ନାହିଁ ନାହିଁରେ ଚାଲିଛି ସଂସ୍କୃତ ଶିକ୍ଷା

କୋଦଳା,୮ା୯(ଅମିତ କୁମାର ପଟ୍ଟନାୟକ ): ଶିକ୍ଷାର ଉନ୍ନତି ପାଇଁ ରାଜ୍ୟ ସରକାର ୫-ଟି ରୁପାନ୍ତରଣ ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ପିଲାଙ୍କୁ ସଂସ୍କୃତ ଶିକ୍ଷା ପ୍ରତି ଆକୃଷ୍ଟ କରିବା ପାଇଁ ଆଗ୍ରହ ନ ଥିବା ଭଳି ମନେ ହେଉଛି। ସଂସ୍କୃତ ଶିକ୍ଷା ପାଇଁ ଅନୁଦାନ ଅଭାବ ସହ ଅଣଦେଖା ଯୋଗୁ ଛାତ୍ରୀଛାତ୍ର ଏହି ଶିକ୍ଷାରୁ ନିବୃତ ହେଉଛନ୍ତି। ବେଗୁନିଆପଡା ବ୍ଲକରେ ଏପରି ଦେଖିବାକୁ ମିଳିଛି ।
ବ୍ଲକରେ ସଂସ୍କୃତ ଶିକ୍ଷା ପାଇଁ ମେଦିନୀପୁର, ତାଳସର ଏବଂ ଖଣ୍ଡିଆନଈରେ ବିଦ୍ୟପୀଠ ରହିଛି । ଭିତ୍ତିଭୂମି ଅଭାବ ସାଙ୍ଗକୁ ଶିକ୍ଷକ ଅଭାବ ଯୋଗୁ ଗତ କିଛିବର୍ଷ ହେଲା ଖଣ୍ଡିଆନଈ ସଂସ୍କୃତ ବିଦ୍ୟାପୀଠରେ ତାଲା ଝୁଲୁଥିବା ବେଳେ ବିପର୍ଯ୍ୟସ୍ଥ ଅବସ୍ଥାରେ ରହିଛି ମେଦିନୀପୁର ଏବଂ ତାଳସର ସଂସ୍କୃତ ବିଦ୍ୟାଳୟ। ୧୯୭୧ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଶ୍ୱନାଥ ଦାସ ନିଜ ସମ୍ପର୍କୀୟ ଘରକୁ ମେଦିନୀପୁର ବୁଲିବାକୁ ଆସିଥିବା ବେଳେ ଗ୍ରାମବାସୀଙ୍କ ଅନୁରୋଧ କ୍ରମେ ବିଶ୍ୱନାଥ ସଂସ୍କୃତ ବିଦ୍ୟାପୀଠ ସ୍ଥାପିତ ହୋଇଥିଲା। ସେବେଠାରୁ ଗ୍ରାମ କୋଠଘରେ ଚାଲିଥିଲା ଏହି ବିଦ୍ୟାଳୟ। ପରେ ମେଦିନୀପୁର ପ୍ରାଥମିକ ବିଦ୍ୟାଳୟରେ କିଛି ବର୍ଷ ଚାଲିବା ପରେ ସରପଞ୍ଚଙ୍କ ସହଯୋଗ କ୍ରମେ ଏକ ସ୍ଥାୟୀ ଘର ନିର୍ମାଣ ହୋଇଛି। ବର୍ତ୍ତମାନ ବିଦ୍ୟାଳୟରେ ଷଷ୍ଠ ଏବଂ ସପ୍ତମର ୩୨ଜଣ ଛାତ୍ରୀଛାତ୍ର ପଢୁଥିବା ବେଳେ କୌଣସି ଖେଳ ପଡିଆ, ଶୌଚାଳୟ କିମ୍ବା ରୋଷେଇ ଘର ଏବଂ ପିଇବା ପାଣିର ବ୍ୟବସ୍ଥା ମଧ୍ୟ ନାହିଁ। ଚିକିଟି ବ୍ଲକର ଖଜୁରିଆର ସଂସ୍କୃତ ଶିକ୍ଷକ ନୃସିଂହ ନାଥ ପାଢ଼ୀ ଦୀର୍ଘ ୩୨ବର୍ଷ ଡେପୁଟେଶନରେ ଦାୟିତ୍ୱ ସମ୍ଭାଳି ଗତ ଜୁନରେ ସେ ଅବସର ନେଇଛନ୍ତି। ୨୦୧୭ରୁ ପାତ୍ରପୁର ବ୍ଲକର ସମାସିଂ ସଂସ୍କୃତ ବିଦ୍ୟାପୀଠରୁ ଡେପୁଟେଶନରେ ଆସିଥିବା ଶ୍ୟାମସୁନ୍ଦର ସାହୁ ଏକା ଏହି ଦାୟିତ୍ୱରେ ଅଛନ୍ତି। ବର୍ତ୍ତମାନ ସୁଦ୍ଧା ପଇସା ଆସ ିନ ଥିବାରୁ ଡ୍ରେସ ପାଇନାହାନ୍ତି ଛାତ୍ରୀଛାତ୍ର। ଏକ ପରିତ୍ୟକ୍ତ ଘରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁୂତ ହେଉଥିବା ବେଳେ ପିଇବା ପାଣି ପାଇଁ ବାହାରୁ ନଳକୂଅ ଉପରେ ନିର୍ଭର କରୁଛନ୍ତି। ଏହା ସଂସ୍କୃତ ବିଦ୍ୟପୀଠ ହୋଇଥିବା ବେଳେ କେବଳ ଜଣେ ମାତ୍ର କଳା ବିଭାଗର ଶିକ୍ଷକ ଅଛନ୍ତି। ସେହିପରି ତାଳସର ସଂସ୍କୃତ ବିଦ୍ୟାପୀଠ ହାଇସ୍କୁଲର ଏକ ପୁରୁଣା ଘରେ ଚାଲିଛି। ଏଠି ନବମ ଏବଂ ଦଶମର ୨୩ଜଣ ଛାତ୍ରୀଛାତ୍ର ପଢୁଛନ୍ତି। ୨ଜଣ କଳା ବିଭାଗର ଶିକ୍ଷକ ଥିବା ବେଳେ କେହି ସଂସ୍କୃତ ଶିକ୍ଷକ ନାହାନ୍ତି। ଏଠିବି ବିଦ୍ୟପୀଠର ନିଜସ୍ବଗୃହ ନଥିବା ବେଳେ ଅନ୍ୟ କୌଣସି ସୁବିଧା ନାହିଁ। ଏହିପରି ଶିକ୍ଷକ ଅଭାବ ସାଙ୍ଗକୁ ଏବଂ ଭିତ୍ତିଭୂମି ଅଭାବ ଯୋଗୁ ଖଣ୍ଡିଆନଈ ସଂସ୍କୃତ ବିଦ୍ୟାପୀଠରେ କିଛିବର୍ଷ ହେଲା କୌଣସି ଛାତ୍ରୀଛାତ୍ର ନାମ ଲେଖାଇ ନଥିବାରୁ ବିଦ୍ୟାଳୟରେ ବର୍ତ୍ତମାନ ତାଲା ପଡିଛି। ବିଦ୍ୟାଳୟର କାଗଜପତ୍ର ଦାୟିତ୍ୱ ମେଦିନୀପୁର ବିଦ୍ୟାପୀଠ ଶିକ୍ଷକଙ୍କ ଅଧୀନରେ ରହିଛି। ଏଣୁ ତୁରନ୍ତ ରାଜ୍ୟସରକାର ଏବଂ ଜିଲା ଶିକ୍ଷା ବିଭାଗ ଦୃଷ୍ଟି ଦେବାକୁ ବିଦ୍ୟାଳୟ ଅଭିଭାବକ ମହଲରେ ଦାବି ହେଉଛି। ସୂଚନା ଅନୁସାରେ, ଗଞ୍ଜାମ ଜିଲାରେ ୨୮ଟି ସଂସ୍କୃତ ବିଦ୍ୟାପୀଠ ଥିବା ବେଳେ ୮୪ଜଣ ଶିକ୍ଷକ ଥିଲେ। ବର୍ତ୍ତମାନ ୧୬ଟି ବିଦ୍ୟାପୀଠ ବନ୍ଦ ହୋଇ ଆଉ ୧୨ଟି ବିଦ୍ୟାପୀଠରେ ୧୫ଜଣ ଶିକ୍ଷକ କାର୍ଯ୍ୟରତ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ଶୁକ୍ରାଦିତ୍ୟ ଯୋଗ ବଦଳାଇବ ୩ ରାଶିଙ୍କ ଭାଗ୍ୟ: ପ୍ରଚୁର ଧନଲାଭ ସହ କ୍ୟାରିୟରରେ ମିଳିବ ବଡ଼ ସଫଳତା

ତୁଳା ରାଶିରେ ସୂର୍ଯ୍ୟଙ୍କ ଗୋଚର ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଏହି ରାଶିର ଅଧିପତି ଶୁକ୍ର ବୋଲି ବିବେଚନା କରାଯାଏ। ଅନ୍ୟପକ୍ଷରେ, ସଂଯୋଗବଶତଃ ବର୍ତ୍ତମାନ ଶୁକ୍ର…

ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…

ଲାଉସାନେ, ୬ା୧୦: ଅଲିମ୍ପିକ୍‌ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…

ଶ୍ରମିକଙ୍କୁ ପାର୍ବଣ ଭେଟି ଦେଲେ ସରକାର, ଏତେ ବଢିଲା ମଜୁରୀ!

ନୂଆଦିଲ୍ଲୀ,୬।୧୦: ଦୀପାବଳି ପୂର୍ବରୁ ଦେଶର ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ଭେରିଏବଲ୍ ଡିଅରନେସ୍ ଆଲାଉନ୍ସ (VDA)କୁ ବୃଦ୍ଧି କରିଛନ୍ତି ସରକାର। ଏହି…

ହାଲ୍‌ରେ ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ସୁନାବେଡ଼ା, ୬।୧୦(କୃତ୍ତିବାସ ପ୍ରଧାନ): କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍‌ (ହାଲ୍‌)କୁ ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗସ୍ତକରି ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର…

କେଉଁ ୱେଟିଂ ଟିକେଟ ସବୁଠୁ ଆଗ କନଫର୍ମ ହୁଏ? ଜାଣନ୍ତୁ ରେଳବାଇର ନୂଆ ନିୟମ…

ଭାରତୀୟ ରେଳବାଇରେ ଯାତ୍ରା କରୁଥିବା ସମୟରେ ଯଦି ଆପଣଙ୍କୁ କନଫର୍ମ ସିଟ ନ ମିଳେ, ତେବେ IRCTC ସିଷ୍ଟମ ଆପଣଙ୍କୁ ୱେଟିଂ ଟିକେଟ (Waiting Ticket) ପ୍ରଦାନ…

ରାସ୍ତା କାମ ବିଳମ୍ବକୁ ନେଇ ବଣିକ ସଂଘର ଅସନ୍ତୋଷ

ପାତ୍ରପୁର, ୬/୧୦ (ଉମା ଚରଣ ନେପାକ): ପାତ୍ରପୁର ଏନ୍‌ଏସି ଅନ୍ତର୍ଗତ ତଳ ବସଷ୍ଟାଣ୍ଡ ଛକରେ ରାସ୍ତା ନିର୍ମାଣ କାର୍ଯ୍ୟରେ ବିଳମ୍ବକୁ ନେଇ ମା’ ଦୁର୍ଗାଦେବୀ ବଣିକ ସଂଘ…

ଧରିତ୍ରୀ ପ୍ରଭାବ: ମୁକୁଳା ଡ୍ରେନରେ ପଡ଼ିଲା କଭର ପ୍ଲେଟ୍

ଗଞ୍ଜାମ, ୬/୧୦ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ସମ୍ମୁଖରେ ଥିବା ମୁକୁଳା ଡ୍ରେନରେ ଗତକାଲି ବିଳମ୍ବିତ ରାତିରେ ଗୋଟିଏ ଗାଈ ଗଳି ପଡ଼ିଥିଲା। ଖବର ପାଇ ଛତ୍ରପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?