Home

ନିଟ୍‌ ଏଣ୍ଟ୍ରାନ୍ସରେ ଉତ୍ତୀର୍ଣ୍ଣ ନ ହେବାରୁ ପୁଅ ପରେ ଆତ୍ମହତ୍ୟା କଲେ ବାପା

ଚେନ୍ନାଇ,୧୪।୮: ତାମିଲନାଡୁର ଚେନ୍ନାଇରେ ଏକ ଅଭାବନୀୟ ଘଟଣା ଘଟିଛି। ନିଟ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ନ ହେବାରୁ ଜଣେ ୧୯ ବର୍ଷୀୟ ଯୁବକ ଆତ୍ମହତ୍ୟା କରିବାର ଗୋଟିଏ ଦିନ ପରେ ପିତା ମଧ୍ୟ ଆତ୍ମହତ୍ୟା କରିଛନ୍ତି। ପୋଲିସ କହିଛି ଯେ, ପୁଅର ମୃତ୍ୟୁ…

ଦାଦା-ପୁତୁରା ସାକ୍ଷାତକୁ ନେଇ ରାଜ ଠାକରେଙ୍କ ପ୍ରତିକ୍ରିୟା: ଗୋଟିଏ ଟିମ୍‌ ପୂର୍ବରୁ ପଠାଯାଇଛି କିନ୍ତୁ ଅନ୍ୟ ଏକ ଟିମ୍‌ ଖୁବ୍‌ଶୀଘ୍ର ଯିବ

ନୂଆଦିଲ୍ଲୀ,୧୪।୮: ଏନସିପି ମୁଖ୍ୟ ଅଜିତ ପାୱାର ଏବଂ ଶରଦ ପାୱାରଙ୍କ ଗୁପ୍ତ ବୈଠକ ପରେ ମହା ବିକାଶ ଅଗାଡିରେ ଅସନ୍ତୋଷ ଦେଖାଦେଇଛି। ଉଭୟ ପାୱାରଙ୍କ ସାକ୍ଷାତ ପରେ ଅନେକ ରାଜନୈତିକ ଚର୍ଚ୍ଚା ହେଉଛି। ଏ ନେଇ ଏମଏନଏସ ସଭାପତି ରାଜ ଠାକରେ…

ଏମ୍‌ଭିଏରେ କୌଣସି ଦ୍ୱନ୍ଦ୍ୱ ନାହିଁ: ସ୍ପଷ୍ଟ କଲେ ଶରଦ ପାଓ୍ବାର

ନୂଆଦିଲ୍ଲୀ,୧୪।୮: ପୁଣେରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ତଥା ପୁତୁରା ଅଜିତ ପାୱାରଙ୍କ ସହ ସାକ୍ଷାତକୁ ନେଇ ମହା ବିକାଶ ଅଗାଡି (ଏମ୍‌ଭିଏ)ରେ କୌଣସି ଦ୍ୱନ୍ଦ୍ୱ ନାହିଁ ବୋଲି ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ସଭାପତି ଶରଦ ପାୱାର ସୋମବାର ସ୍ପଷ୍ଟ କରିଛନ୍ତି। ପାୱାର…

ଇତିହାସରେ ପ୍ରଥମ: ଦାଢି-ପଗଡ଼ିି ସହ ଆମେରିକାର ମେରାଇନ କର୍ପସ ତାଲିମ ଶେଷ କଲେ ଶିଖ ଯୁବକ

ଓ୍ବାଶିଂଟନ୍‌,୧୪।୮:ଆମେରିକାର ଜଣେ ୨୧ ବର୍ଷ ବୟସ୍କ ଶିଖ ଯୁବକ ନିଜର ଧାର୍ମିକ ବିଶ୍ୱାସ ନ ଛାଡି ଆମେରିକାର ମେରାଇନ କର୍ପସ ତାଲିମ ସମାପ୍ତ କରିଛନ୍ତି। ସାନ ଡିଏଗୋରେ ମେରାଇନ କର୍ପସ ନିଯୁକ୍ତି ତାଲିମ ସମାପ୍ତ କରି ଜସକିରନ ସିଂ ଇତିହାସ ରଚିଛନ୍ତି।…

ନା ଇଣ୍ଟରନେଟ ଉପରେ ନିଷେଧ, ନା କୌଣସି ପ୍ରତିବନ୍ଧକ

ଶ୍ରୀନଗର୧୪।୮: କଶ୍ମୀରରେ ଅଗଷ୍ଟ ୧୫ ଏବଂ ଜାନୁୟାରୀ ୨୬ ଭଳି ଜାତୀୟ ଉତ୍ସବ ଅବସରରେ ଉପତ୍ୟକାରେ ପ୍ରଥମେ ଇଣ୍ଟରନେଟ ନିଷେଧ କରାଯାଉଥିଲା, କିନ୍ତୁ ବର୍ତ୍ତମାନ ତାହା ସେପରି ହେବ ନାହିଁ। ଚଳିତ ବର୍ଷ ସ୍ବାଧୀନତା ଦିବସ ଅବସରରେ ଉପତ୍ୟକାରେ ଇଣ୍ଟରନେଟ ସେବା…

ଉପକାରୀ ସଜନା ଶାଗ

ନିଜକୁ ସୁସ୍ଥ ତଥା ଫିଟ୍‌ ରଖିବା ପାଇଁ ଆମେ ବିଭିନ୍ନ ପ୍ରକାର ଭିଟାମିନ୍‌ଯୁକ୍ତ ଖାଦ୍ୟ ଖାଉଥାଉ। ସେଗୁଡ଼ିକ ମଧ୍ୟରୁ ସଜନା ଶାଗ ଅନ୍ୟତମ। ଏଥିରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ଏହାକୁ ଜଣେ ବ୍ୟକ୍ତି ନିଜର ଦୈନନ୍ଦିନ ଖାଦ୍ୟ…

ମ୍ୟାନ୍‌ମାରରେ ଭୂସ୍ଖଳନ, ୩୦ରୁ ଊର୍ଦ୍ଧ୍ୱ ନିଖୋଜ

ବ୍ୟାଙ୍କକ୍‌,୧୪ା୮: ମ୍ୟାନ୍‌ମାରର ଏକ ଖଣିରେ ଭୂସ୍ଖଳନ ଘଟି ୩୦ରୁ ଅଧିକ ଲୋକ ନିଖୋଜ ହୋଇଯାଇଛନ୍ତି। ଏନେଇ ସୋମବାର ଜଣେ ଉଦ୍ଧାର ଅଧିକାରୀ ସୂଚନା ଦେଇଛନ୍ତି। ମ୍ୟାନ୍‌ମାରର ବୃହତ୍ତମ ସହର ୟାଙ୍ଗୋନଠାରୁ ପ୍ରାୟ ୯୫୦ କିଲୋମିଟର ଦୂର ଉତ୍ତରରେ କାଚିନ ରାଜ୍ୟର ଏକ…

ବିଭିନ୍ନ ସମସ୍ୟାର ସମାଧାନ ନେଇ ରାସ୍ତାକୁ ଓହ୍ଲାଇଲେ କୁନିକୁନି ପିଲା

କେନ୍ଦୁଝର,୧୪ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ବ୍ରାହ୍ମଣୀ ଗାଁ ପ୍ରାଥମିକ ବିଦ୍ୟାଳୟର ବିଭିନ୍ନ ସମସ୍ୟାକୁ ନେଇ ବ୍ଲକ ଶିକ୍ଷା ଅଧିକାରୀଙ୍କ ଅଫିସକୁ ଆସି ଛାତ୍ରୀଛାତ୍ର ଅଭିଯୋଗପତ୍ର ଦେଇ ସେମାନଙ୍କ ସମସ୍ୟା ଜଣାଇଛନ୍ତି। ଏହି ବିଦ୍ୟାଳୟଟି ୧୯୫୪ ମସିହାରେ ସ୍ଥାନୀୟ ଲୋକ ତଥା ସରକାରଙ୍କ ମିଳିତ…

ମହିଳାଙ୍କୁ ଦଳିଦେଲା ହାତୀ

ବାଣପୁର,୧୪ା୮(ଦିଲ୍ଲୀପ କୁମାର ସ୍ବାଇଁ): ଖୋର୍ଦ୍ଧା ଜିଲା ବାଣପୁର ବ୍ଲକ ନୀଳାଦ୍ରି ପ୍ରସାଦ ପଞ୍ଚାୟତ ପୁଞ୍ଜିଆମା ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। ସୋମବାର ସକାଳୁ ପାଣ୍ଡବ ପ୍ରଧାନଙ୍କ ସ୍ତ୍ରୀ ରଞ୍ଜନା ଘର ପଛପଟ ବିଲକୁ ଯାଇଥିବା ବେଳେ ହଠାତ୍‌ ଏକ ଦନ୍ତା…

୧୫ରୁ ବଢ଼ିବ ବର୍ଷା

ଭୁବନେଶ୍ୱର,୧୪।୮(ଅନୁରାଧା ମହାରଣା): ରାଜ୍ୟରେ ମୌସୁମୀ ନିମ୍ନଚାପ ରେଖା ସାଧାରଣ ଅବସ୍ଥାନଠାରୁ ଉତ୍ତର ଭାଗରେ ରହୁଛି। ତେଣୁ ରାଜ୍ୟରେ ଏହାର ବିଶେଷ ପ୍ରଭାବ ରହୁନାହିଁ। ପଶ୍ଚିମ ଭାଗ ହିମାଳୟ ପାଦଦେଶରେ ରହୁଥିବାବେଳେ ପୂର୍ବ ଭାଗ ଉତ୍ତର ପ୍ରଦେଶ ଦେଇ ବ୍ୟାପିଛି। ଏପଟେ ଏକ…

୫-ଟି ସ୍କୁଲର ବିକଳ ଚିତ୍ର

ସୋନପୁର,୧୪।୮(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲାର ଉଚ୍ଚ ବିଦ୍ୟାଳୟଗୁଡିକରେ ଶତାଧିକ ଶିକ୍ଷକ ଓ କର୍ମଚାରୀ ପଦ ଖାଲି ପଡିଛି । ସରକାର ନୂତନ ଶିକ୍ଷକ ଓ କର୍ମଚାରୀ ନିଯୁକ୍ତି ପ୍ରତି ଧ୍ୟାନ ଦେଉ ନ ଥିବାରୁ ସରକାରୀ ଉଚ୍ଚ ବିଦ୍ୟାଳୟଗୁଡିକରେ ଶିକ୍ଷା ବ୍ୟବସ୍ଥା…

ଶ୍ରାବଣରେ ବୈଶାଖ ତାତି, ଜମି ଫାଟି ଆଁ

ଗୋଲାମୁଣ୍ଡା,୧୪।୮(ବଟକୃଷ୍ଣ ପଣ୍ଡା): କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକରେ ଏବେ ଶ୍ରାବଣ ମାସରେ ବୈଶାଖ ତାତି। ଏହାର ପ୍ରଭାବରେ ଜମି ଫାଟି ଥିବା ବେଳେ ମରୁଡି ପରିସ୍ଥିତି ସୃଷ୍ଟି ହୋଇଥିବାରୁ ବ୍ଲକର ଚାଷୀ ଆଉ ଏକ ମରୁଡି ଚିନ୍ତାରେ ଅଛନ୍ତି। ଗୋଲାମୁଣ୍ଡା ବ୍ଲକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri