Posted inଜାତୀୟ

ଦେଶରେ ୧୦ଜଣ କିଶୋରୀଙ୍କ ମଧ୍ୟରୁ ୬ଜଣ ରକ୍ତହୀନତାରେ ପୀଡିତ

ନୂଆଦିଲ୍ଲୀ,୧୦।୯: ସର୍ବବୃହତ ଜନସଂଖ୍ୟା ବିଶିଷ୍ଟ ଦେଶ ଭାରତରେ ଅଧିକାଂଶ ଲୋକ ରକ୍ତହୀନତା(ଆନେମିଆ)ର ଶିକାର ହେଉଛନ୍ତି। ରକ୍ତହୀନତାରେ ପୀଡିତ ଦେଶରେ ମହିଳା ଓ ଶିଶୁଙ୍କ ସଂଖ୍ୟା ଅଧିକ। ଭାରତରେ ୪୯.୯ଶତକଡା ଲୋକ ଏଥିରେ ପୀଡିତ। ଏକ ଅଧ୍ୟୟନ ଅନୁଯାୟୀ, ଦେଶରେ୧୦ଜଣ କିଶୋରୀଙ୍କ ମଧ୍ୟରୁ ୬ଜଣ ରକ୍ତହୀନତାର ଶିକାର ହେଉଥିବା ଜଣାପଡିଛି। ପ୍ରତିବର୍ଷ ଦେଶର ୨୧ଟି ରାଜ୍ୟରେ ରକ୍ତହୀନତା ପୀଡିତଙ୍କ ସଂଖ୍ୟା ବଢି ଚାଲିଛି। ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ସମେତ ଦେଶର ଅନେକ ଅନୁଷ୍ଠାନର ମିଳିତ ଅଧ୍ୟୟନରେ ଏହି ସୂଚନା ସାମ୍ନାକୁ ଆସିଛି।

ଗ୍ଲୋବାଲ ପବ୍ଲିକ ହେଲଥ ଜର୍ନାଲରେ ପ୍ରକାଶିତ ଅଧ୍ୟୟନ ଅନୁଯାୟୀ, ୧୫ରୁ ୧୯ବର୍ଷ ବୟସର କିଶୋରୀମାନେ ରକ୍ତହୀନତାରେ ଅଧିକ ଶିକାର ହେଉଛନ୍ତି। ଶରୀରରେ ଲୋହିତ ରକ୍ତ କଣିକା(ରେଡ୍‌ ବ୍ଲଡ ସେଲ୍‌) ଅଭାବ କିମ୍ବା ରକ୍ତ କଣିକାର କାର୍ଯ୍ୟକାରିତାର ଅଭାବରୁ ରକ୍ତହୀନତା ହୋଇଥାଏ। ଏହି କାରଣରୁ ଶରୀରର ଅଙ୍ଗଗୁଡ଼ିକୁ ଅମ୍ଳଜାନ ପହଞ୍ଚିପାରେ ନାହିଁ। ଅନୁସନ୍ଧାନକାରୀମାନେ ଯଥାକ୍ରମେ ୨୦୧୫-୧୬ ଓ ୨୦୧୯-୨୧ଏଚଏଫଏଚଏସର ତଥ୍ୟକୁ ମିଶାଇ ୧,୧୬,୧୧୭ ଓ ୧,୯,୪୦୦କିଶୋରୀଙ୍କ ସ୍ବାସ୍ଥ୍ୟ ସମୀକ୍ଷା କରିଛନ୍ତି।

ଦେଶରେ କିଶୋରୀମାନେ ୧୮ବର୍ଷ ବୟସ ପୂର୍ବରୁ ବିବାହ କରୁଛନ୍ତି ଏବଂ ଏଭଳି କ୍ଷେତ୍ରରେ ରକ୍ତହୀନତାର ମାତ୍ରା ମଧ୍ୟ ଅଧିକ ବୋଲି ଜଣାପଡିଛି। ଅଧ୍ୟୟନରେ ଅନ୍ତର୍ଭୁକ୍ତ ୭୦ ପ୍ରତିଶତ କିଶୋରୀ ଗ୍ରାମାଞ୍ଚଳର, ଯାହା ସୂଚାଇ ଦେଉଛି ଯେ ସହର ଅପେକ୍ଷା ଗ୍ରାମାଞ୍ଚଳରେ ରକ୍ତହୀନତାର ସମସ୍ୟା ଅଧିକ ବୃଦ୍ଧି ପାଉଛି। ଦୁଇଟି ସନ୍ତାନ ଥିବା ମାଆଙ୍କ ଅପେକ୍ଷା ମାଆ ହୋଇ ନ ଥିବା କିଶୋରୀଙ୍କ ଠାରେ ରକ୍ତହୀନତା ହେବାର ସମ୍ଭାବନା ଅଧିକ। ସେହିପରି ଅନ୍ୟ ଗୋଷ୍ଠୀ ତୁଳନାରେ ଏସସି ଏବଂ ଏସଟିର କିଶୋରିଙ୍କ ଠାରେ ରକ୍ତହୀନତା ହେବାର ସମ୍ଭାବନା ଅଧିକ ବୋଲି ଅଧ୍ୟନରେ ଜଣାପଡିଛି।

ଆସାମ, ଛତିଶଗଡ ଏବଂ ତ୍ରିପୁରାର କିଶୋରିଙ୍କ ମଧ୍ୟରେ ରକ୍ତହୀନତାର ମାତ୍ରା ପ୍ରତିବର୍ଷ ୧୫ ପ୍ରତିଶତ ବୃଦ୍ଧି ପାଉଥିବାବେଳେ ପଞ୍ଜାବ, କର୍ନାଟକ, ତେଲେଙ୍ଗାନା, ବିହାର ଓ ମଧ୍ୟପ୍ରଦେଶରେ ପାଞ୍ଚ ପ୍ରତିଶତ ବୃଦ୍ଧି ଘଟିଛି। କିନ୍ତୁ ଉତ୍ତରାଖଣ୍ଡ ଏବଂ କେରଳରେ ରକ୍ତହୀନତାର ମାତ୍ରା ହ୍ରାସ ପାଇଥିବା ଗବେଷକମାନେ ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାରେ ହଇଚଇ! ଇରାନ ଉପରେ ଆକ୍ରମଣ ଯୋଜନା ଲିକ; ଏମାନଙ୍କୁ ଦାୟୀ କଲେ ଟ୍ରମ୍ପ…

ଓ୍ବାଶିଂଟନ,୪।୮: ଘଟଣାକ୍ରମ ପରେ, ଆମେରିକା ପୁଣି ଥରେ ଇରାନ ଉପରେ ଆକ୍ରମଣ ଯୋଜନା ବନ୍ଦ କରିଛି। ଟ୍ରମ୍ପ ଏହି ନିଷ୍ପତ୍ତି ପାଇଁ କାତାର ଏବଂ ୟୁଏଇର ମଧ୍ୟସ୍ଥତା…

ଗମ୍ଭୀର-କୋହଲି ବିବାଦ ଉପରେ ପୂର୍ବତନ ଅମ୍ପାୟାରଙ୍କ ବଡ଼ ବୟାନ, ‘ଏହା ଜରୁରୀ, ନଚେତ୍…’

ନୂଆଦିଲ୍ଲୀ,୪।୮: ପୂର୍ବତନ ଅନ୍ତର୍ଜାତୀୟ ଅମ୍ପାୟାର ଅନିଲ ଚୌଧୁରୀ ବିରାଟ କୋହଲିଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ କ୍ରିକେଟ୍‌ର ଆକର୍ଷଣ ଓ ରୋମାଞ୍ଚ…

‘ବିମାନ ବନ୍ଦରରୁ ସିଧା ଫାଶୀ ଖୁଣ୍ଟ…’, ହାସିନାଙ୍କ ବାଂଲାଦେଶ ପ୍ରତ୍ୟାବର୍ତ୍ତନକୁ ନେଇ ମିଳିଲାନି ଧମକ

ଢାକା,୪।୮: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ଅଗଷ୍ଟ 2024 ରୁ ଭାରତରେ ରହୁଛନ୍ତି; କ୍ଷମତାରୁ ବହିଷ୍କୃତ ହେବା ପରଠାରୁ ସେ ସେଠାରେ ରହିଛନ୍ତି। ସେ କହିଛନ୍ତି…

ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, କାହାକୁ କେଉଁ ଦାୟିତ୍ବ ଜାଣନ୍ତୁ

ଭୁବନେଶ୍ୱର,୪।୮(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ବରିଷ୍ଠ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍‌) ଅଧିକାରୀସ୍ତରରେ ସୋମବାର ଅଦଳବଦଳ କରାଯାଇଛି। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି…

ପ୍ରକୃତିର କୋପ; ବନ୍ୟାରେ ଭାସିଗଲା ୫୪ ବର୍ଷ ପୁରୁଣା ସେତୁ, ୯୦ ଜଣଙ୍କ ମୃତ୍ୟୁ ସହ ୧୦୯ ରାସ୍ତା ବନ୍ଦ

ଶିମଲା,୪।୮: ହିମାଚଳ ପ୍ରଦେଶରେ ଚଳିତ ବର୍ଷା ଋତୁରେ ବର୍ଷା ସମ୍ବନ୍ଧୀୟ ବିଭିନ୍ନ ଘଟଣାରେ ଏପର୍ଯ୍ୟନ୍ତ ୯୦ ଜଣ ପ୍ରାଣ ହରାଇଛନ୍ତି। ଶନିବାର କିନ୍ନୌରରେ ଜାତୀୟ ରାଜପଥ ୫…

ମାଛ ଯାଆଁଳ ନେବାକୁ କହି ଡକାୟତି, ଘରେ ପଶି ଲୁଟିନେଲେ ସୁନା ଗହଣା ସହ ଟଙ୍କା

ଭଦ୍ରକ,୪।୮(ସନାତନ ରାଉତ): ଭଦ୍ରକ ଗ୍ରାମଞ୍ଚଳ ଥାନା ଅନ୍ତର୍ଗତ ଜଗଦଳପୁର ପଞ୍ଚଯାତର ଜୁଡ଼ାଗଡିଆ ଗ୍ରାମରେ ଏକ ବଡ଼ ଧରଣର ଡ଼କାୟତି ହୋଇଛି । ଗ୍ରାମର ନିରଞ୍ଜନ ଶତପଥୀଙ୍କ ଘରକୁ…

ଇମୋଶନାଲ ହେଲେ ହିଟମ୍ୟାନ, କହିଲେ ‘ତୁମେ ଜଣେ ଲିଜେଣ୍ଡ’

ନୂଆଦିଲ୍ଲୀ,୪।୮: ପୂର୍ବତନ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ଟି. ଦିଲୀପଙ୍କୁ ବିଦାୟ ବାର୍ତ୍ତା ଭାଇରାଲ ହୋଇଛି। ଶୁଭଦୀପ ଘୋଷଙ୍କୁ ଏବେ ଦିଲୀପଙ୍କ ସ୍ଥାନରେ ଭାରତର ଫିଲ୍ଡିଂ ପ୍ରଶିକ୍ଷକ…

PM ମୋଦିଙ୍କୁ ଅଭିଜିତଙ୍କ ଚ୍ୟାଲେଞ୍ଜ! ଆପଣ ଡିଗ୍ରୀ ଦେଖାନ୍ତୁ, ମୁଁ ଦେଖାଇବି…

ଛତ୍ରପତି ସମ୍ଭାଜୀନଗର,୪।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯଦି ତାଙ୍କ ଶିକ୍ଷାଗତ ଡିଗ୍ରୀକୁ ସର୍ବସାଧାରଣରେ ଦେଖାନ୍ତି ତେବେ ଆମେରିକାରେ ପଢ଼ିବା ପାଇଁ କକ୍‌ରୋଚ ଜନତା ପାର୍ଟି (ସିଜେପି) ନେତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri