ଏନ୍‌ଓସି ବିନା ଚାଲିଛି ବେସରକାରୀ ସ୍କୁଲ

ରାଉରକେଲା ଅଫିସ,୧୨।୫: ରାଉରକେଲା ଶିକ୍ଷା ଜିଲାରେ ବେସରକାରୀ ସ୍କୁଲ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଉକ୍ତ ସ୍କୁଲ ପରିଚାଳନା ପାଇଁ ସରକାରଙ୍କ ନିର୍ଦ୍ଧାରିତ ୫୧ଟି ମାନଦଣ୍ଡ ରହିଛି। ତେବେ ଏହି ମାନଦଣ୍ଡ ଅଭାବରୁ ଅନେକ ସ୍କୁଲକୁ ଗତ ଦୁଇବର୍ଷ ହେଲା ଏନ୍‌ଓସି ମିଳିନାହିଁ। ଏହାସତ୍ତ୍ୱେ ଉକ୍ତ ସ୍କୁଲଗୁଡିକ କିଭଳି ଚାଲିଛି ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ବିଭାଗୀୟ ସୂଚନା ଅନୁସାରେ, ରାଉରକେଲା ଶିକ୍ଷା ବିଭାଗ ଅଧିନ ରାଉରକେଲା ଓ ବିଶ୍ରା ଅଞ୍ଚଳରେ ମୋଟ ୩୧୭ଟି ସ୍କୁଲ ରହିଥିବା ବେଳେ ସେଥିମଧ୍ୟରୁ ୧୨୪ଟି ହେଉଛି ବେସରକାରୀ ସ୍କୁଲ। ୨୦୧୯-୨୦ ଶିକ୍ଷାବର୍ଷରେ ଏହିସବୁ ବେସରକାରୀ ସ୍କୁଲରେ ପ୍ରାୟ ୨୩ ହଜାର ପିଲା ରହିଥିବାବେଳେ ଚଳିତବର୍ଷ ୧୦ହଜାର ବୃଦ୍ଧି ଘଟିଛି। ତେବେ ଏହି ଶିକ୍ଷା ଜିଲାରେ ଥିବା ମୋଟ୍‌ ବେସରକାରୀ ସ୍କୁଲର ୪୦ପ୍ରତିଶତ ବିନା ଏନ୍‌ଓସିରେ ଚାଲୁଛି। ସରକାରଙ୍କ ମାନଦଣ୍ଡ ପୂରଣ କରୁ ନ ଥିବା ବେସରକାରୀ ସ୍କୁଲ ଗୁଡିକ କିଭଳି ବିନା ଏନ୍‌ଓସିରେ ଚାଲିଛି ସେ ନେଇ ବୁଦ୍ଧିଜୀବୀମାନେ ପ୍ରଶ୍ନ କରିଛନ୍ତି। ଏ ନେଇ ବିଶ୍ରା ସହକାରୀ ଶିକ୍ଷାଧିକାରୀ କିଶୋର ଚନ୍ଦ୍ର ଦାସଙ୍କୁ ପଚାରିବାରୁ ରାଉରକେଲା ଏମ୍‌ଆଇଏସ୍‌ ଏ ନେଇ ସବିଶେଷ ତଥ୍ୟ ରଖିପାରିବେ ବୋଲି କହିଥିଲେ। ଏ ସମ୍ପର୍କରେ ରାଉରକେଲା ଏମ୍‌ଆଇଏସ୍‌ ମନୋଜ କୁମାର ଆଚାର୍ଯ୍ୟ କୁହନ୍ତି, ଏନଓସି ନ ଥିବା ବେସରକାରୀ ସ୍କୁଲମାନଙ୍କୁ ୨ବର୍ଷ ହେଲା ବିଭାଗ ପକ୍ଷରୁ ନୋଟିସ ଜାରି କରାଯାଉଛି। ନୋଟିସ ପାଇ ବାରମ୍ବାର ଏନ୍‌ଓସି ପାଇଁ ସେମାନେ ଆବେଦନ କରୁଛନ୍ତି। ଆଗକୁ ଏ ଦିଗରେ ବିହିତ ପଦକ୍ଷେପ ନିଆଯିବ। ୨୦୨୩ ଶିକ୍ଷା ବର୍ଷରେ ସରକାରୀ ସ୍କୁଲରେ ପିଲା ସଂଖ୍ୟା ୨୫ ପ୍ରତିଶତ ବଢିଛି। ସରକାରୀ ସ୍କୁଲ ପ୍ରତି ପିଲାଙ୍କ ଆଗ୍ରହ ବୃଦ୍ଧି ସକାଶେ ତୃଣମୂଳ ସ୍ତରରେ ବିହିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଆଚାର୍ଯ୍ୟ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟୁତ୍‌ କାର୍ଯ୍ୟାଳୟରେ ପଡ଼ିଲା ତାଲା

କାଟପାଡ଼,୩ା୧୦(କେ.ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ ସଡ଼ରଙ୍ଗା ପଞ୍ଚାୟତ ବେଲଗଁା ଅଞ୍ଚଳରେ ୧ ମାସରୁ ଊର୍ଦ୍ଧ୍ୱ ହେବ ଟ୍ରାନ୍ସଫର୍ମର ପୋଡ଼ିଯାଇଥିବାରୁ ଉପଭୋକ୍ତାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାତି…

ବଣୁଆ ହାତୀ ହେଲା ଲୋକଙ୍କ ସାଥୀ, ୬ ମାସ ହେଲା ଘରଘର ବୁଲି ଖାଉଛି ଖାଦ୍ୟ

ଜମନକିରା,୩।୧୦(ରବୀନ୍ଦ୍ର ପ୍ରସାଦ ଦାନୀ): ଜଙ୍ଗଲର ବଣୁଆ ଦନ୍ତା ଏବେ ଗାଁ ଲୋକଙ୍କ ଆପଣାର ପାଲଟିଛି। ଗତ ୬ ମାସରୁ ଅଧିକ ସମୟ ଧରି ସମ୍ବଲପୁର ଜିଲା ଜମନକିରା…

ଦୁର୍ଗା ପୂଜା ପୂର୍ବରୁ କେନ୍ଦୁଝର ପୋଲିସର ବ୍ୟାପକ ସୁରକ୍ଷା ଯାଞ୍ଚ: ଆନନ୍ଦପୁର ଉପଖଣ୍ଡରେ…

ହାଟଡିହୀ,୩।୧୦(ଶୁଭକାନ୍ତ ନାୟକ): ଆସନ୍ତା ଦୁର୍ଗା ପୂଜା ପାର୍ବଣ ସମୟରେ ଅପରାଧ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ କେନ୍ଦୁଝର ଏସ୍‌ପି ନୀତିନ କୁଶଲକର ଦାଗୁଡୁଙ୍କ ସ୍ୱତନ୍ତ୍ର ନିର୍ଦ୍ଦେଶ…

ଖେଳାଳି ଚୟନରେ ଅନିୟମିତତା ଅଭିଯୋଗ, ସୁବର୍ଣ୍ଣପୁରରେ ଜୋର ଧରିଲା ଚର୍ଚ୍ଚା…

ଅମରପାଲି,୩।୧୦(ପୀତାମ୍ବର ସାହୁ): ଜିଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭାଗ ନ ନେଇ ଜଣେ ଖେଳାଳି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ଅଭିଯୋଗ । ଏହାକୁ ନେଇ ସୁବର୍ଣ୍ଣପୁର…

ସ୍ୱର୍ଣ୍ଣ ବିଜେତା ଭାରତୀୟ ହକି ଦଳ ପାଇଁ ଓଡ଼ିଶା ସରକାରଙ୍କ ଆର୍ଥିକ ପୁରସ୍କାର ଘୋଷଣା: ପ୍ରତି ଖେଳାଳିଙ୍କୁ ୧୧ ଲକ୍ଷ, କୋଚ୍‌ଙ୍କୁ ମିଳିବ…

ଭୁବନେଶ୍ୱର,୩ା୧୦: ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତି ଆଗାମୀ ୨୦୨୮ ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଥିବା ଭାରତୀୟ ପୁରୁଷ ହକି ଦଳ ପାଇଁ ବଡ଼…

ଦୁର୍ଘଟଣାରେ ଆହତଙ୍କୁ ବୋହି ମେଡିକାଲ ନେଲେ ଦୁଇ ହୋମଗାର୍ଡ, ସାହସିକତା ପାଇଁ ଗଜପତି ଏସ୍‌ପିଙ୍କ ପ୍ରଶଂସା

ମୋହନା,୩ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ଶନିବାର ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ମହିନ୍ଦ୍ରା…

ଶିକ୍ଷକଙ୍କ ବୃତ୍ତିଗତ ଦକ୍ଷତା ବୃଦ୍ଧି ଉପରେ ମନ୍ଥନ

ଦିଗପହଣ୍ଡି,୩ା୧୦(ଅଶେଷ ନାଥ ମିଶ୍ର): ଶିକ୍ଷୟିତ୍ରୀ ଓ ଶିକ୍ଷକମାନଙ୍କର ନିରନ୍ତର ବୃତ୍ତିଗତ ଦକ୍ଷତା ବିକାଶ ଲକ୍ଷ୍ୟରେ ଦିଗପହଣ୍ଡି ନୂଆସାହି ପ୍ରାଥମିକ ବିଦ୍ୟାଳୟ ପରିସରରେ ମାସିକ କ୍ଲଷ୍ଟର ସ୍ତରୀୟ ସହଭାଗିତା…

କରଞ୍ଜିଆରୁ ଫେରୁଥିଲେ ଏସ୍‌ପି, ଡ୍ୟୁଟିରୁ ଗାଏବ୍ ଥିଲେ ସାହାରପଡ଼ା ଫାଣ୍ଡି ଅଧିକାରୀ: ତୁରନ୍ତ ସସପେଣ୍ଡ୍…

ପାଟଣା,୩ା୧୦(ବୀର କିଶୋର ଦାଶ): କାର୍ଯ୍ୟରେ ଅବହେଳା, ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି)ଙ୍କ ନିର୍ଦ୍ଦେଶ ଅବମାନନା ଏବଂ ଶୃଙ୍ଖଳାହୀନ ଆଚରଣ ଅଭିଯୋଗରେ କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?