Odisha Elections 2024

ରାଷ୍ଟ୍ରପତି ନିର୍ବାଚନରେ ବାଇଡେନଙ୍କୁ ଟକ୍କର ଦେବେ ଏହି ମୂଳ ଭାରତୀୟ ବାସିନ୍ଦା ପ୍ରାର୍ଥୀ!

ଓ୍ବାଶିଂଟନ,୮।୯: ଆସନ୍ତା ବର୍ଷ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି, ଯେଉଁଥିପାଇଁ ଅନେକ ପ୍ରାର୍ଥୀ ନିଜର ଦାବି ଉପସ୍ଥାପନ କରୁଛନ୍ତି। ବିରୋଧୀ ରିପବ୍ଲିକାନ ପାର୍ଟିରୁ ଡୋନାଲ୍ଡ ଟ୍ରମ୍ପ, ବିବେକ ରାମସ୍ବାମୀ, ନିକ୍କି ହେଲି, ରୋନ ଦେସାଣ୍ଟିସ, ମାଇକ ପେନ୍ସଙ୍କ ସମେତ ଅନେକ ପ୍ରାର୍ଥୀ ଅଛନ୍ତି ଯେଉଁମାନେ ରାଷ୍ଟ୍ରପତି ପ୍ରାର୍ଥୀ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ଟ୍ରମ୍ପ ରିପବ୍ଲିକାନ ପାର୍ଟି ପ୍ରାର୍ଥୀ ପାଇଁ ଦୌଡ଼ରେ ଅଗ୍ରଣୀ ଥିବା ଜଣାପଡିଛି। ତେବେ ନିକଟରେ ହୋଇଥିବା ଏକ ସର୍ଭେରେ ବର୍ତ୍ତମାନ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା ହୋଇଛି। ବାସ୍ତବରେ, ଏହି ସର୍ଭେରୁ ଜଣାଯାଇଛି ଯେ ଯଦି ନିକ୍କି ହେଲିଙ୍କୁ ରିପବ୍ଲିକାନ ପାର୍ଟି ଦ୍ୱାରା ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରାଯାଏ, ତେବେ ସେ ବର୍ତ୍ତମାନର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ହରାଇବେ।

ସିଏନଏନ/ଏସଏସଆରଏସଏକ ସର୍ଭେ ଫଳାଫଳ ପ୍ରକାଶ କରିଛି। ଏହି ଫଳାଫଳ ଅନୁଯାୟୀ, ଯଦି ଜୋ ବାଇଡେନ ଏବଂ ନିକ୍କି ହେଲିଙ୍କ ମଧ୍ୟରେ ରାଷ୍ଟ୍ରପତି ପଦ ପାଇଁ ପ୍ରତିଯୋଗିତା ହୁଏ, ତେବେ ନିକ୍କି ହେଲି ବାଇଡେନଙ୍କ ଉପରେ ମହଙ୍ଗା ପଡିବେ। ସର୍ଭେ ଅନୁଯାୟୀ ନିକ୍କି ହେଲି ୪୯ପ୍ରତିଶତ ଭୋଟ ପାଇଥିବାବେଳେ ବାଇଡେନ ମାତ୍ର ୪୩ପ୍ରତିଶତ ଭୋଟ ପାଇଛନ୍ତି। ଟ୍ରମ୍ପ ଏବଂ ବାଇଡେନଙ୍କ ମଧ୍ୟରେ ସିଧାସଳଖ ଲଢେଇ ବେଳେ ଉଭୟଙ୍କ ମଧ୍ୟରେ ଘନିଷ୍ଠ ପ୍ରତିଯୋଗିତା ରହିଛି। ଟ୍ରମ୍ପ ୪୭ପ୍ରତିଶତ ଭୋଟ ପାଇଥିବାବେଳେ ବାଇଡେନ ୪୬ ପ୍ରତିଶତ ଭୋଟ ପାଇଛନ୍ତି। ଉଭୟ ଟିମ ସ୍କଟ ଏବଂ ମାଇକ ପେନ୍ସଙ୍କୁ ବାଇଡେନଙ୍କ ବିରୋଧରେ ୪୬ ପ୍ରତିଶତ ଏବଂ ବାଇଡେନଙ୍କୁ ୪୪ ପ୍ରତିଶତ ଭୋଟ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏ ଦୁଃଖଦ ସମୟରେ ଇରାନ ସହ ଅଛି ଭାରତ: ଶୋକପ୍ରକାଶ କଲେ ମୋଦି

ନୂଆଦିଲ୍ଲୀ,୨୦।୫: ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି। ଇବ୍ରାହିମଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ସେ ଏଥିରେ ମୃତ୍ୟୁବରଣ...

ସୌଦି କିଙ୍ଗ ସଲମାନ ଅସୁସ୍ଥ

ରିୟାଦ,୨୦।୫: ସୌଦି ଆରବର ରାଜା ସଲମାନ ବିନ ଅବଦୁଲ ଅଜିଜ ଅଲ ସାଉଦଙ୍କ ସ୍ବାସ୍ଥ୍ୟ ହଠାତ୍‌ ଖରାପ ହୋଇଯାଇଛି। ସେ ଫୁସଫୁସ ସଂକ୍ରମଣରେ ପୀଡିତ ହୋଇ...

ଶେଷରେ ଈଶ୍ୱର ଦେଲେ ଦଣ୍ଡ, ଇରାନ ରାଷ୍ଟ୍ରପତିଙ୍କ ମୃତ୍ୟୁରେ ଇସ୍ରାଏଲ୍‌ରେ ଖୁସିର ମାହୋଲ

ଜେରୁଜେଲମ,୨୦।୫: ହେଲିକପ୍ଟର ଦୁର୍ଘଟଣାରେ ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସି ଏବଂ ବୈଦେଶିକ ମନ୍ତ୍ରୀ ଆମୀର ଅବଦୁଲ୍ଲାୟାନଙ୍କ ପରଲୋକ ଘଟିଛି। ଏଥି ସହିତ ଇସ୍ରାଏଲର ଧାର୍ମିକ ନେତାମାନେ...

ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟର ଠାବ, ଇରାନ ରାଷ୍ଟ୍ରପତି ମୃତ

ନୂଆଦିଲ୍ଲୀ,୨୦।୫: ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସି।ଆଜରବଇଜାନରୁ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଫେରୁଥିବା ସମୟରେ ହେଲିକପ୍ଟରର ଏକ ଦୁର୍ଘଟଣାର ସମ୍ମୁଖୀନ...

୧୭ ଘଣ୍ଟା ପରେ ମିଳିଲା ଇରାନ ରାଷ୍ଟ୍ରପତି ରଇସିଙ୍କ ହେଲିକପ୍ଟର ଠାବ, ମିଳିନି ରାଷ୍ଟ୍ରପତିଙ୍କ ସନ୍ଧାନ

ନୂଆଦିଲ୍ଲୀ,୨୦।୫: ଇରାନର ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରକୁ ଉଦ୍ଧାରକାରୀ ଦଳ ପାଇଛନ୍ତି। ତେବେ ରାଷ୍ଟ୍ରପତି ରଇସି ଏବଂ ହେଲିକପ୍ଟରରେ ତାଙ୍କ ସହ ଯାତ୍ରା...

କେଉଁଠି ଅଛନ୍ତି ଇରାନ ରାଷ୍ଟ୍ରପତି? ଦୁର୍ଘଟଣା ଗ୍ରସ୍ତ ହେଲିକପ୍ଟର ସହ ହୋଇ ପାରୁନାହିଁ ସମ୍ପର୍କ

ତେହେରାନ,୧୯।୫: ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କୁ ନେଇ ଯାଉଥିବା ହେଲିକପ୍ଟର ରବିବାର ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା, ଏହା ପରେ ଜରୁରୀକାଳୀନ ପରିସ୍ଥିତିରେ ଏହାକୁ ଅବତରଣ...

ୟୁକ୍ରେନ୍‌ର ୧୦୩ ଡ୍ରୋନ୍‌, ୧୨ ମିଶାଇଲ୍‌କୁ ଖସାଇଲା ରୁଷିଆ

ମସ୍କୋ,୧୯ା୫: ରୁଷିଆର ଏୟାର ଡିଫେନ୍ସ ଗତ ୨୪ ଘଣ୍ଟା ମଧ୍ୟରେ ୟୁକ୍ରେନ୍‌ର ୧୦୩ଟି ଡ୍ରୋନ୍‌ ଓ ୧୨ଟି ଆମେରିକା ନିର୍ମିତ ଏଟିଏସିଏମ୍‌ଏସ ମିଶାଇଲ ଖସାଇଥିବା ରବିବାର...

ବ୍ରିଟେନରେ ଶୁଭିଲା ‘ଅବକି ବାର ୪୦୦ ପାର୍‌’

ଲଣ୍ଡନ,୧୯।୫: ଏଥର ବ୍ରିଟେନର ସଂସଦ ମଇଦାନରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ଲୋଗାନ ‘ଅବକି ବାର୍‌ ୪୦୦ ପାର୍‌’ ଶୁଣଇବାକୁ ମିଳିଛି। ଭାରତୀୟ ମହିଳାମାନେ ଶନିବାର ବ୍ରିଟିଶ ସଂସଦ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri