Posted inଜାତୀୟ

ଦିଲ୍ଲୀରେ ବର୍ଷା ଯୋଗୁ ଭାରତ ମଣ୍ଡପମରେ ପାଣି, କଂଗ୍ରେସ କହିଲା ପହଁରୁଛି ବିକାଶ

ନୂଆଦିଲ୍ଲୀ,୧୦।୯: ନୂଆଦିଲ୍ଲୀରେ ଆରମ୍ଭ ହୋଇଥିବା ଜି-୨୦ ଶିଖର ସମ୍ମିଳନୀ ମଧ୍ୟରେ ରବିବାର ରାଜଧାନୀରେ ଖୁବ ବର୍ଷା ହୋଇଛି, ଫଳରେ ଆୟୋଜନ ସ୍ଥଳରେ ପାଣି ଭର୍ତ୍ତି ହୋଇ ଯାଇଛି।ଜି -୨୦ ସଦସ୍ୟଙ୍କ ଆଗମନକୁ ନେଇ ନିର୍ମିତ ଭାରତ ମଣ୍ଡପମର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଚାରିଆଡେ ପାଣି ଦେଖାଯାଉଛି। ଏ ସମ୍ପର୍କରେ କଂଗ୍ରେସ ମୋଦି ସରକାରଙ୍କୁ ଟାର୍ଗେଟ କରିଛି।
ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଭରତ ମଣ୍ଡପମଙ୍କ ପାଣିରେ ଭର୍ତ୍ତି ହୋଇଥିବା ଭିଡିଓ ସେୟାର କରି ଭାରତୀୟ ଯୁବ କଂଗ୍ରେସର ଅଧ୍ୟକ୍ଷ ବିଭି ଶ୍ରୀନିବାସ ଲେଖିଛନ୍ତି, କୋଟି କୋଟି ଟଙ୍କା ଖର୍ଚ୍ଚରେ ଜି-୨୦ ସଦସ୍ୟଙ୍କ ଆଗମନ ଲାଗି ନିର୍ମାଣ କରାଯାଇଥିବା ‘ଭାରତ ମଣ୍ଡପମ’ର ଫଟୋ, ବିକାଶ ପହଁରୁଛି ବା ଗାଧୋଉଛି … ’।
ସମାନ ଭିଡିଓ କଂଗ୍ରେସର ଅଫିସିଆଲ ମିଡିଆ ପ୍ଲାଟଫର୍ମ ଆଇଏନସି-ଟିଭି ଦ୍ୱାରା ଏକ୍ସରେ ସେୟାର କରାଯାଇଛି। ଏଠାରେ ଲେଖାଯାଇଥିଲା – ମିଛ ବିକାଶର ମୁଖା ଖୋଲିଛି। ଭାରତ ମଣ୍ଡପମ ଜି -୨୦ ପାଇଁ ପ୍ରସ୍ତୁତ ହୋଇଥିଲା। ୨,୭୦୦ କୋଟି ଟଙ୍କା ବିନିଯୋଗ କରାଯାଇଥିଲା। ହେଲେ ଗୋଟିଏ ବର୍ଷାରେ ପାଣି ଭରିଗଲା।
ସେହିଭଳି ଭରତ ମଣ୍ଡପମ ସମ୍ମିଳନୀ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ, ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନାକ, ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନେଙ୍କ ସମେତ ୩୦ରୁ ଅଧିକ ଦେଶ ତଥା ସଂଗଠନର ନେତାଙ୍କୁ ଏକତ୍ର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ମଞ୍ଚେଶ୍ୱର ଥାନା ASI, ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ…

ଭୁବନେଶ୍ୱର,୧୭।୬: ରାଜଧାନୀରେ ପୁଣି ଜଣେ ପୋଲିସ ବାବୁଙ୍କ ଲାଞ୍ଚ କାରବାରର ପର୍ଦ୍ଦାଫାଶ ହୋଇଛି। ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଭୁବନେଶ୍ୱର ମଞ୍ଚେଶ୍ୱର ଥାନାର ଏଏସଆଇ (ASI)। ଏକ ମାମଲା…

ଝାରସୁଗୁଡ଼ା ସହ ଏହି ଜିଲାରେ ବଢ଼ିଲା ଖରାଛୁଟି ଅବଧି, ଜାଣନ୍ତୁ କେବେ ଖୋଲିବ ସ୍କୁଲ

ଭୁବନେଶ୍ୱର, ୧୭।୬: ଝାରସୁଗୁଡ଼ା ଜିଲାରେ ପଢୁଥିବା ସ୍କୁଲ୍ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଗୁରୁତ୍ଵପୂର୍ଣ୍ଣ ଖବର। ଜିଲାରେ ଗ୍ରୀଷ୍ମପ୍ରବାହର ପ୍ରକୋପ ଜାରି ରହିଥିବାରୁ ଛାତ୍ରଛାତ୍ରୀଙ୍କ ସ୍ଵାସ୍ଥ୍ୟକୁ ଦୃଷ୍ଟିରେ ରଖି…

ବୁଧଙ୍କ କୃପାରୁ ଚମକିବ ଭାଗ୍ୟ: ଏହି ୫ଟି ରାଶିର ଲୋକେ ହେବେ ମାଲାମାଲ୍‌, ଧନବର୍ଷା ସାଙ୍ଗକୁ ବଢ଼ିବ ସୁଖ-ସମୃଦ୍ଧି

ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ବୁଧଙ୍କୁ ବୁଦ୍ଧି, ବାଣୀ, ବ୍ୟାପାର, ଗଣିତ, ଶିକ୍ଷା, ତର୍କ ଶକ୍ତି ଏବଂ ଯୋଗାଯୋଗର କାରକ ଗ୍ରହ ଭାବେ ବିବେଚନା କରାଯାଏ। ବର୍ତ୍ତମାନ ବୁଧ…

ବିନା ଇଣ୍ଟରନେଟ୍‌ରେ ବି କରିପାରିବେ Google Maps ବ୍ୟବହାର, ଜାଣନ୍ତୁ ଏହି ସହଜ ଉପାୟ

ନୂଆଦିଲ୍ଲୀ,୧୭।୬: ଗୁଗଲ୍ ମ୍ୟାପ୍ସ ଏବେ କେବଳ କୌଣସି ସ୍ଥାନର ରାସ୍ତା ଦେଖାଇବା ପାଇଁ ଏକ ସାଧାରଣ ଆପ୍ ହୋଇ ରହିନାହିଁ, ବରଂ ଏହା ଏକ ସମ୍ପୂର୍ଣ୍ଣ ‘ଡିଜିଟାଲ୍…

୨୦ ମେଗା ପ୍ରକଳ୍ପକୁ ମିଳିଲା ଅନୁମୋଦନ: ଗଞ୍ଜାମ, ଯାଜପୁର ସମେତ ୯ଟି ଜିଲାରେ ହେବ…

ଭୁବନେଶ୍ୱର, ୧୭।୬: ରାଜ୍ୟର ୯ଟି ଜିଲାରେ ୨୦ ମେଗା ପ୍ରକଳ୍ପକୁ ମିଳିଲା ଅନୁମୋଦନ। ବୁଧବାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା HLCA ବୈଠକରେ ଅନୁମୋଦନ ମିଳିଛି। ୭୬ ହଜାର…

ରବି ଧାନ କିଣାରେ ଅଚଳାବସ୍ଥା, କେଉଁ ଚାଷୀଙ୍କ ଧାନ ପ୍ରଥମେ କିଣାଯିବ? ସୃଷ୍ଟି ହେଲା ସମସ୍ୟା

ତିହିଡ଼ି ୧୭।୬ (କାଳନ୍ଦି ବେହେରା): ଭଦ୍ରକ ଜିଲାର ଧାମନଗର ବ୍ଲକରେ ରବି ଧାନ ସଂଗ୍ରହ ପ୍ରକ୍ରିୟାରେ ବିଳମ୍ବ ଯୋଗୁ ଶତାଧିକ ଚାଷୀ ଗଭୀର ଚିନ୍ତାରେ ପଡ଼ିଛନ୍ତି। ଚାଷୀମାନେ…

କୁରାଢ଼ି ଆକ୍ରମଣ ମାମଲା: ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ବଞ୍ଚୋ, ୧୭।୬:(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ଥାନା ଅନ୍ତର୍ଗତ ପଞ୍ଚୁଗୋଛିଆ ପଂଚାୟତ ସହାନନ୍ଦପୁର ଗ୍ରାମରେ ଘଟିଥିବା ଏକ କୁରାଢ଼ି ଆକ୍ରମଣ ମାମଲାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ…

ବଡ଼ କାର୍ଯ୍ୟାନୁଷ୍ଠାନ ନେଲେ ପିସିସି ସଭାପତି: ଦେବୀ ବିଷୋୟୀଙ୍କୁ କଂଗ୍ରେସରୁ କଲେ ନିଲମ୍ବନ

ଭଞ୍ଜନଗର,୧୭।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରର ପୂର୍ବତନ କଂଗ୍ରେସ ବିଧାୟକ ପ୍ରାର୍ଥୀ ତଥା ପିସିସି ସଭ୍ୟ ଦେବୀ ବିଷୋୟୀଙ୍କୁ ବୁଧବାର କଂଗ୍ରେସ ଦଳରୁ ନିଲମ୍ବିତ କରାଯାଇଛି। ଦଳୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri