Posted inଜାତୀୟ

ଶାହାଙ୍କ ନାକତଳେ ସର୍ବାଧିକ ଦୁର୍ନୀତି

ନୂଆଦିଲ୍ଲୀ,୨୧ା୮: ଦେଶରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ନାକତଳେ ସର୍ବାଧିକ ଦୁର୍ନୀତି ଚାଲିଛି। ତାଙ୍କ ଅଧୀନରେ ଥିବା ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ବାବୁମାନେ ସବୁଠୁ ଅଧିକ ଦୁର୍ନୀତିରେ ଲିପ୍ତ। ଏହି କଥାର ପ୍ରମାଣ ଦେଇଛନ୍ତି କେନ୍ଦ୍ରୀୟ ଭିଜିଲାନ୍ସ କମିଶନ (ସିଭିସି)।
ପକ୍ଷରୁ ସଦ୍ୟ ଜାରି ବାର୍ଷିକ ରିପୋର୍ଟ ଅନୁସାରେ ଗତବର୍ଷ ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଅଧିକାରୀମାନଙ୍କ ବିରୋଧରେ ସର୍ବାଧିକ ଦୁର୍ନୀତି ଅଭିଯୋଗ ଆସିଥିଲା। ଭ୍ରଷ୍ଟାଚାର କ୍ଷେତ୍ରରେ ଏହା ତଳକୁ ରହିଛନ୍ତି ରେଲଓ୍ବେ ଓ ବ୍ୟାଙ୍କ କର୍ମଚାରୀ। ରିପୋର୍ଟ ଅନୁଯାୟୀ, ୨୦୨୨ରେ କେନ୍ଦ୍ର ସରକାରଙ୍କ ଅଧୀନ ବିଭାଗ ଓ ସଂସ୍ଥାଗୁଡ଼ିକରେ କାର୍ଯ୍ୟରତ ସବୁ ବର୍ଗର ଅଧିକାରୀ ଓ କର୍ମଚାରୀମାନଙ୍କ ବିରୋଧରେ ମୋଟ ୧,୧୫,୨୦୩ ଦୁର୍ନୀତି ଅଭିଯୋଗ ଆସିଥିଲା। ସେଥିମଧ୍ୟରୁ ୮୫,୪୩୭ ମାମଲାର ଫଇସଲା ହୋଇଥିବାବେଳେ ୨୯,୭୬୬ ମାମଲା ପଡ଼ିରହିଛି। ୨୨,୦୩୪ ମାମଲା ୩ ମାସରୁ ଊର୍ଦ୍ଧ୍ୱ ସମୟ ଧରି ଗଡ଼ୁଛି। ସିଭିସି ୩ ମାସ ମଧ୍ୟରେ ଅଭିଯୋଗଗୁଡ଼ିକର ଯାଞ୍ଚ ଓ ତଦନ୍ତ କରିବା ପାଇଁ ମୁଖ୍ୟ ଭିଜିଲାନ୍ସ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣେ ଅଧିକାରୀ ପ୍ରକାଶ କରିଛନ୍ତି।
ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ଏହାର କର୍ମଚାରୀମାନଙ୍କ ବିରୋଧରେ ୪୬,୬୪୩ ଅଭିଯୋଗ ଆସିଥିବାବେଳେ ରେଲଓ୍ବେ ଏବଂ ବ୍ୟାଙ୍କଗୁଡ଼ିକରେ କାର୍ଯ୍ୟରତ ବାବୁଙ୍କ ବିରୋଧରେ ଯଥାକ୍ରମେ ୧୦,୫୮୦ ଓ ୮,୧୨୯ ଅଭିଯୋଗ ଆଗତ ହୋଇଥିଲା। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଅଧୀନ କର୍ମଚାରୀଙ୍କ ନଁାରେ ଥିବା ଅଭିଯୋଗ ମଧ୍ୟରୁ ୨୩,୯୧୯ଟିର ଫଇସଲା ହୋଇଥିବାବେଳେ ୨୨,୭୨୪ ବିଚାରାଧୀନ ରହିଛି। କେବଳ ୧୯,୧୯୮ ଅଭିଯୋଗ ୩ ମାସରୁ ଅଧିକ ସମୟ ଧରି ଗଡ଼ୁଛି। ସେହିପରି ରେଲଓ୍ବେ ବାବୁଙ୍କ ବିରୋଧରେ ଥିବା ଅଭିଯୋଗ ମଧ୍ୟରୁ ୯,୬୬୩ଟିର ଫଇସଲା ହୋଇଥିବାବେଳେ ୯୧୭ ବିଚାରାଧୀନ ରହିଛି। ସେଥିରୁ ୯ଟି ଅଭିଯୋଗ ଗତ ୩ ମାସରୁ ଊର୍ଦ୍ଧ୍ୱ ସମୟ ଧରି ଗଡ଼ୁଛି। ବ୍ୟାଙ୍କଗୁଡ଼ିକ ୭,୭୬୨ ଦୁର୍ନୀତି ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ନେଇଥିବାବେଳେ ୩୬୭ ବିଚାରାଧୀନ ରହିଛି।

୭୮ ଅଭିଯୋଗ ୩ ମାସରୁ ଅଧିକ ସମୟ ହେଲା ଗଡ଼ୁଛି। ସେହିପରି ଜାତୀୟ ରାଜଧାନୀ କ୍ଷେତ୍ର ଦିଲ୍ଲୀ ସରକାରଙ୍କ ଅଧୀନ କର୍ମଚାରଙ୍କ ବିରୋଧରେ ୭,୩୭୦ ଅଭିଯୋଗ ଆସିଥିଲା, ଯହିଁରୁ ୬,୮୦୪ଟିର ଫଇସଲା ହୋଇଥିବାବେଳେ ୫୬୬ ବିଚାରାଧୀନ ରହିଛି। ୩ ମାସରୁ ଅଧିକ ସମୟ ଧରି ଗଡ଼ୁଥିବା ମାମଲା ସଂଖ୍ୟା ୧୮।
ରିପୋର୍ଟରେ ଆହୁରି କୁହାଯାଇଛି, ଗୃହନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ, ଦିଲ୍ଲୀ ଉନ୍ନୟନ କର୍ତ୍ତୃପକ୍ଷ, ଦିଲ୍ଲୀ ମେଟ୍ରୋ ରେଳ ନିଗମ, ଦିଲ୍ଲୀ ଅର୍ବାନ ଆର୍ଟ କମିଶନ ସମେତ ଆଉ କେତେକ ସଂସ୍ଥା ଅଧୀନରେ ଥିବା କର୍ମଚାରୀଙ୍କ ବିରୋଧରେ ୪,୭୧୦ ଅଭିଯୋଗ ଆସିଥିଲା। ସେଥିରୁ ୩,୮୮୯ ଅଭିଯୋଗର ଶୁଣାଣି ଶେଷ ହୋଇଥିବାବେଳେ ୮୨୧ ବିଚାରାଧୀନ ରହିଛି। ଉକ୍ତ ରିପୋର୍ଟରେ ଦର୍ଶାଯାଇଛି ଯେ, କୋଇଲା ମନ୍ତ୍ରଣାଳୟର ୪,୩୦୪ ଅଭିଯୋଗ ମଧ୍ୟରୁ ୪୦୫୦, ଶ୍ରମ ମନ୍ତ୍ରଣାଳୟର ୪,୨୩୬ରୁ ୪୦୧୬ ଏବଂ ପେଟ୍ରୋଲିୟମ୍‌ ମନ୍ତ୍ରଣାଳୟର ୨,୬୧୭ ଅଭିଯୋଗ ମଧ୍ୟରୁ ୨,୪୦୯ଟିର ଫଇସଲା ହୋଇସାରିଛି। ଗତବର୍ଷ କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) କର୍ମଚାରୀଙ୍କ ବିରୋଧରେ ୨,୧୫୦, ପ୍ରତିରକ୍ଷା ମନ୍ତ୍ରଣାଳୟ(୧,୬୧୯), ଟେଲି ଯୋଗାଯୋଗ ବିଭାଗ(୧,୩୦୮), ଅର୍ଥ ମନ୍ତ୍ରଣାଳୟ(୧,୨୦୨) ଏବଂ କେନ୍ଦ୍ରୀୟ ଅପ୍ରତ୍ୟକ୍ଷ ଟିକସ ବୋର୍ଡ କର୍ମଚାରୀଙ୍କ ବିରୋଧରେ ୧,୧୦୧ ଅଭିଯୋଗ ଆଗତ ହୋଇଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?