୫ ବର୍ଷ ହେଲା ଶେଷ ହେଉନି ପୋଲ କାମ

କେସିଙ୍ଗା, ୧୨।୫(ଡି.ଏନ.ଏ.): କଳାହାଣ୍ଡି ଜିଲା କେସିଙ୍ଗା ଗ୍ରାମ୍ୟ ଉନ୍ନୟନ ଡିଭିଜନ ଅନ୍ତର୍ଗତ ମଶାଣିବନ୍ଧ ଓ ଭମରମାଲ ସଂଯୋଗ କରୁଥିବା ଦେହେରେନ୍‌ ଯୋର ଆଜକୁ ୫ବର୍ଷ ହେଲା ଅର୍ଦ୍ଧନିର୍ମିତ ଅବସ୍ଥାରେ ପଡିରହିଛି। ଏ ନେଇ ଅଞ୍ଚଳବାସୀ ବହୁବାର ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଚଳିତ ବର୍ଷା ଋତୁ ପୂର୍ବରୁ ନିର୍ମାଣ କାର୍ଯ୍ୟ ଶେଷ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି। ୨୦୧୮-୧୯ ଆର୍ଥିକ ବର୍ଷରେ ଏହି ସେତୁ ନିର୍ମାଣ ପାଇଁ ୨ କୋଟି ୨୩ ଲକ୍ଷ ୧ ହାଜର ୩୮୫ ଟଙ୍କା ମଞ୍ଜୁର ହୋଇଥିଲା। କେସିଙ୍ଗାର ଜଣେ ଠିକାଦାରଙ୍କୁ ଟେଣ୍ଡର ମଧ୍ୟରେ ଠିକା ଦିଆଯାଇଥିଲେ। ମଶାଣିବନ୍ଧ ଗ୍ରାମ ପଟୁ ଆପ୍ରୋଚ ରାସ୍ତା ନିମାଣ ହୋଇ ୩ଟି ଖୁଣ୍ଟ ନିର୍ମାଣ କାମ ଶେଷ ହୋଇଯାଇଛି।
ଆସନ୍ତା ବର୍ଷା ଋତୁରେ ଲୋକମାନେ ରେଙ୍ଗାଲି, କଛାରପଦର-ଭମରମାଲ ହୋଇ କେସିଙ୍ଗାକୁ ଯିବାକୁ ପଡିବ। କେସିଙ୍ଗା ଗ୍ରାମ୍ୟ ଉନ୍ନୟନ ଡିଭିଜନ ତ୍ରୁଟିପୂର୍ଣ୍ଣ ଡିପିଆର ଯୋଗୁ ଜମି ଅଧିଗ୍ରହଣର ଯୋଜନା କରା ନ ଯାଇ ସେତୁ କାର୍ଯ୍ୟ ଆରମ୍ଭ କରିଥିଲେ। ବର୍ତ୍ତମାନ ଜମି ମାଲିକମାନେ ଅଧିକ ଟଙ୍କା ଦାବି କରୁଛନ୍ତି। ଗ୍ରାମ୍ୟ ଉନ୍ନୟନ ବିଭାଗ କର୍ତ୍ତୃପକ୍ଷଙ୍କ ଭୁଲ ନୀତି ଯୋଗୁ ସେତୁ ନିର୍ମାଣ କାର୍ଯ୍ୟରେ ବିଳମ୍ବ ଘଟୁଛି। ତତ୍କାଳୀନ ଏସ୍‌ଡିଓ ଯନ୍ତ୍ରୀ ସେତୁର ଖର୍ଚ୍ଚ ଅଟକଳର ଯୋଜନା କରି ପାରିଲେ ଅଥଚ ଜମି ଅଧିଗ୍ରହଣ କଥା କିଭଳି ଭୁଲି ଗଲେ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଆଜକୁ ବର୍ଷ ବର୍ଷ ଧରି ସେତୁ ନିର୍ମାଣ କାର୍ଯ୍ୟରେ ଘୋର ସମସ୍ୟା ଦେଖାଦେବା ସହ ଅଞ୍ଚଳବାସୀ ଯଥା ମଶାଣିବନ୍ଧ, ବାଲସି, ବୁଢ଼ୀପଦର, କୋକୋଡ଼ମାଲ, କଲୋନୀପଡା ଆଦି ଗ୍ରାମର ଶହ ଶହ ଲୋକମାନେ ବର୍ଷା ଋତୁରେ ଗମନାଗମନ କ୍ଷେତ୍ରରେ ଘୋର ସମସ୍ୟା ସମ୍ମୁଖୀନ ହେବେ। ମଶାଣିବନ୍ଧଠାରୁ ବାଲସି, ବୁଡିପଦର, ରୁପ୍ରା ରୋଡ଼କୁ ସଂଯୋଗ କରୁଥିବା ୭.୨୦୦ କି.ମି. ରାସ୍ତା ପିଚୁ କାମ ଇତି ମଧ୍ୟରେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରୁ ୨ କୋଟି, ୯୨ ଲକ୍ଷ ୪୯ ହଜାର ବ୍ୟୟ ଅଟକଳରେ ସମ୍ପୂର୍ଣ୍ଣ ହୋଇଯାଇଛି। ମଶାଣିବନ୍ଧଗ୍ରାମର ତାରିଣୀ ମନ୍ଦିରଠାରୁ ମଶାଣିବନ୍ଧ-ଭମରମାଲ ସେତୁ ଦେଇ ଭମରମାଲ ଆରଡି ରାସ୍ତା ସଂଯୋଗ କରୁଥିବା ପ୍ରାୟ ୫ କି.ମି. ରାସ୍ତା ଓ ଅର୍ଦ୍ଧନିର୍ମିତ ସେତୁର ନିର୍ମାଣ ପାଇଁ ଶୀଘ୍ର କରିବା ପାଇଁ ଅଞ୍ଚଳବାସୀଙ୍କ ଦାବି ହେଉଛି। ଏ ନେଇ ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ ଇ.ଅଜିତ କୁମାର ସିଂଙ୍କୁ ପଚାରିବାରୁ ବର୍ତ୍ତମାନ ଜମି ଅଧିଗ୍ରହଣ ପ୍ରକ୍ରିୟା ଶେଷ ହୋଇଯାଇଛି, ମ୍ୟୁଟେସନ କାମ ଶେଷ ହୋଇଗଲେ ଠିକାଦାର ଟେଣ୍ଡର ପ୍ରକ୍ରିୟାରେ କାମ ଆରମ୍ଭ କରିବେ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ଖରାଦିନେ ଫ୍ରିଜରେ ଜମୁଛି କି ମୋଟା ବରଫ ସ୍ତର? କରନ୍ତୁନି ହେୟଜ୍ଞାନ, ଏହି ୪ ଉପାୟରେ…

ଗ୍ରୀଷ୍ମ ଋତୁରେ ଫ୍ରିଜ ପ୍ରତ୍ୟେକ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଯାଏ। ମାତ୍ର ଅନେକ ସମୟରେ ଲୋକମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେଇଟି ହେଉଛି…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri