ଅଭିମାନିନୀ, ମହିରୁହକୁ ୭ ପୁରସ୍କାର
ଯାଜପୁର,୩୧ା୮(ହର୍ଷବର୍ଦ୍ଧନ ବେହେରା)ବିହାରର ନୱାଦା ସହରରେ ଆୟୋଜିତ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବର ୪ର୍ଥ ସଂସ୍କରଣରେ ଯାଜପୁର ଜିଲା ବ୍ୟାସନଗରର ହିତେଶ କୁମାର ମହାପାତ୍ର କୃତିତ୍ୱ ଅର୍ଜନ କରିଛନ୍ତି। ତାଙ୍କ ନିର୍ମିତ ଦୁଇଟି ଚଳଚ୍ଚିତ୍ର ଅଭିମାନିନୀ ଓ ମହିରୁହକୁ ୭ ଟି ପୁରସ୍କାର ମିଳିଛି।…
ଆଜିଠୁ ସ୍ବାଭାବିକ ହେବ ରେଳ ଚଳାଚଳ
ଭୁବନେଶ୍ୱର,୩୧।୮(ଅଭିଜିତ୍ ଦାସ)ପୂର୍ବତଟ ରେଳପଥର ବିଭିନ୍ନ ଷ୍ଟେଶନରେ ନିରାପତ୍ତା ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ଅନେକ ଟ୍ରେନ୍ ବାତିଲ ହୋଇଥିଲା। ଏଥିସହ ଭୁବନେଶ୍ୱର-ମଞ୍ଚେଶ୍ୱର ଷ୍ଟେଶନ ମଧ୍ୟରେ ତୃତୀୟ ଲାଇନ୍ ଓ ସିଗ୍ନାଲ ସିଷ୍ଟମ କାର୍ଯ୍ୟ ଲାଗି ଭୁବନେଶ୍ୱରକୁ ଟ୍ରେନ୍ ଚଳାଚଳ ଗୁରୁତର ବାଧାପ୍ରାପ୍ତ ହୋଇଥିଲା।…
ଶୁଖିଲା ଅଗଷ୍ଟ: ୧୨୨ ବର୍ଷର ରେକର୍ଡ ଭଙ୍ଗ
ଭୁବନେଶ୍ୱର,୩୧ା୮(ଅନିଲ ଦାସ)ବର୍ଷାରେ ଆଷାଢ଼ ଶ୍ରାବଣ, ମେଘ ବରଷେ ଘନଘନ। ଋତୁଚକ୍ରକୁ ଦେଖି କେଉଁ କାଳରୁ ଏହି ଲୋକକଥା ପ୍ରଚଳିତ ହୋଇଆସିଛି। ଏବେ ଆଉ ଶ୍ରାବଣରେ ଘନଘନ ବର୍ଷା ନାହିଁ। ଚଳିତ ବର୍ଷ ଜଳବାୟୁ ପରିବର୍ତ୍ତନର ସାଂଘାତିକ ପ୍ରଭାବ ଦେଖିବାକୁ ମିଳିଛି। ଅଗଷ୍ଟ…
ନାମୀ ବ୍ରାଣ୍ଡ୍ରେ ନକଲି ପୋଷାକ
ବଲାଙ୍ଗୀର ଅଫିସ,୩୧ା୮(ବୀରେନ୍ଦ୍ର କୁମାର ଝାଙ୍କର)ବଲାଙ୍ଗୀର ଟାଉନ୍ ଥାନା ପୋଲିସ ବୁଧବାର ସହରର ଲଖାନୀ ନ୍ୟୁ ଗାର୍ମେଣ୍ଟସ୍ରେ ଚଢ଼ାଉକରି ପ୍ରାୟ ୪୦ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ନକଲି ବ୍ରାଣ୍ଡେଡ୍ ରେଡିମେଡ୍ ଲୁଗାପଟା ଜବତ କରିଛି। ଏଥିସହ ଦୋକାନ ମାଲିକ ରାଜେଶ କୁମାର ଲଖାନୀ (୫୩)ଙ୍କୁ…
୫ ରାଜ୍ୟରେ ବିଧାନସଭା ନିର୍ବାଚନ, ସେପ୍ଟେମ୍ବର ଶେଷ ସୁଦ୍ଧା ହୋଇପାରେ ଘୋଷଣା
ନୂଆଦିଲ୍ଲୀ,୩୦ା୮: ରାଜନୈତିକ ଦଳଗୁଡ଼ିକ ସହିତ ମଧ୍ୟପ୍ରଦେଶ, ଛତିଶଗଡ଼ ସମେତ ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ସମ୍ପର୍କରେ ନିର୍ବାଚନ ଆୟୋଗ ମଧ୍ୟ ସକ୍ରିୟ ହୋଇଛନ୍ତି। ନିର୍ବାଚନ କମିଶନ ଏହି ସମସ୍ତ ରାଜ୍ୟରେ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ନିର୍ବାଚନ କମିଶନ ଛତିଶଗଡ଼…
ଜିଏମ୍ ଆଇରନ ପ୍ଲାଣ୍ଟରେ ବିସ୍ଫୋରଣ, ୬ ଆହତ
ପରଜଙ୍ଗ, ୩୦ା୮ (ନିଗମାନନ୍ଦ ଦଳବେହେରା)/ ଢେଙ୍କାନାଳ (ରତନ ନାୟାର): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଦଦରାଘାଟି ଫାଣ୍ଡି ଅଧୀନ ଗେଙ୍ଗୁଟିଆ ପଞ୍ଚାୟତର କୁଲେଇସ୍ଥିତ ଜିଏମ୍ ଆଇରନ ଆଣ୍ଡ ଷ୍ଟିଲ୍ ପ୍ରାଇଭେଟ୍ ଲିମିଟେଡ୍ର ୩ ନମ୍ବର ଫର୍ନେସରେ ବୁଧବାର ଅପରାହ୍ନରେ ବିସ୍ଫୋରଣ ଘଟିଛି।…
ବନ୍ଦ ରହିବ ରାଜଧାନୀର ଏହି ୧୨ ରାସ୍ତା
ନୂଆଦିଲ୍ଲୀ,୩୦ା୮: ସେପ୍ଟେମ୍ବର ୮ରୁ ୧୦ପର୍ଯ୍ୟନ୍ତ ରାଜଧାନୀ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଜି-୨୦ ସମ୍ମିଳନୀ ଯୋଗୁ ଦିଲ୍ଲୀ ପୋଲିସ ସମେତ ବିଭିନ୍ନ ସୁରକ୍ଷା ଏଜେନ୍ସି ଟ୍ରାଫିକ ପାଇଁ ଏକ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରିଛନ୍ତି। ଏହି ସମ୍ମିଳନୀ ସମ୍ବନ୍ଧରେ ସାଧାରଣ ନାଗରିକମାନଙ୍କୁ…
୩ରେ ଲଘୁଚାପ, ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ୱର,୩୦ା୮(ଅନିଲ ଦାସ): ଉତ୍ତର ପୂର୍ବ ବଙ୍ଗୋପସାଗରରେ ବୁଧବାର ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆସନ୍ତା ୩ ତାରିଖରେ ଏହା ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଘୂର୍ଣ୍ଣିବଳୟ ପ୍ରଭାବରୁ ସେପ୍ଟେମ୍ବର ୨ରୁ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ୩ ଓ…
ପୋଖରୀରେ ବୁଡ଼ି ଯୁବକଙ୍କ ଜୀବନ ଗଲା
ରାଇରଙ୍ଗପୁର,୩୦ା୮(ମାନସ ମହାନ୍ତି): ମୟୂରଭଞ୍ଜ ଜିଲା ବିଶୋଇ ଥାନା ଅନ୍ତର୍ଗତ ଭୋଳ ବେଢ଼ା ଗ୍ରାମରେ ରାଖୀ ପୂର୍ଣ୍ଣିମା ( ବୁଧବାର ) ଏକ ଦୁଃଖଦ ଘଟଣା ଘଟିଛି। ଉକ୍ତ ଗ୍ରାମର ପରମେଶ୍ବର ଗିରିଙ୍କ ପୁଅ ଦୀପକ(୩୫) ଆଜି ସକାଳେ ତାଙ୍କ ଗ୍ରାମ ନିକଟସ୍ଥ…
ସ୍ତ୍ରୀଙ୍କୁ ବିବାହ ବାର୍ଷିକୀରେ ଏକେ-୪୭ ରାଇଫଲ ଉପହାର ଦେଇ ବିବାଦରେ ନେତା
କୋଲକାତା,୩୦ା୮: ତୃଣମୂଳ କଂଗ୍ରେସ (ଟିଏମସି)ର ପୂର୍ବତନ ନେତା ରିଆଜୁଲ ହକ୍ ପ୍ରଥମ ବିବାହ ବାର୍ଷିକୀରେ ସ୍ତ୍ରୀଙ୍କୁ ଏକ ଏକେ-୪୭ ରାଇଫଲ ଉପହାର ଦେଇଥିବା ବେଳେ ଏହାକୁ ନେଇ ବିବାଦ ଲାଗି ରହିଛି। ସୋସିଆଲ ମିଡିଆରେ ରିଆଜୁଲଙ୍କ ସ୍ତ୍ରୀ ସାବିନା ୟାସମିନଙ୍କ ଏକେ-୪୭…
ବିଗ୍-ବି’ଙ୍କ ହାତରେ ରାଖୀ ବାନ୍ଧିଲେ ମମତା
ମୁମ୍ବାଇ: ଆଜି ଅର୍ଥାତ୍ ଅଗଷ୍ଟ ୩୦ରେ ସାରା ଦେଶରେ ରକ୍ଷାବନ୍ଧନ ଉତ୍ସବ ପାଳନ କରାଯାଉଛି। ରାଖୀ ହେଉଛି ଭଉଣୀ-ଭାଇଙ୍କ ମଧ୍ୟରେ ସ୍ନେହ, ଶ୍ରଦ୍ଧା ଏବଂ ଭଲପାଇବାର ପ୍ରତୀକ। ଏହି ଅବସରରେ ଭଉଣୀମାନେ ସମସ୍ତ ଭାଇଙ୍କୁ ରାଖୀ ବାନ୍ଧନ୍ତି ଏବଂ ସେମାନଙ୍କୁ ସବୁବେଳେ…
ବର୍ଷା ନାହିଁ, ଚାଷଜମିରେ ଗୋରୁ ଛାଡ଼ିଲେ ଚାଷୀ
କୋକସରା,୩୦ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକରେ ନିଅଣ୍ଟିଆ ବର୍ଷା ଯୋଗୁ ଅନେକ ପଞ୍ଚାୟତରେ ସମ୍ଭାବ୍ୟ ମରୁଡ଼ି ପରିସ୍ଥିତି ଦେଖାଦେଇଛି। ନିଅଣ୍ଟିଆ ବର୍ଷା ଯୋଗୁ ମାଟି ଫାଟି ଆଁ କରିଥିବା ବେଳେ ନିଜର ସୁନାର ଫସଲ ଆଖି ଆଗରେ ଉଜୁଡିବା…

