Home

ମଣିପୁର ହିଂସା: ୨ ଖବରଦାତାଙ୍କ ସମେତ ୨୭ ନିଖୋଜ

ଇମ୍ଫାଲ,୨୮।୭: ମଣିପୁର ଜାତିଆଣ ହିଂସାକୁ ନେଇ ଲଗାତାର ଭାବେ ନୂଆ କଥା ସାମ୍ନାକୁ ଆସୁଛି। ଗୋଟିଏ ପଟେ ଦୁଇ ଆଦିବାସୀ ମହିଳାଙ୍କୁ ଉଲଗ୍ନ କରି ବୁଲାଇବା ଘଟଣାର ତଦନ୍ତ ଭାର ସିବିଆଇକୁ ଦିଆଯାଇଥିବା ବେଳେ ଏବେ ହିଂସା ପ୍ରଭାବିତ ଅଞ୍ଚଳରୁ ୨…

ବିଦେଶରେ ଅବସାଦ, ଅନାହାରରେ ଛାତ୍ରୀ, ଭାରତ ଫେରାଇ ଆଣିବାକୁ ଗୁହାରି କଲେ ମାଆ

ନ୍ୟୁୟର୍କ/ହାଇଦ୍ରାବାଦ,୨୮।୭: ଜଣେ ଭାରତୀୟ ଛାତ୍ରୀ ସିକାଗୋ ସଡ଼କରେ ଅବସାଦ ଓ ଅନାହାରରେ ଥିବା ଦେଖିବାକୁ ମିଳିଛି। ହାଇଦ୍ରାବାଦର ଏହି ଛାତ୍ରୀ ଜଣଙ୍କର ଏଭଳି ଅବସ୍ଥା ଦେଖିବା ପରେ ତାଙ୍କୁ ଭାରତ ଫେରାଇ ଆଣିବାକୁ ସରକାରଙ୍କ ନିକଟରେ ଗୁହାରି କରିଛନ୍ତି ତାଙ୍କ ମାଆ।…

ପରଦାରେ ଆଲିଆ-ରଣବୀରଙ୍କ ‘ରକି ଔର ରାନୀ କି ପ୍ରେମ କାହାନୀ’

ବମ୍ବେ: ପରଦାରେ ବଲିଉଡ୍‌ର ବହୁ ପ୍ରତିକ୍ଷୀତ ଫିଲ୍ମ ‘ରକି ଔର ରାନୀ କି ପ୍ରେମକାହାନୀ’। ଶୁକ୍ରବାର ଫିଲ୍ମଟି ରିଲିଜ ହୋଇଛି। ଏଥିରେ ଅଭିନେତା ରଣବୀର ସିଂହ ଏବଂ ଆଲିଆ ଭଟ୍ଟଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳୁଛି। ଦୀର୍ଘଦିନ ପରେ ନିର୍ଦ୍ଦେଶକ ଭାବେ…

ଆଜି ସବ୍‌କମିଟି ବୈଠକରେ ନିଷ୍ପତ୍ତି

ପୁରୀ,୨୮।୭(ଅଜିତ ମହାନ୍ତି): ମହାପ୍ରଭୁଙ୍କ ବନକ ଲାଗି ନୀତିକୁ ନେଇ ଦିନକୁ ଦିନ ବିବାଦ ଥମିବା ପରିବର୍ତ୍ତେ ଅଧିକ ଘନେଇବାରେ ଲାଗିଛି। ଶ୍ରୀମନ୍ଦିର ପ୍ରଶାସନ ଏବଂ ଦତ୍ତ ମହାପାତ୍ର ସେବକ ମଧ୍ୟରେ ସମନ୍ବୟର ଅଭାବ କାରଣରୁ ବନକ ଲାଗି ନୀତି ହୋଇପାରୁ ନାହିଁ।…

୩ ବିବାହ, ୩୭ ବର୍ଷ ସାନ ଗାୟିକାଙ୍କ ସହ ରୋମାନ୍ସ; ବିବାଦରେ ଛନ୍ଦି ହୋଇଛନ୍ତି ଏହି ଭଜନ ସମ୍ରାଟ

ବମ୍ବେ: ଭଜନ ସମ୍ରାଟ ଅନୁପ ଜଲୋଟାଙ୍କୁ କିଏ ବା ନଜାଣେ। ଗାୟକ ହିସାବରେ ବେଶ ଖ୍ୟାତି ଅର୍ଜନ କରିଥିଲେ ହେଁ ବ୍ୟକ୍ତିଗତ ଜୀବନରେ ସେ ସେତିକି ଅସଫଳ। ଥରେ କି ଦୁଇଥର ନୁହେଁ ତିନି ଥର ସେ ବିବାହ କରିଛନ୍ତି। ହେଲେ…

ପୃଥିବୀକୁ ବଞ୍ଚାଇବା ପାଇଁ ‘ଇଣ୍ଟରନ୍ୟାଶନାଲ ବିଗ୍‌ କ୍ୟାଟ ଆଲାଇନ୍ସ’ ଆରମ୍ଭ କରିଛି ଭାରତ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୮।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ଚେନ୍ନାଇରେ ଆୟୋଜିତ ପରିବେଶ ଏବଂ ଜଳବାୟୁ ସ୍ଥିରତା ମନ୍ତ୍ରୀସ୍ତରୀୟ ବୈଠକକୁ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଅଭିଭାଷଣରେ କହିଛନ୍ତି ଯେ, ନିକଟରେ ଭାରତ ଅନ୍ତର୍ଜାତୀୟ ବିଗ୍‌ କ୍ୟାଟ ଆଲାଇନ୍ସ…

୩ ବର୍ଷର ଶିଶୁକନ୍ୟାକୁ ବଳାତ୍କାର କରି ସମୁଦ୍ର ବାଲିରେ ଫିଙ୍ଗିଦେଲେ

ପାରାଦୀପ,୨୮ା୭(ଶରତ ରାଉତ): ପାରାଦୀପ ଜଟାଧାରମୁହାଣ ଥାନା ଅଞ୍ଚଳରେ ଶୁକ୍ରବାର ସକାଳୁ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୩ ବର୍ଷର ଶିଶୁକନ୍ୟାକୁ ବଳାତ୍କାର କରି ସମୁଦ୍ର ବାଲିରେ କେହି ପକାଇ ଦେଇଥିଲେ। ସେଠାରୁ ମୁମୂର୍ଷୁ ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି…

ଏନ୍‌ଜିଟିରେ ଦାଖଲ ରିପୋର୍ଟରେ ନାହିଁ ସମ୍ପୂର୍ଣ୍ଣ ତଥ୍ୟ

ଭୁବନେଶ୍ୱର,୨୮।୭(ଶର୍ମିଷ୍ଠା ପାଣିଗ୍ରାହୀ): ଶିଖରଚଣ୍ଡୀ ପ୍ରକଳ୍ପର ଶୁଣାଣି ପୁଣି ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ଘୁଞ୍ଚିଲା। ଜୁଲାଇ ୫ରେ ଏହାର ପ୍ରଥମ ଶୁଣାଣି ହୋଇଥିବାବେଳେ ଗୁରୁବାର ଦ୍ୱିତୀୟ ଶୁଣାଣି ଥିଲା। ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ପାହାଡ଼ ଉପରେ ୱାଟ୍‌କୋର କୌଣସି କାର୍ଯ୍ୟ ହୋଇପାରିବ…

ଅରୁଣାଚଳ ପ୍ରଦେଶରେ ଭୂକମ୍ପ ଝଟକା

ସିକିମ, ୨୮।୭: ଅରୁଣାଚଳ ପ୍ରଦେଶର ପାଙ୍ଗିନ ଉତ୍ତରରେ ଭୂକମ୍ପ ଝଟକା। ଶୁକ୍ରବାର ସକାଳ ପ୍ରାୟ ୮.୫୦ ସମୟରେ ଏହି ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୦ରେ ମାପ କରାଯାଇଛି। ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି ଦ୍ୱାରା ଏହି…

ବର୍ଷାରେ ଧୋଇଗଲା ପାଣ୍ଡିଆବିଲି ରାସ୍ତା

ଜଟଣୀ,୨୮ା୭(ରବୀନ୍ଦ୍ର ନାଥ ମହାକୁଡ଼): ଲଘୁଚାପଜନିତ ବର୍ଷା ଯୋଗୁ ବୁଧବାର ସନ୍ଧ୍ୟାରେ ଜଟଣୀ ବ୍ଲକ ବେଣାପଞ୍ଜରୀ ପଞ୍ଚାୟତ ଅନ୍ତର୍ଗତ ପାଣ୍ଡିଆବିଲିକୁ ଯାଇଥିବା ରାସ୍ତା ଧୋଇଯାଇଛି। ଫଳରେ ପୁରୀ ଜିଲା କଣାସ, ଡେଲାଙ୍ଗ ଓ ଖୋର୍ଦ୍ଧା ଜିଲା ଜଟଣୀ ବ୍ଲକର କେତେକ ଗ୍ରାମ ବାହ୍ୟଜଗତରୁ…

ମଣିପୁର ଘଟଣାର ଭିଡିଓ ଶୁଟ୍‌ କରିଥିବା ବ୍ୟକ୍ତି ଗିରଫ

ଇମ୍ଫାଲ,୨୮।୭: ମଣିପୁରରରେ ଦୁଇ ଆଦିବାସୀ ମହିଳାଙ୍କୁ ଉଲଗ୍ନ କରି ବୁଲାଇବା ଘଟଣାର ଭିଡିଓ କରିଥିବା ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ପ୍ରଥମେ ତାଙ୍କୁ ଚିହ୍ନଟ କରାଯିବା ପରେ ତାଙ୍କ ଫୋନକୁ ମଧ୍ୟ ଜବତ କରାଯାଇଥିବା ସୂଚନା ମିଳିଛି। ତେବେ ଗୁରୁବାର ଏହି ଜାତୀୟ…

ସମସ୍ୟା ଘେରରେ ପ୍ରାଣୀ ଚିକିତ୍ସାଳୟ

ନିରାକାରପୁର,୨୮ା୭(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ପଞ୍ଚାୟତସ୍ଥିତ ଆର୍‌ଡି କାର୍ଯ୍ୟାଳୟ ନିକଟରେ ରହିଛି ପ୍ରାଣୀ ଚିକିତ୍ସାଳୟ। ନିରାକାରପୁର, ଡିଆ, ରାମେଶ୍ୱର, ଲେଣ୍ଡୋ ଆଦି ପଞ୍ଚାୟତର ଗୃହପାଳିତ ପ୍ରାଣୀ ଓ ପକ୍ଷୀଙ୍କ ସମେତ ବିଭିନ୍ନ ସମୟରେ ଦୁର୍ଘଟଣାର ଶିକାର ହୋଇଥିବା ଷଣ୍ଢ,…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri