ବଜାରରେ ଲର୍ଡସ୍‌ ଅଟୋମେଟିଭ୍‌ର ଇଭି ରେଞ୍ଜ

ଭୁବନେଶ୍ୱର,୨୧।୮ (ଅଭୟ ଦାଶ): ଦେଶର ପ୍ରମୁଖ ଇଲେକ୍ଟ୍ରି ଭେହିକିଲ (ଇଭି) ନିର୍ମାତା ତଥା ଲର୍ଡସ୍‌ ମାର୍କ ଇଣ୍ଡଷ୍ଟ୍ରିଜ୍‌ର ସହାୟକ କମ୍ପାନୀ ଲର୍ଡସ୍‌ ଅଟୋମେଟିଭ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ନୂତନ ଇଭି ରେଞ୍ଜକୁ ନିକଟରେ ସର୍ବଭାରତୀୟ ଉନ୍ମୋଚନ କରାଯାଇଛି। ଏପରିକି କମ୍ପାନୀ ଏକା ସାଙ୍ଗରେ ୮ଟି ଇଭି ମଡେଲକୁ ବଜାର ପ୍ରବେଶ କରାଇଛି। ବିଶେଷକରି ଲର୍ଡସ୍‌ ଅଟୋମେଟିଭ୍‌ର ୬ଟି ତିନିଚକିଆ ଇଭି ମଡେଲ ଯଥା ଲର୍ଡସ୍‌ କିଙ୍ଗ୍‌ ଇ-ରିକ୍ସା, ଲର୍ଡସ ୍‌ସମ୍ରାଟ ଇ-ଲୋଡର, ଲର୍ଡସ୍‌ ସବାରି ବଟର ଫ୍ଲାଏ ଇ-ରିକ୍ସା, ଲର୍ଡସ୍‌ ଗତି ବଟର ଫ୍ଲାଇ ଇ-ଲୋଡର, ଭିନ୍ନକ୍ଷମଙ୍କ ପାଇଁ ବିଶେଷ ଭାବେ ଡିଜାଇନ କରାଯାଇଥିବା ଲର୍ଡସ୍‌ ଗ୍ରେସ୍‌ ଇ-ରିକ୍ସା ଏବଂ ଲର୍ଡସ ସ୍ବଚ୍ଛ ଯାନ ଇ-ଗାର୍ବେଜ୍‌ ହୋଇଥିବାବେଳେ ୨ଟି ହାଇସ୍ପିଡ୍‌ ଦୁଇ ଚକିଆ ବିଦ୍ୟୁତ୍‌ଚାଳିତ ସ୍କୁଟର ମଡେଲ ଲର୍ଡସ୍‌ ହାଇସ୍ପିଡ୍‌ ଇ-ସ୍କୁଟର ଏବଂ ଲର୍ଡସ୍‌ ପ୍ରାଇମ୍‌ ହାଇସ୍ପିଡ୍‌ ଇ-କାର୍ଗୋ ସ୍କୁଟର ମଧ୍ୟ କମ୍ପାନୀ ବଜାରକୁ ଛାଡ଼ିଛି। ଏପରିକି ଉପରୋକ୍ତ ଗାଡ଼ି ଗୁଡ଼ିକର ମୂଲ୍ୟ ୪୯,୯୯୯ ରୁ ୧,୭୫,୦୦୦ ଟଙ୍କା ମଧ୍ୟରେ ରହିଛି।
ଏ ସମ୍ପର୍କରେ ଲର୍ଡସ୍‌ ମାର୍କ ଇଣ୍ଡଷ୍ଟ୍ରିଜ୍‌ ପ୍ରା.ଲି.ର ପରିଚାଳନା ନିର୍ଦ୍ଦେଶକ ଏବଂ ସିଇଓ ସଚ୍ଚିଦାନନ୍ଦ ଉପାଧ୍ୟାୟ କହିଛନ୍ତି, ଦେଶରେ ବିଦ୍ୟୁତ୍‌ଚାଳିତ ଯାନ କ୍ଷେତ୍ରରେ ବିପ୍ଳବ ଆଣିବା ଆମର ଲକ୍ଷ୍ୟ ହୋଇଥିବାବେଳେ ଯାତ୍ରୀ ଏବଂ ମାଲ ପରିବହନ କ୍ଷେତ୍ରରେ ମଧ୍ୟ ଭାରତରେ ଇଭି ବିକାଶ ପୁନଃ ପରିଭାଷିତ ହେବ। ଏକ ନିରାପଦ,ଭରସାଯୋଗ୍ୟ ଏବଂ ଦୀର୍ଘସ୍ଥାୟୀ ପରିବହନ ସମାଧାନ ଯୋଗାଇଦେବା ପାଇଁ ଆମେ ସବୁ ପ୍ରକାର ସରକାରୀ ସୁବିଧା ଓ ବିକାଶ ଉପରେ ଧ୍ୟାନଦେବା ସହ ଗ୍ରାହକଙ୍କ ଚାହିଦା ଏବଂ ଇଭି ପ୍ରଯୁକ୍ତି କ୍ଷେତ୍ରରେ ମଧ୍ୟ ପ୍ରଗତି ଜାରି ରଖିଛୁ। ବିଶେଷକରି ୮ଟି ଅତ୍ୟାଧୁନିକ ଇଭି ବଜାରକୁ ଆଣିବା ଆମ ଯାତ୍ରାର ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ବୋଲି ସେ ମତପ୍ରକାଶ କରିଛନ୍ତି। ସେହିଭଳି ଲର୍ଡସ୍‌ ଅଟୋମେଟିଭ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ସିଇଓ ଡ. ବୀର ସିଂ କହିଛନ୍ତି, ଉପତ୍ାଦନ କ୍ଷମତା ଏବଂ ପ୍ରତ୍ୟେକ ଗ୍ରାହକଙ୍କୁ ଶ୍ରେଷ୍ଠ ପରିବହନ ସମାଧାନ ସୁନିଶ୍ଚିତ କରୁଥିବାବେଳେ ୨୪ ଘଣ୍ଟିିଆ ଗ୍ରାହକ ସେବା କାରଣରୁ ବଜାର ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରେ ଲର୍ଡସ୍‌ ଅଟୋମେଟିଭ୍‌ ଆଗରେ ରହିଛି। ଏପରିକି ୮ଟି ଆଧୁନିକ ଇଭି ବଜାରକୁ ଅଣାଯିବା ଆମର ପରିବର୍ଦ୍ଧିତ କ୍ଷମତାକୁ ଦର୍ଶାଉଛି। ଅପରପକ୍ଷରେ ଉପରୋକ୍ତ ଇଭିର ସହାୟକ ସରଞ୍ଜାମ କମ୍ପାନୀର ଡିଲର ଓ ବିତରକ ନେଟ୍‌ୱର୍କରେ ଉପଲବ୍ଧ ହୋଇପାରିଛି। ଲର୍ଡସ୍‌ ଅଟୋମେଟିଭ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ୨୦୨୦ ଅକ୍ଟୋବରରେ ଲର୍ଡସ୍‌ ଜୁମ୍‌ ନାମରେ ନିଜର ପ୍ରଥମ ଇଲେକ୍‌ଟ୍ରିକ୍‌ ସ୍କୁଟର ଆରମ୍ଭ କରିଥିଲା ଏବଂ ଇଭି କ୍ଷେତ୍ରରେ ନିଜକୁ ଏକ ଅଗ୍ରଣୀ ସଂସ୍ଥା ଭାବେ ପ୍ରତିଷ୍ଠିତ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପାରାଦୀପରୁ ବାହାରିଥିଲା, ଚୀନରେ ପହଞ୍ଚିବା ପୂର୍ବରୁ ନିଖୋଜ; ମଝି ସମୁଦ୍ରରେ ବୁଡିଗଲା ଜାହାଜ

ଭୁବନେଶ୍ୱର,୨୩ା୮: ଗଭୀର ସମୁଦ୍ରରେ ବିଦେଶୀ ଜାହାଜ ନିଖୋଜ। ପାରାଦୀପରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ଏକ ବିଦେଶୀ ମାଲବାହୀ ଜାହାଜ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଛି।…

ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଜାପାନ: ୨୩ ଆହତ, ଟୋକିଓରେ ବିଦ୍ୟୁତ୍ କାଟ୍, ଟ୍ରେନ୍ ଚଳାଚଳ ବ୍ୟାହତ

ଟୋକିଓ,୨୩ା୮: ପୂର୍ବ ଜାପାନର ବିଭିନ୍ନ ଅଞ୍ଚଳ ସମେତ ରାଜଧାନୀ ଟୋକିଓରେ ରବିବାର ସକାଳେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ପ୍ରାରମ୍ଭିକ ତୀବ୍ରତା…

ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍‌ ହେଉଛନ୍ତି ଛାତ୍ରୀଛାତ୍ର

ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନକୁ ନେଇ ରାଜନୀତି

ଭୁବନେଶ୍ୱର,୨୩ା୮(ସୁନିତ୍‌ ମିଶ୍ର): ନିକଟରେ ପାର୍ଲାମେଣ୍ଟରେ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ-୨୦୨୬ ବିଲ୍‌ ପାରିତ ହୋଇଯାଇଛି। ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି। ମାତ୍ର ଓଡ଼ିଶାରେ ଉକ୍ତ ଆଇନ ଲାଗୁହେଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri