ଶହେ ମିଟରକୁ ୪ଶହ ଟଙ୍କା ଭଡ଼ା

ରାଉରକେଲା,୮।୯(ଦିନେଶ ମିଶ୍ର): ରାଉରକେଲା ସରକାରୀ ଡାକ୍ତରଖାନା (ଆରଜିଏଚ୍‌) ସହରର ଏକ ପ୍ରମୁଖ ଡାକ୍ତରଖାନା। ରାତି ପାହିଲେ ଏଠାକୁ ହଜାର ହଜାର ରୋଗୀ ଚିକିତ୍ସା ପାଇଁ ଆସିଥାନ୍ତି। ତେବେ ଜରୁରୀକାଳୀନ ପରିସ୍ଥିତିରେ କୌଣସି ରୋଗୀଙ୍କୁ ଅନ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଗଲେ ସେଠାରେ ଥିବା କିଛି ଅଟୋ ଚାଳକ ଏହାର ଫାଇଦା ନେଇ ଅଧିକ ଭଡ଼ା ଦାବି କରୁଛନ୍ତି।
ପ୍ରକାଶ ଯେ, ଆର୍‌ଜିଏଚ୍‌ ପରିସରରେ ଅଟୋ ଚାଳକମାନେ ନିଜ ଅଟୋ ପାର୍କିଂ କରି ବସିଥାନ୍ତି। କୌଣସି ରୋଗୀ ଅନ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର ହେଲେ କିଛି ଅଟୋ ଚାଳକ ଉକ୍ତ ରୋଗୀଙ୍କୁ ତାଙ୍କ ଅଟୋରେ ଯିବା ପାଇଁ ବାଧ୍ୟ କରିଥାନ୍ତି। ସେମାନେ ଜଣେ ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କୁ ନେବା ପାଇଁ ମନଇଛା ଭଡ଼ା ମଧ୍ୟ ନେଉଛନ୍ତି। ଫଳରେ ଦୂରଦୁରାନ୍ତରୁ ଆସୁଥିବା ରୋଗୀ ନାହିଁ ନ ଥିବା ହଇରାଣ ହେଉଛନ୍ତି। ଆରଜିଏଚ୍‌ରୁ ଯଦି କୌଣସି ରୋଗୀଙ୍କୁ ସହର ଭିତରେ ଥିବା ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଏ ତେବେ ଏହି ଅଟୋ ଚାଳକ ମନଇଛା ଭଡ଼ା ନିଅନ୍ତି। ଆର୍‌ଜିଏଚ୍‌ର ପ୍ରାୟ ଦୁଇ କିଲୋମିଟର ଭିତରେ କିଛି ଘରୋଇ ଡାକ୍ତରଖାନା ରହିଛି। ସେଠାକୁ ଯିବା ପାଇଁ ଅଟୋ ଚାଳକ ୫ଶହରୁ ୧ହଜାର ଟଙ୍କା ପର୍ଯ୍ୟନ୍ତ ନେଉଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷେ ସେଠାରେ ଅଟୋ ଭଡ଼ା ବାବଦ କୌଣସି ମୂଲ୍ୟସୂଚୀ ଫଳକ ଲଗାଯାଇନାହିଁ। ଫଳରେ ଜରୁରୀକାଳୀନ ପରିସ୍ଥିତିରେ ଏହି ଅଟୋ ଚାଳକଙ୍କ ଶୋଷଣର ଶିକାର ହେବାକୁ ପଡୁଛି। ଏ ନେଇ ଆରଜିଏଚ୍‌ରେ ଚିକିତ୍ସାଧୀନ ଜଣେ ରୋଗୀଙ୍କ ସମ୍ପର୍କୀୟ ସୋନୁ ସାହୁ ଅଭିଯୋଗ କରିଛନ୍ତି, ଗତ ଅଗଷ୍ଟ ୧୪ ତାରିଖରେ ତାଙ୍କ ବାପା ଦୟାଲ ସାହୁ ଆରଜିଏଚ୍‌ର ଅସ୍ଥିଶଲ୍ୟ ବିଭାଗରେ ଚିକିତ୍ସିତ ହେଉଥିଲେ। ଆରଜିଏଚ୍‌ରେ ଏକ୍ସରେ ମେଶିନ ଖରାପ ଥିବାରୁ ସୋନୁ ଏକ୍ସରେ ପାଇଁ ତାଙ୍କ ବାପାଙ୍କୁ ଏକ ଅଟୋରେ ଆରଜିଏଚ୍‌ ପରିସର ବାହାରକୁ ନେଇଥିଲେ। ସମ୍ପୃକ୍ତ ଅଟୋ ଚାଳକ ମାତ୍ର ୫୦ ମିଟର ଦୂରକୁ ଯିବା ପାଇଁ ତାଙ୍କଠାରୁ ୪ଶହ ଟଙ୍କା ଭଡ଼ା ନେଇଥିବା ସୋନୁ କହିଛନ୍ତି। ଏ ସମ୍ପର୍କରେ ଆର୍‌ଜିଏଚ୍‌ ଅଟୋ ଆସୋସିଏଶନ ସଭାପତି ନିଳାଚଳ ମିଶ୍ରଙ୍କୁ ପଚାରିବାରୁ ସେ କହିଥିଲେ, ଆର୍‌ଜିଏଚ୍‌ ପରିସରରେ ଥିବା ଅଟୋ ଷ୍ଟାଣ୍ଡରେ ଏଭଳି ଭଡ଼ା ଆଦାୟକୁ ନେଇ ଆମ ପାଖରେ କୌଣସି ଅଭିଯୋଗ ହୋଇନାହିଁ। ଯଦି କୌଣସି ରୋଗୀ ଏଭଳି ଶୋଷଣର ଶିକାର ହେଉଛନ୍ତି ତେବେ ଆମକୁ ଜଣାନ୍ତୁ। ସମସ୍ତଙ୍କ ଅବଗତି ପାଇଁ ଷ୍ଟାଣ୍ଡ ଭିତରେ ଆଗାମୀ ୧୦ ଦିନ ମଧ୍ୟରେ ଏକ ରେଟ୍‌ ଚାର୍ଟ ଲଗାଇବା ବ୍ୟବସ୍ଥା କରାଯିବ ବୋଲି ମିଶ୍ର କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

BCCIର ମାଷ୍ଟରଷ୍ଟ୍ରୋକ୍: ସ୍ମୃତି ମନ୍ଧାନାଙ୍କୁ କରାଗଲା ଅଧିନାୟକ, ଜାଣନ୍ତୁ କାହିଁକି ଏହି ନିଷ୍ପତ୍ତି ନେଲା…

ଗୁଆହାଟୀ,୬।୧୦: ଭାରତୀୟ ମହିଳା କ୍ରିକେଟ୍ ଦଳରେ ଏକ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି। ହରମନ୍‌ପ୍ରୀତ କୌରଙ୍କ ସ୍ଥାନରେ ଷ୍ଟାର୍ ବ୍ୟାଟର ସ୍ମୃତି ମନ୍ଧାନାଙ୍କୁ ଭାରତୀୟ ମହିଳା କ୍ରିକେଟ୍…

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

ଖାଦ୍ୟ ସନ୍ଧାନରେ ଗାଁକୁ ପଶିଲା ଦନ୍ତା: ଭାଙ୍ଗିଲା ଘର, ଦଳିଚକଟି ଦେଲା ବ୍ୟାପକ ଧାନ ଫସଲ

ଥୁଆମୂଳ ରାମପୁର, ୬।୧୦ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି-ରାୟଗଡ଼ା ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଏକ ଦନ୍ତା ହାତୀର ଉପଦ୍ରବ ଯୋଗୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି।…

ଜୁଆଆଡ୍ଡା ଭାଗବଣ୍ଟାକୁ ନେଇ ମହାଭାରତ: ଗୋଷ୍ଠୀ ସଂଘର୍ଷ, ମନ୍ଦିର ହୁଣ୍ଡି ଓ ସ୍କୁଟି ଛଡ଼ାଇ ନେଲେ ଦୁର୍ବୃତ୍ତ

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ କାଣ୍ଡସର ଗ୍ରାମ ନିକଟରେ ଚାଲିଥିବା ବେଆଇନ ଜୁଆଆଡ୍ଡା ପରିଚାଳନାକୁ ନେଇ ଦୁଇ ଗୋଷ୍ଠୀ…

ପରକୀୟା ପ୍ରୀତିରୁ ମହାଭାରତ: ୨ ପରିବାର ମଧ୍ୟରେ ଖଣ୍ଡଯୁଦ୍ଧ, ୬ ଆହତ; ୫ ଗିରଫ ହୋଇ ଜେଲ୍‌ରେ

ଦିଗପହଣ୍ଡି/ଚିକିଟି,୬|୧୦(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ରାମଚନ୍ଦ୍ରପୁର ଗ୍ରାମରେ ପାରିବାରିକ ହିଂସାକୁ ନେଇ ଦୁଇ ପରିବାର ମଧ୍ୟରେ ଘଟିଛି ରକ୍ତାକ୍ତ…

ଭିଏଚ୍‌ପି ପାଇଁ ଅତୁଳନୀୟ ଅବଦାନ: ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ସମାରୋହରେ ମଦନମୋହନ ଦ୍ୱିବେଦୀ ସମ୍ବର୍ଦ୍ଧିତ

ପାଟଣା,୬।୧୦ (ବୀର କିଶୋର ଦାଶ): କଟକସ୍ଥିତ ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ମଣ୍ଡପଠାରେ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍‌ପି) ପକ୍ଷରୁ ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ବର୍ଷର ଉଦ୍‌ଘାଟନୀ…

ନାକା ଚେକିଂ ବେଳେ ଘଟଗାଁ ପୋଲିସକୁ ବଡ଼ ସଫଳତା: ୨ ଦେଶୀ ବନ୍ଧୁକ, ଧନୁ-ତୀର ସହ ୩ ଶିକାରୀ

ପାଟଣା, ୬।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ଘଟଗାଁ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ପାଟଣା ବ୍ଲକ୍ ଭୀମକୁଣ୍ଡ ନିକଟରେ ନାକା ଚେକିଂ ସମୟରେ…

ମୃତ୍ୟୁ ସହ ୧୦ ଦିନର ସଂଗ୍ରାମ ପରେ ହାରିଗଲେ ସଞ୍ଜୟ: ନାଗ ସାପ ଚୋଟରେ ଚାଲିଗଲା ୨୮ ବର୍ଷର ଉଦ୍ଦଣ୍ଡ ଯୁବକଙ୍କ ଜୀବନ

ଗୁଡ଼ାରି,୬।୧୦(ପ୍ରମୋଦ କୁମାର ପତି ): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ ଅନ୍ତର୍ଗତ ଅସଡ଼ା ଗ୍ରାମପଞ୍ଚାୟତର ବାମୁଣୀଡଙ୍ଗର ଗ୍ରାମରେ ମଙ୍ଗଳବାର ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସାପ କାମୁଡ଼ାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?