ଆଈଙ୍କୁ କଟୁରିରେ ହାଣି ହତ୍ୟା କଲେ ନାତି
ବାଲିକୁଦା,୧୭ା୮(ତାପସ ସ୍ବାଇଁ)ଜଗତ୍ସିଂହପୁର ଜିଲା ବାଲିକୁଦା ଥାନା ନାଗପୁର ପଞ୍ଚାୟତ ଗଦେଇଗିରି ଗଁାରେ ବୁଧବାର ସକାଳେ ଆଈଙ୍କୁ କଟୁରିରେ ହାଣି ନାତି ହତ୍ୟା କରିଛି। ହତ୍ୟା କରିବା ପରେ ଗଁାର ୨ ଜଣ ମହିଳା ଓ ଜଣେ ୬ ବର୍ଷର ଶିଶୁକୁ ମଧ୍ୟ…
ମହିଳାଙ୍କୁ ଟାଣିନେଲା କୁମ୍ଭୀର: ମୃତଦେହ ଜବତ
ବରୀ,୧୭ା୮(ମହେନ୍ଦ୍ର ସ୍ବାଇଁ)ଯାଜପୁର ଜିଲା ବରୀ ବ୍ଲକ୍ ଅମଠପୁର ପଞ୍ଚାୟତ ପାଲଟପୁର ଗ୍ରାମରେ ବୁଧବାର ସକାଳେ ଏକ ଦୁଃଖଦ ଘଟଣା ଘଟିଛି। ଗ୍ରାମର ଜ୍ୟୋତ୍ସ୍ନା ଜେନା(୩୬) ବିରୂପା ନଦୀକୁ ଶୌଚ ପାଇଁ ଯାଇଥିବାବେଳେ ତାଙ୍କୁ କୁମ୍ଭୀର ଟାଣିନେଇ ମାରିଦେଇଛି। ପରେ ତାଙ୍କ ମୃତଦେହ…
ସେକେଣ୍ଡ ଓପିନିଅନ କ୍ଲିନିକ୍ ଉଦ୍ଘାଟିତ
ଭୁବନେଶ୍ୱର,୧୭।୮: ରାଜ୍ୟର ପ୍ରମୁଖ ଘରୋଇ ଚିକିତ୍ସାଳୟ ଏଚ୍ସିଜି ପଣ୍ଡା କ୍ୟାନ୍ସର ହସ୍ପିଟାଲ କଟକ ଏବଂ ଷ୍ଟାର ଡାଏଗ୍ନୋଷ୍ଟିକ କ୍ଲିନିକ ସହଭାଗିତାରେ ‘ସେକେଣ୍ଡ ଓପିନିଅନ କ୍ଲିନିକ’ ନିକଟରେ ଉଦ୍ଘାଟିତ ହୋଇଯାଇଛି। ବିଶେଷକରି ରାଜ୍ୟ (ସମ୍ବଲପୁର)ରେ ପ୍ରଥମ ଥର ପାଇଁ ଏଭଳି ଏକ କ୍ଲିନିକ୍ର…
ଏମ୍ଏସ୍ଏମ୍ଇ ପିସିର ଓଡ଼ିଶା କାର୍ଯ୍ୟାଳୟ
ଭୁବନେଶ୍ୱର,୧୭।୮: ଏମ୍ଏସ୍ଏମ୍ଇ ପ୍ରୋମୋସନ କାଉନସିଲ ଇଣ୍ଡିଆ (ଏମ୍ଏସ୍ଏମ୍ଇପିସିଆଇ)ର ଓଡ଼ିଶା ଶାଖା କାର୍ଯ୍ୟାଳୟ ଭୁବନେଶ୍ୱରର ଖାରବେଳନଗରସ୍ଥିତ ୟୁନିଟ୍-୩ ମଲ୍ଲିକ କମ୍ପ୍ଲେକ୍ସଠାରେ ବୁଧବାର ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଏସ୍ଏସ୍ଏମ୍ଇପିସିଆଇର ଜାତୀୟ ସମ୍ପାଦକ (ସେଣ୍ଟ୍ରାଲ ନୂଆଦିଲ୍ଲୀ) ଦୁଷ୍ୟନ୍ତ ଯାଦବ ସମ୍ମାନିତ ଅତିଥି…
ଅଧିକାର ପାଇଁ ରାଜରାସ୍ତାରେ ଶିକ୍ଷୟିତ୍ରୀ ଶିକ୍ଷକ
ଭୁବନେଶ୍ୱର,୧୭।୮(ଅନୁରାଧା ମହାରଣା)ଦାବି ଦିବସରେ ନିଜ ଅଧିକାର ପାଇବାକୁ ୫୦ହଜାରରୁ ଊର୍ଦ୍ଧ୍ୱ ଶିକ୍ଷୟିତ୍ରୀ ଶିକ୍ଷକ ଓ ଶିକ୍ଷା କର୍ମଚାରୀ ରାଜରାସ୍ତାକୁ ଓହ୍ଲାଇଛନ୍ତି। ସମାନ କାମକୁ ସମାନ ଦରମା ସହ ୧୦ଦଫା ଦାବି ନେଇ ପୁଣି ଆନ୍ଦୋଳନ ଆରମ୍ଭ କରିଛନ୍ତି। ବୁଧବାର ଓଡ଼ିଶା ମାଧ୍ୟମିକ…
ପ୍ରୋଜେକ୍ଟ ‘ସ୍ପର୍ଶ’ର ଶୁଭାରମ୍ଭ
ଭୁବନେଶ୍ୱର,୧୭।୮ (ଅଭୟ ଦାଶ): ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାର (ଜେଏସ୍ପି) ର ସାମାଜିକ ଅନୁଷ୍ଠାନ ଜେଏସ୍ପି ଫାଉଣ୍ଡେଶନ ଏବଂ ଅନୁଗୋଳ ଜିଲା ପ୍ରଶାସନ ସହଭାଗିତାରେ ପ୍ରୋଜେକ୍ଟ ‘ସ୍ପର୍ଶ’ର ଆନୁଷ୍ଠାନିକ ଶୁଭାରମ୍ଭ କରାଯାଇଛି। ବିଶେଷକରି ଜିଲାରେ ଶିଶୁ ମୃତ୍ୟୁ ହାର ଏବଂ ମାତୃ…
ଭୁବନେଶ୍ୱରରୁ ଓଡ଼ିଶା ପ୍ରୋପାଗଣ୍ଡା ମୁଖ୍ୟ ଗିରଫ
ଭୁବନେଶ୍ୱର,୧୭।୮(ସତ୍ୟଜିତ୍ ରାଉତ)ଏସ୍ଟିଏ କ୍ରିପ୍ଟୋ ଟୋକନ୍’ ନାଁରେ ଲୋକଙ୍କୁ ଭୁଆଁ ବୁଲାଇ ହଜାରେ କୋଟିରୁ ଊର୍ଦ୍ଧ୍ୱ ଠକେଇ ମାମଲାରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଭୁବନେଶ୍ୱରରୁ ଆଉଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେ ହେଲେ ରତ୍ନାକର ପଲାଇ (୪୫)। ରତ୍ନାକର ଓଡ଼ିଶା…
ବିପଜ୍ଜନକ ସ୍ଥିତିରେ ନାଟମଣ୍ଡପ, ଜଗମୋହନ
କଟକ,୧୭ା୮ (କାର୍ତ୍ତିକ ସାହୁ)ପୁରୀ ଶ୍ରୀମନ୍ଦିରରେ ନାଟମଣ୍ଡପ ଓ ଜଗମୋହନ ବିପଜ୍ଜନକ ସ୍ଥିତିରେ ରହିଛି। କୌଣସି ମୁହୂର୍ତ୍ତରେ ଅଘଟଣ ଘଟିପାରେ। ତେଣୁ ଶ୍ରୀମନ୍ଦିର ନିରାପତ୍ତା ଦୃଷ୍ଟିରୁ ନାଟମଣ୍ଡପ ଭିତରେ ଫାଟିଥିବା ବିମ୍ ଏବଂ ଜଗମୋହନର ମରାମତି ଓ ପୁନରୁଦ୍ଧାର କାର୍ଯ୍ୟ ଅଗ୍ରାଧିକାର ଭିତ୍ତିରେ…
ନକଲି ଆର୍ମି ଅଫିସର ଗିରଫ
ପୁରୀ,୧୭ା୮(ଅଜିତ ମହାନ୍ତି)ପୁରୀ ତାଳବଣିଆସ୍ଥିତ ଇନ୍ଡୋର ଷ୍ଟାଡିୟମରେ ଜିଲାସ୍ତରୀୟ ୭୭ତମ ସ୍ବାଧୀନତା ଦିବସ ସମାରୋହ ଅବସରରେ ମଙ୍ଗଳବାର ଜଣେ ନକଲି ଆର୍ମି ଅଫିସରଙ୍କୁ ପୋଲିସ ଗିରଫ କରିଛି। ସେ ଆର୍ମି ପାରା କମାଣ୍ଡୋ ବେଶରେ ସମାରୋହ ସ୍ଥଳକୁ ଆସିଥିଲେ। ଗିରଫ ହୋଇଥିବା ନକଲି…
ଅଡିଓ କ୍ଲିପ୍ ଭାଇରାଲ: ଏତଲା ଦେଲେ ପରିବାର ଲୋକେ
ମାହାଙ୍ଗା, ୧୭ା୮ (ଯଯାତି ସିଂହ)କଟକ ଜିଲା ମାହାଙ୍ଗା ବ୍ଲକ ଅନ୍ତର୍ଗତ ଏକ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଥିଲା। ମୃତ୍ୟୁର ୨ ମାସ ପରେ ଏକ ଅଡିଓ କ୍ଲିପ୍ ଭାଇରାଲ ହେବାରେ ଲାଗିଛି। ଯେଉଁ ଅଡିଓରେ ନାବାଳିକାଙ୍କ ମୃତ୍ୟୁକୁ…
ସାପଚୋରି ର଼୍ୟାକେଟ୍ ଠାବ
ଭୁବନେଶ୍ୱର, (ଅସମାପିକା ସାହୁ)/ବାଲେଶ୍ୱର, ୧୭।୮(ମାନସ ବିଶ୍ୱାଳ)ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ପଞ୍ଚୁପାଲି ଗ୍ରାମରେ ବାଲେଶ୍ୱର ବନଖଣ୍ଡ ପକ୍ଷରୁ ଚଢ଼ାଉ କରାଯାଇ ୨୯ଟି ନାଗ ସାପ ଜବତ ସହ ଏଥିରେ ସମ୍ପୃକ୍ତ ୩ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ଭୋଗରାଇ ଅଞ୍ଚଳର…
ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପର ଡିପିଆର୍ ଚୂଡ଼ାନ୍ତ
ଭୁବନେଶ୍ୱର,୧୭ା୮(ଅନିଲ ଦାସ)ବହୁ ପ୍ରତୀକ୍ଷିତ ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପର ଡିଟେଲ ପ୍ରୋଜେକ୍ଟ ରିପୋର୍ଟ(ଡିପିଆର) ଦିଲ୍ଲୀ ମେଟ୍ରୋ ରେଳ କର୍ପୋରଶନ(ଡିଏମ୍ଆର୍ସି) ରାଜ୍ୟ ସରକାରଙ୍କୁ ପ୍ରଦାନ କରିଛି। ଲୋକସେବା ଭବନଠାରେ ମେଟ୍ରୋ ରେଳ ପ୍ରକଳ୍ପ ବୈଠକରେ ଡିଏମ୍ଆର୍ସି ଏହି ଡିପିଆର୍ ପ୍ରଦାନ କରିଛି ।…
Archives


