ଏନ୍‌ଓସି ବିନା ଚାଲିଛି ବେସରକାରୀ ସ୍କୁଲ

ରାଉରକେଲା ଅଫିସ,୧୨।୫: ରାଉରକେଲା ଶିକ୍ଷା ଜିଲାରେ ବେସରକାରୀ ସ୍କୁଲ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଉକ୍ତ ସ୍କୁଲ ପରିଚାଳନା ପାଇଁ ସରକାରଙ୍କ ନିର୍ଦ୍ଧାରିତ ୫୧ଟି ମାନଦଣ୍ଡ ରହିଛି। ତେବେ ଏହି ମାନଦଣ୍ଡ ଅଭାବରୁ ଅନେକ ସ୍କୁଲକୁ ଗତ ଦୁଇବର୍ଷ ହେଲା ଏନ୍‌ଓସି ମିଳିନାହିଁ। ଏହାସତ୍ତ୍ୱେ ଉକ୍ତ ସ୍କୁଲଗୁଡିକ କିଭଳି ଚାଲିଛି ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ବିଭାଗୀୟ ସୂଚନା ଅନୁସାରେ, ରାଉରକେଲା ଶିକ୍ଷା ବିଭାଗ ଅଧିନ ରାଉରକେଲା ଓ ବିଶ୍ରା ଅଞ୍ଚଳରେ ମୋଟ ୩୧୭ଟି ସ୍କୁଲ ରହିଥିବା ବେଳେ ସେଥିମଧ୍ୟରୁ ୧୨୪ଟି ହେଉଛି ବେସରକାରୀ ସ୍କୁଲ। ୨୦୧୯-୨୦ ଶିକ୍ଷାବର୍ଷରେ ଏହିସବୁ ବେସରକାରୀ ସ୍କୁଲରେ ପ୍ରାୟ ୨୩ ହଜାର ପିଲା ରହିଥିବାବେଳେ ଚଳିତବର୍ଷ ୧୦ହଜାର ବୃଦ୍ଧି ଘଟିଛି। ତେବେ ଏହି ଶିକ୍ଷା ଜିଲାରେ ଥିବା ମୋଟ୍‌ ବେସରକାରୀ ସ୍କୁଲର ୪୦ପ୍ରତିଶତ ବିନା ଏନ୍‌ଓସିରେ ଚାଲୁଛି। ସରକାରଙ୍କ ମାନଦଣ୍ଡ ପୂରଣ କରୁ ନ ଥିବା ବେସରକାରୀ ସ୍କୁଲ ଗୁଡିକ କିଭଳି ବିନା ଏନ୍‌ଓସିରେ ଚାଲିଛି ସେ ନେଇ ବୁଦ୍ଧିଜୀବୀମାନେ ପ୍ରଶ୍ନ କରିଛନ୍ତି। ଏ ନେଇ ବିଶ୍ରା ସହକାରୀ ଶିକ୍ଷାଧିକାରୀ କିଶୋର ଚନ୍ଦ୍ର ଦାସଙ୍କୁ ପଚାରିବାରୁ ରାଉରକେଲା ଏମ୍‌ଆଇଏସ୍‌ ଏ ନେଇ ସବିଶେଷ ତଥ୍ୟ ରଖିପାରିବେ ବୋଲି କହିଥିଲେ। ଏ ସମ୍ପର୍କରେ ରାଉରକେଲା ଏମ୍‌ଆଇଏସ୍‌ ମନୋଜ କୁମାର ଆଚାର୍ଯ୍ୟ କୁହନ୍ତି, ଏନଓସି ନ ଥିବା ବେସରକାରୀ ସ୍କୁଲମାନଙ୍କୁ ୨ବର୍ଷ ହେଲା ବିଭାଗ ପକ୍ଷରୁ ନୋଟିସ ଜାରି କରାଯାଉଛି। ନୋଟିସ ପାଇ ବାରମ୍ବାର ଏନ୍‌ଓସି ପାଇଁ ସେମାନେ ଆବେଦନ କରୁଛନ୍ତି। ଆଗକୁ ଏ ଦିଗରେ ବିହିତ ପଦକ୍ଷେପ ନିଆଯିବ। ୨୦୨୩ ଶିକ୍ଷା ବର୍ଷରେ ସରକାରୀ ସ୍କୁଲରେ ପିଲା ସଂଖ୍ୟା ୨୫ ପ୍ରତିଶତ ବଢିଛି। ସରକାରୀ ସ୍କୁଲ ପ୍ରତି ପିଲାଙ୍କ ଆଗ୍ରହ ବୃଦ୍ଧି ସକାଶେ ତୃଣମୂଳ ସ୍ତରରେ ବିହିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଆଚାର୍ଯ୍ୟ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri