ ଜଣେ ଦକ୍ଷ ଡିରେକ୍ଟର ତଥା କମ୍ପ୍ୟୁଟର ଇଞ୍ଜିନିୟର ଭାବେ ଏପିକ୍‌ ଗ୍ଲୋବାଲ ୟୁଏସ୍‌ ବେସ୍‌ଡ କମ୍ପାନୀରେ କାର୍ଯ୍ୟରତ। ଦୃଢ଼ନିଷ୍ଠା, କର୍ତ୍ତବ୍ୟପରାୟଣତା ଏବଂ ଉଚ୍ଚ ଚିନ୍ତାଧାରାକୁ ଆଧାର କରି ଆଜି ସେ ଲିଗାଲ ଟେକ୍ନୋଲୋଜି କ୍ଷେତ୍ରରେ ସମଗ୍ର ଭାରତବର୍ଷରେ ନୂତନ ବିବର୍ତ୍ତନ ଆଣିବାରେ ସକ୍ଷମ ହୋଇଛନ୍ତି। ରାକେଶଙ୍କ ବହୁତ ଦିନର ସ୍ବପ୍ନ ଥିଲା ଲିଗାଲ ଟେକ୍ନୋଲୋଜିକୁ ସମଗ୍ର ଭାରତ ବର୍ଷରେ କାର୍ଯ୍ୟକାରୀ କରିବା ସହ ଭାରତକୁ ଏକ ଲିଗାଲ ଟେକ୍‌ ହବ୍‌ରେ ପରିଣତ କରିବା। ତାହା ଆଜି ପୂରଣ ହେବାକୁ ଯାଉଛି। ରାକେଶ ଜଣେ ଓଡ଼ିଆ ହିସାବରେ ଭାରତବର୍ଷରେ ନାଁ କରିବା ସହିତ ବିଶ୍ୱର ଅନେକ ଦେଶରେ ଯଥା ୟୁକେ, ୟୁଏସ୍‌ଏ, ଜାପାନ, ସିଙ୍ଗାପୁର, ଅଷ୍ଟ୍ରେଲିଆ, କହିବାକୁ ଗଲେ ୟୁରୋପ ଓ ଏସିଆ ପାସିଫିକ୍‌ରେ ଏପିକ୍‌ ଗ୍ଲୋବାଲ ସହିତ କାର୍ଯ୍ୟ କରି ସଫଳତା ପାଇପାରିଛନ୍ତି। ବିଗ୍‌୪ ପରି କମ୍ପାନୀରେ ପିଡବ୍ୟ୍ଲୁସି(ପ୍ରାଇସ ୱାଟରହାଉସ ଆଣ୍ଡ୍‌ କୋପରସ)ରେ କାର୍ଯ୍ୟରତ ରହି ସେ ବଡ଼ ବଡ଼ ପ୍ରୋଜେକ୍ଟରେ କାମ କରି ଭାରତ ପାଇଁ ସଫଳତା ଆଣିପାରିଛନ୍ତି।
ରାକେଶଙ୍କ ମୂଳ ଉଦ୍ଦେଶ୍ୟ ନ୍ୟାୟପାଳିକାଗୁଡ଼ିକରେ କମ୍ପ୍ୟୁଟର ଟେକ୍ନୋଲୋଜି ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ମାମଲାଗୁଡ଼ିକର ଶୀଘ୍ର ସମାଧାନ କରିବା। ନିଃସନ୍ଦେହ ଯେ, ଏହା ନ୍ୟାୟପାଳିକା ପାଇଁ ଏକ ଚ୍ୟାଲେଞ୍ଜ । ଦ୍ୱିତୀୟତଃ,ଏହା କୋର୍ଟ ଶୁଣାଣି ସମୟରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଉକ୍ତ ନୂତନତ୍ୱ ନ୍ୟାୟପାଳିକାରେ କୋର୍ଟ ଶୁଣାଣି ପାଇଁ ଏକ ନୂତନ ଦିଗ୍‌ଦର୍ଶନ। ଏହା ମାଧ୍ୟମରେ ନ୍ୟାୟପାଳିିକାର କୋର୍ଟ ଶୁଣାଣି ଓ ସାକ୍ଷୀମାନଙ୍କର ପ୍ରମାଣକୁ ସଂରକ୍ଷିତ କରିବା ସହିତ ନ୍ୟାୟପାଳିକାର ଦୃଢତା ବଜାୟ ରଖାଯାଇପାରିବ। ଏହି ନୂତନତ୍ୱ ଅଟୋମେଟିକ ସ୍ପିଚ୍‌ ରେକଗ୍‌ନାଇଜେଶନ ନିଶ୍ଚିତ କୋର୍ଟ ଶୁଣାଣି କ୍ଷେତ୍ରରେ ଏକ ମାଇଲଖୁଣ୍ଟ ଭାବରେ ପରିଗଣିତ ହେବ।
୧୫ବର୍ଷର ଯାତ୍ରାରେ ବିଭିନ୍ନ କ୍ଷେତ୍ରରେ ରାକେଶ କାର୍ଯ୍ୟ କରୁଛନ୍ତି, ଯେମିତିକି ଫରେନସିକ୍‌, ଅରବଟ୍ରେଶନ ଆଣ୍ଡ୍‌ ଲିଗାଲ। ଗୁଜରାଟ ସ୍ଥିତ ନ୍ୟାଶନାଲ ଫରେନସିକ୍‌ ସାଇନ୍ସ ୟୁନିଭର୍ସିିଟିରେ ଅନେକ ଥର ବକ୍ତା ଭବେ ଛାତ୍ରମାନଙ୍କୁ ପ୍ରୋତ୍ସାହିତ କରିିିଛନ୍ତି। ଏହାସହ ସମଗ୍ର ଭାରତକୁ ଏକ ଲିଗାଲ ଟେକ୍ନୋଲୋଜି ହବ୍‌ ଭାବରେ ପରିଚିତ କରିବା ଲାଗି ରାକେଶ ବିଶ୍ୱାସ ରଖିଛନ୍ତି। ସେ ଭୁବନେଶ୍ୱର ସ୍ଥିତ ଖଣ୍ଡଗିରିର ଶ୍ରୀକ୍ଷେତ୍ର ଗ୍ରୀନ୍‌ହୁଡରେ ରହୁଥିବା ଅବସରପ୍ରାପ୍ତ ଓଏନ୍‌ଜିସି ଚିଫ୍‌ ଇଞ୍ଜିନିୟର କୁଳମଣି ଶତପଥୀ ଓ ନଳିନୀପ୍ରଭା ଶତପଥୀଙ୍କ ଏକ ମାତ୍ର ପୁତ୍ର । ଢେଙ୍କାନାଳରେ ରହୁଥିବା ଅବସରପ୍ରାପ୍ତ ଆସିଷ୍ଟାଣ୍ଟ ଇଞ୍ଜିନିୟର ବଂଶୀଧର ନାଥ ଓ ବାସନ୍ତୀଲତା ନାଥଙ୍କର ସେ ସାନଜ୍ୱାଇଁ। ପତ୍ନୀ ଅର୍ଚ୍ଚନା ପ୍ରିୟଦର୍ଶନୀ ନାଥ ଶତପଥୀ ଜଣେ ଲିଗାଲ ଅଫିସର ରୂପେ କାର୍ଯ୍ୟ କରୁଥିଲେ । ତାଙ୍କର ଏକମାତ୍ର କନ୍ୟାଙ୍କ ନାମ ଆରନା ଶତପଥୀ।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?