ବାତ୍ୟା, ବଜ୍ରପାତର ହେବ ଠିକ୍‌ ନିରୂପଣ

ବାଲେଶ୍ୱର ଜିଲା ଚାନ୍ଦିପୁର ନିକଟସ୍ଥ ହିଡ଼ିଗାଁ ଅଞ୍ଚଳରେ ନିର୍ମାଣ ଚାଲିଛି ‘ଡପ୍‌ଲର ରାଡାର ଷ୍ଟେଶନ’। ଏହା ସମ୍ପୂର୍ଣ୍ଣ ହୋଇ କାର୍ଯ୍ୟକ୍ଷମ ହେଲେ ବଜ୍ରପାତ ପୂର୍ବରୁ ଠିକ୍‌ ଭାବେ ସ୍ଥାନ ନିରୂପଣ ସହିତ ବାତ୍ୟାକୁ ଟ୍ରାକ୍‌ କରିବାରେ ସହାୟକ ହେବ। ଫଳରେ ଓଡ଼ିଶା ସମେତ, ପଶ୍ଚିମବଙ୍ଗ ଏବଂ ଝାଡ଼ଖଣ୍ଡର ଲୋକେ ଉପକୃତ ହେବେ।
ଉପକୂଳବର୍ତ୍ତୀ ଜିଲା ବାଲେଶ୍ୱର ହେଉଛି ପ୍ରାକୃତିକ ବିପର୍ଯ୍ୟୟର କେନ୍ଦ୍ରସ୍ଥଳୀ। ତେବେ ପ୍ରକୃତିର ଭୟାବହ ତାଣ୍ଡବକୁ ବାଲେଶ୍ୱର ଅଞ୍ଚଳ ସବୁବେଳେ ସାମ୍ନା କରୁଥିବାରୁ ଏଠାରେ ଡପ୍‌ଲର ରାଡାର ଷ୍ଟେଶନ ପ୍ରତିଷ୍ଠା ଏକ ଅପରିହାର୍ଯ୍ୟ ଆବଶ୍ୟକତା ରହିଥିଲା। ସେହିପରି ସଂଲଗ୍ନ ଭଦ୍ରକ, ମୟୂରଭଞ୍ଜ ସମେତ ଅନ୍ୟ ଜିଲା ଏବଂ ପଡ଼ୋଶୀ ପଶ୍ଚିମବଙ୍ଗର ଉପକୂଳ ଅଞ୍ଚଳରେ ବି ପ୍ରତିବର୍ଷ ଝଡ଼ବାତ୍ୟା ସାଙ୍ଗକୁ ପ୍ରବଳ ବର୍ଷା ଓ ବନ୍ୟା ଆଦି ପ୍ରାକୃତିକ ବିପର୍ଯ୍ୟୟରେ କୋଟି କୋଟି ଟଙ୍କାର ଧନଜୀବନ ନଷ୍ଟ ହେଉଛି। ତେବେ ବହୁ ଆଗରୁ ଠିକ୍‌ ସୂଚନା ଉପଲବ୍ଧ ହୋଇପାରିଲେ ପ୍ରକୃତି କୋପରୁ ସୁରକ୍ଷା ମିଳିପାରିବ। ଏହି ଉଦ୍ଦେଶ୍ୟରେ ବାଲେଶ୍ୱରରେ ଡପ୍‌ଲର ରାଡାର ଷ୍ଟେଶନ ପ୍ରତିଷ୍ଠା ନେଇ ୨୦୦୬ରେ କେନ୍ଦ୍ର ବିଜ୍ଞାନ ଓ ବୈଷୟିକ ମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା। ସେହି ଅନୁସାରେ ରାଜ୍ୟ ସ୍ବତନ୍ତ୍ର ରିଲିଫ କମିଶନରଙ୍କ ଦ୍ୱାରା ମଞ୍ଜୁର ପ୍ରାୟ ୬.୫ କୋଟି ଟଙ୍କାରେ ଜିଲା ପୂର୍ତ୍ତ ବିଭାଗ ପକ୍ଷରୁ ୨୦୧୫ରେ ବାଲେଶ୍ୱର ରାଡାର ଷ୍ଟେଶନର କୋଠା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ମାତ୍ର କାମ କିଛି ବାଟ ଗଲା ପରେ ଆଉ ଅର୍ଥ ମଞ୍ଜୁର ହେଉ ନ ଥିବାରୁ ଏହି ପ୍ରକଳ୍ପକୁ ନେଇ ଅନିଶ୍ଚିତତା ଦେଖାଦେଇଛି। ବାଲେଶ୍ୱରରେ ଏହି ରାଡାର ଷ୍ଟେଶନ ପ୍ରତିଷ୍ଠା ହେବାର ଜରୁରୀ ଆବଶ୍ୟକତା ରହିଛି। ବାଲେଶ୍ୱର ଡପ୍‌ଲର ରାଡାର ଷ୍ଟେଶନ କାର୍ଯ୍ୟକ୍ଷମ ହେଲେ ଏହି କେନ୍ଦ୍ରରୁ ସବୁ ଦିଗରେ ୨ ଶହ କି.ମି. (ଆକାଶ ମାର୍ଗରେ ଦୂରତ୍ୱ) ବ୍ୟାସାର୍ଦ୍ଧ ଅଞ୍ଚଳରୁ ପାଣିପାଗ ସମ୍ପର୍କିତ ସୂଚନା ସଂଗ୍ରହ କରାଯିବା ସହ ଏହାକୁ ସେହି ୨ ଶହ କି.ମି. ଅଞ୍ଚଳରେ ଆଗୁଆ ଉପଲବ୍ଧ କରାଯାଇପାରିବ। ଫଳରେ ଓଡ଼ିଶା ସମେତ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡର ବିସ୍ତୃତ ଅଞ୍ଚଳର ଅଧିବାସୀ ଉପକୃତ ହୋଇପାରିବେ।
ପାରାଦୀପରେ ଡପଲର ରାଡାର ଷ୍ଟେଶନ ପ୍ରତିଷ୍ଠା ନେଇ ୨୦୦୬ରେ କେନ୍ଦ୍ର ବିଜ୍ଞାନ ଓ ବୈଷୟିକ ମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା। ସେତେବେଳେ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା ବେଳେ ତକତ୍ାଳୀନ ବିଭାଗୀୟ ମନ୍ତ୍ରୀ ପାରାଦ୍ୱୀପ ବ୍ୟତୀତ ବାଲେଶ୍ୱର, ଗୋପାଳପୁର ଓ ସମ୍ବଲପୁରରେ ଡପଲର ରାଡାର ଷ୍ଟେଶନ ପ୍ରତିଷ୍ଠା ନେଇ ସୂଚନା ଦେଇଥିଲେ। ବାଲେଶ୍ୱର ପ୍ରକଳ୍ପ ମଞ୍ଜୁର ହେବା ପରେ ଚାନ୍ଦିପୁର ନିକଟ ହିଡ଼ିଗାଁ ଅଞ୍ଚଳରେ ଏଥିପାଇଁ କୋଠା କାମ ଆରମ୍ଭ ହୋଇଥିଲା। ପ୍ରଥମେ ବ୍ୟୟ ଅଟକଳ ଥିବା ୨୫କୋଟି ଟଙ୍କାର ଏହି ପ୍ରକଳ୍ପ ପାଇଁ ରାଜ୍ୟ ସରକାର ୩ଏକର ଜମି ଯୋଗାଇଦେଇଛନ୍ତି। ରାଜ୍ୟ ସରକାର ଭିତ୍ତିଭୂମି ବିକାଶ କାର୍ଯ୍ୟ କରିବା ପରେ କେନ୍ଦ୍ର ପାଣିପାଗ ବିଭାଗ ଆବଶ୍ୟକ ଯନ୍ତ୍ରପାତି ସ୍ଥାପନ କରି ଏହି ଷ୍ଟେଶନକୁ କାର୍ଯ୍ୟକ୍ଷମ କରିଥାନ୍ତା। ତେବେ କେଉଁ କମ୍ପାନୀର ରାଡାର ବ୍ୟବହାର ହେବ, ସେ ନେଇ ପ୍ରାଥମିକ ପର୍ଯ୍ୟାୟରେ ସ୍ଥିର ହୋଇପାରି ନ ଥିଲା। ବିଭିନ୍ନ କମ୍ପାନୀର ମେଶିନ ଡିଜାଇନ ଭିନ୍ନ ଭିନ୍ନ ହୋଇଥିବାରୁ ନିର୍ମାଣ କାମରେ ବାଧା ଆସିଥିଲା। ପରେ ଉଭୟ ରାଜ୍ୟ ସ୍ବତନ୍ତ୍ର ରିଲିଫ କମିଶନର ଓ କେନ୍ଦ୍ର ପାଣିପାଗ ବିଭାଗର ଅଧିକାରୀଙ୍କ ମଧ୍ୟରେ ଆଲୋଚନା ହେବା ପରେ ସେହି ସମସ୍ୟା ଦୂର ହେଲା ଓ ଭିତ୍ତିଭୂମି ପାଇଁ ପ୍ରକଳ୍ପ ରିପୋର୍ଟ ବା ଡିପିଆର ଚୂଡ଼ାନ୍ତ ହେବା ସହ ବ୍ୟୟ ଅଟକଳ ପ୍ରସ୍ତୁତ ହୋଇଥିଲା। ବାଲେଶ୍ୱର ଡପଲର ରାଡାର ଷ୍ଟେଶନ କାର୍ଯ୍ୟକ୍ଷମ ହେବା ପରେ ସୁନହଟରେ ଥିବା ପାଣିପାଗ କାର୍ଯ୍ୟାଳୟ ସେଠାକୁ ସ୍ଥାନାନ୍ତରିତ ହେବ।
ଏନେଇ ପୂର୍ତ୍ତ ବିଭାଗ-୧ ନିର୍ବାହୀ ଯନ୍ତ୍ରୀ ରାମଚନ୍ଦ୍ର ସେଠୀ କହନ୍ତି, ଗତ ୨୦୧୫ରୁ ଡପଲର ରାଡ଼ାର ଷ୍ଟେଶନ କାର୍ଯ୍ୟ ଆରମ୍ଭ ହୋଇଥିଲା। ବିଲ୍ଡିଂ କାମ ଶେଷ ହୋଇଛି। ଉପର ମହଲାରେ ଲାଗିବାକୁ ଥିବା ଡୁମ୍‌ର ସ୍ଥାନ ଫାଙ୍କା ରହିଛି। ଅନ୍ୟପକ୍ଷରେ ଏହି ରାଡାର ଷ୍ଟେଶନ ପାଇଁ ଉପଲବ୍ଧ ଜମିର ଚାରିପାଖ ପାଚେରି କାର୍ଯ୍ୟ ସରିଛି। ବିଲ୍ଡିଂ ଶେଷ ହୋଇଥିଲେ ମଧ୍ୟ ପାଣିପାଗ ଅଫିସ୍‌ ପାଇଁ ଆନକ୍ଲାରି ୱାର୍କ କରାଯାଇନାହଁି। ପାୱାର ସପ୍ଲାଏ ପାଇଁ ୨୫ଲକ୍ଷ ଟଙ୍କାର ଏଷ୍ଟିମେଟ୍‌ ପ୍ରସ୍ତୁତ କରାଯାଇ ରାଜ୍ୟ ସରକାରଙ୍କୁ ପଠାଯାଇଛି। ଖୁବ୍‌ଶୀଘ୍ର ଏହି କାର୍ଯ୍ୟ ହୋଇଯିବ। ବିଭାଗୀୟ ଅଧିକାରୀମାନେ ଫିଲ୍ଡ ଲାବ୍‌ର ଲେ ଆଉଟ୍‌ ପ୍ଲାନ ଦେଇ ନ ଥିବା କିଛି କାର୍ଯ୍ୟ ବାକି ରହିଛି, ତାହା ମଧ୍ୟ ଅଳ୍ପ ସମୟରେ ଶେଷ ହୋଇଯିବ ପ୍ରକାଶ କରିଛନ୍ତି।
ଆଞ୍ଚଳିକ ପାଣିପାଗ ବିଭାଗ ଅଧିକାରୀ ମଦନମୋହନ ଦାସ କହନ୍ତି, ବିଲ୍ଡିଂର କାର୍ଯ୍ୟ ଶେଷ ହୋଇଛି। ରାଡାର ବସିବା ପ୍ରୋଜେକ୍ଟ ପାଇଁ ଅଟକଳ ପ୍ରସ୍ତୁତ ହୋଇଥିଲେ ମଧ୍ୟ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇନାହଁି। ପରେ ଫିଲ୍ଡ ଲ୍ୟାବର ପ୍ଲାନ ମିଳିଯିବ। ଅନ୍ୟପକ୍ଷରେ ଅଫିସ ସିଫ୍ଟିଂ ପାଇଁ ଆବଶ୍ୟକ ଥିବା କାର୍ଯ୍ୟରେ ଆନକ୍ଲାରି ୱାର୍କର ଏକ ପ୍ରକଳ୍ପ ଚିଫ୍‌ ସେକ୍ରେଟାରୀଙ୍କ ଅଫିସରେ ପହଞ୍ଚତ୍ଛି। ସେଠାରୁ ଆସିବା ପରେ ପୂର୍ତ୍ତ ବିଭାଗକୁ ହସ୍ତଗତ କରାଯିବ। ଦୂରରେ ଥିବା ଏକ ବସ୍ତୁର ଭେଲୋସିଟି ଡାଟା ଉତ୍ପନ୍ନ କରିବାକୁ ବ୍ୟବହାର କରାଯାଉଥିବା ଡପ୍‌ଲର ପ୍ରଭାବ ସମ୍ପନ୍ନ ଏହି ସ୍ବତନ୍ତ୍ର ରାଡାର ବାତ୍ୟା, ଝଡ଼ ଆଦି ବାବଦ ପାରମ୍ପରିକ ରାଡାର ତୁଳନାରେ ଅଧିକ ଠିକ୍‌ ପୂର୍ବାନୁମାନ କରିପାରିବ। ଏହାମଧ୍ୟ ବାତ୍ୟାର ଟ୍ରାକ୍‌ (ଗତି, ଦିଗ, ଭୂମି)କୁ ଛୁଇଁବାର ସ୍ଥାନ (ଲ୍ୟାଣ୍ଡ ଫଲ) ଆଦି ବିଷୟରେ କହିପାରିବ। ଫଳରେ ଲୋକଙ୍କୁ ସତର୍କ କରାଯିବା ସହ ଧନଜୀବନର ସୁରକ୍ଷା କରାଯାଇପାରିବ ବୋଲି ପ୍ରକାଶ କରିଛନ୍ତି।
– ମାନସ ବିଶ୍ୱାଳ, ବାଲେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?