ଦଶମ ଶ୍ରେଣୀ ଛାତ୍ରୀଙ୍କ ଫଟୋ ଭାଇରାଲ

ନୟାଗଡ଼,୨୧।୮(ଲୋକନାଥ ମିଶ୍ର):ନୟାଗଡ଼ ସଦର ଥାନା ବାଲୁଗଁା ଅଞ୍ଚଳର ଏକ ହାଇସ୍କୁଲରେ ୫ ଜଣ ଦଶମ ଶ୍ରେଣୀ ଛାତ୍ରୀଙ୍କ ଫଟୋକୁ ମୁହଁ ଅସଲି ରଖି ଶରୀରକୁ ଉଲଗ୍ନ କରି ଭାଇରାଲ କରାଯାଇଛି। ଗୋଟିଏ ମୋବାଇଲରୁ ଅନ୍ୟ ମୋବାଇଲକୁ ଏହା ଘୁରି ବୁଲୁଛି। ମୋବାଇଲ ଆପ୍‌ରେ ଫଟୋ ଏଡିଟିଂ କରାଯାଇ ଏପରି ଭାଇରାଲ ହୋଇଛି। ଏ ସଂକ୍ରାନ୍ତରେ ନୟାଗଡ଼ ସଦର ଥାନାରେ ଅଭିଯୋଗ ହେବା ପରେ ପୋଲିସ ଦଶମ ଶ୍ରେଣୀରେ ପଢ଼ୁଥିବା ୨ ଛାତ୍ରଙ୍କୁ ଅଟକ ରଖି ପଚରାଉଚୁରା କରୁଛି। ଏହି ୨ ଛାତ୍ର ଫଟୋକୁ ଏଡିଟିଂ କରିଥିବାବେଳେ ଅନ୍ୟ ୫ଜଣ ସବୁ ଜାଣି ଚୁପ ରହିଥିଲେ। ଅନ୍ୟପକ୍ଷେ ପ୍ରଧାନଶିକ୍ଷକ ଏହି ଘଟଣା ସମ୍ପର୍କରେ କିଛି ନ କହି ଏଡାଇ ଯାଇଥିଲେ। ଉକ୍ତ ଘଟଣାକୁ ଚାପି ଦେବାକୁ ସେ ପ୍ରୟାସ କରିଥିଲେ ବୋଲି ଅଭିଯୋଗ ହୋଇଛି। ସମ୍ପୃକ୍ତ ପ୍ରଧାନଶିକ୍ଷକଙ୍କୁ ସସ୍‌ପେଣ୍ଡ କରିବା ପାଇଁ ଦାବି ହେଉଛି। ସେହିପରି ଘଟଣା ପ୍ରଘଟ ପରେ ଛାତ୍ର ଜଣକ ଜଣେ ଭାଜପା ନେତାଙ୍କ ଘରେ ଲୁଚି ରହିଥିଲେ। ସେହି ଭାଜପା ନେତା ଉକ୍ତ ଘଟଣାକୁ ଚାପି ଦେବାକୁ ଜୋରଦାର ଉଦ୍ୟମ କରିଥିବା ଚର୍ଚ୍ଚା ହେଉଛି।
ଏନେଇ ଜଣେ ଅଭିଭାବକ କହିଛନ୍ତି, ହାଇସ୍କୁଲରେ ଚାରା ରୋପଣଠାରୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟକ୍ରମ ହୁଏ। ମୋ ଝିଅ ପରି ଅନ୍ୟ ଛାତ୍ରୀମାନେ ସେହିସବୁ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ହେଲେ ସେମାନଙ୍କ ଫଟୋକୁ ମୋବାଇଲ ଆପ୍‌ରେ ଅଶ୍ଲୀଳ କରି ଛଡା ଯିବା କଥାକୁ ଆମେ କେମିତି ଜାଣିବୁ। ମୋ ଝିଅ ପରି ୫ ଜଣ ଝିଅଙ୍କୁ ବଦନାମ କରିବାକୁ ଚେଷ୍ଟା କରାଯାଇଛି। ଝିଅର ମୁହଁ ଫଟୋ ଅସଲି ଥିବାବେଳେ ଅନ୍ୟ କାହାର ଉଲଗ୍ନ ଫଟୋକୁ ସେଥିରେ ଯୋଡ଼ା ଯାଇଛି। ୧୫ ଦିନ ତଳୁ ଏହି ଘଟଣା ଘଟିଲାଣି। ହେଲେ ପ୍ରଧାନ ଶିକ୍ଷକ ଘଟଣାକୁ ଚାପି ଦେବାକୁ ଉଦ୍ୟମ କରିଥିଲେ। ବାରମ୍ବାର ଅଭିଯୋଗ ପରେ ପ୍ରଧାନଶିକ୍ଷକ ମୋତେ ଡକାଇ ଥିଲେ। ଯେଉଁ ପିଲାମାନେ ଏଭଳି କାଣ୍ଡ ଘଟାଇଛନ୍ତି ସେମାନଙ୍କ ଅଭିଭାବକଙ୍କୁ ଡାକିଥିଲେ। ଘଟଣା ଚାପି ଦେବାକୁ ମୋ ଉପରେ ଚାପ ପକାଇଲେ। ମୁଁ ରାଜି ନ ହେବାରୁ ଖରାପ ବ୍ୟବହାର କରିଥିଲେ। ଅନ୍ୟ ଜଣେ ମହିଳା କହିଛନ୍ତି, ନ୍ୟାୟ ନ ପାଇବାରୁ ମୁଁ ନୟାଗଡ଼ ସଦର ଥାନାରେ ଅଭିଯୋଗ କରିଛି। ନୟାଗଡ଼ ସଦର ଥାନା ଆଇଆଇସି ଅନିତା ସାହୁ କୁହନ୍ତି, ଏମିତି ଏକ ଲଜ୍ୟାଜନକ ଘଟଣା ଘଟିଛି। ତେବେ ଏହି ଘଟଣା ସମ୍ବେଦନଶୀଳ ହୋଇଥିବାରୁ କିଛି କହି ହେବନି। ପୋଲିସର ତଦନ୍ତ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?