Home

ଇନ୍ଦିରା ଗାନ୍ଧୀଙ୍କୁ ହିଟଲରଙ୍କ ସହ ତୁଳନା କଲା‘ପଞ୍ଚଜନ୍ୟ’

ନୂଆଦିଲ୍ଲୀ,୨୫।୬: ଆରଏସଏସର ବିଚାରଧାରାରେ ପ୍ରେରିତ ପତ୍ରିକା ‘ପଞ୍ଚଜନ୍ୟ’ ଦେଶରେ ଲାଗୁ କରାଯାଇଥିବା ଏମରଜେନ୍ସିର ବାର୍ଷିକୀ ଅବସରରେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ଜର୍ମାନୀର ଏକଛତ୍ରବାଦୀ ଶାସକ ହିଟଲରଙ୍କ ସହ କରିଛି। ଏହାର କଭର ପେଜରରେ ଇନ୍ଦିରା ଗାନ୍ଧୀ ଓ ହିଟଲରଙ୍କ…

ଡରୁଛନ୍ତି ପୁଟିନ: ଜେଲନସ୍କି

କ୍ୱିଭ,୨୫।୬: ରୁଷିଆରେ ୱାଗନର୍‌ ଗ୍ରୁପ ମୁଖ୍ୟ ୟେଭେଗେନି ପ୍ରିଗୋଜିନ ଭ୍ଲାଦିମିର ପୁଟିନଙ୍କ ନେତୃତ୍ୱରେ ରୁଷ ସରକାର ବିରୋଧରେ ଏକ ଆକ୍ରମଣ ଉଦ୍ୟମ କରିଥିଲେ ଯାହା ସମଗ୍ର ରୁଷିଆରେ ଆତଙ୍କ ସୃଷ୍ଟି କରିଥିଲା। ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି ଯେ ୱାଗନର୍‌…

ବିରୋଧୀ ଏକତାକୁ ଏଏପିର ନୂଆ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୨୫।୬: ଦିଲ୍ଲୀରେ କେନ୍ଦ୍ରର ଅଧ୍ୟାଦେଶ ବିରୁଦ୍ଧରେ ବିରୋଧୀ ଦଳର ସମର୍ଥନ ଲୋଡିଥିବା ଆମ ଆଦମୀ ପାର୍ଟି(ଏଏପି) କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛି। ଦଳ କହିଛି ଯେ ରାହୁଲ ଗାନ୍ଧୀଙ୍କୁ ତୃତୀୟ ଥର ପାଇଁ ନେତା ଭାବରେ ପ୍ରୋଜେକ୍ଟ…

ପ୍ଲାଷ୍ଟିକ ସର୍ଜରି କ୍ୟାପିଟାଲ୍‌

ପ୍ରାୟ ଅର୍ଦ୍ଧାଂଶ ଜଙ୍ଗଲଘେରା ହୋଇଥିଲେ ହେଁ ପୃଥିବୀର ଉନ୍ନତ ସହରଥିବା ଦେଶ ହେଉଛି ସାଉଥ୍‌ କୋରିଆ। ଏଠାକାର ବାସିନ୍ଦା ସୌନ୍ଦର୍ଯ୍ୟକୁ ନେଇ ବେଶ୍‌ ସଜାଗ। ଯେଉଁଥିପାଇଁ ନା କେବଳ କସ୍‌ମେଟିକ୍ସ ବ୍ୟବହାର ଓ ବିକ୍ରି କ୍ଷେତ୍ରରେ ବରଂ ପ୍ଲାଷ୍ଟିକ୍‌ ସର୍ଜରିରେ ମଧ୍ୟ…

ସଫଳ ଉଦ୍ୟୋଗୀ

ଦୃଢ଼ ମନୋବଳ, ଅଦମ୍ୟ ଇଚ୍ଛାଶକ୍ତି ଓ ଉଦ୍ୟମ ବଳରେ ରୁଚି ରଖୁଥିବା ବିଭିନ୍ନ ଦିଗରେ ସଫଳତା ସାଉଁଟି ସେମାନେ ସାଜିଛନ୍ତି ଯୁବସମାଜ ପାଇଁ ପ୍ରେରଣା। ଆଉ ଚାକିରି ହିଁ ରୋଜଗାରର ଏକମାତ୍ର ବଳିଷ୍ଠ ମାଧ୍ୟମ; ଅନେକଙ୍କ ମନରେ ଥିବା ଏହି ଭାବନାକୁ…

ହଂକଂରୁ ଲସ ଆଞ୍ଜେଲସ ଯାଉଥିବା ବିମାନର ଟାୟାର ଫାଟିଲା, ୧୧ଆହତ

ହଂକଂ,୨୫।୬: ହଂକଂର କ୍ୟାଥେ ପ୍ୟାସିଫିକ ବିମାନ ସିଏକ୍ସ୮୮୦ରେ ଯାନ୍ତ୍ରିତ ତ୍ରୁଟି ଦେଖା ଦେବାରୁ ଶନିବାର ସକାଳେ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଟେକଅପ କରିବା ପୂର୍ବରୁ ଅଟକାଇ ଦିଆଯାଇଥିଲା। ଜରୁରୀକାଳୀନ ସ୍ଥାନାନ୍ତର ଯୋଗୁ ୧୧ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ,…

ପୋତି ହୋଇପଡ଼ିଛି ଦଶମୌଜା କେନାଲ

ତିହିଡ଼,୨୫।୬(ସଞ୍ଜିତ ବଳ)ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ୭ ପଞ୍ଚାୟତର ଚାଷୀମାନଙ୍କର ଏକମାତ୍ର ଭରସା ହେଉଛି ଦଶମୌଜା କେନାଲ। ଧାନଚାଷ ସମୟରେ ଏବଂ ବନ୍ୟା ପରିସ୍ଥିତିରେ ସହାୟକ ହୋଇଥାଏ। ମାତ୍ର ଦୀର୍ଘବର୍ଷ ହେଲା କେନାଲ ସଂସ୍କାର ନ ହେବା ଯୋଗୁ ପୋତି…

ରାସ୍ତା ଖୋଳିଲେ ଖଣି କମ୍ପାନୀ, ଦୁର୍ଦ୍ଦଶା ଭୋଗୁଛନ୍ତି ଲୋକେ

ଯୋଡ଼ା,୨୫।୬(ମାନସ ମହାନ୍ତି)କେନ୍ଦୁଝର ଜିଲା ଯୋଡ଼ା -ବାମେବାରି ରାସ୍ତାର ବାଂଶପାଣିଠାରେ ଥିବା ରେଳ ଓଭରବ୍ରିଜ ରାସ୍ତାରେ ଦୁଇ ଫୁଟ୍‌ରୁ ଊଦ୍ଧର୍‌ବ ଉଚ୍ଚରେ ପାଣି ଜମିଛି। ରାସ୍ତାରେ ହୋଇଥିବା ବଡ଼ ଗାଢ଼ରେ ଅସରାଏ ବର୍ଷାରେ ପାଣି ଜମି ଯାତାୟାତ ଠପ୍‌ ହୋଇଯାଉଛି। ଶୁକ୍ରବାର ଓ…

ଅର୍ଥ ଉପାର୍ଜନ ଲାଗି ବିପଦରେ ଶିଶୁ

ପାରଳାଖେମୁଣ୍ଡି,୨୫।୬(ପାରଳାଖେମୁଣ୍ଡି):ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ପବିତ୍ର ରଥ ଯାତ୍ରା ଉପଲକ୍ଷେ ବିଭିନ୍ନ ଜାକଜକମ ସାମଗ୍ରୀ ଠାରୁ ଆରମ୍ଭ କରି ମୀନାବଜାର, ବିଭିନ୍ନ ଦୋକାନମାନ ଖୋଲାଯାଇଛି। ସେହିପରି ରାଜ୍ୟ ବାହାରୁ ଆସିଥିବା ବିଭିନ୍ନ ଲୋକେ ନାନା ଉପାୟରେ ଅର୍ଥ ଉପାର୍ଜନ…

ରାଜନୈତିକ ହିଂସା: ବର୍ଷକରେ ଗଲାଣି ୮ ଜୀବନ

ବ୍ରହ୍ମପୁର,୨୫।୬(ସୁବାସ ଚନ୍ଦ୍ର ପାଢ଼ୀ)ପଞ୍ଚାୟତ ଓ ପୌର ନିର୍ବାଚନ ସମୟରୁ ଏପର୍ଯ୍ୟନ୍ତ ଗଞ୍ଜାମ ଜିଲାରେ ନିର୍ବାଚନ ପରବର୍ତ୍ତୀ ହିଂସା, ରକ୍ତପାତ, ସୁପାରି କିଲିଂ ଭଳି ଘଟଣା ଥମୁନାହିଁ। ହାତ ମୁଠାରେ ଶାସନ କ୍ଷମତା ରଖିବା ଓ ପରାଜୟର ପ୍ରତିଶୋଧ ନେବା ପାଇଁ ରାଜନେତା…

ସେବାରେ ସାଉଁଟୁଛନ୍ତି ସନ୍ତୁଷ୍ଟି

ଢେଙ୍କାନାଳ,୨୫।୬(ରତନ ନାୟାର)ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ସଦାଶିବପୁର ପଞ୍ଚାୟତର ସରପଞ୍ଚ ଧରିତ୍ରୀ ମଲ୍ଲିକଙ୍କ କାର୍ଯ୍ୟକୁଶଳତା ତାଙ୍କୁ ଅନ୍ୟମାନଙ୍କଠାରୁ ଭିନ୍ନ କରିଛି। ଏକଦା ଆଇନ ବ୍ୟବସାୟରେ ଭାଗ୍ୟ ପରଖିବାକୁ ମନସ୍ଥ କରିଥିବା ଏହି ଉଚ୍ଚଶିକ୍ଷିତା ମହିଳା ସମୟକ୍ରମେ ରାଜନୀତିରେ ପାଦ ଥାପିଛନ୍ତି। ଦାୟିତ୍ୱ…

ପିଡିଏସ୍‌ ଚାଉଳ ବଣ୍ଟନ ସମୟରେ ଉତ୍ତେଜନା

ଅମରପାଲ,୨୫।୬(ପୀତାମ୍ବର ସାହୁ)ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ସୁବଳୟା ଗ୍ରାମ ପଞ୍ଚାୟତରେ ଶନିବାର ପିଡିଏସ ଚାଉଳ ବଣ୍ଟନ ସମୟରେ ଉତ୍ତେଜନାମୂଳକ ପରିସ୍ଥିତି ଦେଖାଦେଇଥିଲା। ପିଡିଏସ ଚାଉଳ ସରିଯାଇଥିବା କହି ବଣ୍ଟନ ବନ୍ଦ କରିବାରୁ ପଞ୍ଚାୟତ ପରିସରରେ ଦେଖାଦେଇଥିଲା ଉତ୍ତେଜନା। ଖବରପାଇ ସୁବଳୟା ପୋଲିସ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri