ଲିଗାଲ ଟେକ୍‌ନୋଲୋଜିରେ ନୂତନ ବିବର୍ତ୍ତନ

ଏକ ଦଶନ୍ଧିରୁ ଅଧିକ ସମୟର ସଂଘର୍ଷରତ ଯାତ୍ରା ପରେ ରାକେଶ ଶତପଥୀ ଜଣେ ଦକ୍ଷ ଡିରେକ୍ଟର ତଥା କମ୍ପ୍ୟୁଟର ଇଞ୍ଜିନିୟର ଭାବେ ଏପିକ୍‌ ଗ୍ଲୋବାଲ ୟୁଏସ୍‌ ବେସ୍‌ଡ କମ୍ପାନୀରେ କାର୍ଯ୍ୟରତ। ଦୃଢ଼ନିଷ୍ଠା, କର୍ତ୍ତବ୍ୟପରାୟଣତା ଏବଂ ଉଚ୍ଚ ଚିନ୍ତାଧାରାକୁ ଆଧାର କରି ଆଜି ସେ ଲିଗାଲ ଟେକ୍ନୋଲୋଜି କ୍ଷେତ୍ରରେ ସମଗ୍ର ଭାରତବର୍ଷରେ ନୂତନ ବିବର୍ତ୍ତନ ଆଣିବାରେ ସକ୍ଷମ ହୋଇଛନ୍ତି। ରାକେଶଙ୍କ ବହୁତ ଦିନର ସ୍ବପ୍ନ ଥିଲା ଲିଗାଲ ଟେକ୍ନୋଲୋଜିକୁ ସମଗ୍ର ଭାରତ ବର୍ଷରେ କାର୍ଯ୍ୟକାରୀ କରିବା ସହ ଭାରତକୁ ଏକ ଲିଗାଲ ଟେକ୍‌ ହବ୍‌ରେ ପରିଣତ କରିବା। ତାହା ଆଜି ପୂରଣ ହେବାକୁ ଯାଉଛି। ରାକେଶ ଜଣେ ଓଡ଼ିଆ ହିସାବରେ ଭାରତବର୍ଷରେ ନାଁ କରିବା ସହିତ ବିଶ୍ୱର ଅନେକ ଦେଶରେ ଯଥା ୟୁକେ, ୟୁଏସ୍‌ଏ, ଜାପାନ, ସିଙ୍ଗାପୁର, ଅଷ୍ଟ୍ରେଲିଆ, କହିବାକୁ ଗଲେ ୟୁରୋପ ଓ ଏସିଆ ପାସିଫିକ୍‌ରେ ଏପିକ୍‌ ଗ୍ଲୋବାଲ ସହିତ କାର୍ଯ୍ୟ କରି ସଫଳତା ପାଇପାରିଛନ୍ତି। ବିଗ୍‌୪ ପରି କମ୍ପାନୀରେ ପିଡବ୍ୟ୍ଲୁସି(ପ୍ରାଇସ ୱାଟରହାଉସ ଆଣ୍ଡ୍‌ କୋପରସ)ରେ କାର୍ଯ୍ୟରତ ରହି ସେ ବଡ଼ ବଡ଼ ପ୍ରୋଜେକ୍ଟରେ କାମ କରି ଭାରତ ପାଇଁ ସଫଳତା ଆଣିପାରିଛନ୍ତି।
ରାକେଶଙ୍କ ମୂଳ ଉଦ୍ଦେଶ୍ୟ ନ୍ୟାୟପାଳିକାଗୁଡ଼ିକରେ କମ୍ପ୍ୟୁଟର ଟେକ୍ନୋଲୋଜି ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ମାମଲାଗୁଡ଼ିକର ଶୀଘ୍ର ସମାଧାନ କରିବା। ନିଃସନ୍ଦେହ ଯେ, ଏହା ନ୍ୟାୟପାଳିକା ପାଇଁ ଏକ ଚ୍ୟାଲେଞ୍ଜ । ଦ୍ୱିତୀୟତଃ,ଏହା କୋର୍ଟ ଶୁଣାଣି ସମୟରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଉକ୍ତ ନୂତନତ୍ୱ ନ୍ୟାୟପାଳିକାରେ କୋର୍ଟ ଶୁଣାଣି ପାଇଁ ଏକ ନୂତନ ଦିଗ୍‌ଦର୍ଶନ। ଏହା ମାଧ୍ୟମରେ ନ୍ୟାୟପାଳିିକାର କୋର୍ଟ ଶୁଣାଣି ଓ ସାକ୍ଷୀମାନଙ୍କର ପ୍ରମାଣକୁ ସଂରକ୍ଷିତ କରିବା ସହିତ ନ୍ୟାୟପାଳିକାର ଦୃଢତା ବଜାୟ ରଖାଯାଇପାରିବ। ଏହି ନୂତନତ୍ୱ ଅଟୋମେଟିକ ସ୍ପିଚ୍‌ ରେକଗ୍‌ନାଇଜେଶନ ନିଶ୍ଚିତ କୋର୍ଟ ଶୁଣାଣି କ୍ଷେତ୍ରରେ ଏକ ମାଇଲଖୁଣ୍ଟ ଭାବରେ ପରିଗଣିତ ହେବ।
୧୫ବର୍ଷର ଯାତ୍ରାରେ ବିଭିନ୍ନ କ୍ଷେତ୍ରରେ ରାକେଶ କାର୍ଯ୍ୟ କରୁଛନ୍ତି, ଯେମିତିକି ଫରେନସିକ୍‌, ଅରବଟ୍ରେଶନ ଆଣ୍ଡ୍‌ ଲିଗାଲ। ଗୁଜରାଟ ସ୍ଥିତ ନ୍ୟାଶନାଲ ଫରେନସିକ୍‌ ସାଇନ୍ସ ୟୁନିଭର୍ସିିଟିରେ ଅନେକ ଥର ବକ୍ତା ଭବେ ଛାତ୍ରମାନଙ୍କୁ ପ୍ରୋତ୍ସାହିତ କରିିିଛନ୍ତି। ଏହାସହ ସମଗ୍ର ଭାରତକୁ ଏକ ଲିଗାଲ ଟେକ୍ନୋଲୋଜି ହବ୍‌ ଭାବରେ ପରିଚିତ କରିବା ଲାଗି ରାକେଶ ବିଶ୍ୱାସ ରଖିଛନ୍ତି। ସେ ଭୁବନେଶ୍ୱର ସ୍ଥିତ ଖଣ୍ଡଗିରିର ଶ୍ରୀକ୍ଷେତ୍ର ଗ୍ରୀନ୍‌ହୁଡରେ ରହୁଥିବା ଅବସରପ୍ରାପ୍ତ ଓଏନ୍‌ଜିସି ଚିଫ୍‌ ଇଞ୍ଜିନିୟର କୁଳମଣି ଶତପଥୀ ଓ ନଳିନୀପ୍ରଭା ଶତପଥୀଙ୍କ ଏକ ମାତ୍ର ପୁତ୍ର । ଢେଙ୍କାନାଳରେ ରହୁଥିବା ଅବସରପ୍ରାପ୍ତ ଆସିଷ୍ଟାଣ୍ଟ ଇଞ୍ଜିନିୟର ବଂଶୀଧର ନାଥ ଓ ବାସନ୍ତୀଲତା ନାଥଙ୍କର ସେ ସାନଜ୍ୱାଇଁ। ପତ୍ନୀ ଅର୍ଚ୍ଚନା ପ୍ରିୟଦର୍ଶନୀ ନାଥ ଶତପଥୀ ଜଣେ ଲିଗାଲ ଅଫିସର ରୂପେ କାର୍ଯ୍ୟ କରୁଥିଲେ । ତାଙ୍କର ଏକମାତ୍ର କନ୍ୟାଙ୍କ ନାମ ଆରନା ଶତପଥୀ।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀ ଡଙ୍ଗାବୁଡି ଘଟଣା: ମିଳିଲା ଆଉ ୩ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀରେ ଡଙ୍ଗାବୁଡି ଘଟଣାରେ ଆଉ ୩ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡ ମହାନଦୀରେ ଗତକାଲି ଅର୍ଥାତ୍‌ ଶୁକ୍ରବାର ଏଭଳି ଅଭାବନୀୟ ଘଟଣା...

ମିଥ୍ୟା ବିଲ୍‌ କରି ଅନୁଦାନ ହଡ଼ପ

ଲୋଇସିଂହା,୨୦।୪(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ରେଞ୍ଜ ସାଲେଭାଟ ସେକ୍ସନ ଅନ୍ତର୍ଗତ ବଙ୍ଗାବାହାଲରେ କାମ୍ପ ଯୋଜନାରେ ହୋଇଥିବା ବନୀକରଣରେ ଅନିୟମିତତା ହୋଇଛି। ଏହିଭଳି ଅଭିଯୋଗ କରିଥିଲା ଗ୍ରାମ୍ୟ...

ମହୁଲଫୁଲ ସଂଗ୍ରହକାରୀ ଶୋଷଣର ଶିକାର

ବରଗଡ଼,୨୦।୪(ପ୍ରେମାନନ୍ଦ ଖମାରୀ)ମହୁଲ ଫୁଲ ଏକ ଲଘୁ ବନଜାତ ଦ୍ରବ୍ୟ। ବରଗଡ଼ ଜିଲାର ଅଣଜଳସେଚିତ ପଦ୍ମପୁର ଉପଖଣ୍ଡ ସମେତ ବରଗଡ଼ ଉପଖଣ୍ଡର ଅମ୍ବାଭୋନା ଆଦି ଅଞ୍ଚଳର ଆଦିବାସୀ...

ରୂପାନ୍ତରଣ କାମ ସମସ୍ତଙ୍କ ଆଖି ସାମ୍ନାରେ: ପ୍ରଣବ

ସମ୍ବଲପୁର/ରେଙ୍ଗାଲି,୨୦ା୪(ବି.ଶଙ୍କର/ଦେବବ୍ରତ ପଣ୍ଡା)ସମ୍ବଲପୁର ମାଟି ମା’ ସମଲେଶ୍ୱରୀ, ବୀର ସୁରେନ୍ଦ୍ର ସାଏଙ୍କ ମାଟି ା ଏହି ମାଟି ମା’ର ସେବା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ...

ଶିକ୍ଷାକୁ ନେଇ ଲେନିନ୍‌-ରବି ବାକ୍‌ଯୁଦ୍ଧ

ସମ୍ବଲପୁର,୨୦ା୪(ପ୍ରମୋଦ ବହିଦାର):ସମ୍ବଲପୁରରେ ଶିକ୍ଷାର ବିକାଶ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କ ଅବଦାନ ଶୂନ୍ୟ ବୋଲି ବିଜେଡି ମୁଖପାତ୍ର ଡ. ଲେନିନ୍‌ ମହାନ୍ତିଙ୍କ ଉକ୍ତିର...

୨ ରାଜ୍ୟରେ ଭୋଟ ଦେବେ ସୀମାନ୍ତବାସୀ

ନନ୍ଦପୁର,୨୦ା୪(ଶଙ୍କର ପୂଜାରୀ)ଆନ୍ଧ୍ର ଓ ଓଡ଼ିଶା ସରକାରଙ୍କ ପକ୍ଷରୁ ସୁବିଧା ପାଇଛୁ। ଆଧାର, ରାଶନ, କୁଲି ଓ ଭୋଟରକାର୍ଡ ପାଇଛୁ। ଉଭୟ ରାଜ୍ୟରୁ ଭତ୍ତା, ଚାଉଳ, କୁଲିକାମ,...

ମହିଳାଙ୍କ ହାତରେ ରାଜଧାନୀର ୧୧୩ ପାର୍କ

ଭୁବନେଶ୍ୱର,୨୦।୪ (ଅନୁରାଧା ମହାରଣା)ରାଜଧାନୀ ଭୁବନେଶ୍ୱରରେ ବନ ବିଭାଗ ଅଧୀନରେ ୭ରୁ ଅଧିକ ଉଦ୍ୟାନ ରହିଛି। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ପାଖାପାଖି ୬୦ଟି ଛୋଟ ବଡ଼ ପାର୍କର...

ଭୁଶୁଡିଯିବ ବୈତରଣୀ ସେତୁ

ରାମଚନ୍ଦ୍ରପୁର,୨୦।୪(ଗଣେଶ୍ୱର ସା)କେନ୍ଦୁଝର ଜିଲା ଘସିପୁରା ବ୍ଲକ୍‌ ଅନ୍ତର୍ଗତ ବାତୋଠା ଆମ୍ବୋକୁ ସଂଯୋଗୀକରଣ ହେଉଥିବା ବୈତରଣୀ ନଦୀର ସେତୁ ନିକଟରୁ ବେଧଡ଼କ ବାଲି ଚୋରାଚାଲାଣ ହେଉଛି। ସେହିପରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri