Home

ନାମାଙ୍କନ ପତ୍ର ଦାଖଲର ହେବ ଭିଡିଓ ରେକର୍ଡିଂ, ମମତା କାହିଁକି ଚୁପ ପଚାରିଲା କଂଗ୍ରେସ…

କୋଲକାତା,୧୧।୬ : ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ବେଳେ ହିଂସା ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଘଟଣା ପରେ ରାଜ୍ୟ ନିର୍ବାଚନ କମିଶନର ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟାର ଭିଡିଓଗ୍ରାଫି ନିର୍ଦ୍ଦେଶ ଦେଇଛନ୍ତି। ପଶ୍ଚିମବଙ୍ଗ କଂଗ୍ରେସ ମୁଖ୍ୟ ଆଧୀର…

ଗୋଟିଏ ଦିନ ବିବାହରେ ସ୍ବାମୀଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ଆଣିବା ଏକ ଭୁଲ: ହାଇକୋର୍ଟ…

ବେଙ୍ଗାଲୁରୁ,୧୧।୬ : ଆଇନଗତ ପ୍ରକ୍ରିୟାର ଅପବ୍ୟବହାରର ଏକ ଉଦାହରଣ ଭାବରେ କର୍ନାଟକ ହାଇକୋର୍ଟ ଗୋଟିଏ ଦିନର ବିବାହରେ ସ୍ବମୀଙ୍କ ଦ୍ୱାରା ବଳାତ୍କାର ଅଭିଯୋଗ ଏବଂ ପରିବାର ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଥିବା ଜଣେ ମହିଳାଙ୍କ ବିଚାର ଉପରେ ରୋକ ଲଗାଇଛନ୍ତି। ଏହି…

ଖାଇବର ପସ୍ତୁନଖ୍ବା-ପଞ୍ଜାବରେ ପ୍ରବଳ ବର୍ଷା, ୨୮ ମୃତ, ୧୪୦ରୁ ଅଧିକ ଆହତ…

ଇସଲାମାବାଦ,୧୧।୬ : ପାକିସ୍ତାନର ଖାଇବର ପସ୍ତୁନଖ୍ବା ଏବଂ ପଞ୍ଜାବ ପ୍ରଦେଶରେ ପ୍ରବଳ ବର୍ଷା ଯୋଗୁଁ ୨୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୪୦ ରୁ ଅଧିକ ଆହତ ହୋଇଛନ୍ତି। ବର୍ଷା ଯୋଗୁ ଅନେକ ଘର ନଷ୍ଟ ହୋଇଯାଇଛି। ବହୁ ଗଛ ଉପୁଡ଼ି…

ବୋଝ ଉପରେ ନଳିତା ବିଡ଼ା: ବାଂଲାଦେଶରେ ଆର୍ଥିକ ସଙ୍କଟ ସହିତ ବିଦ୍ୟୁତ କାଟ୍‌, ଗରମରେ ଲୋକେ ଛଟପଛ…

ଢାକା,୧୧।୬ : ବାଂଲାଦେଶରେ ଗୋଟିଏ ପରେ ଗୋଟିଏ ସମସ୍ୟା ବୋଝ ଉପରେ ନଳିତା ବିଡ଼ା ପରି ଲଦି ହେବାରେ ଲାଗିଛି। ଆର୍ଥିକ ସଙ୍କଟ ଦେଇ ଜତି କରୁଥିବା ଦେଶରେ ଏବେ ବିଦ୍ୟୁତ ଶକ୍ତିର ଅଭାବ ଦେଖାଦେଇଛି। ଫଳରେ ଖରାଦିନେ ଦେଶରେ ମାତ୍ରାଧିକ…

ସାମୁଦ୍ରିକ ଝଡ଼ ବିପର୍ଯ୍ୟୟ ନେଲା ଭୟଙ୍କର ରୂପ,୧୫ ଜୁନ୍‌ ଅପରାହ୍ନରେ ସୌରାଷ୍ଟ୍ର-କଚ୍ଛ ଉପକୂଳ ଦେଇ ଗତି କରିବ…

ନୂଆଦିଲ୍ଲୀ,୧୧।୬ : ଆରବ ସାଗରରେ ସୃଷ୍ଟି ହୋଇଥିବା ସାଇକ୍ଲୋନିକ ଝଡ ବିପର୍ଯ୍ୟୟ ଭୟଙ୍କର ରୂପ ନେଇଛି। ପାଣିପାଗ ବିଭାଗ ଅନୁଯାୟୀ, ରବିବାର ସକାଳେ ଏହା ଏକ ଭୟଙ୍କର ଘୂର୍ଣ୍ଣିବଳୟରେ ପରିଣତ ହୋଇଛି। ଗୁଜରାଟର ପୋରବନ୍ଦର ଠାରୁ ୪୮୦ କିଲୋମିଟର, ଦ୍ୱାରକା ଠାରୁ…

ଏଲନ୍‌ ମସ୍କଙ୍କ କମ୍ପାନୀରେ ନିଯୁକ୍ତି ପାଇଛନ୍ତି ସବୁଠୁ କମ୍‌ ବୟସ୍କ ଇଞ୍ଜିନିୟର

ଓ୍ବାଶିଂଟନ,୧୧ା୬: ଏଲନ ମସ୍କଙ୍କ କମ୍ପାନୀ ‘ସ୍ପେସ୍‌ଏକ୍ସ’ ଜଣେ ୧୪ ବର୍ଷୀୟ ସଫ୍ଟଓ୍ବେୟାର ଇଞ୍ଜିନିୟରଙ୍କୁ ନିଯୁକ୍ତି ଦେଇଛି। ଯିଏ କମ୍ପାନୀର ‘ଟେକ୍ନିକାଲ ଚ୍ୟାଲେଞ୍ଜିଂ’ ଏବଂ ‘ଫନ୍‌’ ଇଣ୍ଟରଭ୍ୟୁରେ ପାସ୍‌ କରିଛନ୍ତି। ‘ସ୍ପେସ୍‌ଏକ୍ସ’ ଦ୍ୱାରା ନିଯୁକ୍ତି ପାଇଥିବା ସବୁଠୁ କମ୍‌ ବୟସ୍କ ଇଞ୍ଜିନିୟରଙ୍କ ନାମ…

କରମଣ୍ଡଳ ଟ୍ରେନ ଦୁର୍ଘଟଣା: ଲୁହରେ ଭିଜୁଛି ପୁଟୁକିଶୋଳ ଗ୍ରାମ, ୪ଟି ପରିବାରରେ ଚାଲିଛି ଦଶାହ କ୍ରିୟା

ମୋରଡ଼ା,୧୧।୬(ଡି.ଏନ.ଏ): ଲୁହରେ ଭିଜୁଛି ମୟୁରଭଞ୍ଜ ଜିଲା ମୋରଡା ବ୍ଲକ ଗଡିଆ ପଞ୍ଚାୟତର ପୁଟୁକିଶୋଳ ଗ୍ରାମ । ସାରା ଗାଁରେ ଶୋକାକୁଳ ହୋଇଯାଇଛି। ବାଲେଶ୍ୱର ଜିଲା ବାହନଗା ଷ୍ଟେସନରୁ ମାତ୍ର ଅଳ୍ପ କିଛି ଦୂରରେ ଘଟିଥିବା କରମଣ୍ଡଳ ଟ୍ରେନ ଦୁର୍ଘଟଣାରେ ମୋଟ ୨୮୮…

ବ୍ୟାଗ୍‌ କିଣିବାକୁ ଆସି ଲୁଟିନେଲେ ନଗଦ ଟଙ୍କା ସହ ଅଳଙ୍କାର

ସୋରଡା,୧୧।୦୬: ଗଞ୍ଜାମ ଜିଲା ସୋରଡା ବଡଦାଣ୍ଡରେ ବ୍ୟବସାୟୀ ଦୀନବନ୍ଧୁ ଚୌଧୁରୀଙ୍କ ଘରେ ବନ୍ଧୁକ ଦେଖାଇ କିଛି ଦୁର୍ବୃତ୍ତ ଲୁଟ୍‌ କରିଥିବା ଜଣାପଡିଛି। ରବିବାର ସକାଳୁ ବନ୍ଧୁକ ଦେଖାଇ ସେମାନେ ସୁନା,ରୁପା, ଏବଂ ନଗଦ ଟଙ୍କା ନେଇଯାଇଛନ୍ତି। ସୂଚନାଯୋଗ୍ୟ, ଗ୍ରୋସରୀ ଦୋକାନ ଓ…

ବାର୍ଥ ଡେ’ କେକ୍‌ ଚାଖୁଥିଲେ ମହିଳା, ହଠାତ୍‌ ବାହାରି ଆସିଲା ଦାନ୍ତ, ଭିଡିଓ ଦେଖିଲେ…

ବୃଦ୍ଧାବସ୍ଥା ହେଉଛି ଜୀବନର ସବୁଠାରୁ କଷ୍ଟଦାୟକ ପର୍ଯ୍ୟାୟ। ଯେତେବେଳେ ଜଣେ ବ୍ୟକ୍ତିଙ୍କର ବହୁତ ଅଭିଜ୍ଞତା ଥାଏ କିନ୍ତୁ ସେହି ଅନୁଭୂତିଗୁଡ଼ିକୁ କାର୍ଯ୍ୟକାରୀ କରିବା ପାଇଁ ତାଙ୍କ ପାଖରେ ଶକ୍ତି ନ ଥାଏ, ଏପରି ପରିସ୍ଥିତିରେ ଜଣେ ବ୍ୟକ୍ତିଙ୍କ ଜୀବନରେ ରହିଥିବା ମନୋରଞ୍ଜନ…

ସମଲିଙ୍ଗୀ ପ୍ରାଇଡ୍‌ ପରେଡକୁ ନେଇ ଆମେରିକାରେ ତେଜିଲା ବିବାଦ

ଓ୍ବାଶିଂଟନ୍‌,୧୧।୬: ଆମେରିକାରେ ସମଲିଙ୍ଗୀ ପ୍ରାଇଡ୍‌ ପରେଡକୁ ନେଇ ରାଜନୀତି ସରଗରମ ରହିଛି। ଆମେରିକାରେ ଚଳିତ ମାସରେ ସେମାନଙ୍କର ପ୍ରାଇଡ୍‌ ପରେଡକୁ ବାତିଲ କରି ଦିଆଯାଇଛି। ଯାହାକୁ ନେଇ ବିଭିନ୍ନ ମହଲରୁ ବୟାନବାଜି ଜାରି ରହିବା ସହ ପରେଡ ବନ୍ଦ ପାଇଁ ଧମକ…

ଧରାପଡିଲା ତାଲିବାନର ଚାଲାକି, ଭାରତକୁ ଯୋଡୁଥିବା ଗ୍ୟାସ ପାଇପ ଲାଇନ ଉପରେ ନିୟନ୍ତ୍ରଣ କରିବାକୁ ଚାହୁଁଛି ହକ୍କାନି ଗ୍ରୁପ

ନ୍ୟୁୟର୍କ,୧୧।୬: ଜାତିସଂଘର ଏକ ରିପୋର୍ଟରେ କୁହାଯାଇଛି ଯେ ଆଫଗାନିସ୍ତାନର ତାଲିବାନ ଦ୍ୱାରା ନିଯୁକ୍ତ ଆଭ୍ୟନ୍ତରୀଣ ମନ୍ତ୍ରୀ ସିରାଜୁଦ୍ଦିନ ହକ୍କାନି ଅନେକ ଅର୍ଥନୈତିକ ପ୍ରକଳ୍ପକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି। ମୁଖ୍ୟତଃ ତୁର୍କମେନିସ୍ତାନ-ଆଫଗାନିସ୍ତାନ-ପାକିସ୍ଥାନ-ଭାରତ (TAPI) ଗ୍ୟାସ ପାଇପଲାଇନର ଆଫଗାନିସ୍ତାନ ବିଭାଗ ନିର୍ମାାଣକୁ ନିୟନ୍ତ୍ରଣ…

ଉଷ୍ମ ହେଲା ଇନ୍ଦିରା ଗାନ୍ଧୀଙ୍କ ହତ୍ୟାକୁ ନେଇ ବାହାରିଥିବା ମେଢ ପ୍ରସଙ୍ଗ, କାନାଡା ମେୟର କହିଲେ ଏହା କୌଣସି ଅପରାଧ ନୁହେଁ

ଟରଣ୍ଟୋ,୧୧।୬: ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ଘଟଣାକୁ ନେଇ କାନାଡାରେ ବାହାରିଥିବା ମେଢକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହାକୁ ଦୃଷ୍ଟିରେ ରଖି କାନାଡାର ଆଇନ ପ୍ରଣୟନକାରୀ ସଂସ୍ଥା କହିଛି ଯେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ହତ୍ୟାର ମେଢ ବାହାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri